ଅନ୍ତର୍ଜାତୀୟ

ୟୁକ୍ରେନ୍‌ର ପଡୋଶୀ ଦେଶ ପୋଲାଣ୍ଡରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି

ଓ୍ବାର୍ସ,୨୫।୩: ୩୧ ଦିନରେ ପହଞ୍ଚିଛି ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ। ପ୍ରତ୍ୟକ୍ଷରେ ନହେଲେ ହେଁ ପରୋକ୍ଷରେ ଯୁଦ୍ଧକୁ ନେଇ ୟୁକ୍ରେନକୁ ସବୁ ପ୍ରକାରର ଆର୍ଥିକ ଓ ସାମରିକ ସହାୟତା ଯୋଗାଇ ଦେଉଛି ଆମେରିକା। ଏସବୁ ମଧ୍ୟରେ ଶୁକ୍ରବାର ୟୁକ୍ରେନର…

ଅନାସ୍ଥା ପ୍ରସ୍ତାବ ପୂର୍ବରୁ ପାକ୍‌ ପାର୍ଲାମେଣ୍ଟ ମୁଲତବୀ

ଇସ୍‌ଲାମାବାଦ,୨୫।୩: ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ଲାଗି ବିରୋଧୀ ଦଳଗୁଡ଼ିକ କିଛିଦିନ ହେଲା ସଜବାଜ ହେବା ସହ ପାର୍ଲାମେଣ୍ଟ ସଚିବାଳୟକୁ ନୋଟିସ ଦେଇଥିଲେ। ଶୁକ୍ରବାର ଏଥିପାଇଁ ନ୍ୟାଶନାଲ ଆସେମ୍ବ୍ଲିର ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଡକାଯାଇଥିଲା। ତେବେ ଇମ୍ରାନଙ୍କ ବିରୋଧରେ…

୭ ମହଲାରୁ ଡେଇଁଲେ ପରିବାରର ୫ ସଦସ୍ୟ

ମୋନଟ୍ରେକ୍ସ,୨୫।୩: ସୁଇଜରଲ୍ୟାଣ୍ଡର ମୋନଟ୍ରେକ୍ସ ସହରରେ ରହୁଥିବା ଫ୍ରାନ୍ସର ଏକ ପରିବାରର ୫ଜଣ ସଦସ୍ୟ ସପ୍ତମ ମହଲା ବାଲକୋନିରୁ ଡେଇଁ ପଡିଛନ୍ତି। ଫଳରେ ସେମାନଙ୍କ ମଧ୍ୟରୁ ୪ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ନାବାଳକ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଗୁରୁବାର ଏହି…

ପବନ ମଝିରେ ଚାଇନା ବିମାନରେ ସୃଷ୍ଟି ହୋଇଥିଲା ଫାଟ !

ବେଜିଂ,୨୫।୩: ଚାଇନାରେ ଗତ ସୋମବାର ଘଟିଥିବା ବୋଇଂ ୭୩୭-୮୦୦ ଯାତ୍ରୀବାହି ବିମାନ ଦୁର୍ଘଟଣା ପଛର କାରଣ ଜାଣିବା ପାଇଁ ବିଶେଷଜ୍ଞମାନେ ତଦନ୍ତ ଚଲାଇଛନ୍ତି। ଏହା ମଧ୍ୟରେ ବିମାନର ଏକ ପାର୍ଟ ମିଳିଛି, ଯାହାକି ପାହାଡ଼ରେ ମାଡ଼ ହେବା ପୂର୍ବରୁ ଅଲଗା ହୋଇଯାଇଥିବା…

ଯେଉଁଦିନ କ୍ରିକେଟରେ ହୋଇଥିଲେ ଚାମ୍ପିଅନ, ଠିକ୍‌ ସେହିଦିନ ଆସିବ ଅନାସ୍ଥା ପ୍ରସ୍ତାବ

ଇସଲାମାବାଦ,୨୫ା୩: ପାକିସ୍ତାନ କ୍ରିକେଟ ଇତିହାସରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ ଥିଲା ୧୯୯୨ ମସିହା ମାର୍ଚ୍ଚ ୨୫ ତାରିଖ। ଠିକ୍‌ ୩୦ ବର୍ଷ ତଳେ ଏହିଦିନ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ପାକିସ୍ତାନ ବିଶ୍ୱକପ ଚାମ୍ପିଅନ ହୋଇଥିଲା। ଯଦିଓ ପାକିସ୍ତାନ ବିଜୟ ପଛରେ ଅନେକ…

ଆଜି ଇମ୍ରାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ, ବିରୋଧୀଙ୍କୁ କରିବେ ସାମ୍ନା

ଇସଲାମାବାଦ,୨୫ା୩: ବିରୋଧୀଙ୍କ ଦ୍ୱାରା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଶୁକ୍ରବାର ପାକିସ୍ତାନରେ ଏକ ସ୍ବତନ୍ତ୍ର ଅଧିବେଶନ ଡକାଯାଇଛି। ଏହି ପ୍ରସଙ୍ଗରେ ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏକ ରିପୋର୍ଟ ଅନୁଯାୟୀ, ଜାତୀୟ ବିଧାନସଭା ସଚିବାଳୟ…

