ସୋସିଆଲ ମିଡିଆକୁ ଫେରିବା ପାଇଁ ପ୍ରସ୍ତୁତ ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଟନ୍‌,୨୨।୩: ଗତ ଜାନୁଆରୀ ୬ରେ କ୍ୟାପିଟାଲ ବିଲଡିଂ ଉପରେ ହୋଇଥିବା ଆକ୍ରମଣ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟୁଇଟର, ଫେସବୁକ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ସାଇଟ ଦ୍ୱାରା ନିଲମ୍ବିତ ହୋଇଥିଲେ। କିନ୍ତୁ ଏବେ ଟ୍ରମ୍ପ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ଲଞ୍ଚ କରିବାକୁ ଯୋଜନା କରୁଛନ୍ତି। ଆସନ୍ତା ତିନି ମାସ ମଧ୍ୟରେ ଟ୍ରମ୍ପଙ୍କ ସୋସିଆଲ ମିଡିଆ ଆରମ୍ଭ କରିବେ ବୋଲି ସୂଚନା ମିଳିଛି। ଟ୍ରମ୍ପଙ୍କ ଜଣେ ବରିଷ୍ଠ ପରାମର୍ଶଦାତା ଏହି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ରାଜଧାନୀ ୱାଶିଂଟନରେ ଉତ୍ତେଜନା ଏବଂ ହିଂସା ପରେ ସମସ୍ତ ସୋସିଆଲ ମିଡିଆ କମ୍ପାନୀ ଟ୍ରମ୍ପଙ୍କୁ ନିଷିଦ୍ଧ କରିଥିଲେ। ପ୍ରଥମେ ଗୁଗୁଲ୍‌ ଏବଂ ଆପଲ ପରେ ୟୁଟ୍ୟୁବ, ଫେସବୁକ ଏବଂ ଟୁଇଟର ମଧ୍ୟ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଅପଲୋଡ ହୋଇଥିବା ନୂତନ ଭିଡିଓ ବିଷୟବସ୍ତୁକୁ ଏହାର ପ୍ଲାଟଫର୍ମରୁ ହଟାଇ ଦେଇଥିଲା। ଏଥିସହ ସେବା ସର୍ତ୍ତାବଳୀ ଉଲ୍ଲଂଘନ ଅଭିଯୋଗରେ ଡୋନାଲ୍ଡ ଟ୍ରମ୍ପଙ୍କ ୟୁଟ୍ୟୁବ୍‌ ଚ୍ୟାନେଲକୁ ସ୍ଥଗିତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାନମାରରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୧

ନାଇପିଡ,୩୦ ।୯: ମ୍ୟାନମାରର ବର୍ମାରେ ଶୁକ୍ରବାର ସକାଳେ ଭୂକମ୍ପ ଅନୁଭୁତ ହୋଇଛି । ନ୍ୟାଶନାଲ ସେଣ୍ଟର ଫର ସିସ୍ମୋଲୋଜିର ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର...

ବାଇଡେନ ପ୍ରଶାସନରେ ଭାରତୀୟ ବଂଶୋଦ୍ଭବଙ୍କୁ ଗୁରୁ ଦାୟିତ୍ୱ

ଓ୍ବାଶିଂଟନ୍‌, ୧୭ା୩: ଭାରତୀୟ ବଂଶୋଦ୍ଭବ ଡା. ଆଶିଷ ଝାଙ୍କୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ହ୍ବାଇଟ୍‌ ହାଉସ୍‌ର କୋଭିଡ୍‌ ରେସ୍‌ପନ୍ସ କୋଅର୍ଡିନେଟର ଭାବେ ନିଯୁକ୍ତି ଦେଇଛନ୍ତି।...

ମୋଦିଙ୍କୁ ଭେଟିବାକୁ ଆସିବେ ୩ ଦେଶର ମୁଖ୍ୟ

ନୂଆଦିଲ୍ଲୀ,୧୯ା୨: ଆସନ୍ତା କିଛିଦିନ ମଧ୍ୟରେ ବିଶ୍ୱର ୩ ଜଣ ବଡ଼ ନେତା ଭାରତ ଗସ୍ତରେ ଆସିବେ। ଏଥିମଧ୍ୟରୁ ଜର୍ମାନ ଚାନ୍ସେଲର ଓଲାଫ ସ୍କୋଲଜ ଫେବୃୟାରୀ ୨୫-୨୬ରେ...

ରୁଷିଆ ବିନା ‘ସ୍ଥାୟୀ ଶାନ୍ତି’ ଆଲୋଚନା ଅସମ୍ଭବ

ପ୍ୟାରିସ୍‌,୮।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୧୩ ଦିନରେ ପହଞ୍ଚିଛି। ଯୁଦ୍ଧ ଯୋଗୁ ୟୁକ୍ରେନର ବିଭିନ୍ନ ଅଞ୍ଚଳ ଧ୍ୱଂସବିଧ୍ୱଂସ ହୋଇଥିବା ବେଳେ...

ଇୟୁରେ ସାମିଲ ହେବ ୟୁକ୍ରେନ

କ୍ୱିଭ,୨୮।୨: ୟୁରୋପୀୟ ୟୁନିଅନ(ଇୟୁ)ରେ ସାମିଲ ହେବ ୟୁକ୍ରେନ। ରୁଷିଆର ଆକ୍ରମଣ ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ୟୁରୋପୀୟ ୟୁନିଅନରେ ସାମିଲ ହେବା ପାଇଁ ଏକ...

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ଭାବେ ଶପଥ ନେଲେ ରାମାଫୋସା

ଜୋହାନ୍ସବର୍ଗ,୨୬ା୫(ପି.ଟି.): ଆଫ୍ରିକୀୟ ଜାତୀୟ କଂଗ୍ରେସ (ଏଏନ୍‌ସି) ମୁଖ୍ୟ ସିରିଲ୍‌ ରାମାଫୋସା ଶନିବାର ଦେଶର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଷଷ୍ଠ ସାଧାରଣ ନିର୍ବାଚନ ପରେ...

ଆମେରିକା ରାଷ୍ଟ୍ରପତି ଦୌଡ଼: ଡେମୋକ୍ରାଟ ଦଳର ୨ୟ ସ୍ଥାନରେ କମ୍‌ଲା ହାରିସ୍‌

ଓ୍ବାଶିଂଟନ,୪ା୭(ପି.ଟି.): ଆମେରିକାରେ ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଲାଗି ଡେମୋକ୍ରାଟ ଦଳରୁ ୨୦ରୁ ଊର୍ଦ୍ଧ୍ୱ ଆଶାୟୀ ରହିଥିବାବେଳେ ସେମାନଙ୍କ ମଧ୍ୟରେ ଭାରତୀୟ ବଂଶୋଦ୍ଭବ କମ୍‌ଲା ହାରିସ୍‌ ଦ୍ୱିତୀୟ...

ଓଡେସାରେ ରୁଷିଆର ମିଶାଇଲ ମାଡ଼: ୨୧ ମୃତ

କିଭ୍‌, ୨ା୭: କୃଷ୍ଣସାଗରର ଏକ ଦ୍ୱୀପରୁ ରୁଷିଆ ସୈନ୍ୟ ପ୍ରତ୍ୟାହାରର ଦିନକ ପରେ ରୁଷିଆ ୟୁକ୍ରେନ୍‌ର ଓଡେସା ସହର ସେରହିଭ୍‌କାରେ ଏକ ବଡ଼ ଧରଣର ମିଶାଇଲ...

Advertisement
Archives

Model This Week