ଜିନ୍‌ପିଙ୍ଗ୍‌ଙ୍କୁ ଗୁରୁତର ମସ୍ତିଷ୍କ ସଂକ୍ରମଣ…

ବେଜିଂ, ୧୧।୫ : ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ଏକ ବିପଜ୍ଜନକ ମସ୍ତିଷ୍କ ରୋଗରେ ପୀଡିତ ହୋଇଛନ୍ତି। ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଜିନପିଙ୍ଗ ବର୍ତ୍ତମାନ ମସ୍ତିଷ୍କର ଗୁରୁତର ରୋଗରେ ପୀଡିତ ଅଛନ୍ତି। ତାଙ୍କୁ ସେରିବ୍ରାଲ ଆନେୱରାଜାଇମ ହୋଇଥିବା କୁହାଯାଉଛି।

ଏହି ରୋଗରୁ ମୁକ୍ତି ପାଇବା ପାଇଁ ଡାକ୍ତରମାନେ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦେଇଥିଲେ, କିନ୍ତୁ ଜିନପିଙ୍ଗ କେବଳ ଚାଇନାର ପାରମ୍ପାରିକ ଔଷଧ ସହିତ ତାଙ୍କର ଚିକିତ୍ସା କରୁଛନ୍ତି। ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ଜିନପିଙ୍ଗ ଗତ କିଛି ମାସ ହେବ ଏହି ରୋଗରେ ପୀଡିତ ଥିଲେ।

ଏହି କାରଣରୁ ତାଙ୍କୁ ଡିସେମ୍ବର ୨୦୨୧ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜିନପିଙ୍ଗଙ୍କ ସ୍ବାସ୍ଥ୍ୟ ଖରାପ ଖବର ଅନେକ ଥର ସାମ୍ନାକୁ ଆସିଛି। ତାଙ୍କ ସ୍ବାସ୍ଥ୍ୟକୁ ନେଇ ପୂର୍ବରୁ କଳ୍ପନାଜଳ୍ପନା ଚାଲିଛି। ଯେତେବେଳେ ବେଜିଂରେ ଶୀତକାଳୀନ ଅଲିମ୍ପିକ୍ସ ପର୍ଯ୍ୟନ୍ତ ରାଷ୍ଟ୍ରପତି କୌଣସି ବିଦେଶୀ ନେତାଙ୍କ ସହ ସାକ୍ଷାତ କରିବାକୁ ମନା କରିଦେଲେ ସେତେବେଳେ ଚର୍ଚ୍ଚା ଅଧିକ ହୋଇଥିଲା।

ଏହାପୂର୍ବରୁ ମାର୍ଚ୍ଚ ୨୦୧୯ରେ, ଜିନପିଙ୍ଗଙ୍କ ଇଟାଲୀ ଗସ୍ତ ସମୟରେ ତାଙ୍କୁ ଚାଲିବାରେ ଅସୁବିଧା ହେଉଥିବାର ଦେଖିବାକୁ ମିଳିଥିଲା। ତାଙ୍କର ଚାଲିବାର ଶୈଳୀରେ କିଛି ତ୍ରୁଟି ଦେଖାଯାଉଥିଲା। ପରେ ଫ୍ରାନ୍ସ ଭ୍ରମଣ ସମୟରେ ସେ ଚାଲିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସେହି ସମୟରେ, ବସିବା ପାଇଁ ସେ ଅନ୍ୟର ସହାୟତା ଆବଶ୍ୟକ କରୁଥିଲେ।

ଏହା ବ୍ୟତୀତ, ୨୦୨୦ରେ, ସେ ଶେନ୍‌ଝେନରେ ଏକ ରାଲିରେ ସମ୍ବୋଧିତ କରୁଥିବା ସମୟରେ ତାଙ୍କୁ ଲଗାତାର କାଶ ହେଉଥିବା ଦେଖିବାକୁ ମିଳିଥିଲା। ରାଲିରେ ସେ କମ ସ୍ବରରେ ଭାଷଣ ଦେଉଥିବାବେଳେ ବିଳମ୍ବରେ ମଞ୍ଚରେ ମଧ୍ୟ ପହଞ୍ଚିଥିଲେ। ଏସବୁ କାରଣ ତାଙ୍କର ଖରାପ ସ୍ବାସ୍ଥ୍ୟକୁ ସୂଚାଇ ଦେଉଛି। ମସ୍ତିଷ୍କରେ ଥିବା ଏକ ରକ୍ତବାହୀ ନଳୀ ଦୁର୍ବଳ ହେବାଯୋଗୁ ଗୋଟିଏ ପାର୍ଶ୍ୱ ବେଲୁନ ପରି ଫୁଲି ଯାଇଥାଏ। ଏହାକୁ ସେରିବ୍ରାଲ ଆନେୱରାଜାଇମ କୁହାଯାଏ।

