ସ୍ପାଏଓ୍ବେର ବ୍ଲକ୍‌ କଲା ଏନ୍‌ଏସ୍‌ଓ

ଓ୍ବାଶିଂଟନ, ୧।୮(ପି.ଟି.): ପେଗାସସ୍‌ ଗୁପ୍ତଚରଗିରି ବିବାଦକୁ ନେଇ ଭାରତ ସମେତ ବିଭିନ୍ନ ଦେଶରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ବିବାଦର କେନ୍ଦ୍ରବିନ୍ଦୁ ପାଲଟିଥିବା ଇସ୍ରାଏଲ୍‌ ସାଇବର ସିକ୍ୟୁରିଟି କମ୍ପାନୀ ଏନ୍‌ଏସ୍‌ଓ ଗ୍ରୁପ୍‌ ବିଭିନ୍ନ ସରକାରଙ୍କୁ ଯୋଗାଇଥିବା ଏହି ସ୍ପାଏଓ୍ବେରକୁ ସାମୟିକ ଭାବେ ବନ୍ଦ କରିଦେଇଛି। ଏହି ଟେକ୍‌ନୋଲୋଜିକୁ ବିଭିନ୍ନ ସରକାର ନିର୍ଦ୍ଦିଷ୍ଟ ରାଜନେତା, ଖବରଦାତା ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ବିରୋଧରେ ଗୁପ୍ତଚରଗିରି କାର୍ଯ୍ୟରେ ଅପବ୍ୟବହାର କରୁଥିବା ଜଣାପଡ଼ିବା ପରେ ନିଜ ଦେଶରେ ତଦନ୍ତର ସମ୍ମୁଖୀନ ହୋଇଥିବାରୁ ଏନ୍‌ଏସ୍‌ଓ ଗ୍ରୁପ୍‌ ଏଭଳି ନିଷ୍ପତ୍ତି ନେଇଛି। ଭାରତ ସମେତ ବିଭିନ୍ନ ଦେଶରେ ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କୁ ପେଗାସସ୍‌ ସଫ୍ଟଓ୍ବେର ଜରିଆରେ ଟାର୍ଗେଟ କରାଯାଉଥିବାରୁ ଏହା ଗୋପନୀୟତା ଅଧିକାର କ୍ଷୁଣ୍ଣ କରୁଥିବା ନେଇ ବିଶ୍ୱବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି।
ପେଗାସସ୍‌ ଗୁପ୍ତଚରଗିରି ଦୁର୍ନୀତି ମାମଲାରେ ଇସ୍ରାଏଲ୍‌ କର୍ତ୍ତୃପକ୍ଷ ଏନ୍‌ଏସ୍‌ଓ ଗ୍ରୁପ୍‌ ବିରୋଧରେ ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତକାରୀ ଅଧିକାରୀମାନେ ଉକ୍ତ ସାଇବର ସିକ୍ୟୁରିଟି କମ୍ପାନୀର କାର୍ଯ୍ୟାଳୟକୁ ଯାଇ ତଦାରଖ କରିଛନ୍ତି। ଏନ୍‌ଏସ୍‌ଓ ଗ୍ରୁପ୍‌ର ସ୍ପାଏଓ୍ବେର ପେଗାସସ୍‌କୁ ବିଭିନ୍ନ ସରକାର ଗୁପ୍ତଚରଗିରି ପାଇଁ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି।
