ଟିକା ନେବାକୁ ମନା କଲେ ପୁଟିନ

ସେଣ୍ଟପିଟର୍ସବର୍ଗ,୧୩।୨: ରୁଷିଆର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ନିଜ ଦେଶରେ କରୋନା ଟିକାର ପ୍ରଶଂସା କରୁଥିବା ବେଳେ ନିଜେ ଟିକା ନେବାକୁ ମନା କରିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ମୁଁ ଟିକା ନେବି ନାହିଁ। ୨୦୨୧ ଶେଷ ସୁଦ୍ଧା ନେଇପାରେ।

୬୮ ବର୍ଷୀୟ ପୁଟିନ ଟିକା ନେଇଥିଲେ ଅନ୍ୟମାନେ ଉତ୍ସାହିତ ହୋଇ ଟିକା ନେଇଥାନ୍ତେ। ମାତ୍ର ପୁଟିନଙ୍କ କାର୍ଯ୍ୟ ସୂଚୀ ଅନୁଯାୟୀ, ତାଙ୍କୁ ଫ୍ଲୁ ଶର୍ଟସ ଏବଂ ଅନ୍ୟାନ୍ୟ ଟିକାକରଣ ମଧ୍ୟ କରିବାକୁ ପଡ଼ିବ। ତେଣୁ ସେ କରୋନା ଟିକା ପାଇଁ ବର୍ତ୍ତମାନ ସମୟ ଦେଇପାରିବେ ନାହିଁ।

ପୁଟିନ ଟିକାକୁ ନେଇ ଦେଇଥିବା ବିବୃତ୍ତି ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଲୋକେ ପୁଟିନଙ୍କୁ ସମାଲୋଚନା କରିବାରେ ଲାଗିଛନ୍ତି। କାରଣ ଗତ ଅଗଷ୍ଟ ମାସରେ ନିଜେ ପୁଟିନ କହିଥିଲେ, ସ୍ପୁଟନିକ ଟିକା ସୁରକ୍ଷିତ ଏବଂ ଯଥେଷ୍ଟ ପ୍ରଭାବଶାଳୀ। ଯେତେବେଳେ ଏହି ଟିକାର କ୍ଲିନିକାଲ ପରୀକ୍ଷା ଶେଷ ହୋଇ ନ ଥିଲା ସେତେବେଳେ ସେ ଦୃଢୋକ୍ତି ପ୍ରକାଶ କରିଥିଲେ। ମାତ୍ର ବର୍ତ୍ତମାନ ସମସ୍ତ ପରୀକ୍ଷା ନିରୀକ୍ଷା ପରେ ଏହା ୯୨ ପ୍ରତିଶତ ପ୍ରଭାବଶାଳୀ ବୋଲି ପ୍ରକାଶ ପାଇଛି। ପୁଟିନ ଏକଥା ବି କହିଥଲେ, ଏହା ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ। କିନ୍ତୁ ବର୍ତ୍ତମାନ ନିଜେ ଟିକା ନେବାକୁ ମନା କରୁଛନ୍ତି। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର କୋଭିଡ୍‌ ଭାକ୍ସିନକୁ ମିଳୁଛି ବିଶ୍ୱ ସ୍ତରରେ ପ୍ରଶଂସା; ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ

ନୂଆଦିଲ୍ଲୀ,୨୪।୧: କୋଭିଡ୍‌ -୧୯ ବିରୋଧରେ ଭାରତର ଭାରତର ଆଭିମୁଖ୍ୟକୁ ବିଶ୍ୱ ସ୍ତରରେ ମିଳୁଛି ପ୍ରଶଂସା। ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

ପାକିସ୍ତାନ ବାହାରେ ପହଞ୍ଚିଲା ରାଜନୈତିକ କନ୍ଦଳ, ଲଣ୍ଡନ ସ୍ଥିତ ନୱାଜ ଶରିଫଙ୍କ ଘର ବାହାରେ ଇମ୍ରାନ-ନୱାଜଙ୍କ ସମର୍ଥକ ମୁହାଁମୁହିଁ

ଇସଲାମାବାଦ,୧୧ ।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଇସ୍ତଫା ପରେ ପାକିସ୍ତାନ ନ୍ୟାଶନାଲ ଆସେମ୍ଲିରେ ରାଜନୈତିକ କନ୍ଦଳ ଏକ ପ୍ରକାର ଶେଷ ହୋଇଯାଇଛି । ହେଲେ...

ଧୂମପାନ କରୁ ନଥିବା ବ୍ୟକ୍ତିଙ୍କୁ ମଧ୍ୟ ହେଉଛି ଫୁସଫୁସ କର୍କଟ, ବ୍ରିଟେନ୍‌ରେ ପ୍ରତିବର୍ଷ ୬ ହଜାରରୁ ଅଧିକଙ୍କ ଯାଉଛି ଜୀବନ…

ଲଣ୍ଡନ,୧୮।୯ : ଯେଉଁମାନେ କେବେ ବି ଧୂମପାନ କରିନାହାଁନ୍ତି, ସେମାନେ ମଧ୍ୟ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଲଣ୍ଡନର ଫ୍ରାନ୍ସିସ କ୍ରିକ ପ୍ରତିଷ୍ଠାନର ଗବେଷକମାନେ...

ନିଯୁକ୍ତି ହରାଇଲେଣି ୮୦ ହଜାର ଭାରତୀୟ

ଓ୍ବାଶିଂଟନ,୨୪।୧: ଅନ୍ତର୍ଜାତୀୟ ବଜାରରେ ଆର୍ଥିକ ମାନ୍ଦାବସ୍ଥାର ଗରୁତର ପ୍ରଭାବ ଅନୁଭୂତ ହୋଇଛି। ଏଥିରୁ ମୁକୁଳିବା ପାଇଁ ବୃହତ୍‌ ଆଇଟି କମ୍ପାନୀଠାରୁ ଆରମ୍ଭ କରି ରିଟେଲ୍‌ ଏବଂ...

ଆମେରିକୀୟ ର଼୍ୟାପର୍‌ଙ୍କୁ ଗୁଳି କରି ହତ୍ୟା

ଓ୍ବାଶିଂଟନ୍‌, ୨ା୧୧: ଆମେରିକୀୟ ର଼୍ୟାପର୍‌ ଟେକ୍‌ଅଫ୍‌ଙ୍କୁ ମଙ୍ଗଳବାର ଗୁଳି କରି ହତ୍ୟା କରାଯାଇଛି। ଟେକ୍ସାସ୍‌ ହୋଷ୍ଟନ୍‌ରେ ଥିବା ବୋଲିଙ୍ଗ ଆଲିରେ ଡାଇସ୍‌ ଗେମ୍‌କୁ କେନ୍ଦ୍ର କରି...

ଗ୍ବାଦରରେ କର୍ଫ୍ୟୁ: ଇଣ୍ଟରନେଟ୍‌ ସେବାରେ ଲାଗିଲା ପ୍ରତିବନ୍ଧକ

ଇସଲାମାବାଦ,୧୪ା୧: ସ୍ଥାନୀୟ ନାଗରିକ ଅଧିକାର ଆନ୍ଦୋଳନ ଉପରେ କଟକଣା ଲାଗିବା ପରେ ପାକିସ୍ତାନର ଗ୍ବାଦରରେ କର୍ଫ୍ୟୁ ଜାରି କରାଯାଇଛି। ବାଲୁଚିସ୍ତାନ ସରକାର ୧୪୪ ଧାରା ଜାରି...

ଆମେରିକା-ଭାରତ ଏମ୍‌କ୍ୟୁ-୯ବି ଡ୍ରୋନ୍‌ ଚୁକ୍ତି ପାଇଁ ପ୍ରସ୍ତୁତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୩ା୨: ଭାରତ ଏବଂ ଆମେରିକା ଖୁବ୍‌ଶୀଘ୍ର ୩ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ୩୦ ଏମ୍‌କ୍ୟୁ-୯ବି ପ୍ରିଡେଟର ସଶସ୍ତ୍ର ଡ୍ରୋନ ପାଇଁ ଚୁକ୍ତି କରିବାକୁ ଯାଉଛନ୍ତି।...

ଘେବ୍ରେୟସ୍‌ ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ଭାବେ ପୁନଃନିର୍ବାଚିତ

ଜେନେଭା,୨୫ା୫: ପ୍ରଥମ ଆଫ୍ରିକୀୟ ଭାବେ ଟେଡ୍ରୋସ୍‌ ଅଧନୋମ୍‌ ଘେବ୍ରେୟସ୍‌(୫୭) ଦ୍ୱିତୀୟ ଥର ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ମୁଖ୍ୟ ନିର୍ବାଚିତ ହୋଇଛନ୍ତି। ଡବ୍ଲ୍ୟୁଏଚ୍‌ଓର ୧୬୦...

Advertisement
Archives

Model This Week