ଡୋନବାସର ପ୍ରାକୃତିକ ସମ୍ପଦ ଉପରେ ରୁଷିଆ ନଜର, ୟୁକ୍ରେନ୍‌ ହେବ ଦୁଇଭାଗ !…

ମସ୍କୋ/କ୍ୱିଭ୍‌, ୨୦।୪ : ଗତ ଦୁଇ ମାସ ଧରି ୟୁକ୍ରେନରେ ଚାଲିଥିବା ଯୁଦ୍ଧ ଶୀଘ୍ର ଶେଷ ହେବାର ନା ଧରୁନି। କ୍ୱିଭ୍‌ ଦଖଲ କରିବାରେ ବିଫଳ ହେବା ପରେ ରୁଷିଆ ବର୍ତ୍ତମାନ ୟୁକ୍ରେନର ପୂର୍ବ ଭାଗରେ ଥିବା ଡୋନବାସ ଦଖଲ କରିବାକୁ ପ୍ରସ୍ତୁତି ଚଳାଇଛି। ରୁଷିଆର ନଜର ଡୋନବାସର ପ୍ରାକୃତିକ ଭଣ୍ଡାର ଉପରେ ଅଛି।

ରୁଷିଆର ସୈନ୍ୟବାହିନୀ ଖାର୍କିଭ ଏବଂ କ୍ରାମାଟର୍ସ୍କର ପୂର୍ବ ସହର ଉପରେ ପ୍ରବଳ ଆକ୍ରମଣ କରିଛନ୍ତି। ଡୋନବାସର ପଶ୍ଚିମ ଜାପୋରିଜିଆ ଏବଂ ନିପ୍ରୋରେ ରୁଷିଆ ସୈନ୍ୟ କ୍ଷେପଣାସ୍ତ୍ର ପକାଇଛନ୍ତି। ଦକ୍ଷିଣ ମାଇକୋଲାଇଭ ସହରରେ ବୁଧବାର ସକାଳେ ଏକାଧିକ କ୍ଷେପଣାସ୍ତ୍ର ମାଡ ହୋଇଛି। ବସ୍ତଙ୍କା ସହରର ଏକ ଡାକ୍ତରଖାନା ନିକଟରେ ଗୁଳି ବିନିମୟ ହୋଇଥିବା ଖବର ମିଳିଛି।

ଯଦି ରୁଷିଆ ଡୋନବାସକୁ ଦଖଲ କରିବାରେ ସଫଳ ହୁଏ, ତେବେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନକୁ ଦୁଇ ଭାଗରେ ବିଭକ୍ତ କରିବେ ବୋଲି ଚର୍ଚ୍ଚା ହେଉଛି। ପୂର୍ବ ୟୁକ୍ରେନ ଅଲଗା ହୋଇଯିବ। ଏହି କ୍ଷେତ୍ର ୟୁକ୍ରେନ ପାଇଁ ଏକ ପ୍ରମୁଖ ଆୟର ଉତ୍ସ। ଏହି କ୍ଷେତ୍ରରେ ୟୁକ୍ରେନର ବୃହତ କୋଇଲା ଖଣି ଅଛି ଏବଂ ଏହା ଦେଶର ଶିଳ୍ପ କେନ୍ଦ୍ର । ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଇରୋଭ କହିଛନ୍ତି ଯେ ୟୁକ୍ରେନରେ ସାମରିକ କାର୍ଯ୍ୟାନୁଷ୍ଠାନ ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରୁଛି। ସେ କହିଛନ୍ତି ଅପରେଶନ ଚାଲିଛି ଏବଂ ବର୍ତ୍ତମାନ ଏହି ଅପରେଶନର ଆଉ ଏକ ନୂଆ ପର୍ଯ୍ୟାୟ ଆରମ୍ଭ ହେଉଛି। ସେ ଗୁରୁତ୍ୱାରୋପ କରିଛନ୍ତି ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଡୋନେଟସ୍କ ଏବଂ ଲୁହାନସ୍କ ଗଣତନ୍ତ୍ରର ସମ୍ପୂର୍ଣ୍ଣ ସ୍ବାଧୀନତା।

ପୂର୍ବ ୟୁକ୍ରେନକୁ ଦଖଲ କରିବା ପାଇଁ ରୁଷିଆ ଆକ୍ରମଣକୁ ତୀବ୍ର କରିଛି। ଏବେ ରୁଷିଆ ସୈନ୍ୟ ଡୋନବାସ ମୁହାଁ ହେବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri