ଅନ୍ତର୍ଜାତୀୟ

ଏପ୍ରିଲ୍‌ ୧୮ ପର୍ଯ୍ୟନ୍ତ ଲକ୍‌ଡାଉନ୍‌

ବର୍ଲିନ୍‌,୨୩।୩: ଜର୍ମାନୀରେ କରୋନ ସଂକ୍ରମଣ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଦେଶରେ ଏପ୍ରିଲ୍‌ ୧୮ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବୃଦ୍ଧି କରାଯିବା ସମ୍ପର୍କରେ ଘୋଷଣା କରାଯାଇଛି। ପୂର୍ବରୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ମଙ୍ଗଳବାର…

ଗାଁ ପାଲଟିଲା ଶ୍ମଶାନ: ଆଖିବୁଜା ଗୁଳି ମାଡ଼ରେ ୧୩୭ ମୃତ

ନିଆମେ,୨୩।୩: ପଶ୍ଚିମ ଆଫ୍ରିକୀୟ ଦେଶ ନାଇଜରର ମାଲି ସୀମାରେ ଥିବା ତାହୁଆ ଅଞ୍ଚଳରେ କେତେକ ଅଜଣା ବନ୍ଧୁକଧାରୀଙ୍କ ଆଖିବୁଜା ଗୁଳିମାଡ଼ରେ ୧୩୭ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ବାଇକରେ ଆସି ବନ୍ଧୁକଧାରୀମାନେ ଏକାଧିକ ଗାଁରେ ପଶି ଲୋକଙ୍କ ଉପରେ ଗୁଳି…

ଇସ୍ରାଏଲ୍‌ ନିର୍ବାଚନ: ନେତାନ୍ୟାହୁଙ୍କ ପାଇଁ କଡ଼ା ପରୀକ୍ଷା

ଜେରୁଜେଲମ୍‌,୨୩।୩: ମଙ୍ଗଳବାର ଇସ୍ରାଏଲ୍‌ରେ ୨ ବର୍ଷ ମଧ୍ୟରେ ଚତୁର୍ଥ ଥର ପାଇଁ ନିର୍ବାଚନ ହେଉଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ପାଇଁ ଏହା କଡ଼ା ପରୀକ୍ଷା ନେଇ ଆସିଛି। ନିର୍ବାଚନ ପୂର୍ବରୁ ଦେଶର ବିଭିନ୍ନ ଅଞ୍ଚଳରେ ନେତାନ୍ୟାହୁଙ୍କ ବିରୋଧରେ ପ୍ରଦର୍ଶନ କରାଯାଇଛିି। ତେଣୁ…

୧୭.୩୭ କୋଟି ଟଙ୍କାରେ ବିକ୍ରି ହେଲା ପ୍ରଥମ ଟୁଇଟ୍‌

ନ୍ୟୁୟର୍କ,୨୩।୩: ଟୁଇଟର୍‌ ସିଇଓ ଜ୍ୟାକ ଦୋର୍ସିଙ୍କ ପ୍ରଥମ ଟ୍ବିଟ୍‌ ୧୭.୩୭ କୋଟି ଟଙ୍କାରେ ନିଲାମ ହୋଇଛି। ଏହି ପରିମାଣକୁ ବିଟକଏନ କୁ ଦାନ କରିଛନ୍ତି। ଏହାକୁ ଏକ ବୈଷୟିକ କମ୍ପାନୀ ବ୍ରିଜ ଓରାକଲର ସିଇଓ ସିନା ଏସ୍ତାଭି କିଣିଛନ୍ତି। ଏହି ଟୁଇଟ…

ନାଇଜର ସୀମାରେ ଆକ୍ରମଣ, ୪୦ ମୃତ

ନିଆମେ, ୨୩ା୩: ନାଇଜରର ତାହୋଆ ଅଞ୍ଚଳରେ ଏକ ସଶସ୍ତ୍ର ଆକ୍ରମଣ ଯୋଗୁ ୪୦ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ସେନା ଓ ଆକ୍ରମଣକାରୀ ମୁହାଁମୁହିଁ ହୋଇଥିଲେ। ସମ୍ପ୍ରତି ରାଷ୍ଟ୍ରପତି ନିର୍ବାଚନ ପରେ ନାଇଜରରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ମହମ୍ମଦ ବେଜୋମ ରାଷ୍ଟ୍ରପତି…

ଆମେରିକାରେ ବିସ୍ଫୋରଣ: ଜଣେ ପୋଲିସ ଅଧିକାରୀଙ୍କ ସମେତ ଚାଲିଗଲା ୧୦ ଜଣଙ୍କ ଜୀବନ

ଓ୍ବାଶିଂଟନ୍‌,୨୩।୩: ଆମେରିକାର କୋଲୋରୋଡର ବୋଲ୍ଡରରେ ଥିବା ଏକ ଭିଡ଼ ବହୁଳ ସୁପରମାର୍କେଟରେ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି। ଜଣେ ବନ୍ଧୁକଧାରୀ ଆଖିବୁଜା ଗୁଳି ଚଳାଇ ଫେରାର ହୋଇଯାଇଥିଲେ।…