ଆଉ ଏକ ବାଲେଷ୍ଟିକ ମିଶାଇଲର ପରୀକ୍ଷଣ କଲେ କିମ୍‌

ପୋଙ୍ଗୟାଙ୍ଗ,୨୫ ।୩: ସମାଚାର ଏଜେନ୍ସି ଏଏଫପି ଉତ୍ତର କୋରିଆର ସରକାରୀ ଗଣମାଧ୍ୟମର ସୂଚନାକୁ ଆଧାର କରି ଏକ ରିପୋର୍ଟ ଦେଇଛି ଯେ କିମ ଜୋନ ଉନ୍ ବ୍ୟକ୍ତିଗତ ଭାବେ ଦେଶର ‘ନୂଆ ପ୍ରକାର’ ଅନ୍ତରମହାଦୀପିୟ ବାଲେଷ୍ଟିକ ମିଶାଇଲର ପରୀକ୍ଷାର ନିରିକ୍ଷଣ କରିଛନ୍ତି…

ନିର୍ଦ୍ଦିଷ୍ଟ ତାରିଖରେ ଯୁଦ୍ଧ ଶେଷ କରିବାକୁ ଚାହୁଁଛି ରୁଷିଆ: ୟୁକ୍ରେନ୍‌

କ୍ୱିଭ୍‌,୨୫ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୩୦ ଦିନ ପୂରଣ ହୋଇଛି । ହେଲେ ଏପର୍ଯ୍ୟନ୍ତ ଦୁଇ ଦେଶଙ୍କ ମଧ୍ୟରେ ଯୁଦ୍ଧ ବିରତିକୁ ନେଇ କୌଣସି ସମାଧାନ ବାହାରି ପାରି ନାହିଁ । ରୁଷିଆ ପକ୍ଷରୁ ପ୍ରତିଦିନ ୟୁକ୍ରେନର ବଡ ବଡ ସହର…

ତୃତୀୟ ବିଶ୍ୱଯୁଦ୍ଧର ଚେତାବନୀ ଦେଲା ବେଲାରୁଷ

ମିନ୍ସକ,୨୫ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ଏକ ମାସ ପୂରଣ ହୋଇଛି । ଏହାରି ଭିତରେ ରୁଷିଆର ଆକ୍ରମଣ ଲଗାତାର ଜାରି ରହିଥିବା ବେଳେ ୟୁକ୍ରେନ ବି ଏହାର ସାମ୍ନା କରି ଚାଲିଛି । ଇତିମଧ୍ୟରେ ବେଲାରୁଷର ଜଣେ ପ୍ରମୁଖ ନେତା କହିଛନ୍ତି…

ଜି-୨୦ରୁ ରୁଷିଆକୁ ବିଦା କରିବାକୁ ଚାହୁଁଛନ୍ତି ବାଇଡେନ୍‌

ନ୍ୟୁୟର୍କ,୨୫।୩: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ନେଇ ଆମେରିକା ଲଗାତାର ରୁଷିଆ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ରୁଷିଆକୁ ଜି-୨୦ରୁ ବାଦ୍‌ ଦେବାକୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି। ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ସମ୍ପର୍କରେ ଜରୁରୀକାଳୀନ ନାଟୋ ବୈଠକ…

ରୁଷିଆକୁ ଯୁଦ୍ଧବିରତି ଚାପ

ବ୍ରସେଲ୍ସ,୨୫ା୩:ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ମାସେ ପୂରିଥିବାବେଳେ ମସ୍କୋକୁ କଡ଼ା ଜବାବ ଦେବା ପାଇଁ କିଭ୍‌କୁ ଯଥାସମ୍ଭବ ସହଯୋଗ କରିବା ନେଇ ଗୁରୁବାର ପାଶ୍ଚାତ୍ୟ ନେତାଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି। ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ), ୟୁରୋପୀୟ ସଂଘ (ଇୟୁ)…

ୟୁକ୍ରେନରେ ଫସ୍‌ଫରସ୍‌ ବୋମା ପକାଇଲା ରୁଷିଆ

କିଭ୍‌,୨୪ା୩: ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ରୁଷିଆ ଗୁରୁବାର ଫସ୍‌ଫରସ୍‌ ବୋମା ପକାଇଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଅଭିଯୋଗ କରିଛନ୍ତି। ରୁଷିଆ ପୂର୍ବ ୟୁକ୍ରେନ୍‌ର ଲୁହାନ୍‌ସ୍କ ଅଞ୍ଚଳରେ ହ୍ବାଇଟ୍‌ ଫସଫରସ୍‌ ବୋମା ବ୍ୟବହାର କରିଛି। ସ୍ଥାନୀୟ ଗଭର୍ନର ସେର୍‌ହି ହାଇଦାଇଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri