ଅନ୍ତର୍ଜାତୀୟ

ଅନାସ୍ଥାପ୍ରସ୍ତାବରେ ଜିତିଲେ ପ୍ରଧାନମନ୍ତ୍ରୀ

ଲଣ୍ଡନ,୭।୬: ପାର୍ଟିଗେଟ ଦୁର୍ନୀତି ଫସିଯାଇଥିବା ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ହାଉସ ଅଫ କମନ୍ସ ବିଶ୍ୱାସ ମତର ପ୍ରମାଣ ଦେଇଛନ୍ତି। ବୋରିସ ଜନସନ ୨୧୧ ଭୋଟ ପାଇ ଅନାସ୍ଥାପ୍ରସ୍ତାବରେ ବିଜୟୀ ହୋଇଛନ୍ତି। ଜନସନଙ୍କ ବିରୋଧରେ ୧୪୮ ଭୋଟ ଦିଆଯାଇଥିଲା। ଫଳରେ ଜନସନ…

ୟୁକ୍ରେନରୁ ଚୋରି କରି ନେଇଥିବା ପାଞ୍ଚ ଲକ୍ଷ ଟନ ଗହମକୁ ଆଫ୍ରିକୀୟ ଦେଶକୁ ବିକ୍ରି କରୁଛି ରୁଷିଆ

କ୍ୱିଭ/ମସ୍କୋ/ ନାଇରୋବି,୭ ।୬: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୨ ମାସରୁ ଅଧିକ ସମୟ ହୋଇ ଗଲାଣି । ହେଲେ ଏବେବି ସେଠାରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । ଯୁଦ୍ଧ ପରେ ବୋମାମାଡ କରି ଓ ଅନ୍ୟ ଉପାୟରେ ରୁଷିଆ…

କୁଏଟ୍‌ ସୁପର ମାର୍କେଟରୁ ହଟିଲା ଭାରତୀୟ ସାମଗ୍ରୀ

କୁଏଟ ସିଟି/ନୂଆଦିଲ୍ଲୀ, ୬ା୬: ଭାଜପା ନେତ୍ରୀ ନୂପୁର ଶର୍ମା ଏବଂ ନବୀନ କୁମାର ଜିନ୍ଦଲ ପ୍ରଫେଟ ମହମ୍ମଦଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ମୁସ୍‌ଲିମ୍‌ ରାଷ୍ଟ୍ରଗୁଡ଼ିକରେ ବିରୋଧ ତୀବ୍ର ହେବାରେ ଲାଗିଛି। କାତାର, କୁଏଟ୍‌, ଇରାନ, ସାଉଦିଆରବ, ପାକିସ୍ତାନ, ଆଫଗାନିସ୍ତାନ,…

ବାତିଲ ହୋଇପାରେ ଟୁଇଟର ଡିଲ୍‌!

ଓ୍ବାଶିଂଟନ୍‌, ୬ା୬: ଜାଲ୍‌ ଟୁଇଟର ଆକାଉଣ୍ଟ ଏବଂ ସ୍ପାମ୍‌ ଉପରେ ଡାଟା ନ ମିଳିଲେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ପାଇଁ ହୋଇଥିବା ୪୪ ବିଲିୟନ ଡଲାର ଡିଲ୍‌କୁ ବାତିଲ କରିଦେବେ ବୋଲି ଟେସ୍‌ଲା ମାଲିକ ଏଲନ୍‌ ମସ୍କ କହିଛନ୍ତି। ସୋମବାର…

୩୬ ଘଣ୍ଟା ପରେ ବି ଜଳୁଛି ନିଆଁ

ଢାକା,୬।୬: ବାଂଲାଦେଶର ଦକ୍ଷିଣପୂର୍ବାଞ୍ଚଳରେ ଥିବା ଏକ ଘରୋଇ ରାସାୟନିକ କଣ୍ଟେନର ଡିପୋରେ ବିସ୍ଫୋରଣ ଘଟି ବର୍ତ୍ତମାନ ସୁଦ୍ଧା ୪୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩୫୦ ଜଣଙ୍କୁ ଚିଟ୍ଟାଗ୍ରାମ ମେଡିକାଲ କଲେଜ ହସ୍ପିଟାଲରେ…

ଗିରଫ ହୋଇପାରନ୍ତି ଇମ୍ରାନ ଖାନ୍‌

ଇସ୍‌ଲାମାବାଦ୍‌,୬।୬: ପାକିସ୍ତାନ ରାଜନୀତିରେ ଅଶାନ୍ତି ଥମିବାର ନାଁ ନେଉନାହିଁ। ଇମ୍ରାନ ଖାନ୍‌ କ୍ଷମତାରୁ ହଟିବା ମାତ୍ରେ ଶେହଓ୍ବାଜ ଶରିଫଙ୍କ ନେତୃତ୍ୱାଧୀନ ସରକାର ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି। ସେ କ୍ରମାଗତ ଭାବରେ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ତେବେ ଇମ୍ରାନଙ୍କ ବିରୋଧରେ ଦଙ୍ଗା…

