ଜିନ୍‌ପିଙ୍ଗ୍‌ଙ୍କୁ ଗୁରୁତର ମସ୍ତିଷ୍କ ସଂକ୍ରମଣ…

ବେଜିଂ, ୧୧।୫ : ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ଏକ ବିପଜ୍ଜନକ ମସ୍ତିଷ୍କ ରୋଗରେ ପୀଡିତ ହୋଇଛନ୍ତି। ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଜିନପିଙ୍ଗ ବର୍ତ୍ତମାନ ମସ୍ତିଷ୍କର ଗୁରୁତର ରୋଗରେ ପୀଡିତ ଅଛନ୍ତି। ତାଙ୍କୁ ସେରିବ୍ରାଲ ଆନେୱରାଜାଇମ ହୋଇଥିବା କୁହାଯାଉଛି।

ଏହି ରୋଗରୁ ମୁକ୍ତି ପାଇବା ପାଇଁ ଡାକ୍ତରମାନେ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦେଇଥିଲେ, କିନ୍ତୁ ଜିନପିଙ୍ଗ କେବଳ ଚାଇନାର ପାରମ୍ପାରିକ ଔଷଧ ସହିତ ତାଙ୍କର ଚିକିତ୍ସା କରୁଛନ୍ତି। ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ଜିନପିଙ୍ଗ ଗତ କିଛି ମାସ ହେବ ଏହି ରୋଗରେ ପୀଡିତ ଥିଲେ।

ଏହି କାରଣରୁ ତାଙ୍କୁ ଡିସେମ୍ବର ୨୦୨୧ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜିନପିଙ୍ଗଙ୍କ ସ୍ବାସ୍ଥ୍ୟ ଖରାପ ଖବର ଅନେକ ଥର ସାମ୍ନାକୁ ଆସିଛି। ତାଙ୍କ ସ୍ବାସ୍ଥ୍ୟକୁ ନେଇ ପୂର୍ବରୁ କଳ୍ପନାଜଳ୍ପନା ଚାଲିଛି। ଯେତେବେଳେ ବେଜିଂରେ ଶୀତକାଳୀନ ଅଲିମ୍ପିକ୍ସ ପର୍ଯ୍ୟନ୍ତ ରାଷ୍ଟ୍ରପତି କୌଣସି ବିଦେଶୀ ନେତାଙ୍କ ସହ ସାକ୍ଷାତ କରିବାକୁ ମନା କରିଦେଲେ ସେତେବେଳେ ଚର୍ଚ୍ଚା ଅଧିକ ହୋଇଥିଲା।

ଏହାପୂର୍ବରୁ ମାର୍ଚ୍ଚ ୨୦୧୯ରେ, ଜିନପିଙ୍ଗଙ୍କ ଇଟାଲୀ ଗସ୍ତ ସମୟରେ ତାଙ୍କୁ ଚାଲିବାରେ ଅସୁବିଧା ହେଉଥିବାର ଦେଖିବାକୁ ମିଳିଥିଲା। ତାଙ୍କର ଚାଲିବାର ଶୈଳୀରେ କିଛି ତ୍ରୁଟି ଦେଖାଯାଉଥିଲା। ପରେ ଫ୍ରାନ୍ସ ଭ୍ରମଣ ସମୟରେ ସେ ଚାଲିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସେହି ସମୟରେ, ବସିବା ପାଇଁ ସେ ଅନ୍ୟର ସହାୟତା ଆବଶ୍ୟକ କରୁଥିଲେ।

ଏହା ବ୍ୟତୀତ, ୨୦୨୦ରେ, ସେ ଶେନ୍‌ଝେନରେ ଏକ ରାଲିରେ ସମ୍ବୋଧିତ କରୁଥିବା ସମୟରେ ତାଙ୍କୁ ଲଗାତାର କାଶ ହେଉଥିବା ଦେଖିବାକୁ ମିଳିଥିଲା। ରାଲିରେ ସେ କମ ସ୍ବରରେ ଭାଷଣ ଦେଉଥିବାବେଳେ ବିଳମ୍ବରେ ମଞ୍ଚରେ ମଧ୍ୟ ପହଞ୍ଚିଥିଲେ। ଏସବୁ କାରଣ ତାଙ୍କର ଖରାପ ସ୍ବାସ୍ଥ୍ୟକୁ ସୂଚାଇ ଦେଉଛି। ମସ୍ତିଷ୍କରେ ଥିବା ଏକ ରକ୍ତବାହୀ ନଳୀ ଦୁର୍ବଳ ହେବାଯୋଗୁ ଗୋଟିଏ ପାର୍ଶ୍ୱ ବେଲୁନ ପରି ଫୁଲି ଯାଇଥାଏ। ଏହାକୁ ସେରିବ୍ରାଲ ଆନେୱରାଜାଇମ କୁହାଯାଏ।

ଏହି ରୋଗ ମସ୍ତିଷ୍କର ଯେକୌଣସି ଅଂଶରେ ହୋଇପାରେ। ଏହି ରୋଗ ଯେକୌଣସି ବୟସର ବ୍ୟକ୍ତିଙ୍କୁ ମଧ୍ୟ ହୋଇଥାଏ। ୫୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ଠାରେ ଏଭଳି ସମସ୍ୟା ଦେଖାଯିବାର ଆଶଙ୍କା ଅଧିକ ରହିଥାଏ। ବିଶେଷକରି ଯେଉଁମାନଙ୍କର ଉଚ୍ଚ ରକ୍ତଚାପ, ଜେନେଟିକ ସ୍ନାୟୁ ଦୁର୍ବଳତା, ସଂକ୍ରମଣ, ଆଘାତ ଏବଂ ମସ୍ତିଷ୍କର କ୍ଷତି କିମ୍ବା ଟ୍ୟୁମର ଥାଏ ସେମାନେ ଏହି ସମସ୍ୟାରେ ଆକ୍ରାନ୍ତ ହେବାର ଅଧିକ ଆଶଙ୍କା ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

ଲଣ୍ଡନ ରାସ୍ତାରେ ରାଜାଙ୍କ ଘୋଡ଼ା

ଲଣ୍ଡନ,୨୬ା୪:ବ୍ରିଟେନ୍‌ ରାଜାଙ୍କ ୪ଟି ଘୋଡ଼ା ବୁଧବାର ପୂର୍ବାହ୍ନର ଗହଳି ସମୟରେ କେନ୍ଦ୍ରୀୟ ଲଣ୍ଡନରେ ବିନା ସବାରରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ସେଥିରୁ ୨ଟି ଘୋଡ଼ା କୌଣସି...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri