ରାଜପାକ୍‌ସେ ଭାରତରେ ଶରଣ ନେଇଥିବା ଗୁଜବକୁ ଖଣ୍ଡନ କଲା ଉଚ୍ଚାୟୁକ୍ତ

କଲମ୍ବୋ,୧୧।୫: ଶ୍ରୀଲଙ୍କାରେ ଆର୍ଥିକ ଓ ରାଜନୈତିକ ସଙ୍କଟ ଜାରି ରହିଛି। ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ରହିଥିବା ବେଳେ ମହିନ୍ଦା ରାଜପାକ୍‌ସେ ସୋମବାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଇତିମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍‌ସେ ଏବଂ ତାଙ୍କ ପରିବାର ଭାରତରେ ଆଶ୍ରୟ ନେଇଛନ୍ତି ବୋଲି ଏକ ଗୁଜବ ପ୍ରଚାର ହେଉଛି। ହେଲେ ଏହି ଗୁଜବକୁ ଖଣ୍ଡନ କରିଛନ୍ତି ଶ୍ରୀଲଙ୍କାରେ ଥିବା ଭାରତୀୟ ଉଚ୍ଚାୟୁକ୍ତ। ସୋସିଆଲ ମିଡିଆରେ ଏକ ବୟାନ ଜାରି କରି ଉଚ୍ଚାୟୁକ୍ତ ଏହି ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। ଭାରତୀୟ ଉଚ୍ଚାୟୁକ୍ତ କହିଛନ୍ତି ଯେ, ନିକଟରେ ଗଣମାଧ୍ୟମ ତଥା ସୋସିଆଲ ମିଡିଆରେ ଏକ ଗୁଜବ ପ୍ରଚାରିତ ହେଉଛି ଯେ, ଜଣେ ନେତା ଏବଂ ତାଙ୍କ ପରିବାର ହେଲିକପ୍ଟର ଯୋଗେ ଆଶ୍ରୟ ନେବାକୁ ଭାରତ ଯାଇଛନ୍ତି। ହେଲେ ଏଗୁଡିକ ସମ୍ପୂର୍ଣ୍ଣ ମିଥ୍ୟା ଗୁଜବ ଏବଂ ମିଥ୍ୟା ରିପୋର୍ଟ ବୋଲି ଉଚ୍ଚାୟୁକ୍ତ ଦୃଢ଼ ଭାବେ ଅସ୍ବୀକାର କରିଛନ୍ତି। ସେମାନଙ୍କ ଭିତରେ କୌଣସି ସତ୍ୟତା ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ବର୍ତ୍ତମାନ ସରକାର ବିରୋଧୀ ପ୍ରଦର୍ଶନ ତୀବ୍ର ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧରେ ଶାନ୍ତିର ନାୟିକା

ଆଫଗାନିସ୍ତାନକୁ ସ୍ତବ୍ଧ କରିଦେଇଛି ୩ ମହିଳା ଗଣମାଧ୍ୟମ କର୍ମୀଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣା। ତେଣୁ ତାଲିବାନ ଓ ଆମେରିକା ମଧ୍ୟରେ ହୋଇଥିବା ଶାନ୍ତି...

ପ୍ରତିରକ୍ଷା ବ୍ୟୟ ୨ ଟ୍ରିଲିୟନ ଡଲାର ଟପିଲା

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ, ୨୬ା୪: କରୋନା ମହାମାରୀ ଯୋଗୁ ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ସତ୍ତ୍ୱେ ପ୍ରତିରକ୍ଷା ବ୍ୟୟ ବୃଦ୍ଧି ପାଇଛି। ୨୦୨୧ରେ ବିଶ୍ୱର ମୋଟ ସାମରିକ ବ୍ୟୟ ୨.୧...

ଯୁଦ୍ଧ ଯୋଗୁ ୪ କୋଟିରୁ ଅଧିକ ହେବେ ଗରିବ…

ଓ୍ବାଶିଂଟନ, ୧୯।୩ : ୟୁକ୍ରେନ୍‌ ରୁଷିଆ ଯୁଦ୍ଧ ଯୋଗୁ ପୃଥିବୀରେ ଗରିବଙ୍କ ସଂଖ୍ୟା ବଢ଼ିବ। ଏନେଇ ଆମେରିକାର ଏକ ଥିଙ୍କ୍‌ ଟେଙ୍କ୍‌ ସେଣ୍ଟର ଫର୍‌ ଗ୍ଲୋବାଲ...

ଇ-ମେଲ୍‌ରେ ତୁଟିଗଲା ବିବାହ

ଓ୍ବାଶିଂଟନ୍‌: ଆମେରିକୀୟ ବ୍ୟବସାୟୀ ରୁପର୍ଟ ମୁର୍ଡୋଚ୍‌ ସ୍ତ୍ରୀ ଜେରୀ ହାଲଙ୍କ ସହ ବିବାହ ସମ୍ପର୍କ ଚ୍ଛିନ୍ନ କରିଛନ୍ତି। ରୁପର୍ଟ ଜେରୀଙ୍କୁ ୧୧ଟି ଶବ୍ଦରେ ଏକ ଇ-ମେଲ୍‌...

ସମୁଦ୍ର ମଝିରେ ନିଆଁ…

ମେକ୍ସିକୋ ସିଟି,୩।୭: ଲାଟିନ୍‌ ଆମେରିକା ଦେଶ ମେକ୍ସିକୋରେ ସମୁଦ୍ର ମଝିରେ ହଠାତ୍‌ ଭୟଙ୍କର ନିଆଁ ଦେଖିଯାଇଛି। ସମୁଦ୍ର ମଝିରେ ନିଆଁ ଜଳୁଥିବାର ଫଟୋ ଏବଂ ଭିଡ଼ିଓ...

୧୯୨ ଦେଶରେ କରୋନା: ୨୪ ଘଣ୍ଟାରେ ଆମେରିକାରେ ୧୦୦ ମୃତ

ଓ୍ବାଶିଂଟନ,୨୩।୩: କରୋନା ସଂକ୍ରମଣ ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଇତିମଧ୍ୟରେ ଏହା ୧୯୨ ଦେଶରେ ପହଞ୍ଚିଛି। କରୋନା ଯୋଗୁ ପୃଥିବୀରେ ମୃତ୍ୟୁ ସଂଖ୍ୟା ୧୪,୬୧୬...

ମୃତ୍ୟୁ ଏଠି ଅପରାଧ

ବିଶ୍ୱରେ କିଛି ଦେଶ ଅଛି, ଯେଉଁଠି ଇଚ୍ଛାମୃତ୍ୟୁକୁ ମିଳିଛି ଆଇନଗତ ସ୍ବୀକୃତି। ହେଲେ ଏମିତି ଦେଶ ଅଛି, ଯେଉଁଠି ମୃତ୍ୟୁକୁ ଅପରାଧ ବୋଲି ବିବେଚନା କରାଯାଏ।...

ବିବାହରେ ଗୀତ ବାଜିବାରୁ ୧୩ ଜଣଙ୍କୁ ହତ୍ୟା କଲେ ତାଲିବାନ

କାବୁଲ,୧।୧୧: ତାଲିବାନ ଶାସନର ଆଉ ଏକ କ୍ରୁର ଚିତ୍ର ଦେଖିବାକୁ ମିଳିଛି। ବିବାହରେ ମାଇକ୍‌ ବାଜିବାରୁ ତାଲିବାନ ମାନେ ୧୩ ଜଣଙ୍କୁ ହତ୍ୟା କରିଛନ୍ତି। ଆଫଗାନିସ୍ତାନର...

Advertisement
Archives

Model This Week