ଏହି ରୋଗ ମସ୍ତିଷ୍କର ଯେକୌଣସି ଅଂଶରେ ହୋଇପାରେ। ଏହି ରୋଗ ଯେକୌଣସି ବୟସର ବ୍ୟକ୍ତିଙ୍କୁ ମଧ୍ୟ ହୋଇଥାଏ। ୫୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ଠାରେ ଏଭଳି ସମସ୍ୟା ଦେଖାଯିବାର ଆଶଙ୍କା ଅଧିକ ରହିଥାଏ। ବିଶେଷକରି ଯେଉଁମାନଙ୍କର ଉଚ୍ଚ ରକ୍ତଚାପ, ଜେନେଟିକ ସ୍ନାୟୁ ଦୁର୍ବଳତା, ସଂକ୍ରମଣ, ଆଘାତ ଏବଂ ମସ୍ତିଷ୍କର କ୍ଷତି କିମ୍ବା ଟ୍ୟୁମର ଥାଏ ସେମାନେ ଏହି ସମସ୍ୟାରେ ଆକ୍ରାନ୍ତ ହେବାର ଅଧିକ ଆଶଙ୍କା ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

Viral Video: ନିଷ୍ପାପ ଶିଶୁ ସହ ଏମିତି ଖୁସି ମଜା କରୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରାୟତଃ ପଶୁ ଏବଂ ମଣିଷଙ୍କ ଭିଡିଓ ଦେଖିବାକୁ ମିଳିଥାଏ। ଏଥିରୁ କିଛି ଭିଡିଓ ଭୟଙ୍କର ହୋଇଥିବାବେଳେ ଆଉ କିଛି ଭିଡିଓ ଖୁସି ଆଣି ଦେଇଥାଏ।…

ଜିନପିଙ୍ଗଙ୍କୁ ପସନ୍ଦ ଭାରତ ଚା’! ମୋଦିଙ୍କ ସହ ନେଲେ ମଜା

ନୂଆଦିଲ୍ଲୀ/ବେଜିଂ,୧୪।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତକୁ ବେଶ ଉପଭୋଗ କରୁଛନ୍ତି। ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିବା ପରେ ସେ ସ୍ଥାନୀୟ…

ମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ବଜାରକୁ ଆସିବ ଓମ୍‌ଫେଡ ଆଇସକ୍ରିମ୍ ଓ ପାଣି

ଭୁବନେଶ୍ବର,୧୪ା୯: ଓଡ଼ିଶାର ଲୋକପ୍ରିୟ ଦୁଗ୍ଧ କମ୍ପାନୀ ଓମ୍‌ଫେଡ୍‌ ଏଣିକି ଆଇସକ୍ରିମ୍ ଓ ପାଣି ମଧ୍ୟ ବଜାରକୁ ଆଣିବାକୁ ଯୋଜନା କରୁଛି । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ…

ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି…

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

ବରଗଡ଼ରେ ଚାଞ୍ଚଲ୍ୟ: ନୂଆଖାଇ ପୂର୍ବରୁ ସ୍ତ୍ରୀଙ୍କୁ ପିଟିପିଟି ମାରିଲେ ସ୍ବାମୀ

ଅତାବିରା,୧୪।୯(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଳିପାଲି ପଞ୍ଚାୟତ ଗଡତିଆଟିକ୍ରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ପିଟିପିଟି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

ପୁଣି ବଡ଼ ଆନ୍ଦୋଳନ, ମହାରାଷ୍ଟ୍ର ସରକାରଙ୍କୁ ଘେରିବ CJP! ଅଭିଜିତ ଦୀପକେ କହିଲେ..

ମୁମ୍ବାଇ,୧୪ା୯: ଆନ୍ଦୋଳନ ନେଇ ବଡ଼ ଘୋଷଣା କଲା ସିଜେପି । ନିଟ୍‌ ପେପର ଲିକ୍‌ ମାମଲାକୁ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପରେ ଏବେ ମହାରାଷ୍ଟ୍ରର…

ଓରାଙ୍ଗଉଟାନକୁ ପୁଣି ଜ୍ୱର: ଡାକ୍ତରୀ ଟିମ୍‌ ସଜାଗ

ବାରଙ୍ଗ,୧୪।୧୦(ଲିଙ୍ଗରାଜ ରାଉତ): ବାଲେଶ୍ବରରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣେ ଜ୍ବରରେ ଆକ୍ରାନ୍ତ ହୋଇଛି। ଉକ୍ତ ଓରାଙ୍ଗଉଟାନଟି ଆସିବା ଦିନଠାରୁ ଜ୍ବରରେ ଆକ୍ରାନ୍ତ ହୋଇଥିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?