୩୧ ୟୁରୋପୀୟ କୂଟନୀତିଜ୍ଞ ରୁଷିଆରୁ ହେବେ ବହିଷ୍କୃତ, ଆମେରିକା ୬୩୫ ରୁଷୀୟ-୩ ଅଧିକାରୀଙ୍କ ବିରୋଧରେ ଲାଗୁ କରିବ ଭିଜା କଟକଣା…

ମସ୍କୋ/କ୍ୱିଭ୍‌, ୨୧।୪ : ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧର ଜାରି ରହିଛି। ରୁଷିଆ ପୂର୍ବ ୟୁକ୍ରେନର ଶିଳ୍ପାଞ୍ଚଳର କୋଇଲା ଖଣି ଏବଂ କାରଖାନାକୁ ଦଖଲ କରିବା ପାଇଁ ଆକ୍ରମଣକୁ ତ୍ୱରାନୱିତ କରିଛି। ଏହା ସହିତ ୟୁକ୍ରେନକୁ ଦୁଇ ଭାଗରେ ବିଭକ୍ତ କରିବାକୁ ଚେଷ୍ଟା କରୁଛି।

ଅପରପକ୍ଷରେ, ରୁଷିଆ ତିନୋଟି ୟୁରୋପୀୟ ଦେଶର ୩୧ କୂଟନୀତିଜ୍ଞଙ୍କୁ ବହିଷ୍କୃତ କରିବାକୁ ଯାଉଛି। ରୁଷିଆ ବିରୋଧରେ ଆମେରିକା ଏବଂ ୟୁରୋପୀୟ ଦେଶମାନଙ୍କ ଦ୍ୱାରା ଲାଗୁ କରାଯାଇଥିବା ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ରୁଷିଆ ମଧ୍ୟ ନେଦରଲାଣ୍ଡ, ବେଲଜିୟମ ଏବଂ ଅଷ୍ଟ୍ରିଆ ଆଦି ତିନି ୟୁରୋପୀୟ ଦେଶର କୂଟନୀତିଜ୍ଞଙ୍କୁ ବହିଷ୍କାର କରିବାକୁ ଯାଉଛି।

ନେଦରଲାଣ୍ଡର ୧୫ କୂଟନୀତିଜ୍ଞଙ୍କୁ ରୁଷିଆରୁ ବାହାରିବା ପାଇଁ ଦୁଇ ସପ୍ତାହ ଦିଆଯାଇଥିବାବେଳେ ବେଲଜିୟମର ୧୨ ଜଣ କୂଟନୀତିଜ୍ଞ ଏବଂ ଅଷ୍ଟ୍ରିଆର ଚାରିଜଣଙ୍କୁ ରବିବାର ପର୍ଯ୍ୟନ୍ତ ସମୟ ଦିଆଯାଇଛି।

ସେହିଭଳି ଆମେରିକା କହିଛି ଯେ ୬୩୫ ରୁଷୀୟ ନାଗରିକ ଏବଂ ତିନି ରୁଷୀୟ ଅଧିକାରୀଙ୍କ ବିରୋଧରେ ଭିଜା କଟକଣା ଲଗାଯିବ। ଆମେରିକା ଅର୍ଥ ବିଭାଗ ତରଫରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସମସ୍ତ ନାଗରିକ ରୁଷୀୟ ୟୁକ୍ରେନକୁ ଧମକ ଦେବା କାର୍ଯ୍ୟରେ ଲିପ୍ତ ଥିବାବେଳେ ତିନିଜଣ ଅଧିକାରୀ ଡୋନବାସରେ ମାନବିକ ଅଧିକାରର ଉଲ୍ଲଂଘନ କରିଥିବା ଆମେରିକା କହିଛି।

ୟୁକ୍ରେନର ପୂର୍ବ ସହର ଖାର୍କିଭ ଏବଂ କ୍ରାମାଟୋର୍ସ୍କ ଉପରେ ରୁଷିଆ ଯୁଦ୍ଧବିମାନରୁ ଲଗାତାର ବୋମା ମାଡ଼ କରାଯାଉଛି। ରୁଷିଆ ସୈନ୍ୟଙ୍କ ଆକ୍ରମଣରେ ସହରଗୁଡ଼ିକ ଅସୁରକ୍ଷିତ ହୋଇପଡିଛି। ଏଭଳି ପରିସ୍ଥିତିରେ ପୂର୍ବ ଦିଗରେ ଚାପ ବଢ଼ାଇବାକୁ ରୁଷିଆ ମାରିଅପୋଲ ଉପରେ ଆକ୍ରମଣକୁ ତୀବ୍ର କରିଛି। ଡୋନାବାସର ପଶ୍ଚିମ ଜାପୋରିଜିଆ ଏବଂ ଡନିପ୍ରୋ ଅଞ୍ଚଳରେ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ସୂର୍ଯ୍ୟବଂଶୀଙ୍କ ଉପରେ ଖୁବ ଶୀଘ୍ର ବଢ଼ିବ ଚାପ, ତେଣୁ ଏବେ…’: ଭାଇରାଲ ହେଉଛି ଅଶ୍ୱିନଙ୍କ ବିଶେଷ ଉପଦେଶ

