ଇସ୍ରାଏଲ ଗୁଳିରେ ଟଳିଲେ ଖବରଦାତା

ଜେନିନ୍‌(ଓ୍ବେଷ୍ଟବ୍ୟାଙ୍କ), ୧୨ା୫: ପାଲେଷ୍ଟାଇନ କବ୍‌ଜାରେ ଥିବା ଓ୍ବେଷ୍ଟବ୍ୟାଙ୍କରେ ଅଲ୍‌-ଜଜିରା ସାମ୍ବାଦିକା ଶିରିନ୍‌ ଅବୁ ଅକ୍‌ଲେହ(୫୧) ଇସ୍ରାଏଲ ସେନା ଗୁଳିରେ ବୁଧବାର ପ୍ରାଣ ହରାଇଛନ୍ତି। ଜେନିନ୍‌ ସହରରେ ଇସ୍ରାଏଲ ପ୍ରତିରକ୍ଷା ବଳ (ଆଇଡିଏଫ୍‌) ଟାର୍ଗେଟ କରିବାବେଳେ ଶିରିନ୍‌ ଏହାର ରିପୋର୍ଟ କରିବାକୁ ଯାଇଥିଲେ। ସେହି ସମୟରେ ତାଙ୍କ ମୁହଁରେ ଗୁଳି ବାଜିଥିଲା। ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ପାଲେଷ୍ଟାଇନର ଆଉ ଜଣେ ରିପୋର୍ଟର ଅଲି ସମାଉଦି ଆହତ ହୋଇଛନ୍ତି। ଶିରିନ୍‌ଙ୍କ ହତ୍ୟା ପାଇଁ ପାଲେଷ୍ଟାଇନ ଇସ୍ରାଏଲକୁ ଦାୟୀ କରିଛି। ପାଲେଷ୍ଟାଇନ ପକ୍ଷରୁ ଚଳା ଯାଇଥିବା ଗୁଳି ଶିରିନ୍‌ଙ୍କ ମୁହଁରେ ବାଜିଥିବା ଇସ୍ରାଏଲ ପାଲଟା ଅଭିଯୋଗ ଆଣିଛି।

ଏହି ଆମେରିକୀୟ-ପାଲେଷ୍ଟିନୀୟ ସାମ୍ବାଦିକାଙ୍କ ମୃତ୍ୟୁକୁ ନେଇ ସାରା ବିଶ୍ୱରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଘଟଣାକୁ କାତାର ଡେପୁଟି ବହିର୍ବ୍ୟାପାର ମନ୍ତ୍ରୀ ଲଲ୍‌ଓ୍ବାହ ଅଲ୍‌ଖତର ନିନ୍ଦା କରିଛନ୍ତି। ଏହାକୁ ସେ ଇସ୍ରାଏଲ ପ୍ରାୟୋଜିତ ଆତଙ୍କବାଦ ଆଖ୍ୟା ଦେବା ସହ ଏହି ଦେଶ ପ୍ରତି ସମର୍ଥନ ବନ୍ଦ କରାଯିବାକୁ ସେ ଆହ୍ବାନ ଦେଇଛନ୍ତି। ଜେନିନ୍‌ରେ ଅପରେଶନ ଚାଲିଥିବାବେଳେ ଇସ୍ରାଏଲ ସେନା ଉପରକୁ ଗୁଳି, ବିସ୍ଫୋରକରେ ଅତର୍କିତ ଭାବେ ଆକ୍ରମଣ କରାଯାଇଥିଲା। ତେଣୁ ଆଇଡିଏଫ୍‌ ମଧ୍ୟ ଜବାବୀ କାର୍ଯ୍ୟାନୁଷ୍ଠାନ ନେଇଥିଲା। କିନ୍ତୁ ପାଲେଷ୍ଟିନୀୟଙ୍କ ଗୁଳିରେ ଶିରିନ ନିହତ ହୋଇଥିବା ଇସ୍ରାଏଲ ମିଲିଟାରି ପକ୍ଷରୁ କୁହାଯାଇଛି। ପାଲେଷ୍ଟାଇନ ସହ ଘଟଣାର ମିଳିତ ତଦନ୍ତ ପାଇଁ ଇସ୍ରାଏଲ ବହିର୍ବ୍ୟାପାର ମନ୍ତ୍ରୀ ୟେର୍‌ ଲାପିଡ୍‌ ଦାବି କରିଛନ୍ତି। ଏଥିସହ ଆତଙ୍କବାଦ ଏବଂ ଇସ୍ରାଏଲ ନାଗରିକଙ୍କ ହତ୍ୟା ରୋକିବା ପାଇଁ ଆଇଡିଏଫ୍‌ ଏହାର କାର୍ଯ୍ୟ ଜାରି ରଖିବ ବୋଲି ସେ କହିଛନ୍ତି। ପାଲେଷ୍ଟାଇନ ପକ୍ଷରୁ ଆଖିବୁଜା ଆକ୍ରମଣରେ ଶିରିନ୍‌ ନିହତ ହୋଇଥିବା ନେଇ ଯଥେଷ୍ଟ ଆଶଙ୍କା ଥିବା ପ୍ରାପ୍ୟ ସୂଚନାରୁ ଜଣାପଡ଼ିଛି ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫ୍‌ଟାଲି ବେନେଟ୍‌ କହିଛନ୍ତି।

ସପ୍ତାହ ହେଲା ଇସ୍ରାଏଲ ସେନା ପକ୍ଷରୁ ଓ୍ବେଷ୍ଟ ବ୍ୟାଙ୍କରେ ବାରମ୍ବାର ଅପରେଶନ ଚଳାଯାଉଛି। ଇସ୍ରାଏଲରେ ଆତଙ୍କବାଦୀ ଆକ୍ରମଣ ବଢ଼ିବାରେ ଲାଗିଛି। ଆତଙ୍କବାଦୀଙ୍କ ମଧ୍ୟରୁ ଅଧିକାଂଶ ପାଲେଷ୍ଟାଇନ ପକ୍ଷରୁ ଆସୁଛନ୍ତି। ଜେନିନ୍‌ରେ ଥିବା ଶରଣାର୍ଥୀ ଶିବିରକୁ ଆତଙ୍କବାଦୀଙ୍କ ଗଡ଼ କୁହାଯାଉଥିବାବେଳେ ଇସ୍ରାଏଲ ସେନା ପକ୍ଷରୁ ଓ୍ବେଷ୍ଟବ୍ୟାଙ୍କରେ ବାରମ୍ବାର ଚଢ଼ାଉ ସହ ଏଭଳି ସର୍ଚ୍ଚ ଅପରେଶନ କରାଯାଉଛି। ଶିରିନ୍‌ଙ୍କ ଶେଷକୃତ୍ୟବେଳେ ଶତାଧିକ ପାଲେଷ୍ଟାଇନ ନାଗରିକ, ମୁଖାପିନ୍ଧା ବନ୍ଧୁକଧାରୀ ଜେନିନ୍‌ରେ ସାମିଲ ହୋଇଥିଲେ।

ସାହସୀ ରିପୋର୍ଟର

ଶିରିନ୍‌ ଅବୁ ଅକ୍‌ଲେହ ଜଣେ ଜଣାଶୁଣା ରିପୋର୍ଟର। ଜେରୁଜେଲମରେ ଜନ୍ମିତ ଶିରିନ୍‌ ୧୯୯୭ରୁ ସେ ଆରବୀ ଭାଷାରେ ପ୍ରସାରିତ ଅଲ୍‌ଜଜିରାରେ କାର୍ଯ୍ୟ କରୁଥିଲେ। ତାଙ୍କ ସାହସିକତା ପାଇଁ ସେ ଜଣାଶୁଣା। ସେ ପ୍ରାୟ ୧୫ ବର୍ଷ ଧରି ଇସ୍ରାଏଲ-ପାଲେଷ୍ଟାଇନ୍‌ ମଧ୍ୟରେ ଚାଲିଆସୁଥିବା ସଂଘର୍ଷ ଉପରେ ରିପୋର୍ଟିଂ କରି ଆସୁଥିଲେ। ପାଲେଷ୍ଟାଇନ ଓ ଇସ୍ରାଏଲ ମଧ୍ୟରେ ସଂଘର୍ଷକୁ ନେଇ ଶିରିନ୍‌ଙ୍କ ବଳିଷ୍ଠ ଉପସ୍ଥାପନ ଉଚ୍ଚ ପ୍ରଶଂସିତ ହୋଇଥିଲା।

ଓ୍ବେଷ୍ଟବ୍ୟାଙ୍କ ବିବାଦ କ’ଣ

ଇସ୍ରାଏଲର ପୂର୍ବରେ ଓ୍ବେଷ୍ଟବ୍ୟାଙ୍କ ଅବସ୍ଥିତ। ଜୋର୍ଡାନ ନଦୀର ପଶ୍ଚିମ ପଟରେ ଥିବାରୁ ଏହାକୁ ଓ୍ବେଷ୍ଟ୍‌ବ୍ୟାଙ୍କ କୁହାଯାଏ। ୧୯୪୮ରେ ପ୍ରଥମ ଆରବ-ଇସ୍ରାଏଲ ଯୁଦ୍ଧରେ ମଧ୍ୟପ୍ରାଚ୍ୟ ଦେଶ ଜୋର୍ଡାନ ଓ୍ବେଷ୍ଟବ୍ୟାଙ୍କକୁ କବ୍‌ଜା କରିଥିଲା। କିନ୍ତୁ ୧୯୬୭ରେ ଆରବ-ଇସ୍ରାଏଲ ମଧ୍ୟରେ ହୋଇଥିବା ୬ ଦିନିଆ ଯୁଦ୍ଧରେ ଇସ୍ରାଏଲ ଓ୍ବେଷ୍ଟବ୍ୟାଙ୍କକୁ ନିଜ ନିୟନ୍ତ୍ରଣକୁ ଆଣିଥିଲା। ଇସ୍ରାଏଲ ସେଠାରେ ଶତାଧିକ ବସ୍ତି ସ୍ଥାପନ କରି ନିଜ ନାଗରିକଙ୍କୁ ଥଇଥାନ କରିଛି। ଏଠାରେ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ପାଲେଷ୍ଟାଇନ ନାଗରିକ ମଧ୍ୟ ରହୁଛନ୍ତି। ସମ୍ପୂର୍ଣ୍ଣ ଓ୍ବେଷ୍ଟବ୍ୟାଙ୍କକୁ ଇସ୍ରାଏଲ ନିଜର ଦାବି କରୁଥିବାବେଳେ ପାଲେଷ୍ଟାଇନ ଏହାକୁ ନିଜର ଅଂଶ କରିବାକୁ ଚାହୁଁଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରୁ ତାମିଲନାଡୁ…. ଆଜି ୬ ଆସନର ରେଜଲ୍ଟ, କିଏ ମାରିବ ବାଜି?

ନୂଆଦିଲ୍ଲୀ,୯।୧୦: ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ ଓ ପୁଡୁଚେରୀରେ ଅକ୍ଟୋବର ୬ ତାରିଖରେ ହୋଇଥିବା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ । ଏଥିରେ ୫ଟି ବିଧାନସଭା ଆସନ…

ଇତିହାସ ବଦଳାଇବେ ଅଭିଷେକ ଶର୍ମା: କରିବେ ଏହି ବଡ଼ ବିଶ୍ୱ ରେକର୍ଡ

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ ଆଜି ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ବିସ୍ଫୋରକ…

ମନ୍ତ୍ରୀ କରିଡର ଖାଁ ଖାଁ: ତୃତୀୟ ମହଲା ଚଳଚଞ୍ଚଳ

ଭୁବନେଶ୍ୱର, ୯ା୧୦(ରବିନାରାୟଣ ଜେନା):ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ଆହୂତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ବେଳେ ପୂର୍ବାହ୍ନରେ ଲୋକସେବା ଭବନରେ ତୃତୀୟ ମହଲା ଚଳଚଞ୍ଚଳ ରହିିଥିଲା। ମାତ୍ର ଖାରବେଳ…

ସାହିତ୍ୟ ପାଇଁ କାନାଡା କବି ଆନେ କାର୍ସନଙ୍କୁ ନୋବେଲ ପୁରସ୍କାର

ଷ୍ଟକ୍‌ହୋମ,୯।୧୦(ଏ.ପି.): କାନାଡାର ପ୍ରସିଦ୍ଧ କବି ତଥା ପ୍ରାବନ୍ଧିକା ଆନେ କାର୍ସନଙ୍କୁ ୨୦୨୬ ମସିହାର ସାହିତ୍ୟ (ଲିଟରେଚର) ନୋବେଲ ପୁରସ୍କାର ପ୍ରଦାନ କରାଯିବ। ପ୍ରାଚୀନ ପରମ୍ପରା ସହ ସମକାଳୀନ…

IPL 2027 ପୂର୍ବରୁ ରିଷଭ ପନ୍ତଙ୍କୁ ବଡ଼ ଝଟ୍‌କା, ଦିଲ୍ଲୀ କ୍ୟାପିଟାଲ୍ସରେ ମିଳିବନି ଏହି ଦାୟିତ୍ୱ!

ନୂଆଦିଲ୍ଲୀ,୯।୧୦: ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିବା ପରେ ରିଷଭ ପନ୍ତଙ୍କ ବ୍ୟାଟିଂ ପୋଜିସନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। IPL 2027ରେ ପନ୍ତଙ୍କୁ ଟପ୍ ଅର୍ଡରରେ ବ୍ୟାଟିଂ…

ନେତାନ୍ୟାହୁଙ୍କ ବଡ଼ ନିଷ୍ପତ୍ତି, ସ୍ମିତ ମାଚ୍ଛରଙ୍କୁ ମିଳିବ ଇସ୍ରାଏଲର ସର୍ବୋଚ୍ଚ ବେସାମରିକ ବୀରତ୍ୱ ସମ୍ମାନ

ନୂଆଦିଲ୍ଲୀ,୯।୧୦: ନିଜ ସହ-ପାଇଲଟ୍‌ଙ୍କ ମରଣାନ୍ତକ ଆକ୍ରମଣର ସାମ୍ନା କରି ମଧ୍ୟ ୧୭୪ ଜଣ ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ଜୀବନ ବଞ୍ଚାଇଥିବା ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?