ଅନ୍ତର୍ଜାତୀୟ

ଖରାପ ହେଉଥିବା ଲୁହବୁହା ଗ୍ୟାସକୁ କର୍ମଚାରୀଙ୍କ ଉପରେ ପରୀକ୍ଷା କଲା ପାକିସ୍ତାନ!

ଇସ୍‌ଲାମାବାଦ,୧୫ ।୨: ପାକିସ୍ତାନର ଗୃହମନ୍ତ୍ରୀ ଶେଖ ରସିଦ ଅହମ୍ମଦ ଅଧିକାଂଶ ସମୟରେ କିଛି ନା କିଛି ବେକାବୁ ବୟାନକୁ ନେଇ ଆସିଥାଆନ୍ତି ଚର୍ଚ୍ଚାକୁ । ଏବେ ପୁଣିଥରେ ସେ ଆସିଛନ୍ତି ଚର୍ଚ୍ଚାକୁ । ଦେଶରେ ଦରମା ବୃଦ୍ଧିକୁ ନେଇ କର୍ମଚାରୀମାନେ ବିରୋଧ…

ମେଘାନ ପୁଣି ଗର୍ଭବତୀ

ଲଣ୍ଡନ,୧୫।୨: ବ୍ରିଟିଶ୍‌ ରାଜବଂଶରେ ଏବେ ଖୁସିର ସମୟ ଆସିଛି। ପ୍ରିନ୍ସ୍‌ ହ୍ୟାରି ଆଉ ଜଣେ ସନ୍ତାନର ପିତା ପାଲଟିବାକୁ ଯାଉଛନ୍ତି। ତାଙ୍କ ସ୍ତ୍ରୀ ମେଘାନ ମାର୍କେଲ ପୁଣିଥରେ ଗର୍ଭବତୀ ହୋଇଛନ୍ତି। ଏନେଇ ତାଙ୍କ ପ୍ରବକ୍ତା ସୂଚନା ଦେଇଛନ୍ତି। ହ୍ୟାରି ଏବଂ ମେଘାନଙ୍କ…

ପାକିସ୍ତାନରେ ଜରୁରି ଅବତରଣ କଲା ଭାରତୀୟ ଏୟାର ଆମ୍ବୁଲାନ୍ସ୍‌

ଇସଲାମାବାଦ୍‌,୧୫।୨: ଭାରତୀୟ ଏୟାର ଆମ୍ବୁଲାନ୍ସ୍‌ ପାକିସ୍ତାନରେ ଜରୁରି ଅବତରଣ କରିଛି। ମଝି ଆକାଶରେ ଇନ୍ଧନ ସରିଯିବାରୁ ଭାରତୀୟ ଏୟାର ଆମ୍ବୁଲାନ୍ସ୍‌ ପକ୍ଷରୁ ପାକିସ୍ତାନ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ଅନୁମତି ମିଳିବା ପରେ ଏହା ରବିବାର ଇସଲାମାବାଦ୍‌…

କରୋନା ଭ୍ୟାକ୍ସିନ ଘୋଟାଲା ମାମଲାରେ ଇସ୍ତଫା ଦେଲେ ପେରୁ ବୈଦେଶିକ ମନ୍ତ୍ରୀ

ଲିମା,୧୫ ।୨: ପେରୁର ବୈଦେଶିକ ମନ୍ତ୍ରୀ ଏଲିଜାବେଥ ଏଷ୍ଟେଟ କରୋନା ଭ୍ୟାକ୍ସିନ ଘୋଟାଲା ସ୍ୱୀକାର କରିବା ପରେ ଇସ୍ତଫା ଦେଇଛନ୍ତି । ସେ କରୋନା ଭ୍ୟାକ୍ସିନ ସିନୋପାର୍ମ(ଚାଇନା)ର ଗୋଟିଏ ଡୋଜ୍ ନେଇଥିବା ସ୍ୱୀକାର କରିଛନ୍ତି । ତେବେ ରାଷ୍ଟ୍ରୀୟ ଟିକାକରଣ ଆରମ୍ଭ…

ମହାଭିଯୋଗରୁ ଟ୍ରମ୍ପ୍‌ ମୁକ୍ତ

ୱାଶିଂଟନ,୧୫ା୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଶନିବାର ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ଆଗତ ଦ୍ୱିତୀୟ ମହାଭିଯୋଗ ପ୍ରସ୍ତାବ କାଟ୍‌ ଖାଇଛି। କ୍ୟାପିଟୋଲ ହିଲ୍‌ ଦଙ୍ଗା ଉସୁକାଇବା ଅଭିଯୋଗରୁ ସିନେଟ ଟ୍ରମ୍ପ୍‌ଙ୍କୁ ମୁକ୍ତ କରିଦେଇଛି। ଏହା ପୂର୍ବରୁ ଉଚ୍ଚ…

ପୁଣି ଫେରିଲା କରୋନା, ଲକଡାଉନ ଘୋଷଣା

ଅକଲାଣ୍ଡ,୧୪।୨: ନ୍ୟୁଜିଲାଣ୍ଡରେ ପୁଣି କରୋନା ମାମଲା ସାମ୍ନାକୁ ଆସିଛି। ଏହାକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନ ରବିବାର ଅକଲ୍ୟାଣ୍ଡ ସହରରେ ତିନି ଦିନିଆ ଲକଡାଉନ ଘୋଷଣା କରିଛନ୍ତି। ଲକଡାଉନ ସମୟରେ ଆବଶ୍ୟକ ସେବା ବ୍ୟତୀତ ସବୁକିଛି ବନ୍ଦ ରହିବ।…

ନିଜ ସମ୍ପତିକୁ ଉପହାରରେ ଦେବାକୁ ଚାହୁଁଛନ୍ତି ଦିଲିପ କୁମାର!

ଇସ୍‌ଲାମାବାଦ,୧୪ ।୨: ବଲିଉଡ୍ ଟ୍ରାଜେଡି କିଙ୍ଗ ଦିଲିପ କୁମାରଙ୍କ ଜଣେ ବନ୍ଧୁ ଶୁକ୍ରବାର ଦାବି କରିଛନ୍ତି କି ପାକିସ୍ତାନରେ ଥିବା ଦିଲିପଙ୍କ ଏକ ଘରର ପାୱାର ଅଫ୍ ଆଟର୍ନି ତାଙ୍କ ନିକଟରେ ରହିଛି । ଦିଲିପ କୁମାର ତାଙ୍କ ପୈତୃକ ସମ୍ପତିକୁ…

ମାରିଓ ଡ୍ରାଘି ଇଟାଲୀ ପ୍ରଧାନମନ୍ତ୍ରୀ

ରୋମ୍‌, ୧୪।୨(ପି.ଟି.): ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କର ପୂର୍ବତନ ମୁଖ୍ୟ ମାରିଓ ଡ୍ରାଘି ଇଟାଲୀର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶନିବାର ଶପଥ ଗ୍ରହଣ କରିଛନ୍ତି। ସେ ରାଷ୍ଟ୍ରପତିଙ୍କୁ ଭେଟିବା ପରେ ନୂଆ କ୍ୟାବିନେଟ ଘୋଷଣା କରିଛନ୍ତି। ଗତ ମାସରେ ପୂର୍ବ ସରକାର ଭାଙ୍ଗିଯିବା…

ଜାତିସଂଘ ମହାସଚିବ ପ୍ରାର୍ଥୀ ଆକାଂକ୍ଷା

ନ୍ୟୁୟର୍କ, ୧୪ା୨: ଜାତିସଂଘର ମହାସଚିବ ପଦରେ ନିଜକୁ ପ୍ରାର୍ଥୀ ଘୋଷଣା କରିଛନ୍ତି ଭାରତୀୟ ବଂଶୋଦ୍ଭବ ଆକାଂକ୍ଷା ଅରୋରା। ୩୪ ବର୍ଷୀୟା ଆକାଂକ୍ଷା ଏବେ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନ୍‌ଡିପି)ରେ ଅଡିଟ୍‌ କୋଅର୍ଡିନେଟର ରହିଛନ୍ତି। ବର୍ତ୍ତମାନ ମହାସଚିବ ଥିବା ଆଣ୍ଟୋନିଓ ଗୁଟେରେସ୍‌ଙ୍କ ବିପକ୍ଷରେ…

ଜାପାନରେ ଭୂକମ୍ପ

ଟୋକିଓ,୧୩।୨: ଶନିବାର ରାତିରେ ଜାପାନରେ ଭୂମିକମ୍ପ ଅନୁଭୂତ ହୋଇଛି। ଫୁକୁସିମା ଅଞ୍ଚଳରେ ଏହି ଭୂମିକମ୍ପ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରେକର୍ଡ କରାଯାଇଛି। ଫୁକୁସିମା ସଂଲଗ୍ନ ପ୍ରଶାନ୍ତ ମହାସାଗରର ୫୪ କିଲୋମିଟର ଦୂରରେ ଏହାର କେନ୍ଦ୍ରସ୍ଥଳ ରହିିଛି।…

କରୋନା ଆକ୍ରାନ୍ତ ହେବା ପରେ ଏପରି କଳାପଡ଼ିଗଲା ମହିଳାଙ୍କ ଆଙ୍ଗୁଠି

ରୋମ,୧୩।୨: କରୋନା ମହାମାରୀ ପରେ ଜଣେ ମହିଳାଙ୍କ ଆଙ୍ଗୁଠି କଳା ପଡ଼ିଯାଇଥିଲା। ଫଳରେ ଡାକ୍ତରମାନେ ତାଙ୍କର ୩ଟି ଆଙ୍ଗୁଠି କାଟି ଦେଇଛନ୍ତି। ଇଟାଲୀର ଜଣେ ମହିଳା କରୋନା ଆକ୍ରାନ୍ତ ହୋଇଥିଲେ। ଏହି ଭୂତାଣୁ ମହିଳାଙ୍କ ଆଙ୍ଗୁଠିର ରକ୍ତବାହୀକୁ ନଷ୍ଟ କରି ଦେଇଥିଲା।…

ଟିକା ନେବାକୁ ମନା କଲେ ପୁଟିନ

ସେଣ୍ଟପିଟର୍ସବର୍ଗ,୧୩।୨: ରୁଷିଆର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ନିଜ ଦେଶରେ କରୋନା ଟିକାର ପ୍ରଶଂସା କରୁଥିବା ବେଳେ ନିଜେ ଟିକା ନେବାକୁ ମନା କରିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ମୁଁ ଟିକା ନେବି ନାହିଁ। ୨୦୨୧ ଶେଷ ସୁଦ୍ଧା ନେଇପାରେ। ୬୮ ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?