ନୂଆଦିଲ୍ଲୀ,୨୬।୬: ପୂର୍ବତନ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀଙ୍କୁ ମୂଲ୍ୟବାନ ପରାମର୍ଶ ଦେଇ କହିଛନ୍ତି ଯେ ଏହି ପର୍ଯ୍ୟାୟରେ ସେ କୌଣସି ଚାପ…

ମୋତେ ମଦ ଦିଅ…ଜେଲ୍‌ରେ ଥାଇ ପୋଲିସ ଆଗରେ ଏମିତି ଡିମାଣ୍ଡ କଲେ ସିୟା

ପୁଣେ,୨୬।୬: ମହାରାଷ୍ଟ୍ର ଲୋହଗଡ଼ ଦୁର୍ଗରେ ୨୬ ବର୍ଷୀୟ କେତନ ଅଗ୍ରୱାଲଙ୍କ ମୃତ୍ୟୁକୁ ନେଇ ଥମୁନି ଚର୍ଚ୍ଚା। ଏହି ଘଟଣାରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି। ସିୟା…

ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁ ମ୍ୟାଚ ପୂର୍ବରୁ, ଆୟର୍ଲାଣ୍ଡ ଖେଳାଳି ଦେଲେ ବଡ଼ ବୟାନ କହିଲେ -‘ସେ ୧୫ ବର୍ଷ ବୟସର ଆଉ…’

ନୂଆଦିଲ୍ଲୀ,୨୬।୬: ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଆଜି, ଅର୍ଥାତ ଶୁକ୍ରବାର ଜୁନ ୨୬ରେ ଅନୁଷ୍ଠିତ ହେବ। ଏହି ମ୍ୟାଚରେ ୧୫ ବର୍ଷୀୟ ବୈଭବ…

ବଲିଉଡ ଇଣ୍ଡଷ୍ଟ୍ରିରେ ୩୪ ବର୍ଷ ପୂରଣ କଲେ ଶାହରୁଖ

ବଲିଉଡର କିଙ୍ଗ୍‌ ଶାହରୁଖ ଖାନ ଇଣ୍ଡଷ୍ଟ୍ରିରେ ୩୪ ବର୍ଷ ପୂରଣ କରିଛନ୍ତି। ଏହି କୃତିତ୍ୱ ପାଇଁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ। ୨୫ ଜୁନ ୧୯୯୨ରେ ବଲିଉଡର…

ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ଉଦ୍ୟମ

ରାଜନଗର,୨୬ା୬(ଭାସ୍କର ରାଉତରାୟ): ସମଗ୍ର ରାଜ୍ୟରେ କେଉଁଠି କେଉଁଠି ବେଆଇନ ବାଲି ଚାଲାଣକୁ ନେଇ ପୋଲିସ ପ୍ରଶାସନଙ୍କ ସହିତ ମାଫିଆଙ୍କର ମୁକାବିଲା ଏପରକି ଆକ୍ରମଣ ଭଳି ଅନେକ ଘଟଣା…

୩୦ ବର୍ଷ ସଂଘ ପରେ ୬୩ ପରିବାରକୁ ମିଳିଲା ଜଙ୍ଗଲ ଜମି ପଟ୍ଟା

ଥୁଆମୂଳ ରାମପୁର,୨୬ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ପଞ୍ଚାୟତର ଅଣ-ସର୍ଭେ ଗ୍ରାମ ସେମେଲପଦରର ୬୩ଟି ବନବାସୀ ପରିବାରକୁ ବହୁ ପ୍ରତୀକ୍ଷିତ ବ୍ୟକ୍ତିଗତ ଜଙ୍ଗଲ…

ଫ୍ଲାଟ୍ ଲୋଭରେ ଭଉଣୀଙ୍କୁ ଖଣ୍ଡଖଣ୍ଡ କଲେ ଭାଇ, ଶବକୁ ଟଏଲେଟ୍‌ରେ ଫ୍ଲଶ୍ କରିବା ବେଳେ….

ମସ୍କୋ,୨୬।୬: ମସ୍କୋରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ତିନି କୋଠରୀ ବିଶିଷ୍ଟ ଫ୍ଲାଟ ପାଇବା ପାଇଁ ଜଣେ ଭାଇ ଭଗାରି ପାଲଟିଗଲେ। ପ୍ରଥମେ, ସେ…

କେସିଙ୍ଗା ଷ୍ଟେଶନ ପରିଦର୍ଶନ କଲେ ଜେନେରାଲ ମ୍ୟାନେଜର

କେସିଙ୍ଗା,୨୬।୬.(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନକୁ ଜେନେରାଲ ମ୍ୟାନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆରଏମ ସୁବାସ ଚନ୍ଦ୍ର ଚୌଧୁରୀ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri