ମାଡ଼ି ଆସୁଛି ବିପଦ, ପୃଥିବୀ ମୁହାଁ ଜଳନ୍ତା ଗ୍ରହାଣୁପିଣ୍ଡ …

ଓ୍ବାଶିଂଟନ,୧୯।୭: ପୃଥିବୀ ଉପରେ ନୂଆ ବିପଦ ମାଡ଼ିଆସୁଛି। ଜଳନ୍ତା ଗ୍ରହାଣୁପିଣ୍ଡ ୨୦୦୮-ଜିଓ-୨୦ ସେକେଣ୍ଡ ପ୍ରତି ୮ କିଲୋମିଟର ବେଗରେ ପୃଥିବୀ ମୁହାଁ ହୋଇଛି। ଜୁଲାଇ ୨୫ରେ ଭାରତୀୟ ସମୟ ରାତ୍ର ୨ଟାରେ ଏହା ପୃଥିବୀର କକ୍ଷପଥ ନିକଟରେ ଅତିକ୍ରମ କରିବ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି। ଏହାର ଲମ୍ବ ୨୨୦ ମିଟର ରହିଛି। ଏହି ଗ୍ରହାଣୁପିଣ୍ଡର ଆକାର ଲଣ୍ଡନରେ ଥିବା ବିଗ୍‌ବେନ୍‌ ଘଣ୍ଟାର ଆକାରଠାରୁ ୨ ଗୁଣା ବଡ଼। ପୃଥିବୀର ଗୁରୁତ୍ୱ ଆକର୍ଷଣ ଦ୍ୱାରା ବାୟୁମଣ୍ଡଳରେ ଏହା ପ୍ରବେଶ କରିବାର ଆଶଙ୍କା ଖୁବ୍‌ କମ୍‌ ଥିଲେ ମଧ୍ୟ ନାସା ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ପୃଥିବୀଠାରୁ ୪୬.୫ ଲକ୍ଷ ମାଇଲ୍‌ରୁ କମ୍‌ ଦୂରତାରେ ଗତି କରୁଥିବା ଗ୍ରହାଣୁପିଣ୍ଡକୁ ମହାକାଶ ଗବେଷଣା କେନ୍ଦ୍ର ପକ୍ଷରୁ ବିପଦ ଜନକ ବୋଲି କୁହାଯାଇଥାଏ। ଏଭଳି ୨ ହଜାର ବିପଦଜନକ ଗ୍ରହାଣୁପିଣ୍ଡ ଉପରେ ନାସା ପକ୍ଷରୁ ଲଗାତାର ତୀକ୍ଷ୍‌ଣ ଦୃଷ୍ଟି ରଖାଯାଉଛି। ନାସାର ସେଣ୍ଟ୍ରେ ସିଷ୍ଟମ ଏଭଳି ଗ୍ରହାଣୁପିଣ୍ଡ ଉପରେ ଗବେଷଣା ଜାରି ରହିଛି। ଆସନ୍ତା ୧୦୦ ବର୍ଷ ମଧ୍ୟରେ ଏଭଳି ୨୨ଟି ଗ୍ରହାଣୁପିଣ୍ଡ ପୃଥିବୀର କକ୍ଷପଥ ନିକଟରେ ଗତି କରିବେ ବୋଲି ନାସାର ସେଣ୍ଟ୍ରେ ସିଷ୍ଟମ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୂଳ ଭାରତୀୟ ଦମ୍ପତି ତିଆରି କଲେ ଶସ୍ତା ଭେଣ୍ଟିଲେଟର: ଦାମ ସାଢ଼େ ୭ ହଜାର

ଓ୍ବାଶିଂଟନ,୨୬।୫: ପୃଥିବୀରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। କରୋନା ସଂକ୍ରମିତଙ୍କ ଚିକିତ୍ସା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପାଲଟି ଥିବା ଭେଣ୍ଟିଲେଟର ମୁଖ୍ୟ ସମସ୍ୟା ଭାବେ ଉଭା...

ସେନା ଶିବିର ନିକଟରେ କାର ବୋମା ବିସ୍ଫୋରଣ: ୧୦ ମୃତ…

ବମାକୋ,୨୩।୪ : କେନ୍ଦ୍ରୀୟ ମାଲିର ଏକ ସାମରିକ ବେସ ନିକଟରେ ହୋଇଥିବା ଆକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି।...

ଆଇଇଡି ବିସ୍ଫୋରଣ: ଗଣମାଧ୍ୟମ ପ୍ରତିନିଧି ମୃତ

କାବୁଲ,୭।୧୧: ଆଫଗାନିସ୍ତାନର କାବୁଲରେ ଶନିବାର ସକାଳ ୭ଟା ୩୦ରେ ଏକ ଆଇଇଡି ବିସ୍ଫୋରଣରେ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଅନ୍ୟ ୨...

ଯମୁନା ଏକ୍ସପ୍ରେସ୍‌ଓ୍ବେରେ ଜରୁରୀ ଅବତରଣ କଲା ବିମାନ…

ଲକ୍ଷ୍ନୌ,୨୭।୫: ଉତ୍ତରପ୍ରଦେଶରେ ଯମୁନା ଏକ୍ସପ୍ରେସ୍‌ଓ୍ବେରେ ଏକ ବିମାନର ଜରୁରୀ କାଳୀନ ଅବତରଣ କରାଯାଇଛି। ଦୁଇ ସିଟ୍‌ ବିଶିଷ୍ଟ ଏହି ବିମାନର ଦୁଇ ପାଇଲଟ ସୁରକ୍ଷିତ ରହିଛନ୍ତି।...

ଅଣ୍ଡର ଓ୍ବାଟର ମ୍ୟୁଜିକ୍‌ ଫେଷ୍ଟିଭାଲ

ସଙ୍ଗୀତ ପ୍ରେମୀଙ୍କ ଲାଗି ପ୍ରତିବର୍ଷ ଫ୍ଲୋରିଡାରେ ଏକ ନିଆରା ମ୍ୟୁଜିକ ଫେଷ୍ଟିଭାଲ ଆୟୋଜନ କରାଯାଏ, ଯାହା ସମୁଦ୍ର ଗର୍ଭରେ ଅନୁଷ୍ଠିତ ହୋଇଥାଏ। ଏହି ମ୍ୟୁଜିକ୍‌ ଫେଷ୍ଟିଭାଲର...

ପ୍ଲାଷ୍ଟିକର ପଞ୍ଝାରେ ପାଣି, ପବନ ଓ ପ୍ରାଣୀ

ସିଙ୍ଗଲ ୟୁଜଡ୍‌ ପ୍ଲାଷ୍ଟିକର ସଙ୍କଟ ଘନେଇ ଆସୁଛି। ତା’ ପୂର୍ବରୁ ସାରା ବିଶ୍ୱ ସଚେତନ ହେବାରେ ଲାଗିଛି। ହେଲେ ଯେଉଁ ହାରରେ ଏହାର ବ୍ୟବହାର ପୂର୍ବରୁ...

ଦୀପାବଳିର ଶୁଭେଚ୍ଛା ଜଣାଇଲେ ପାକିସ୍ତାନ ମନ୍ତ୍ରୀ

ଇସଲାମାବାଦ,୪ ।୧୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସମେତ ଅନ୍ୟ କେତେଜଣ ମନ୍ତ୍ରୀ ପାକିସ୍ତାନରେ ଥିବା ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କୁ ଦୀପାବଳିର ଅଭିନନ୍ଦନ ଜଣାଇଛନ୍ତି ।...

୧୫୭ ଥର ଡ୍ରାଇଭିଂ ଟେଷ୍ଟରେ ଫେଲ୍‌ ହେଲେ ବ୍ୟକ୍ତି, ଆଉ ତା’ ପରେ …

ଡ୍ରାଇଭିଂ ଟେଷ୍ଟରେ ଜଣେ ବ୍ୟକ୍ତି ଥରେ, ଦୁଇ ଥର କିମ୍ବା ଅତି ବେଶିରେ ଦଶ ଥର ଫେଲ୍‌ ହୋଇଥାନ୍ତି। ମାତ୍ର ଇଂଲଣ୍ଡରେ ରହୁଥିବା ଜଣେ ବ୍ୟକ୍ତି...

Advertisement
Archives

Model This Week