ଜେମ୍ସ ବଣ୍ଡର ନିର୍ଦ୍ଦେଶକଙ୍କ ପରଲୋକ
ଲଣ୍ଡନ,୧୧ ।୧: ଜଣାଶୁଣା ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ଓ ଅଭିନେତା ମାଇକେଲ ଏପ୍ଟେଡଙ୍କ ୭୯ ବର୍ଷ ବୟସରେ ପରଲୋକ ହୋଇଛି । ଡାଇରେକ୍ଟର୍ସ ଗିଲ୍ଡ ଅଫ୍ ଆମେରିକା ଅନୁଯାୟୀ, ଜାନୁୟାରୀ ୭ରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ସମ୍ପର୍କିତ ସମସ୍ତ…
ଟ୍ରମ୍ପ୍ଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ଆଜି
ଓ୍ବାଶିଂଟନ, ୧୧।୧(ଆଇଏଏନ୍ଏସ୍): ଆମେରିକାର କ୍ୟାପିଟୋଲ୍ ବିଲ୍ଡିଂରେ ୬ ତାରିଖରେ ଘଟିଥିବା ହିଂସା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଦାୟୀ କରି ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସର ୩ ଜଣ ଡେମୋକ୍ରାଟ ସଦସ୍ୟ ସୋମବାର ତାଙ୍କ ବିରୋଧରେ ମହାଭିଯୋଗ ଆର୍ଟିକିଲ୍ ଆଗତ କରିବାକୁ ଯାଉଛନ୍ତି।…
ଆମେରିକାରେ ଗୁଳି: ୪ ମୃତ
ସିକାଗୋ, ୧୧।୧(ଆଇଏଏନ୍ଏସ୍): ଆମେରିକାର ଇଲିନୋଇସ୍ ରାଜ୍ୟରେ ଗୁଳିକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସ ଗୁଳିରେ ସନ୍ଦିଗ୍ଧ ଆକ୍ରମଣକାରୀ ନିହତ ହୋଇଛନ୍ତି। ଶନିବାର ଅପରାହ୍ନରେ ସିକାଗୋର ଏକ ଔଷଧ କମ୍ପାନୀ…
ବର୍ଷେ ପରେ ବି ଫିଟିନି ରହସ୍ୟ
ଉହାନ,୧୧ା୧: ଚାଇନାରେ ପ୍ରଥମ କରୋନା ମୃତ୍ୟୁର ବର୍ଷେ ପରେ ମଧ୍ୟ ଏହି ଘାତକ ଭୂତାଣୁ ବୈଜ୍ଞାନିକମାନଙ୍କ ପାଇଁ ଏକ ରହସ୍ୟ ହୋଇ ରହିଛି। ଉହାନ ସହରକୁ କୋଭିଡ୍-୧୯ ଭାଇରସ୍ର ଉତ୍ପତ୍ତିସ୍ଥଳ ବୋଲି କୁହାଯାଉଥିଲେ ହେଁ ପ୍ରକୃତରେ ଏହା କେଉଁଠୁ ବାହାରିଛି ସେନେଇ…
ଦୁର୍ଘଟଣାଗ୍ରସ୍ତ ବିମାନର ମିଳିଲା ବ୍ଲାକ ବକ୍ସ
ଜାକର୍ତ୍ତା,୧୦।୧- ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଇଣ୍ଡୋନେସିଆ ବିମାନର ବ୍ଲାକବକ୍ସ ରବିବାର ଠାବ ହୋଇଛି। ଦୁର୍ଘଟଣାଗ୍ରସ୍ତ ବିମାନରୁ ଦୁଇଟି ବ୍ଲାକ୍ ବକ୍ସର ସ୍ଥାନ ମିଳିସାରିଥିବା ଅଧିକାରୀମାନେ କହିଛନ୍ତି। ବ୍ଲାକ ବକ୍ସରେ ରେକର୍ଡ ହୋଇଥିବା ବିମାନର କକ୍ପିଟ୍ ଭିତରେ ପାଇଲଟ୍ଙ୍କ ମଧ୍ୟରେ ହୋଇଥିବା ଆଲୋଚନା…
କରୋନା ଟିକାର ଦ୍ୱିତୀୟ ମାତ୍ରା ନେଲେ ପ୍ରଧାନମନ୍ତ୍ରୀ
ଜେରୁଜେଲମ୍,୧୦।୧: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କରୋନା ଟିକାର ଦ୍ୱିତୀୟ ମାତ୍ରା ନେଇଛନ୍ତି। ଏହା ମଧ୍ୟ ଜାତୀୟ ଟେଲିଭିଜନରେ ସିଧା ପ୍ରସାରଣ କରାଯାଇଥିଲା। ଏହା ବ୍ୟତୀତ ଇସ୍ରାଏଲର ସ୍ବାସ୍ଥ୍ୟମନ୍ତ୍ରୀ ୟୁଲି ଏଡେଲଷ୍ଟାଇନ ମଧ୍ୟ ଟିକାର ଦ୍ୱିତୀୟ ମାତ୍ରା ନେଇଥିଲେ। ଦ୍ୱିତୀୟ ଟିକାକରଣ…
ପାକିସ୍ତାନ ଅନ୍ଧାର, ଭାରତକୁ ଦୋଷ ଦେଲେ ମନ୍ତ୍ରୀ
ଇସଲାମାବାଦ,୧୦।୧: ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିର୍ବାଚନରେ ଏକ ‘ନୂତନ ପାକିସ୍ତାନ’ ଗଢିବାକୁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲେ। କିନ୍ତୁ ଏବେ ଦେଶ ଆର୍ଥିକ ଦେବାଳିଆ ହେବା ସହ ଶନିବାର ବିଳମ୍ବିତ ରାତିରେ ହଠାତ୍ ସମଗ୍ର ଦେଶ ଅନ୍ଧାରରେ ବୁଡି ଯାଇଥିବା ଦେଖିବାକୁ…
ଶୀଘ୍ର କରୋନା ଟିକା ପାଇବାକୁ ଇସ୍ରାଏଲ ଦେଲା ଦୁଇଗୁଣା ଅର୍ଥ
ଲଣ୍ଡନ,୧୦ ।୧: କରୋନା ମହାମାରୀଠାରୁ ରକ୍ଷା ପାଇବାକୁ ଏବେ ସମସ୍ତଙ୍କ ନଜର ଭ୍ୟାକ୍ସିନ ଉପରେ । ଜଣାପଡିଛି କି କରୋନା ଟିକାକରଣ ମାମଲାରେୀ ଏବେ ଇସାଏଲ ସାରା ବିଶ୍ୱରେ ସବୁଠାରୁ ଆଗରେ ରହିଛି । ଇସ୍ରାଏଲ ୨୦ ଦିନରେ ନିଜ ଜନସଂଖ୍ୟାର…
ଚାଇନାକୁ ଘେରିଲେ ଆମେରିକା-ବ୍ରିଟେନ୍-ଅଷ୍ଟ୍ରେଲିଆ-କାନାଡ଼ା
ଓ୍ବାଶିଂଟନ,୧୦।୧: ହଂକଂରେ ଜାତୀୟ ସୁରକ୍ଷା ଆଇନ ଅନ୍ତର୍ଗତ ୫୫ ଜଣ ନେତା ଏବଂ ସାମାଜିକକର୍ମୀଙ୍କୁ ଚାଇନା ଗିରଫ କରିଛି। ଏହାକୁ ନେଇ ଆମେରିକା, ବ୍ରିଟେନ୍, ଅଷ୍ଟ୍ରେଲିଆ ଏବଂ କାନାଡ଼ା ଚାଇନାକୁ ଘେରିବା ଆରମ୍ଭ କରିଛନ୍ତି। ଚାଇନାର ଏଭଳି ପଦକ୍ଷେପକୁ କଡ଼ାସ୍ବରରେ ନିନ୍ଦା…
ସାରା ରାତି ଅନ୍ଧାରରେ ପାକିସ୍ତାନ
ଇସଲାମାବାଦ୍,୧୦।୧: ପାକିସ୍ତାନ ଶନିବାର ରାତି ସାରା ଅନ୍ଧାରରେ ରହିଛି। ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହେବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଫଳରେ ରାଜଧାନୀ ଇସଲାମାବାଦଠାରୁ ଆରମ୍ଭ କରି ଲାହୋର, ପେଶଓ୍ବର, ରାଓ୍ବଲପିଣ୍ଡି ଏବଂ କରାଚି ଆଦି ଦେଶର ସମସ୍ତ ସହର ବାସିନ୍ଦା…
ପରମାଣୁରେ ପ୍ରତିଶୋଧ ଆଶଙ୍କା
ଓ୍ବାଶିଂଟନ୍, ୧୦ା୧: ସତ୍ତା ଲୋଭରେ ସୀମା ଟପିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଆମେରିକା ଇତିହାସରେ କଳଙ୍କିତ ଅଧ୍ୟାୟ ସୃଷ୍ଟିର ଖଳନାୟକ ଆଖ୍ୟା ପାଇସାରିବା ପରେ ବି ବଦଳୁନି ତାଙ୍କ ମାନସିକତା। ଜନମତ ସ୍ବୀକାର କରି ନ ପାରି ଜଣେ ରାଷ୍ଟ୍ରପତିଙ୍କ ହିଂସା ସୃଷ୍ଟି…
ହ୍ବାଇଟ୍ ହାଉସ୍ରେ ସାବ୍ରିନା ସିଂ
ଓ୍ବାଶିଂଟନ୍, ୧୦ା୧: ଆମେରିକାର ନବ ନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସ୍ଙ୍କ ଡେପୁଟି ପ୍ରେସ୍ ସେକ୍ରେଟାରୀ ଭାବେ ମନୋନୀତ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ସାବ୍ରିନା ସିଂ। ହାରିସ୍ ଓ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ କ୍ୟାମ୍ପେନିଂରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ରହିଥିଲା। ସେ…
Archives