ସ୍ପାଏଓ୍ବେରର ଅପବ୍ୟବହାର ନେଇ ରିପୋର୍ଟ ପାଇବା ପରେ ଇସ୍ରାଏଲ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ୍ସପୋର୍ଟ କଣ୍ଟ୍ରୋଲ ବିଭାଗ ଏବଂ ଜାତୀୟ ସୁରକ୍ଷା ପରିଷଦ ଏନ୍‌ଏସ୍‌ଓ କାର୍ଯ୍ୟାଳୟ ପରିଦର୍ଶନ ତଦନ୍ତ ଆରମ୍ଭ କରିଛନ୍ତି। କମ୍ପାନୀକୁ ମନ୍ତ୍ରଣାଳୟର ଏକ୍ସପୋର୍ଟ କଣ୍ଟ୍ରୋଲ ବିଭାଗ ଦେଇଥିବା ଅନୁମତି ଓ କ୍ଷମତା ଅନୁଯାୟୀ ଏହା କାର୍ଯ୍ୟ କରୁଛି କି ନାହିଁ ତାହା ଯାଞ୍ଚ କରାଯାଉଛି। ଏନ୍‌ଏସ୍‌ଓଠାରୁ ଏହି ସଫ୍ଟଓ୍ବେର କିଣିଥିବା କେତେକ କ୍ଲାଏଣ୍ଟଙ୍କୁ ମଧ୍ୟ ତଦନ୍ତରେ ସାମିଲ କରାଯାଇଛି। ସେଥିପାଇଁ ଉକ୍ତ ସଫ୍ଟଓ୍ବେର୍‌କୁ ସାମୟିକ ଭାବେ ବ୍ଲକ୍‌ କରାଯାଇଥିବା ଉକ୍ତ କମ୍ପାନୀ ସୂତ୍ରରୁ ଜଣାପଡ଼ିଛି। ଏନ୍‌ଏସ୍‌ଓ ଏହାର ନିଜସ୍ବ ତଦନ୍ତରେ ସମ୍ଭାବ୍ୟ ଟାର୍ଗେଟରେ ଥିବା କେତେଜଣଙ୍କ ଟେଲିଫୋନ୍‌ ନମ୍ବରକୁ ଯାଞ୍ଚ କରୁଛି। ତେବେ ପେଗାସସ୍‌ ସହ ସେମାନଙ୍କର କୌଣସି ସମ୍ପର୍କ ନ ଥିବା ଜଣେ କର୍ମଚାରୀ କହିଛନ୍ତି।
ଦେଶକୁ ସ୍ପାଏଓ୍ବେର ଟେକ୍‌ନୋଲୋଜି ବିକ୍ରିକୁ ନିୟନ୍ତ୍ରଣ କରୁଥିବା ଇସ୍ରାଏଲ୍‌ ସରକାର ଚାପର ସମ୍ମୁଖୀନ ହୋଇଛନ୍ତି। ଫଳରେ ଏନ୍‌ଏସ୍‌ଓ ବିରୋଧରେ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ। ବୁଧବାର ତେଲ୍‌ ଆଭିଭ୍‌ ନିକଟରେ ଥିବା ହେର୍ଜଲିୟାସ୍ଥିତ ଏନ୍‌ଏସ୍‌ଓ କାର୍ଯ୍ୟାଳୟକୁ ଇସ୍ରାଏଲୀ ଅଧିକାରୀମାନେ ଯାଇ ଅନୁଧ୍ୟାନ କରିଥିଲେ। ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଥିବା ବ୍ୟକ୍ତିବିଶେଷଙ୍କ ନାଁ ସହିତ ପେଗାସସ୍‌ର ସମ୍ପର୍କ ନ ଥିବା କମ୍ପାନୀ ଜଣାଇଦେବାକୁ ଚାହେଁ ବୋଲି ଏନ୍‌ଏସ୍‌ଓର ଜଣେ କର୍ମଚାରୀ କହିଛନ୍ତି। ୪୦ ଦେଶରେ ଏନ୍‌ଏସ୍‌ଓର ୬୦ ଗ୍ରାହକ ଅଛନ୍ତି। ସେମାନେ ହେଲେ ଗୋଇନ୍ଦା ସଂସ୍ଥା, ଆଇନ ପ୍ରଣୟନକାରୀ ସଂସ୍ଥା ଓ ପ୍ରତିରକ୍ଷା ବିଭାଗ। ପୂର୍ବରୁ ଅପବ୍ୟବହାର ଅଭିଯୋଗରେ କମ୍ପାନୀ ୫ ସରକାରୀ ସଂସ୍ଥାର ସଫ୍ଟଓ୍ବେରକୁ ବ୍ଲକ୍‌ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?