ଅନ୍ତର୍ଜାତୀୟ

ଡାଉନିଂ ଷ୍ଟ୍ରିଟ୍‌ ଦୌଡ଼ ଆଗରେ ଋଷି

ଲଣ୍ଡନ, ୧୪ା୭: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ ଉତ୍ତରାଧିକାରୀ ଚୟନ ପ୍ରକ୍ରିୟା ବୁଧବାର ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ ଭୋଟ ପରେ ଭାରତୀୟ ବଂଶୋଦ୍ଭବ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ୍‌ ସମସ୍ତ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇଦେଇଛନ୍ତି। ଋଷିଙ୍କ ସପକ୍ଷରେ ୮୮…

ଶ୍ରୀଲଙ୍କା ସଙ୍କଟ: ଡାକ୍ତର କହିଲେ ରୋଗଠାରୁ ଦୂରେଇ ରୁହନ୍ତୁ, ଆହତ ହୁଅନ୍ତୁ ନାହିଁ

କଲମ୍ବୋ,୧୪ ।୭: ଆର୍ଥିକ ସଙ୍କଟର ଶିକାର ହୋଇଥିବା ଶ୍ରୀଲଙ୍କାର ମେଡିକାଲ ଢାଞ୍ଚା ବି ଏବେ ବଦଳିବାରେ ଲାଗିଛି । ହସ୍ପିଟାଲରେ କିଡ୍‌ନୀ, କ୍ୟାନସର ଭଳି ଜଟିଳ ସମସ୍ୟାରେ ପୀଡିତ ଥିବା ରୋଗୀଙ୍କ କଥା ପଚାରେ କିଏ, କାରଣ ସାଧାରଣ ରୋଗ ପାଇଁ…

ଭିଡ଼ ଅଣାୟତ୍ତ, ସେନା ନରମ

କଲମ୍ବୋ/ନୂଆଦିଲ୍ଲୀ,୧୪ା୭: ଗୃହଯୁଦ୍ଧ ମୁହଁ। କଲମ୍ବୋ ଆକାଶରେ ଉଡ଼ୁଥିଲା ସେନା ହେଲିକପ୍ଟର। ଅଣାୟତ୍ତ ଭିଡ଼କୁ ନିୟନ୍ତ୍ରଣ ପାଇଁ ସୈନ୍ୟ ଛାଡ଼ୁଥିଲେ ତୁହାକୁ ତୁହା ଲୁହବୁହା ବାଷ୍ପ। ଉତ୍ତ୍ୟକ୍ତ ଜନତା ରଡ଼ି ଛାଡ଼ୁଥିଲେ ‘ରାନିଲ ଗୋ ହୋମ୍‌’। ଟିଅର୍‌ ଗ୍ୟାସ୍‌ରେ ବିକ୍ଷୋଭକାରୀଙ୍କ ଆଖି ପୋଡ଼ିଲେ…

ଜାଣନ୍ତି କାହା ସହାୟତାରେ ରାତାରାତି ମାଳଦ୍ୱୀପ ପଳାଇଲେ ଗୋଟାବାୟା

କଲମ୍ବୋ,୧୩ା୭: ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ଏଠାରେ ରାଜନୈତିକ ଉତ୍ତେଜନା ମଧ୍ୟ ଦେଖାଦେଇଛି। ଫଳରେ ଜଣକ ପରେ ଜଣେ ନେତା ଦେଶ ଛାଡୁଛନ୍ତି। ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ମଧ୍ୟ ତାଙ୍କ ପରିବାର ସହିତ ରାତାରାତି…

ଗୋଟାବାୟା ରାଜପାକ୍ସେଙ୍କୁ ଶରଣ ଦେଇ ଫସିଲେ ମାଳଦ୍ୱୀପ ସରକାର

ମାଲେ,୧୩।୭: ଶ୍ରୀଲଙ୍କାରେ ଜାରି ରାଜନୈତିକ ଏବଂ ଆର୍ଥିକ ସଙ୍କଟ ମଧ୍ୟରେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ବୁଧବାର ମାଳଦୀପରେ ଶରଣ ନେଇଛନ୍ତି। ଏହାକୁ ନେଇ ମାଳଦ୍ୱୀପରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଛି। ଗୋଟାବାୟାଙ୍କୁ ମାଳଦ୍ୱୀପରେ ଶରଣ ଦେବାକୁ ନେଇ ସରକାରଙ୍କ ନିଷ୍ପତ୍ତିକୁ ସେଠାରେ…

ରୁଷିଆ-ୟୁକ୍ରେନ ମଧ୍ୟରେ ଆଲୋଚନା ଆରମ୍ଭ

ଇସ୍ତାନବୁଲ,୧୩।୭: ତୁର୍କୀର ଇସ୍ତାନବୁଲରେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଜାରି ରହିଛି। ଯଦି ଏହି କଥାବାର୍ତ୍ତା ସଫଳ ହୁଏ, ତେବେ ସମଗ୍ର ବିଶ୍ୱରେ ଖାଦ୍ୟ ସାମଗ୍ରୀ ବୃଦ୍ଧି ସମସ୍ୟାରୁ କିଛିଟା ମୁକ୍ତି ମିଳିବ। ମିଳିତ ଜାତିସଂଘ ଏବଂ…

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦଖଲ କଲେ ବିକ୍ଷୋଭକାରୀ

କଲମ୍ବୋ,୧୩।୭: ଶ୍ରୀଲଙ୍କାରେ ସଙ୍କଟ ଜାରି ରହିଛି। ସମଗ୍ର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଦେଶ ଛାଡି ପଳାଇବା ପରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରମସିଂଘେଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବରେ ନିଯୁକ୍ତ କରାଯାଇଛି। ବୁଧବାର ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀଙ୍କ…

ପିଟ୍‌କେର୍ନରେ ଭୂକମ୍ପ

ପିଟ୍‌କେର୍ନ,୧୩ା୭: ପିଟକେର୍ନ ଦ୍ୱୀପରେ ବୁଧବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ରେକର୍ଡ କରାଯାଇଥିବା ନ୍ୟାଶନାଲ ସେଣ୍ଟର ଫର୍‌ ସିମୋଲୋଜି ସୂଚନା ଦେଇଛି। ଭୂକମ୍ପରେ ଏଯାଏ କୌଣସି ଧନଜୀବନ ହାନି ହୋଇଥିବା ନେଇ ସ୍ପଷ୍ଟ ସୂଚନା ମିଳିପାରି…

ଶ୍ରୀଲଙ୍କାରେ ପୁଣି ଜରୁରୀକାଳୀନ ପରିସ୍ଥିତି ଜାରି

କଲମ୍ବୋ,୧୩।୭: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ସେ ଦେଶ ଛାଡି ପଳାଇବା ପରେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ନିଯୁକ୍ତ କରାଯାଇଛି। କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ରାନିଲଙ୍କୁ ନିଯୁକ୍ତି ଦିଆଯିବା ପରେ ଶ୍ରୀଲଙ୍କାରେ ହିଂସା ଦେଖାଦେଇଛି। ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ…

ରାଷ୍ଟ୍ରପତିଙ୍କ ପଳାୟନ ପରେ ପୁଣି ବିଗିଡ଼ିଲା ଶ୍ରୀଲଙ୍କା ପରିସ୍ଥିତି: ସଂସଦରେ ବିକ୍ଷୋଭକାରୀଙ୍କ ପ୍ରଦର୍ଶନ

କଲମ୍ବୋ,୧୩।୭: ଶ୍ରୀଲଙ୍କାରେ ଆର୍ଥିକ-ରାଜନୈତିକ ସଙ୍କଟ ପରିସ୍ଥିତି ଗଭୀର ହେବାରେ ଲାଗିଛି। ଇତିମଧ୍ୟରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସେ ନିଜ ପଦରୁ ଇସ୍ତଫା ଦେବା ପରେ ମଙ୍ଗଳବାର ସପରିବାର ସହ ଦେଶ ଛାଡିଛନ୍ତି। ଏହାକୁ ନେଇ ବୁଧବାର ସକାଳେ ଦେଶରେ ହିଂସା ପୁଣି ଥରେ…

ଏଲନ ମସ୍କଙ୍କ ବିରୋଧରେ ମାମଲା ରୁଜୁ କଲା ଟୁଇଟର

ଓ୍ବାଶିଂଟନ,୧୩।୭: ଟେସଲା ସିଇଓ ଏଲନ୍‌ ମସ୍କ ଏବେ ବିବାଦ ଘେରରେ ରହିଛନ୍ତି। ଦିନକୁ ଦିନ ତାଙ୍କ ବିରୋଧରେ ସମସ୍ୟା ବଢ଼ିବାରେ ଲାଗିଛି। ୪୪ ଅରବ ଡଲାରର ଟୁଇଟର ଡିଲ୍‌ ରଦ୍ଦ କରିବା ପରେ ଏବେ ଏଲୋନ ମସ୍କଙ୍କ ବିରୋଧରେ ମାମଲା ରୁଜୁ…

ମନୁଷ୍ୟ ଶରୀରରେ ଘୁଷୁରି ହାର୍ଟ

ନ୍ୟୁୟର୍କ,୧୩।୭: ମାନବ ଅଙ୍ଗର ଅଭାବକୁ ଦୂର କରିବା ପାଇଁ ଘୁଷୁରି ଅଙ୍ଗ ବ୍ୟବହାର କରିବାର ଲକ୍ଷ୍ୟ ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରିଛି ନ୍ୟୁୟର୍କ ୟୁନିଭର୍ସିଟି। ନ୍ୟୁୟର୍କ ୟୁନିଭର୍ସିଟିର ସର୍ଜନମାନେ ଜେନେଟିକ ପ୍ରଜନିତ ଘୁଷୁରୀର ହୃଦୟକୁ ଦୁଇ ଜଣ ବ୍ରେନ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri