କାନ୍ଧାହାର ବିମାନ ବନ୍ଦର ଉପରେ ରକେଟ ମାଡ଼…

କାବୁଲ,୧।୮: ଆଫଗାନିସ୍ତାନରେ ସରକାରୀ ସୈନ୍ୟ ବାହିନୀ ଏବଂ ତାଲିବାନ ଆତଙ୍କବାଦୀ ସଂଗଠନ ମଧ୍ୟରେ ଭୀଷଣ ଲଢ଼େଇ ଜାରି ରହିଛି। କାନ୍ଧାହାର ବିମାନବନ୍ଦର ଉପରେ ରକେଟ ମାଡ଼ କରାଯାଇଥିବା ସ୍ଥାନୀୟ ନ୍ୟୁଜ୍‌ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି। ବିମାନ ବନ୍ଦର ଉପରେ ୩ଟି ରକେଟ ମାଡ଼ କରାଯାଇଛି। ଆକ୍ରମଣ ପରେ ସୁରକ୍ଷା ଦୃଷ୍ଟିରୁ ସମସ୍ତ ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ହଟିବା ପରେ ଦେଶରେ ପୂର୍ବ ଭଳି ପୁଣି ଗୃହ ଯୁଦ୍ଧ ଆରମ୍ଭ ହୋଇଛି। ଦକ୍ଷିଣ ଆଫଗାନିସ୍ତାନର ବିମାନବନ୍ଦରର ମୁଖ୍ୟ ମାସୁଦ ପସ୍ତୁନ କହିଛନ୍ତ ିକାନ୍ଦାହାର ବିମାନବନ୍ଦରରେ ରକେଟରେ ଜୋରଦାର୍‌ ଆକ୍ରମଣ ହୋଇଛି। କାନ୍ଧାହାର ବର୍ତ୍ତମାନ ସୁଦ୍ଧା ସରକାରଙ୍କ ନିୟନ୍ତ୍ରଣରେ ରହିଛି। ତେଣୁ ତାଲିବାନ କାନ୍ଧାହାର ଉପରେ କବ୍‌ଜା କରିବାକୁ ଉଦ୍ୟମ ଜାରି ରଖିଛି। ସରକାର କାନ୍ଧାହାରରେ ଏକ ଶରଣାର୍ଥୀ ଶିବିର ସ୍ଥାପନ କରିଛନ୍ତି। ସେଠାରେ ୧୧ ହଜାରରୁ ଅଧିକ ପରିବାର ବାସ କରୁଥିବା କାନ୍ଧାହାର ସାଂସଦ ସୟଦ ଅହମ୍ମଦ ସୈଲାବ ସୂଚନା ଦେଇଛନ୍ତି। ଜୀବନ ଭୟରେ ଶହ ଶହ ଗାଁର ହଜାର ହଜାର ଲୋକ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହୋଇଛନ୍ତି। ତାଲିବାନ ଇତିମଧ୍ୟରେ ଦେଶର ୮୫ ପ୍ରତିଶତ ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେଇଥିବା କୁହାଯାଉଛି। କାନ୍ଧାହାର ସହର ବାହାରେ ଥିବା ଚେକ୍‌ ପୋଷ୍ଟଗୁଡ଼ିକୁ ତାଲିବାନ ନିଜ ନିୟନ୍ତ୍ରଣରେ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଆମେରିକା ଆଇନ ସଂସ୍ଥା

ଲଣ୍ଡନ,୨୨।୨:ଉତ୍ତରପ୍ରଦେଶ ପୋଲିସ ୨୦୧୭ରୁ ୨୦୨୧ ମଧ୍ୟରେ ବେଆଇନ ଭାବେ ଏନ୍‌କାଉଣ୍ଟରରେ କେତେଜଣ ଅପରାଧୀଙ୍କୁ ହତ୍ୟା କରିଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭୂମିକା ରହିଥିବାରୁ ତାଙ୍କ...

ମହିଳାଙ୍କ ପାଟିରୁ ବାହାରିଲା ୪ ଫୁଟର ସାପ

ମସ୍କୋ, ୧।୯: ପାଟିରୁ ସାପ ବାହାରିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ରୁଷ୍‌ରେ ମହିଳାଙ୍କ ପାଟିରୁ ଡାକ୍ତର ୪ ଫୁଟ ଲମ୍ବର ସାପ...

ତାଲିବାନ୍‌ ଖୋଜୁଛି ରତ୍ନ ଭଣ୍ଡାର…

କାବୁଲ,୧୮।୯: ଆଫାଗାନିସ୍ତାନରେ କ୍ଷମତା ଦଖଲ ପରେ ଏବେ ତାଲିବାନ ପ୍ରଥମ ଶତାବ୍ଦୀର କୁଶାଣ ସାମ୍ରାଜ୍ୟର ବିରାଟ ରତ୍ନ ଭଣ୍ଡାର ଖୋଜିବା ଆରମ୍ଭ କରିଛି। ୪ ୦...

ଟୁଇଟ୍‌ ବିକିବେ ଟୁଇଟର ସିଇଓ

ନୂଆଦିଲ୍ଲୀ, ୭ା୩: ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟୁଇଟର ସିଇଓ ଜ୍ୟାକ୍‌ ଡୋର୍‌ସି ତାଙ୍କ ପ୍ରଥମ ଟୁଇଟ୍‌ ନିଲାମ କରିବାକୁ ଶନିବାର ଘୋଷଣା କରିଛନ୍ତି। ୬ ମାର୍ଚ୍ଚ...

ୟେମେନ୍‌ ଗୃହଯୁଦ୍ଧ: ୫ ହଜାରରୁ ଅଧିକ ଶିଶୁଙ୍କ ଜୀବନ ନେଇଛି; ୫ ଲକ୍ଷ ଛାଡ଼ିଛନ୍ତି ସ୍କୁଲ

ସାନା,୨୪।୧୦: ୟେମେନ୍‌ରେ ଜାରି ରହିଥିବା ଗୃହଯୁଦ୍ଧ ଯୋଗୁ ଇତିମଧ୍ୟରେ ୫ ହଜାରରୁ ଅଧିକ ଶିଶୁଙ୍କ ଜୀବନ ଯାଇଛି। ସେହିପରି ୫ ଲକ୍ଷରୁ ଅଧିକ ଶିଶୁ ସ୍କୁଲ...

ଏକଦା କାନ୍ଥରେ ଚିତ୍ର କରି ଶୁଣୁଥିଲେ ଗାଳି: ଏବେ ଗୁଗଲ ଦେଲା ପୁରସ୍କାର

ଓ୍ବାଶିଂଟନ୍‌,୧୫।୬: ଡୁଡଲ ଫର୍‌ ଗୁଗଲ-୨୦୨୧ ପ୍ରତିଯୋଗୀତାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଆମେରିକାର ଗୁଗଲର ହୋମପେଜ୍‌ରେ ଏହି ଡୁଡଲ ପ୍ରଦର୍ଶିତ ହେବ। ଏନେଇ ଗୁଗଲର ସିଇଓ...

ଲିନା ଏଫ୍‌ଟିସି ମୁଖ୍ୟ

ଫେସ୍‌ବୁକ୍‌, ଗୁଗଲ, ଆମାଜନ, ଆପଲ୍‌ ଭଳି ଟେକ୍‌ କମ୍ପାନୀଗୁଡ଼ିକର ପ୍ରମୁଖ ସମାଲୋଚିକା ତଥା ପାକିସ୍ତାନ ବଂଶୋଦ୍ଭବ ଲିନା ଖାନ୍‌(୩୨)ଙ୍କୁ ଆମେରିକା ଫେଡେରାଲ ଟ୍ରେଡ୍‌ କମିଶନ(ଏଫ୍‌ଟିସି)ର ମୁଖ୍ୟ...

ଧନୀ ଦେଶଙ୍କ ଡମ୍ପି ଗ୍ରାଉଣ୍ଡ୍‌ ହେବନି ମାଲେସିଆ: ୩ ହଜାର ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ଆମେରିକା ସମେତ ଅନ୍ୟ ଦେଶକୁ ପଠାଯିବ

କୁଆଲାମ୍ପୁର,୨୯।୫: ମାଲେସିଆର ବିଭିନ୍ନ ବନ୍ଦରରେ ୩ ହଜାର ଟନ୍‌ରୁ ଅଧିକ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ଜମା ହୋଇ ରହିଛି। ଏସବୁ ୬୦ଟି କଣ୍ଟେନରରେ ଏଠାକୁ ଆସିଥିବା ମାଲେସିଆ...

Advertisement
Archives

Model This Week