ଡୋନବାସର ପ୍ରାକୃତିକ ସମ୍ପଦ ଉପରେ ରୁଷିଆ ନଜର, ୟୁକ୍ରେନ୍‌ ହେବ ଦୁଇଭାଗ !…

ମସ୍କୋ/କ୍ୱିଭ୍‌, ୨୦।୪ : ଗତ ଦୁଇ ମାସ ଧରି ୟୁକ୍ରେନରେ ଚାଲିଥିବା ଯୁଦ୍ଧ ଶୀଘ୍ର ଶେଷ ହେବାର ନା ଧରୁନି। କ୍ୱିଭ୍‌ ଦଖଲ କରିବାରେ ବିଫଳ ହେବା ପରେ ରୁଷିଆ ବର୍ତ୍ତମାନ ୟୁକ୍ରେନର ପୂର୍ବ ଭାଗରେ ଥିବା ଡୋନବାସ ଦଖଲ କରିବାକୁ ପ୍ରସ୍ତୁତି ଚଳାଇଛି। ରୁଷିଆର ନଜର ଡୋନବାସର ପ୍ରାକୃତିକ ଭଣ୍ଡାର ଉପରେ ଅଛି।

ରୁଷିଆର ସୈନ୍ୟବାହିନୀ ଖାର୍କିଭ ଏବଂ କ୍ରାମାଟର୍ସ୍କର ପୂର୍ବ ସହର ଉପରେ ପ୍ରବଳ ଆକ୍ରମଣ କରିଛନ୍ତି। ଡୋନବାସର ପଶ୍ଚିମ ଜାପୋରିଜିଆ ଏବଂ ନିପ୍ରୋରେ ରୁଷିଆ ସୈନ୍ୟ କ୍ଷେପଣାସ୍ତ୍ର ପକାଇଛନ୍ତି। ଦକ୍ଷିଣ ମାଇକୋଲାଇଭ ସହରରେ ବୁଧବାର ସକାଳେ ଏକାଧିକ କ୍ଷେପଣାସ୍ତ୍ର ମାଡ ହୋଇଛି। ବସ୍ତଙ୍କା ସହରର ଏକ ଡାକ୍ତରଖାନା ନିକଟରେ ଗୁଳି ବିନିମୟ ହୋଇଥିବା ଖବର ମିଳିଛି।

ଯଦି ରୁଷିଆ ଡୋନବାସକୁ ଦଖଲ କରିବାରେ ସଫଳ ହୁଏ, ତେବେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନକୁ ଦୁଇ ଭାଗରେ ବିଭକ୍ତ କରିବେ ବୋଲି ଚର୍ଚ୍ଚା ହେଉଛି। ପୂର୍ବ ୟୁକ୍ରେନ ଅଲଗା ହୋଇଯିବ। ଏହି କ୍ଷେତ୍ର ୟୁକ୍ରେନ ପାଇଁ ଏକ ପ୍ରମୁଖ ଆୟର ଉତ୍ସ। ଏହି କ୍ଷେତ୍ରରେ ୟୁକ୍ରେନର ବୃହତ କୋଇଲା ଖଣି ଅଛି ଏବଂ ଏହା ଦେଶର ଶିଳ୍ପ କେନ୍ଦ୍ର । ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଇରୋଭ କହିଛନ୍ତି ଯେ ୟୁକ୍ରେନରେ ସାମରିକ କାର୍ଯ୍ୟାନୁଷ୍ଠାନ ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରୁଛି। ସେ କହିଛନ୍ତି ଅପରେଶନ ଚାଲିଛି ଏବଂ ବର୍ତ୍ତମାନ ଏହି ଅପରେଶନର ଆଉ ଏକ ନୂଆ ପର୍ଯ୍ୟାୟ ଆରମ୍ଭ ହେଉଛି। ସେ ଗୁରୁତ୍ୱାରୋପ କରିଛନ୍ତି ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଡୋନେଟସ୍କ ଏବଂ ଲୁହାନସ୍କ ଗଣତନ୍ତ୍ରର ସମ୍ପୂର୍ଣ୍ଣ ସ୍ବାଧୀନତା।

ପୂର୍ବ ୟୁକ୍ରେନକୁ ଦଖଲ କରିବା ପାଇଁ ରୁଷିଆ ଆକ୍ରମଣକୁ ତୀବ୍ର କରିଛି। ଏବେ ରୁଷିଆ ସୈନ୍ୟ ଡୋନବାସ ମୁହାଁ ହେବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡରେ ଅସ୍ତବ୍ୟସ୍ତ ନେପାଳବାସୀ, ପ୍ରଶ୍ନ ଘେରରେ ସରକାର

କାଠମାଣ୍ଡୁ,୨୧।୪: ନେପାଳରେ ଦରଦାମ ବୃଦ୍ଧିକୁ କାବୁକୁ ଆଣିବାରେ ନେପାଳ ସରକାର ବିଫଳ ହୋଇଛନ୍ତି। ଗତକିଛିଦିନ ହେବ ଆସିଥିବା ସଂଖ୍ୟା ଏହା ସ୍ପଷ୍ଟ କରିଛି। ଏବେ ଏହାକୁ...

କ୍ରୁର ଶାସକଙ୍କ ଚରମ ନିର୍ଦ୍ଦେଶ: ବଞ୍ଚି ରହିବାର ଅଛି ତ କମ ଖାଅ

ପ୍ୟାଙ୍ଗ୍‌ୟାଙ୍ଗ୍‌,୨୮।୧୦: ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ ଗଙ୍ଗୀର ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଲୋକଙ୍କୁ...

ଜେଲ୍‌ରେ ଦଙ୍ଗା: ୫୨ ମୃତ

ରିଓ ଡି ଜେନିରୋ,୩୦ା୭(ଏଏଫ୍‌ପି): ଉତ୍ତର ବ୍ରାଜିଲ୍‌ର ଏକ କାରାଗାରରେ ଦୁଇ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁ ଅନୂ୍ୟନ ୫୨ କଏଦୀଙ୍କ ପ୍ରାଣହାନି ଘଟିଛି। ତିନି...

ମିଡ଼ିଆକୁ ପୁଟିନ୍‌ଙ୍କ ନାଲି ଆଖି, ଆକ୍ରମଣ-ଅନୁପ୍ରବେଶ-ଯୁଦ୍ଧ ଶବ୍ଦର ବ୍ୟବହାର କଲେ ଜେଲ ସହିତ ଜରିମାନା…

ମସ୍କୋ, ୨୬।୨ : ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ସହିତ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ ମିଡ଼ିଆକୁ ନାଲି ଆଖି ଦେଖାଇଛନ୍ତିି। ପୁଟିନ୍‌ ଧମକ ଦେଇ...

ମେଘାନ-ହ୍ୟାରିଙ୍କ ଦ୍ୱିତୀୟ ସନ୍ତାନ

ସାନ୍ତା ବାର୍ବରା,୭।୬: ପ୍ରିନ୍ସ ହ୍ୟାରି ଏବଂ ମେଘାନ ମାର୍କେଲ ସେମାନଙ୍କର ଦ୍ୱିତୀୟ ସନ୍ତାନଙ୍କୁ ସ୍ବାଗତ କରିଛନ୍ତି। ସେମାନଙ୍କ କନ୍ୟା ସନ୍ତାନର ନାଁ ରଖାଯାଇଛି ଲିଲିବେଟ୍‌ ଲିଲି...

ବିରକ୍ତ କଲା ଟ୍ରାଫିକ ଜାମ୍‌: ଘରେ ତିଆରି କଲେ ହେଲିକପ୍ଟର

ଜାକର୍ତ୍ତା: ବ୍ୟସ୍ତବହୁଳ ଜୀବନଶୈଳୀ ସାଙ୍ଗକୁ ଟ୍ରାଫିକ ସମସ୍ୟା ଲୋକଙ୍କୁ ଅଧିକ ବିରକ୍ତ କରିଥାଏ। କୌଣସି କାର୍ଯ୍ୟରେ ଘରୁ ବାହାରିଲେ ଅତି କମ୍‌ରେ ଅଧଘଣ୍ଟା ବା ଘଣ୍ଟାଏ...

ଭାରତ ସହ ସମ୍ପର୍କ ମଜଭୁତ ହେବ: ନେଫ୍‌ଟାଲି

ଜେରୁଜେଲମ, ୧୫ା୬: ଇସ୍ରାଏଲ ଓ ଭାରତ ଭଳି ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ଇସ୍ରାଏଲର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ନେଫ୍‌ଟାଲି...

ମାଡ଼ି ଆସୁଥିବା ବିପଦକୁ ରୋକିବାର ଉପାୟ ପୃଥିବୀବାସୀଙ୍କ ହାତରେ: ବିଶ୍ୱତାପନ-ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବାର ରହିଛି ଆବଶ୍ୟକତା

ଓ୍ବାଶିଂଟନ,୨୨।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଅଚଳାବସ୍ଥା ଦେଖାଦେଇଛି। ବହୁ ଦେଶରେ ଏନେଇ ଲକ୍‌ ଡାଉନ୍‌ ଜାରି ହୋଇଛି। ତେବେ ଏହାର ସକାରାତ୍ମକ ପ୍ରଭାବ...

Advertisement
Archives

Model This Week