କରୋନା ଆକ୍ରାନ୍ତଙ୍କଠାରେ ୨ ବର୍ଷ ପର୍ଯ୍ୟନ୍ତ ଦେଖାଯିବ ଲକ୍ଷଣ, ପ୍ରକାଶ ପାଇଲା ରିପୋର୍ଟ …
ବେଜିଂ, ୧୨।୫ : କରୋନା ଯୋଗୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅତିକମରେ ଅର୍ଦ୍ଧେକ ଆକ୍ରାନ୍ତଙ୍କଠାରେ ଦୁଇ ବର୍ଷ ପରେ ମଧ୍ୟ ଗୋଟିଏ କିମ୍ବା ଅଧିକ ଲକ୍ଷଣ ପ୍ରକାଶିତ ହେବାର ଆଶଙ୍କା ରହିଛି। ମଙ୍ଗଳବାର ଦ ଲାନସେଟ ରେସପୋରେଟାରୀ ମେଡ଼ିସିନ୍ରେ ପ୍ରକାଶିତ ଏକ…
ଇସ୍ରାଏଲ ଗୁଳିରେ ଟଳିଲେ ଖବରଦାତା
ଜେନିନ୍(ଓ୍ବେଷ୍ଟବ୍ୟାଙ୍କ), ୧୨ା୫: ପାଲେଷ୍ଟାଇନ କବ୍ଜାରେ ଥିବା ଓ୍ବେଷ୍ଟବ୍ୟାଙ୍କରେ ଅଲ୍-ଜଜିରା ସାମ୍ବାଦିକା ଶିରିନ୍ ଅବୁ ଅକ୍ଲେହ(୫୧) ଇସ୍ରାଏଲ ସେନା ଗୁଳିରେ ବୁଧବାର ପ୍ରାଣ ହରାଇଛନ୍ତି। ଜେନିନ୍ ସହରରେ ଇସ୍ରାଏଲ ପ୍ରତିରକ୍ଷା ବଳ (ଆଇଡିଏଫ୍) ଟାର୍ଗେଟ କରିବାବେଳେ ଶିରିନ୍ ଏହାର ରିପୋର୍ଟ କରିବାକୁ ଯାଇଥିଲେ।…
ଭୁଲ୍ରେ ନିଜ ସୈନିକଙ୍କ ଉପରେ ଆକ୍ରମଣ କଲା ରୁଷିଆ: ୟୁକ୍ରେନ କହିଲା, ଧନ୍ୟବାଦ୍
କ୍ୱିଭ୍,୧୧।୫: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଅଢେଇ ମାସରୁ ଅଧିକ ସମୟ ବିତିଗଲାଣି। ରୁଷିଆର ଆକ୍ରମଣରେ ୟୁକ୍ରେନର ଅନେକ ସହର ଧ୍ୱଂସ ହୋଇଯାଇଛି। ବୁଧବାର ୟୁକ୍ରେନରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ରୁଷିଆ ସେନା ହଠାତ୍ ନିଜର…
ବ୍ରିଟେନ୍ରେ ଆର୍ଥିକ ମାନ୍ଦାବସ୍ଥା, ୧୫ ଲକ୍ଷ ପରିବାର ଭୋକରେ ରହିବା ଆଶଙ୍କା…
ଲଣ୍ଡନ, ୧୧।୫ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଅଶୋଧିତ ତୈଳର ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏହି କାରଣରୁ, ବହୁ ଦେଶରେ ଦରଦାମ ବୃଦ୍ଧି ରେକର୍ଡ ଭାଙ୍ଗିିବାରେ ଲାଗିଛି। ବ୍ରିଟେନରେ ମୁଦ୍ରାସ୍ଫୀତି ୩୦ ବର୍ଷର ସର୍ବୋଚ୍ଚ…
ଏବେ ବାହ୍ୟ ସହାୟତା ପାଇବା ଶ୍ରୀଲଙ୍କା ପକ୍ଷେ କଷ୍ଟକର
କଲମ୍ବୋ,୧୧ା୫: ଶ୍ରୀଲଙ୍କାର ସ୍ଥିତି ଅତ୍ୟନ୍ତ ଖରାପ। କାରଣ ଶ୍ରୀଲଙ୍କାରେ ୫୬ ବିଲିୟନ ଡଲାରର ବାହ୍ୟ ଋଣ ରହିଛି। ଏହି ଋଣରେ ଭାରତର ହଜାରେ କୋଟି ଋଣ ମଧ୍ୟ ରହିଛି। ବୈଦେଶିକ ଋଣ ପରିଶୋଧ କରିବାରେ ଏହା ସମ୍ପୂର୍ଣ୍ଣ ଅସମର୍ଥ ବୋଲି ଶ୍ରୀଲଙ୍କା…
ସମୁଦ୍ର ତଳେ ରାସ୍ତା…
ଓ୍ବାଶିଂଟନ, ୧୧।୫ : ରାସ୍ତା ପୁଣି ଗଭୀର ସମୁଦ୍ର ତଳେ, ଯେକେହି ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ୍ୟ। ପ୍ରଶାନ୍ତ ମହାସାଗରତଳେ ଏଭଳି ଏକ ରାସ୍ତା ରହିଛି। ମହାସାଗରରେ ହଳଦିଆ ବ୍ରିକ ରୋଡ ସମୁଦ୍ର ତଳୁ ଦେଖିବାକୁ ମିଳିଛି। ଏହାକୁ…
ସାନିଟାଇଜର ପିଇ ୩ ଆଥ୍ଲେଟ ହସ୍ପିଟାଲରେ ଭର୍ତ୍ତି
ଟୋକିଓ,୧୧।୫: ପାଣି ବଦଳରେ ସାନିଟାଇଜର ପିଇ ୩ ସ୍କୁଲ ଆଥଲେଟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଜାପାନର ୟାମାନାଶିରେ ଆୟୋଜିତ ୫ ହଜାର ମିଟର ଦୌଡ ପ୍ରତିଯୋଗିତାରେ ଆଥଲେଟମାନେ ଯୋଗଦେଇଥିଲେ। ସେମାନଙ୍କୁ ପାଣି ବଦଳରେ ସାନିଟାଇଜର ପିଇବା ପାଇଁ ଦିଆଯାଇଥିବା ଜଣାପଡିଛି। ପାଣି…
ଚାହୁଁଚାହୁଁ ଭାସିଗଲା ପୋଲ, ଭିଡିଓ ଦେଖିଲେ…
ଇସଲାମାବାଦ,୧୧ା୫: ଉତ୍ତର ପାକିସ୍ତାନର ବନ୍ୟା ଯୋଗୁ ବହୁ ଧନଜୀବନ ଓ ସମ୍ପତ୍ତି ନଷ୍ଟ ହୋଇଛି। ଉତ୍ତର ପାକିସ୍ତାନରେ ବନ୍ୟା ପରିସ୍ଥିତି ଯୋଗୁ ଏକ ପୋଲ ମଧ୍ୟ ଭାସିଯାଇଛି। ବନ୍ୟା ଜଳର ପ୍ରବଳ ସ୍ରୋତ ଆଗରେ ପୋଲଟି ଆଖି ପିଛୁଳାକେ ଭାସିଗଲା। ଏଏଫ୍ପି…
ଗର୍ଭପାତ କରିଥିବା ମହିଳାଙ୍କୁ ୩୦ ବର୍ଷ ଜେଲ୍ ଦଣ୍ଡାଦେଶ…
ସାନ୍ ସାଲଭାଡୋର, ୧୧।୫ : ଏଲ ସାଲଭାଡୋରର ସୁପ୍ରିମକୋର୍ଟରେ ଗର୍ଭପାତ କରିଥିବା ଜଣେ ମହିଳାଙ୍କୁ ୩୦ ବର୍ଷ ଜେଲ ଦଣ୍ଡାଦେଶ କରାଯାଇଛି। ଏଲ ସାଲଭାଡୋରରେ ଜନୈକ ମହିଳାଙ୍କୁ ଗର୍ଭପାତ କରିଥିବା ଅଭିଯୋଗରେ ଗିରଫ କରାଯାଇ ଏକ ମାମଲାର ଦାୟର କରାଯାଇଥିଲା। ଏସ୍ମେ…
ରାଜପାକ୍ସେ ଭାରତରେ ଶରଣ ନେଇଥିବା ଗୁଜବକୁ ଖଣ୍ଡନ କଲା ଉଚ୍ଚାୟୁକ୍ତ
କଲମ୍ବୋ,୧୧।୫: ଶ୍ରୀଲଙ୍କାରେ ଆର୍ଥିକ ଓ ରାଜନୈତିକ ସଙ୍କଟ ଜାରି ରହିଛି। ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ରହିଥିବା ବେଳେ ମହିନ୍ଦା ରାଜପାକ୍ସେ ସୋମବାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଇତିମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେ ଏବଂ ତାଙ୍କ ପରିବାର ଭାରତରେ…
ଆଶ୍ରମରୁ ମିଳିଲା ୧୧ ଅନୁଗତଙ୍କ ମୃତଦେହ, ବାବାଙ୍କୁ ଗିରଫ କଲା ପୋଲିସ
ବ୍ୟାଙ୍କକ,୧୧।୫: ଥାଇଲାଣ୍ଡ ପୋଲିସ ଛୟାଫୁମ ଜଙ୍ଗଲରେ ଥିବା ଏକ ଆଶ୍ରମରେ ଚଢାଉ କରି ଜଣେ ଆତ୍ମଘୋଷିତ ବାବାଙ୍କୁ ଗିରଫ କରିଛି। ସେ ହେଲେ ଥାଓ୍ବି ନାନରା(୭୫)। ପୋଲିସ ଆଶ୍ରମରୁ ୧୧ଜଣ ଅନୁଗତଙ୍କ ମୃତଦେହ ଜବତ କରିଛି। ଏନେଇ ପୋଲିସ ଏକ ମାମଲା…
ଜିନ୍ପିଙ୍ଗ୍ଙ୍କୁ ଗୁରୁତର ମସ୍ତିଷ୍କ ସଂକ୍ରମଣ…
ବେଜିଂ, ୧୧।୫ : ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ଏକ ବିପଜ୍ଜନକ ମସ୍ତିଷ୍କ ରୋଗରେ ପୀଡିତ ହୋଇଛନ୍ତି। ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଜିନପିଙ୍ଗ ବର୍ତ୍ତମାନ ମସ୍ତିଷ୍କର ଗୁରୁତର ରୋଗରେ ପୀଡିତ ଅଛନ୍ତି। ତାଙ୍କୁ ସେରିବ୍ରାଲ ଆନେୱରାଜାଇମ ହୋଇଥିବା କୁହାଯାଉଛି। ଏହି…

