ଇସ୍ରାଏଲ ଗୁଳିରେ ଟଳିଲେ ଖବରଦାତା

ଜେନିନ୍‌(ଓ୍ବେଷ୍ଟବ୍ୟାଙ୍କ), ୧୨ା୫: ପାଲେଷ୍ଟାଇନ କବ୍‌ଜାରେ ଥିବା ଓ୍ବେଷ୍ଟବ୍ୟାଙ୍କରେ ଅଲ୍‌-ଜଜିରା ସାମ୍ବାଦିକା ଶିରିନ୍‌ ଅବୁ ଅକ୍‌ଲେହ(୫୧) ଇସ୍ରାଏଲ ସେନା ଗୁଳିରେ ବୁଧବାର ପ୍ରାଣ ହରାଇଛନ୍ତି। ଜେନିନ୍‌ ସହରରେ ଇସ୍ରାଏଲ ପ୍ରତିରକ୍ଷା ବଳ (ଆଇଡିଏଫ୍‌) ଟାର୍ଗେଟ କରିବାବେଳେ ଶିରିନ୍‌ ଏହାର ରିପୋର୍ଟ କରିବାକୁ ଯାଇଥିଲେ। ସେହି ସମୟରେ ତାଙ୍କ ମୁହଁରେ ଗୁଳି ବାଜିଥିଲା। ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ପାଲେଷ୍ଟାଇନର ଆଉ ଜଣେ ରିପୋର୍ଟର ଅଲି ସମାଉଦି ଆହତ ହୋଇଛନ୍ତି। ଶିରିନ୍‌ଙ୍କ ହତ୍ୟା ପାଇଁ ପାଲେଷ୍ଟାଇନ ଇସ୍ରାଏଲକୁ ଦାୟୀ କରିଛି। ପାଲେଷ୍ଟାଇନ ପକ୍ଷରୁ ଚଳା ଯାଇଥିବା ଗୁଳି ଶିରିନ୍‌ଙ୍କ ମୁହଁରେ ବାଜିଥିବା ଇସ୍ରାଏଲ ପାଲଟା ଅଭିଯୋଗ ଆଣିଛି।

ଏହି ଆମେରିକୀୟ-ପାଲେଷ୍ଟିନୀୟ ସାମ୍ବାଦିକାଙ୍କ ମୃତ୍ୟୁକୁ ନେଇ ସାରା ବିଶ୍ୱରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଘଟଣାକୁ କାତାର ଡେପୁଟି ବହିର୍ବ୍ୟାପାର ମନ୍ତ୍ରୀ ଲଲ୍‌ଓ୍ବାହ ଅଲ୍‌ଖତର ନିନ୍ଦା କରିଛନ୍ତି। ଏହାକୁ ସେ ଇସ୍ରାଏଲ ପ୍ରାୟୋଜିତ ଆତଙ୍କବାଦ ଆଖ୍ୟା ଦେବା ସହ ଏହି ଦେଶ ପ୍ରତି ସମର୍ଥନ ବନ୍ଦ କରାଯିବାକୁ ସେ ଆହ୍ବାନ ଦେଇଛନ୍ତି। ଜେନିନ୍‌ରେ ଅପରେଶନ ଚାଲିଥିବାବେଳେ ଇସ୍ରାଏଲ ସେନା ଉପରକୁ ଗୁଳି, ବିସ୍ଫୋରକରେ ଅତର୍କିତ ଭାବେ ଆକ୍ରମଣ କରାଯାଇଥିଲା। ତେଣୁ ଆଇଡିଏଫ୍‌ ମଧ୍ୟ ଜବାବୀ କାର୍ଯ୍ୟାନୁଷ୍ଠାନ ନେଇଥିଲା। କିନ୍ତୁ ପାଲେଷ୍ଟିନୀୟଙ୍କ ଗୁଳିରେ ଶିରିନ ନିହତ ହୋଇଥିବା ଇସ୍ରାଏଲ ମିଲିଟାରି ପକ୍ଷରୁ କୁହାଯାଇଛି। ପାଲେଷ୍ଟାଇନ ସହ ଘଟଣାର ମିଳିତ ତଦନ୍ତ ପାଇଁ ଇସ୍ରାଏଲ ବହିର୍ବ୍ୟାପାର ମନ୍ତ୍ରୀ ୟେର୍‌ ଲାପିଡ୍‌ ଦାବି କରିଛନ୍ତି। ଏଥିସହ ଆତଙ୍କବାଦ ଏବଂ ଇସ୍ରାଏଲ ନାଗରିକଙ୍କ ହତ୍ୟା ରୋକିବା ପାଇଁ ଆଇଡିଏଫ୍‌ ଏହାର କାର୍ଯ୍ୟ ଜାରି ରଖିବ ବୋଲି ସେ କହିଛନ୍ତି। ପାଲେଷ୍ଟାଇନ ପକ୍ଷରୁ ଆଖିବୁଜା ଆକ୍ରମଣରେ ଶିରିନ୍‌ ନିହତ ହୋଇଥିବା ନେଇ ଯଥେଷ୍ଟ ଆଶଙ୍କା ଥିବା ପ୍ରାପ୍ୟ ସୂଚନାରୁ ଜଣାପଡ଼ିଛି ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫ୍‌ଟାଲି ବେନେଟ୍‌ କହିଛନ୍ତି।

ସପ୍ତାହ ହେଲା ଇସ୍ରାଏଲ ସେନା ପକ୍ଷରୁ ଓ୍ବେଷ୍ଟ ବ୍ୟାଙ୍କରେ ବାରମ୍ବାର ଅପରେଶନ ଚଳାଯାଉଛି। ଇସ୍ରାଏଲରେ ଆତଙ୍କବାଦୀ ଆକ୍ରମଣ ବଢ଼ିବାରେ ଲାଗିଛି। ଆତଙ୍କବାଦୀଙ୍କ ମଧ୍ୟରୁ ଅଧିକାଂଶ ପାଲେଷ୍ଟାଇନ ପକ୍ଷରୁ ଆସୁଛନ୍ତି। ଜେନିନ୍‌ରେ ଥିବା ଶରଣାର୍ଥୀ ଶିବିରକୁ ଆତଙ୍କବାଦୀଙ୍କ ଗଡ଼ କୁହାଯାଉଥିବାବେଳେ ଇସ୍ରାଏଲ ସେନା ପକ୍ଷରୁ ଓ୍ବେଷ୍ଟବ୍ୟାଙ୍କରେ ବାରମ୍ବାର ଚଢ଼ାଉ ସହ ଏଭଳି ସର୍ଚ୍ଚ ଅପରେଶନ କରାଯାଉଛି। ଶିରିନ୍‌ଙ୍କ ଶେଷକୃତ୍ୟବେଳେ ଶତାଧିକ ପାଲେଷ୍ଟାଇନ ନାଗରିକ, ମୁଖାପିନ୍ଧା ବନ୍ଧୁକଧାରୀ ଜେନିନ୍‌ରେ ସାମିଲ ହୋଇଥିଲେ।

ସାହସୀ ରିପୋର୍ଟର

ଶିରିନ୍‌ ଅବୁ ଅକ୍‌ଲେହ ଜଣେ ଜଣାଶୁଣା ରିପୋର୍ଟର। ଜେରୁଜେଲମରେ ଜନ୍ମିତ ଶିରିନ୍‌ ୧୯୯୭ରୁ ସେ ଆରବୀ ଭାଷାରେ ପ୍ରସାରିତ ଅଲ୍‌ଜଜିରାରେ କାର୍ଯ୍ୟ କରୁଥିଲେ। ତାଙ୍କ ସାହସିକତା ପାଇଁ ସେ ଜଣାଶୁଣା। ସେ ପ୍ରାୟ ୧୫ ବର୍ଷ ଧରି ଇସ୍ରାଏଲ-ପାଲେଷ୍ଟାଇନ୍‌ ମଧ୍ୟରେ ଚାଲିଆସୁଥିବା ସଂଘର୍ଷ ଉପରେ ରିପୋର୍ଟିଂ କରି ଆସୁଥିଲେ। ପାଲେଷ୍ଟାଇନ ଓ ଇସ୍ରାଏଲ ମଧ୍ୟରେ ସଂଘର୍ଷକୁ ନେଇ ଶିରିନ୍‌ଙ୍କ ବଳିଷ୍ଠ ଉପସ୍ଥାପନ ଉଚ୍ଚ ପ୍ରଶଂସିତ ହୋଇଥିଲା।

ଓ୍ବେଷ୍ଟବ୍ୟାଙ୍କ ବିବାଦ କ’ଣ

ଇସ୍ରାଏଲର ପୂର୍ବରେ ଓ୍ବେଷ୍ଟବ୍ୟାଙ୍କ ଅବସ୍ଥିତ। ଜୋର୍ଡାନ ନଦୀର ପଶ୍ଚିମ ପଟରେ ଥିବାରୁ ଏହାକୁ ଓ୍ବେଷ୍ଟ୍‌ବ୍ୟାଙ୍କ କୁହାଯାଏ। ୧୯୪୮ରେ ପ୍ରଥମ ଆରବ-ଇସ୍ରାଏଲ ଯୁଦ୍ଧରେ ମଧ୍ୟପ୍ରାଚ୍ୟ ଦେଶ ଜୋର୍ଡାନ ଓ୍ବେଷ୍ଟବ୍ୟାଙ୍କକୁ କବ୍‌ଜା କରିଥିଲା। କିନ୍ତୁ ୧୯୬୭ରେ ଆରବ-ଇସ୍ରାଏଲ ମଧ୍ୟରେ ହୋଇଥିବା ୬ ଦିନିଆ ଯୁଦ୍ଧରେ ଇସ୍ରାଏଲ ଓ୍ବେଷ୍ଟବ୍ୟାଙ୍କକୁ ନିଜ ନିୟନ୍ତ୍ରଣକୁ ଆଣିଥିଲା। ଇସ୍ରାଏଲ ସେଠାରେ ଶତାଧିକ ବସ୍ତି ସ୍ଥାପନ କରି ନିଜ ନାଗରିକଙ୍କୁ ଥଇଥାନ କରିଛି। ଏଠାରେ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ପାଲେଷ୍ଟାଇନ ନାଗରିକ ମଧ୍ୟ ରହୁଛନ୍ତି। ସମ୍ପୂର୍ଣ୍ଣ ଓ୍ବେଷ୍ଟବ୍ୟାଙ୍କକୁ ଇସ୍ରାଏଲ ନିଜର ଦାବି କରୁଥିବାବେଳେ ପାଲେଷ୍ଟାଇନ ଏହାକୁ ନିଜର ଅଂଶ କରିବାକୁ ଚାହୁଁଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିତ ଜାତିସଂଘରେ ଆମେରିକା-ରୁଷିଆ ମୁହାଁମୁହିଁ

ଓ୍ବାଶିଂଟନ,୨୫ା୪: ମିଳିତ ଜାତିସଂଘରେ ଆମେରିକା ଏବଂ ରୁଷିଆ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। କିଛି ଦିନ ପୂର୍ବରୁ ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ରୁଷିଆ...

ଆମେରିକା ଉପରେ ରାଗିଗଲେ ନେତାନ୍ୟାହୁ: କହିଲେ ଏମିତି କଥା

ଜେରୁଜେଲମ,୨୫।୪: ଗାଜାରେ ହମାସ ଆତଙ୍କବାଦୀଙ୍କ ସହ ଇସ୍ରାଏଲର ଯୁଦ୍ଧ ଜାରି ରହିଛି ଏବଂ ଇରାନ ସହିତ ଯୁଦ୍ଧ ପରି ପରିସ୍ଥିତି ଅଛି। ଏହି ସମୟରେ ବେଞ୍ଜାମିନ...

ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର...

ପାଶ୍ଚରାଇଜ୍ଡ କ୍ଷୀରରେ ମିଳିଲା ବାର୍ଡ ଫ୍ଲୁ ଜୀବାଣୁର ଅବଶିଷ୍ଟାଂଶ, ପରୀକ୍ଷା ପାଇଁ ପଠାଗଲା ନମୁନା

ଓ୍ବାଶିଂଟନ,୨୪।୪: ଆମେରିକାର ବିଭିନ୍ନ ରାଜ୍ୟରେ ଡେୟରି ଗାଈମାନଙ୍କଠାରେ H5N1 ଷ୍ଟ୍ରେନ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି। ଏହା ପ୍ରାୟ ୮ଟି ରାଜ୍ୟରେ ବ୍ୟାପିଛି। ଏହି...

ଆମେରିକାରେ ମୋଦିଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି, କିଏ କଲେ ଏମିତି ପ୍ରଶଂସା

ନୂଆଦିଲ୍ଲୀ,୨୪।୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ବଢୁଛି ତାହା ଆକଳନ କରାଯାଇପାରିବ ଯେ ଲୋକମାନେ ତାଙ୍କ ଭଳି ଜଣେ ନେତା ମଧ୍ୟ...

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri