ଆମେରିକାକୁ ପ୍ରତ୍ୟର୍ପିତ ହେବେ ଆସେଞ୍ଜ

ଲଣ୍ଡନ, ୨୧ା୪: ଓ୍ବିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ୍‌ ଆସେଞ୍ଜଙ୍କୁ ଆମେରିକା ପ୍ରତ୍ୟର୍ପଣ ନିମନ୍ତେ ବ୍ରିଟେନ୍‌ର ଏକ କୋର୍ଟ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ମାମଲାକୁ ବ୍ରିଟେନ୍‌ ଆଭ୍ୟନ୍ତରୀଣ ମନ୍ତ୍ରୀ ପ୍ରୀତି ପଟେଲ୍‌ଙ୍କ ନିକଟକୁ ପଠାଯିବ। ଜୁଲିଆନ୍‌ଙ୍କ ଓକିଲ ୪ ସପ୍ତାହରେ ଗୃହ ସଚିବ ପଟେଲଙ୍କ ନିକଟରେ ପକ୍ଷ ରଖିବା ସହ ବ୍ରିଟେନ ହାଇକୋର୍ଟରେ ଆବେଦନ କରିପାରିବେ। ୫୦ ବର୍ଷୀୟ ଅଷ୍ଟ୍ରେଲୀୟ ନାଗରିକ ଆସେଞ୍ଜଙ୍କ ବିରୋଧରେ ଆମେରିକାରେ ୧୮ ସଙ୍ଗିନ ମାମଲା ରହିଛି। ସେ ଆମେରିକାର ଗୋପନୀୟ ସେନା ଡକ୍ୟୁମେଣ୍ଟକୁ ଓ୍ବିକିଲିକ୍ସରେ ପ୍ରକାଶ କରିବା ସହ ସେଠାରେ ଗୁପ୍ତଚରଗିରି କରିଥିବା ଅଭିଯୋଗ ରହିଛି।
ବ୍ରିଟେନର ଏକ କୋର୍ଟ ଆମେରିକାର ପ୍ରତ୍ୟର୍ପଣ ଆବେଦନକୁ ଗତବର୍ଷ ଜାନୁୟାରୀ ୪ରେ ଖାରଜ କରିଥିଲେ। ଏହି ରାୟକୁ ଆମେରିକା ବ୍ରିଟେନ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ଆମେରିକାର ଓକିଲ ଆସେଞ୍ଜଙ୍କ ବିରୋଧରେ ୧୭ ଗୁପ୍ତଚରଗିରି ମାମଲା ଏବଂ କମ୍ପ୍ୟୁଟର ଅପବ୍ୟବହାର କରି ଓ୍ବିକିଲିକ୍ସ ପବ୍ଲିକେଶନରେ ହଜାର ହଜାର ଗୋପନୀୟ ସେନା ତଥ୍ୟ ଓ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ଡକ୍ୟୁମେଣ୍ଟକୁ ପ୍ରକାଶ କରିଥିବା ନେଇ ଆଉ ଏକ ମାମଲା ରହିଥିବା କୋର୍ଟରେ ଉପସ୍ଥାପନ କରିଥିଲେ। ଏ ସମସ୍ତ ଅଭିଯୋଗ ସତ ପ୍ରମାଣ ହେଲେ ଆସେଞ୍ଜଙ୍କୁ ସର୍ବାଧିକ ୧୭୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ।

 


Enter your email to get our daily news in your inbox.

All Right Reserved By Dharitri.Com

ବାଇକ ରାଲିରେ ଗୁଳିକାଣ୍ଡ: ୩ ମୃତ, ୫ ଆହତ…

ମେକ୍ସିକୋ ସିଟି,୨୮।୫ : ଆମେରିକାରେ ଗୁଳିକାଣ୍ଡ ଘଟଣା ପୁଣି ଥରେ ସାମ୍ନାକୁ ଆସିଛି। ନ୍ୟୁ ମେକ୍ସିକୋର ରେଡ ନଦୀ ଅଞ୍ଚଳରେ ଏକ ମୋଟରସାଇକେଲ ରାଲିରେ ଗୁଳକାଣ୍ଡ...

