ଟେକ୍ସାସରେ ପୁଅକୁ ଦେଖା କରିବାକୁ ଯାଇ ଗ୍ୟାରେଜରେ ଶୋଇଥିଲେ ଏଲନ ମସ୍କଙ୍କ ମାଆ

ଟେକ୍ସାସ,୨୯ ।୮: ଏଲନ ମସ୍କ । ବିଶ୍ୱର ଏକ ପରିଚିତ ନାମ । ଏହି ବିଲିୟନେୟାର ବିଜନେସ ମ୍ୟାନ ନିକଟରେ ଟୁଇଟର ଡିଲକୁ ନେଇ ଆସିଥିଲେ ଚର୍ଚ୍ଚାକୁ । ଏବେ ଆମେରିକାର ଟେକ୍ସାସରେ ଏଲନ ମସ୍କଙ୍କୁ ଭେଟିବାକୁ ଯାଇଥିବା ତାଙ୍କ ମାଆ ମାୟେ ମସ୍କ ତାଙ୍କର ଅସ୍ୱାଭାବିକ ଶୋଇବାର ବ୍ୟବସ୍ଥା ସମ୍ପର୍କରେ ପ୍ରକାଶ କରିଛନ୍ତି । ନିକଟରେ ବ୍ରିଟେନର ଦି ସନଡେ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରେ ଏଲନ ମସ୍କଙ୍କ ମାଆ ତଥା ୭୪ ବର୍ଷୀୟା ମଡେଲ ମାୟେ ମସ୍କ ପୁଅ ସହ ଥିବା ସମ୍ପର୍କକୁ ନେଇ ଖୋଲାଖୋଲି କଥା ହୋଇଛନ୍ତି ।
ମାୟେ କହିଛନ୍ତି ଯଦିଓ ତାଙ୍କ ପୁଅ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହେଲେ କୌଣସି ସମ୍ପତ୍ତି ଉପରେ ତାଙ୍କର ଆଦୌ ଆଗ୍ରହ ନାହିଁ । ମାୟେ କହିଥିଲେ ଯେତେବେଳେ ସେ ଟେକ୍ସାସରେ ଟେକ ମ୍ୟାଗ୍ନେଟ ପରିବଦର୍ଶନ କରିବାକୁ ଯାଆନ୍ତି, ଯେଉଁଠାରେ ସ୍ପେସ୍ ଏକ୍ସର ମୁଖ୍ୟାଳୟ ରହିଛି ସେଠାରେ ତାଙ୍କୁ ଗ୍ୟାରେଜରେ ଶୋଇବାକୁ ପଡିଥାଏ । କାରଣ ରକେଟ୍ ସାଇଟ୍ ନିକଟରେ ତୁମେ ଏକ ଫ୍ୟାନ୍ସି ଘର ତିଆରି କରିପାରିବନାହିଁ ।
ଏହା ପୂର୍ବରୁ ଏଲନ ମସ୍କ କହିଥିଲେ ତାଙ୍କର ନିଜର କୌଣସି ଘର ନାହିଁ । ସେ ବନ୍ଧୁଙ୍କ ପାଖରେ ରହୁଛନ୍ତି । ୨୦୨୦ରେ ସେ ତାଙ୍କର ସମସ୍ତ ସମ୍ପତ୍ତି ବିକ୍ରି କରିବା ଇଚ୍ଛା ପ୍ରକାଶ କରିବା ସମୟରେ ଏକଥା ଜଣାପଡିଥିଲା ।
ମସ୍କ କହିଥିଲେ ସେ କୌଣସି ଘରର ମାଲିକ ହେବାକୁ ଚାହାନ୍ତି ନାହିଁ । ତାଙ୍କର ନଗଦ ଟଙ୍କା ଦରକାର ନାହିଁ । ସମ୍ପତ୍ତି କେବଳ ତୁମକୁ ଓଜନ କରେ ବୋଲି ମସ୍କ କହିଥିଲେ । ପରେ ସ୍ପେସ ଏକ୍ସ ସିଇଓ କହିଥିଲେ ତାଙ୍କର ପ୍ରାଥମିକ ବାସସ୍ଥାନ ହେଉଛି ସ୍ପେସ ଏକ୍ସର ଭାଡା, ଯାହାର ମୂଲ୍ୟ ୫୦,୦୦୦ଡଲାର ।
ମାୟେ ମସ୍କ କହିଛନ୍ତି ପୁଅଙ୍କ ପରି ତାଙ୍କର ମଙ୍ଗଳ ଗ୍ରହକୁ ଯିବାକୁ ସେମିତି କିଛି ଆଗ୍ରହ ନାହିଁ । ଆପଣଙ୍କୁ ୬ ମାସର ପ୍ରସ୍ତୁତି ଏବଂ ଅଲଗା ରହିବା ଆବଶ୍ୟକ ଏହା ମୋତେ ଆକର୍ଷିତ କରେ ନାହିଁ ବୋଲି ମସ୍କଙ୍କ ମାଆ କହିଛନ୍ତି । ତେବେ ପିଲାମାନେ ଯଦି ଚାହିଁବେ ମୁଁ ଏହା କରେ ତେବେ ମୁଁ କରିବି ବୋଲି ମାୟେ ମସ୍କ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?