ଆଫଗାନ ରାଷ୍ଟ୍ରଦୂତଙ୍କ ଝିଅଙ୍କୁ ଅପହରଣ

କାବୁଲ, ୧୭।୭: ପାକିସ୍ତାନରେ ଆଫଗାନିସ୍ତାନର ରାଷ୍ଟ୍ରଦୂତ ନାଜିବୁଲ୍ଲା ଅଲିଖିଲ୍‌ଙ୍କ ଝିଅଙ୍କୁ ଶୁକ୍ରବାର ଇସ୍‌ଲାମାବାଦରୁ ଅପହରଣ କରାଯାଇ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସିଲ୍‌ସିଲା ଅଲିଖିଲ୍‌ (୨୬) ଜିନ୍ନା ସୁପର ମାର୍କେଟରୁ ଘରକୁ ଫେରୁଥିବାବେଳେ ତାଙ୍କୁ ଅପହରଣ କରାଯାଇଥିଲା। ଅପହରଣକାରୀଙ୍କ ଠାରୁ ମୁକୁଳିବା ପରେ ସିଲ୍‌ସିଲାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଭଳି ଅମାନବିୟ କାର୍ଯ୍ୟକୁ ଆଫଗାନ୍‌ ସରକାର ନିନ୍ଦା କରିଛନ୍ତି। ଏଥି ସହିତ ପାକିସ୍ତାନରେ ଥିବା ଆଫଗାନ କୂଟନୀତିଜ୍ଞ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ସୁରକ୍ଷା ନେଇ ଚିନ୍ତାବ୍ୟକ୍ତ କରିଛନ୍ତି।

ଅନ୍ତର୍ଜାତୀୟ ଚୁକ୍ତି ଓ ପ୍ରତିବଦ୍ଧତାକୁ ସମ୍ମାନ ଦେଇ କୂଟନୀତିଜ୍ଞ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ପାକିସ୍ତାନ ସରକାରଙ୍କୁ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଆଫଗାନିସ୍ତାନ ଆହ୍ବାନ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇଡେନ୍‌ଙ୍କ ଆୟଠାରୁ ଅଧିକ ଆୟକର ପୈଠ କରୁଛନ୍ତି କମଲା ହାରିସ୍‌…

ଓ୍ବାଶିଂଟନ,୧୮।୫: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଉପରାଷ୍ଟ୍ରପତି କମଲା ହାରିସ୍‌ ସେମାନଙ୍କର ଆୟକର ସମ୍ପର୍କିତ ରିପୋର୍ଟ ସାର୍ବଜନୀକ କରିଛନ୍ତି। ଏଥିରୁ ଜଣାପଡ଼ିଛି ଯେ, ବାଇଡେନ୍‌...

ପାକ୍‌ ପ୍ରଧାନମନ୍ତ୍ରୀଙ୍କ ପୁଅ ଅପରାଧୀ ଘୋଷିତ

ଇସ୍‌ଲାମାବାଦ,୧୬ା୭: ପାକିସ୍ତାନର ଏକ କୋର୍ଟ ଶୁକ୍ରବାର ମନି ଲଣ୍ଡରିଂ ମାମଲାର ଶୁଣାଣି କରି ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫଙ୍କ ସାନପୁଅ ସୁଲେମାନ ଶେହବାଜଙ୍କୁ ଅପରାଧୀ ଘୋଷଣା କରିଛନ୍ତି।...

ସୁମେରୁରେ ତରଳୁଛି ହିମବାହ

ସୋଚି(ରୁଷିଆ),୨୩।୧୧: ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ସୁମେରୁରେ ବୃହତ୍‌ ହିମବାହ ତରଳିବାରେ ଲାଗିଛି। ଫଳରେ ନୂଆ ଶିପିଂ ରୁଟ୍‌ ଖୋଲିବ। ଭାରତ ମହାସାଗର ଉପରେ...

ଗିରଫ ହେଲେ ମରିୟମ

ଇସଲାମାବାଦ,୮।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ଝିଅ ମରିୟମ ନଓ୍ବାଜଙ୍କୁ ଗୁରୁବାର ଗିରଫ କରାଯାଇଥିବା କହିଛି ପାକିସ୍ତାନ ଗଣମାଧ୍ୟମ। ନ୍ୟାଶନାଲ ଆକାଉଣ୍ଟବିଲିଟି ବ୍ୟୁରୋ(ଏନ୍‌ଏବି) ତାଙ୍କୁ...

ମାନବାଧିକାର ଉଲ୍ଲଂଘନ କରୁଛି ୟୁକ୍ରେନ୍‌: ପୁଟିନ୍‌

ମସ୍କୋ,୧୯।୨: ୟୁକ୍ରେନ୍‌ର ପୂର୍ବାଞ୍ଚଳରେ ସ୍ଥିତି ଅତି ଖରାପ ଆଡ଼କୁ ଗତି କରୁଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଶୁକ୍ରବାର ଅଭିଯୋଗ ଆଣିଛନ୍ତି। କ୍ରେମଲିନ୍‌ରେ ଏକ ଖବରଦାତା...

ଜି-୭ ହେଲେ ଏକଜୁଟ, ରୁଷିଆରୁ ତେଲ ଆମଦାନୀ ବନ୍ଦ ନିଷ୍ପତ୍ତି…

ଲଣ୍ଡନ, ୯।୫ : ୟୁକ୍ରେନ ବିରୁଦ୍ଧରେ ରୁଷିଆର ଆକ୍ରମଣ ଜାରି ରହିଛି। ଅପରପକ୍ଷରେ, ଆମେରିକା, ଜର୍ମାନୀ ସମେତ ଅନେକ ଦେଶ ରୁଷିଆ ଯୁଦ୍ଧ ଶେଷ ନକରିବାରୁ...

ମାସୁଦ୍‌ ଆଝାର ରୋଗଗ୍ରସ୍ତ: ଅସଗରଙ୍କ ନିର୍ଦ୍ଦେଶରେ ସଂଗଠନ ହେଉଛି ପରିଚାଳିତ

ଇସଲାମାବାଦ୍‌,୧୦।୯: ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ମୁଖ୍ୟ ମାସୁଦ୍‌ ଆଝାର ଦୀର୍ଘଦିନ ଧରି ରୋଗଗସ୍ତ ଅଛନ୍ତି। ସେଥିପାଇଁ ହୁଏତ ପାକିସ୍ତାନ ସରକାର ତାଙ୍କୁ ମୁକ୍ତ କରିଥିବା କୁହାଯାଉଛି।...

ଭୂକମ୍ପରେ ଥରିଲା ଚାଇନା

ବେଜିଂ,୨।୧: ଚାଇନାର ୟୁନାନ୍‌ ପ୍ରଦେଶର ନିଙ୍ଗଲାଙ୍ଗ କାଉଣ୍ଟିରେ ୫.୫ ତୀବ୍ରତାର ଭୂକମ୍ପ ରବିବାର ଅପରାହ୍ନରେ ଅନୁଭୂତ ହୋଇଛି। ଏଥିରେ ୨୨ ଜଣ ଆହତ ହୋଇଥିବା ବେଳେ...

Advertisement
Archives

Model This Week