ସୋସିଆଲ ମିଡିଆକୁ ଫେରିବା ପାଇଁ ପ୍ରସ୍ତୁତ ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଟନ୍‌,୨୨।୩: ଗତ ଜାନୁଆରୀ ୬ରେ କ୍ୟାପିଟାଲ ବିଲଡିଂ ଉପରେ ହୋଇଥିବା ଆକ୍ରମଣ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟୁଇଟର, ଫେସବୁକ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ସାଇଟ ଦ୍ୱାରା ନିଲମ୍ବିତ ହୋଇଥିଲେ। କିନ୍ତୁ ଏବେ ଟ୍ରମ୍ପ ନିଜର ସୋସିଆଲ…

ଫିଲିପାଇନ୍ସ ଜଳସୀମାରେ ୨୨୦ ଚାଇନା ଜାହାଜ

ମାନିଲା,୨୨।୩: ଦକ୍ଷିଣ ଚାଇନା ସାଗରର ବିବାଦୀୟ ଅଞ୍ଚଳରେ ଚାଇନାର ୨୨୦ ଜାହାଜ ପଇଁତରା ମାରିବା ଘଟଣାରେ ଫିଲିପାଇନ୍ସ ଉଦ୍‌ବେଗ ପ୍ରକାଶ କରିଛି। ମାର୍ଚ୍ଚ ୭ରେ ଏହି ଜାହାଜଗୁଡ଼ିକ ହ୍ବିସୁନ୍‌ ରିଫ୍‌ ନିକଟରେ ଲଙ୍ଗର ପକାଇଥିବା ଫିଲିପାଇନ୍ସ ତଟସୁରକ୍ଷା ବାହିନୀ ଦେଖିବାକୁ ପାଇଥିଲା।…

ମାର୍ଚ୍ଚ ୨୩ ନିର୍ବାଚନ ପୂର୍ବରୁ ନେତାନ୍ୟାହୁଙ୍କ ବିରୋଧରେ ପ୍ରଦର୍ଶନ

ଜେରୁଜେଲମ୍‌,୨୧।୩: ଇସ୍ରାଏଲ୍‌ରେ ୨ ବର୍ଷ ମଧ୍ୟରେ ଚତୁର୍ଥ ଥର ପାଇଁ ନିର୍ବାଚନ ହେବାକୁ ଯାଉଛି। ମାର୍ଚ୍ଚ ୨୩ରେ ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଲୋକେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ବିରୋଧରେ ପ୍ରଦର୍ଶନ କରିବା ଆରମ୍ଭ କରିଛନ୍ତି। ନିର୍ବାଚନରେ ବିଜୟୀ ହେବା…

ହୋଟେଲ କର୍ମଚାରୀଙ୍କୁ ମୁଥ ପରେ ମୁଥ କଷିଦେଲେ ୪ ମହିଳା, ଭିଡିଓ ଦେଖିଲେ…

ଓ୍ବାଶିଂଟନ,୨୧।୩: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ୪ ଜଣ ମହିଳା ଆମେରିକାର ଫ୍ଲୋରିଡା ରେଷ୍ଟୁରାଣ୍ଟରେ କାମ କରୁଥିବା ଜଣେ କର୍ମଚାରୀ ଖୁବ୍‌ ଜୋରରେ ପିଟିବା ସହ ମୁଥ ପରେ ମୁଥ କଷି ଦେଇଛନ୍ତି। ଏହି ଘଟଣାର…

ଆକାଶରୁ ଖସିଲା ଜଳନ୍ତା ଗ୍ରହପିଣ୍ଡ

ହାଭାନା,୨୧।୩: ମଧ୍ୟ ଆମେରିକା ଦେଶ କ୍ୟୁବାରେ ଶନିବାର ରାତ୍ର ୧୦ଟା ୬ରେ ଆକାଶରୁ ଏକ ଜଳନ୍ତା ଗ୍ରହପିଣ୍ଡ ପ୍ରଚଣ୍ଡ ଶବ୍ଦ କରି ଭୂପୃଷ୍ଠରେ ପଡ଼ିଛି। ଜଳନ୍ତା ଗ୍ରହପିଣ୍ଡର ଆଲୋକରେ ରାତି ବି ଦିନ ଭଳି ଆଲୋକିତ ହୋଇ ଉଠିଥିଲା। କୌଣସି କ୍ଷେପଣାସ୍ତ୍ର…

ଆମେରିକାରେ କମିଛନ୍ତି ବିଦେଶୀ ବିଦ୍ୟାର୍ଥୀ

ଓ୍ବାଶିଂଟନ୍‌, ୨୧ା୩: ଆମେରିକାରେ ୨୦୨୦ରେ ଅଧ୍ୟୟନ କରୁଥିବା ବାହାର ଦେଶର ଛାତ୍ରୀଛାତ୍ରଙ୍କ ସଂଖ୍ୟା ୨୦୧୯ଠାରୁ କମ୍‌ ରହିଛି। ଗତ ବର୍ଷ ସେଠାରେ ପଢ଼ୁଥିବା ବିଦେଶୀ ପିଲାଙ୍କ ମଧ୍ୟରୁ ୪୭ ପ୍ରତିଶତ କେବଳ ଭାରତ ଓ ଚାଇନାର ବୋଲି ଏକ ରିପୋର୍ଟରେ କୁହାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?