ହଂକଂ ସୁରକ୍ଷା ଆଇନକୁ କଡ଼ା ବିରୋଧ

ବେଜିଂ,୩୦ା୫: ଚାଇନା ପାର୍ଲାମେଣ୍ଟରେ ବେଜିଂ ସୁରକ୍ଷା ବିଲ୍‌ ପାସ୍‌ ହେବାର ଦିନକ ପରେ ଏହାକୁ କଡ଼ା ବିରୋଧ କରାଯାଇଛି। ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ ଓ କାନାଡା...

କରୋନାଭାଇରସ ରୋକିବାକୁ ଟେଲିଭିଜନ, ସିନେମାରୁ ହଟାଯାଉଛି କିସିଂ ସିନ୍‌

ତାଇପେ,୧୦।୨: ଚାଇନାରେ କରୋନାଭାଇରସ ମହାମାରୀର ରୂପ ନେଇଥିବା ବେଳେ ଏବେ ଏହାକୁ ରୋକିବା ପାଇଁ ଚାଇନା ସରକାର ଭିନ୍ନ ଭିନ୍ନ ପଦକ୍ଷେପ ନେଉଛନ୍ତି। ଶୁଣିବାକୁ ମିଳିଛି...

ଚାଇନାରେ ଜାରି ହେବ କଡ଼ା ନିୟମ

ବେଜିଂ,୧୩ା୪: ବର୍ତ୍ତମାନ ଚାଇନାରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି କ୍ରମରେ ବୁଧବାର ଦେଶର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ କହିଛନ୍ତି, ଦେଶରେ...

ତାତି ଭାଙ୍ଗିବ ରେକର୍ଡ

ଓ୍ବାଶିଂଟନ: ୨୦୨୦ ସର୍ବାଧିକ ଉତ୍ତପ୍ତ ବର୍ଷ ହେବ। ହୁଏତ ଚଳିତ ବର୍ଷର ତାତି ସମସ୍ତ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇପାରେ। ଏପରି ପୂର୍ବାନୁମାନ କରିଛନ୍ତି ପାଣିପାଗ...

ବୋଟ୍‌ ବୁଡ଼ି ୬ ଛାତ୍ରଙ୍କ ଜୀବନ ଗଲା

କଲମ୍ବୋ,୨୩।୧୧: ଶ୍ରୀଲଙ୍କା ଉପକୂଳରେ ମଙ୍ଗଳବାର ଏକ ବୋଟ୍‌ ବୁଡ଼ିଯିବାରୁ ୬ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୧୭ ଜଣ ଛାତ୍ର ପହଁରି କୂଳକୁ ଚାଲିଆସିଥିଲେ।...

ଟେକ୍ସାସ ଚର୍ଚ୍ଚରେ ଗୁଳିକାଣ୍ଡ: ୨ ନିହତ

ହ୍ୟୁଷ୍ଟନ,୩୧ା୧୨(ପି.ଟି.): ଟେକ୍ସାସ୍‌ର ଏକ ଚର୍ଚ୍ଚରେ ରବିବାର ଜଣେ ବନ୍ଧୁକଧାରୀ ଗୁଳି ଚଳାଇବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ସୁରକ୍ଷା ଯବାନଙ୍କ ଗୁଳିରେ ଆକ୍ରମଣକାରୀ ନିହତ ହୋଇଛନ୍ତି।...

ଟ୍ରମ୍ପ୍‌ଙ୍କ ପକ୍ଷଚ୍ଛେଦନ ପାଇଁ ଆମେରିକା କଂଗ୍ରେସର ଉଦ୍ୟମ

ଓ୍ବାଶିଂଟନ,୧୦।୧: ଆମେରିକା ଓ ଇରାନ ପ୍ରତ୍ୟକ୍ଷ ଯୁଦ୍ଧରୁ ଛଘୁଞ୍ଚା ଦେଇଛନ୍ତି। ଅନ୍ୟପକ୍ଷରେ ଟ୍ରମ୍ପ୍‌ ନିଜ ଦେଶରେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ଯୁଦ୍ଧ କ୍ଷମତାକୁ ନେଇ...

Advertisement
Archives

Model This Week