ୟୁକ୍ରେନକୁ ଏମ୍‌-୨୭୦ ମଲ୍ଟିପୁଲ ରକେଟ ଲଞ୍ଚର ପଠାଇବ ବ୍ରିଟେନ…

ଲଣ୍ଡନ/କ୍ୱିଭ୍‌, ୬।୬ : ବ୍ରିଟେନ ଅତ୍ୟାଧୁନିକ ଏମ୍‌-୨୭୦ ମଲ୍ଟିପୁଲ ରକେଟ ଲଞ୍ଚର ୟୁକ୍ରେନକୁ ଯୋଗାଇବାକୁ ଘୋଷଣା କରିଛି। ଏହି ରକେଟ ଲଞ୍ଚରର ପ୍ରଭାବଶାଳୀ ଫାୟାରିଂ ପରିସର ୮୦ କିଲୋମିଟର ବୋଲି କୁହାଯାଉଛି। ରୁଷିଆ ସହିତ ଯୁଦ୍ଧ ଆରମ୍ଭରୁ ବ୍ରିଟେନ ୟୁକ୍ରେନକୁ ବିଭିନ୍ନ…

ରାଷ୍ଟ୍ରପତିଙ୍କ ସୁରକ୍ଷା ଢିଲା ଘଟଣା: ପାଇଲଟ୍‌ଙ୍କୁ ହେବ ପଚରାଉଚରା

ଓ୍ବାଶିଂଟନ,୬ା୬: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ କୁହାଯାଉଥିବା ଆମେରିକାର ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ା ବୋଲି କୁହାଯାଏ। କିନ୍ତୁ ଶନିବାର ସୁରକ୍ଷା କ୍ଷେତ୍ରରେ ଢିଲା ବ୍ୟବସ୍ଥା ଥିବା ଘଟଣା ସାମ୍ନାକୁ ଆସଛି। ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନଙ୍କ ଡେଲାଓ୍ବେର ଘର ଉପରେ ଏକ…

ୟୁକ୍ରେନ୍‌ର ଦାବି, ୩୧ ହଜାରରୁ ଅଧିକ ରୁଷୀୟ ସୈନ୍ୟଙ୍କ ଘଟିଲାଣି ମୃତ୍ୟୁ…

କ୍ୱିଭ୍‌, ୬।୬ : ରୁଷ-ୟୁକ୍ରେନ ଯୁଦ୍ଧ ଶେଷ ହେବାର ନା ଧରୁନି। ଇତିମଧ୍ୟରେ ରୁଷିଆ ପୂର୍ବ ୟୁକ୍ରେନ ସହର ସେଭେରୋଡନେଟସ୍କ ଉପରେ ବହୁ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଏହି ବିସ୍ଫୋରଣ ଯୋଗୁ କୌଣସି କ୍ଷୟକ୍ଷତିର ଖବର ମିଳି ନାହିଁ। କିଛି ଲୋକ…

କରୋନା ମହାମାରୀ ଯୋଗୁ ସନ୍ତାନ ଚାହୁଁ ନାହାନ୍ତି ଚାଇନା ଦମ୍ପତି, ଜନସଂଖ୍ୟା ହ୍ରାସ ନେଇ ଚିନ୍ତାରେ ସରକାର…

ବେଜିଂ, ୬।୬ : ଚାଇନାର ଜନସଂଖ୍ୟା ହ୍ରାସ ପାଇବା ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ନିକଟରେ ଚାଇନ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଯେ ବେଜିଂ ଦ୍ୱାରା ଦିଆଯାଇଥିବା ସରକାରୀ ଆକଳନ ଅପେକ୍ଷା ଜନସଂଖ୍ୟା ସଙ୍କଟ ଅଧିକ ଖରାପ ସ୍ଥିତିରେ ରହିଛି।…

କିମ୍‌ଙ୍କୁ କଡ଼ା ଜବାବ୍‌, ଆମେରିକା-ଦକ୍ଷିଣ କୋରିଆ ପରୀକ୍ଷା କଲେ ୮ କ୍ଷେପଣାସ୍ତ୍ର…

ଓ୍ବାଶିଂଟନ/ସିଓଲ, ୬।୬ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ୮ଟି ବାଲିଷ୍ଟିକ କ୍ଷେପଣାସ୍ତ୍ର ଉତକ୍ଷେପଣ କରିଥିଲେ। ଏହାର ଜବାବରେ ଆମେରିକା ଏବଂ ଦକ୍ଷିଣ କୋରିଆ ପକ୍ଷରୁ ମଧ୍ୟ ଆଠଟି କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି। ଏହି କ୍ଷେପଣାସ୍ତ୍ର ପରୀକ୍ଷା…

ଦିନକୁ ୧୬୭ ଟଙ୍କା ରୋଜଗାର କରୁଥିବା ଲୋକ ଗରିବ, ବିଶ୍ୱ ବ୍ୟାଙ୍କର ନୂଆ ମାନଦଣ୍ଡ…

ଓ୍ବାଶିଂଟନ, ୬।୬ : ବିଶ୍ୱ ବ୍ୟାଙ୍କ ବର୍ତ୍ତମାନ ଅତ୍ୟନ୍ତ ଗରିବଙ୍କ ପାଇଁ ଏକ ନୂତନ ମାନଦଣ୍ଡ ସ୍ଥିର କରିଛି। ମୁଦ୍ରାସ୍ଫୀତି, ଦରଦାମ୍‌ ବୃଦ୍ଧି , ଜୀବନଧାରଣର ମୂଲ୍ୟ ବୃଦ୍ଧି, ଅତ୍ୟଧିକ ଦାରିଦ୍ର ସୀମାରେଖା ସହିତ ଅନେକ ମାନକ ଆଧାରରେ ବିଶ୍ୱବ୍ୟାଙ୍କ ସମୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri