ଅନ୍ତର୍ଜାତୀୟ

ମସ୍କଙ୍କୁ ଟୁଇଟର ଶେୟାର ବିକ୍ରି କରାଯାଉ

ଓ୍ବାଶିଂଟନ୍‌, ୧୪ା୯: ଟୁଇଟର ଇଙ୍କ୍‌ର ବଡ଼ ସଂଖ୍ୟାରେ ଅଂଶୀଦାର କମ୍ପାନୀର ଶେୟାର ଟେସ୍‌ଲା ମାଲିକ ଏଲନ ମସ୍କଙ୍କୁ ବିକ୍ରି କରାଯାଉ ବୋଲି ଚାହାଁନ୍ତି। ମସ୍କଙ୍କ ୪୪ ବିଲିୟନ ଡଲାରର ବାଏଆଉଟ୍‌ ଡିଲ୍‌ ସପକ୍ଷରେ ସେମାନେ ଭୋଟ ଦେଇଛନ୍ତି। ମଙ୍ଗଳବାର ଏହ ଭୋଟିଂର…

ଭୁଲ୍‌ ଦିଗରେ ଯାଉଛି ବିଶ୍ୱ

ଲଣ୍ଡନ,୧୪ା୯: ବିଶ୍ୱବ୍ୟାପୀ ଅଧିକାଂଶ ଦେଶରେ ଲକ୍‌ଡାଉନ ଫଳରେ ପ୍ରଦୂଷଣ ହାରରେ ସାମାନ୍ୟ ହ୍ରାସ ଘଟିଥିଲା। ଏବେ ଏହା ମହାମାରୀ ପୂର୍ବ ସ୍ଥିତିକୁ ଟପିଗଲାଣି ବୋଲି ଜାତିସଂଘ ସତର୍କ କରାଇବା ସହ ବିଶ୍ୱ ଭୁଲ୍‌ ଦିଗରେ ଯାଉଥିବା କହିଛି। ଜାତିସଂଘ ରିପୋର୍ଟ ଅନୁଯାୟୀ,…

ମକ୍କାରେ ଏଲିଜାବେଥ୍‌ଙ୍କ ପାଇଁ ପ୍ରାର୍ଥନା କରି ଗିରଫ

ରିୟାଧ: ବିଶ୍ୱ ପ୍ରସିଦ୍ଧ ସାଉଦି ଆରବର ମକ୍କା ମସ୍‌ଜିଦ୍‌ରେ ପ୍ରାର୍ଥନା କରିବା ଲାଗି ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ମୁସଲମାନ ସମ୍ପ୍ରଦାୟର ପବିତ୍ର ସ୍ଥାନ କୁହାଯାଉଥିବା ମକ୍କାକୁ ମୁସଲମାନଙ୍କ ବ୍ୟତୀତ ଅନ୍ୟ ସମ୍ପ୍ରଦାୟର ବ୍ୟକ୍ତିଙ୍କ ପ୍ରବେଶ ନିଷିଦ୍ଧ। ଏପରି ସ୍ଥିତିରେ ବ୍ରିଟେନ୍‌…

ରାଣୀଙ୍କ ପରି ଡ୍ରେସ୍‌ ପିନ୍ଧିବାରୁ ୨ ବର୍ଷ ଜେଲ

ବ୍ୟାଙ୍କକ୍‌: ଥାଇଲାଣ୍ଡ ରାଣୀ ସୁଥିଡାଙ୍କ ପରି ପୋଷାକ ପିନ୍ଧିବା କାରଣରୁ ଥାଇଲାଣ୍ଡ କୋର୍ଟ ଜଣେ ମହିଳା ସାମାଜିକ କର୍ମୀଙ୍କୁ ଦୁଇବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୨୦ରେ ରାଜାଙ୍କ ବିରୋଧରେ ବ୍ୟାଙ୍କକ୍‌ ରାଜରାସ୍ତାରେ ସାଧାରଣ ନାଗରିକଙ୍କ ଦ୍ୱାରା ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ୨୫…

ପ୍ରିନ୍ସ ଆଣ୍ଡ୍ର୍ୟୁଙ୍କୁ ଗାଳି କରି ଯୁବକ ଗିରଫ

ଲଣ୍ଡନ,୧୪ା୯: ବ୍ରିଟେନ୍‌ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଅନ୍ତିମ ଯାତ୍ରା ସମାରୋହ ଚାଲିଥିବାବେଳେ ପ୍ରିନ୍ସ ଆଣ୍ଡ୍ର୍ୟୁଙ୍କୁ ଗାଳି କରିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ମହାରାଣୀଙ୍କ କଫିନ୍‌ ପଛେ ପଛେ ବ୍ରିଟେନ୍‌ ବର୍ତ୍ତମାନର ରାଜା ଚାର୍ଲସ୍‌ ତୃତୀୟଙ୍କ ସମେତ ରାଜ ପରିବାରର ଅନ୍ୟ…

ମହାରାଣୀଙ୍କ ଶେଷକୃତ୍ୟରେ ସାମିଲ ହେବନି ରୁଷିଆ

ଲଣ୍ଡନ,୧୪ା୯: ଲଣ୍ଡନରେ ସୋମବାର ଅନୁଷ୍ଠିତ ହେବାକୁ ଥିବା ବ୍ରିଟେନ୍‌ ସମ୍ରାଙ୍ଗୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଶେଷକୃତ୍ୟ କାର୍ଯ୍ୟକ୍ରମରେ ରୁଷିଆ, ମ୍ୟାନ୍‌ମାର ଓ ବେଲାରୁଷକୁ ନିମନ୍ତ୍ରଣ କରାଯାଇନାହିଁ। ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ କାରଣରୁ ବ୍ରିଟେନ ମସ୍କୋ ଉପରେ ପାଶ୍ଚାତ୍ୟ କଟକଣା ଲଗାଇଥିବାବେଳେ ଏହାର…

ସୀମାରେ ରକ୍ତାକ୍ତ ସଂଘର୍ଷ

ବାକୁ/ୟୋରଭାନ୍‌, ୧୪ା୯: ପ୍ରାୟ ୨ ବର୍ଷର ବ୍ୟବଧାନରେ ପୁଣି ଅଶାନ୍ତ ହୋଇପଡ଼ିଛି ଆର୍ମେନିଆ ଓ ଆଜରବୈଜାନ ସୀମା। ନାଗୋର୍ନୋ-କାରାବାଖ୍‌ ବିବାଦୀୟ ଅଞ୍ଚଳକୁ ନେଇ ମୁହାଁମୁହିଁ ହୋଇଛନ୍ତି ସୋଭିଏଟ୍‌ ସଂଘରୁ ଅଲଗା ହୋଇଥିବା ଏହି ଦୁଇ ପଡ଼ୋଶୀ। ଆକ୍ରମଣରେ ୪୯ ଆର୍ମେନୀୟ ସୈନ୍ୟ…

ଅନ୍‌ଲାଇନ ଠକେଇର ପେଣ୍ଠସ୍ଥଳ ପାଲଟିଛି ଚାଇନା…

ବେଜିଂ, ୧୩।୯ : ମୋବାଇଲ ଫୋନ କିମ୍ବା କମ୍ପ୍ୟୁଟର ଜରିଆରେ ହେଉଥିବା ଠକେଇର ପେଣ୍ଠସ୍ଥଳ ପାଲଟିଛି ଚାଇନା। ମେ ୨୦୨୧ ରୁ ଜୁଲାଇ ୨୦୨୨ ପର୍ଯ୍ୟନ୍ତ ଚାଇନାରେ ପାଞ୍ଚ ଲକ୍ଷ ୯୪ ହଜାର ଟେଲିକମ ଏବଂ ଇଣ୍ଟରନେଟ ଠକେଇ ମାମଲା ରୁଜୁ…

କାକାଡୁ ସମରାଭ୍ୟାସ-୨୦୨୨: ଅଷ୍ଟ୍ରେଲିଆ ପହଞ୍ଚିଲା ଆଇଏନଏସ୍‌ ସତପୁରା…

ମେଲବୋର୍ନ, ୧୩।୯ : ଭାରତୀୟ ନୌସେନାର ଆଇଏନଏସ୍‌ ସତପୁରା ଏବଂ ପି-୮ ଆଇ ସାମୁଦ୍ରିକ ପାଟ୍ରୋଲିଂ ବିମାନ ରୟାଲ ଅଷ୍ଟ୍ରେଲିୟ ନୌସେନା ଦ୍ୱାରା ପରିଚାଳିତ କାକାଡୁ ସମରାଭ୍ୟାସ-୨୦୨୨ରେ ଭାଗ ନେବାକୁ ଅଷ୍ଟ୍ରେଲିଆର ଡାର୍ବିନରେ ପହଞ୍ଚିଛି। ଭାରତୀୟ ନୌସେନାରୁ ମିଳିଥିବା ସୂଚନା ଅନୁଯାୟୀ,…

ମହାରାଣୀଙ୍କ କୁକୁରର ଯତ୍ନ ନେବେ ସାନ ପୁଅ

ଲଣ୍ଡନ,୧୩ା୯: ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ପ୍ରିୟ ତଥା ସ୍ବର୍ଗତ ରାଜା ମୋନାର୍କଙ୍କ କୋର୍ଗି କୁକୁରର ଯତ୍ନ ନେବେ ତାଙ୍କ ସାନ ପୁଅ ପ୍ରିନ୍ସ ଆଣ୍ଡ୍ର୍ୟୁ। ଡ୍ୟୁକ୍‌ ଅଫ୍‌ ୟର୍କ ଆଣ୍ଡ୍ର୍ୟୁ ଏବଂ ତାଙ୍କ ପୂର୍ବତନ ସ୍ତ୍ରୀ ସାରା ଫର୍ଗୁସନ୍‌ କୁକୁର ମୁଇକ୍‌…

ଟିକ୍‌ଟକ୍‌ ଚ୍ୟାଲେଞ୍ଜ ପାଇଁ ବଢ଼ୁଛି କାର୍‌ ଚୋରି

ଓ୍ବାଶିଂଟନ,୧୩।୯: ଆମେରିକାର ଲସ୍‌ଏଞ୍ଜେଲସ୍‌ରେ ଟିକ୍‌ଟକ୍‌ ଚ୍ୟାଲେଞ୍ଜ ପାଇଁ କାର୍‌ ଚୋରିର ମାତ୍ରା ବଢ଼ିବାରେ ଲାଗିଛି। ବିଶେଷ କରି କିଆ ଏବଂ ହୁଣ୍ଡାଇ କମ୍ପାନୀର କାର୍‌ର କିଛି ମଡେଲ ଏବେ ଟାର୍ଗେଟ୍‌ରେ ଥିବା ଜଣାପଡ଼ିଛି। ଗତ ବର୍ଷ ତୁଳନାରେ ଦେଶରେ ୮୫ ପ୍ରତିଶତ…

ଆଫଗାନିସ୍ତାନରେ ଆର୍ଥିକ ସଙ୍କଟ: ଅନ୍‌ଲାଇନ୍‌ ଶପିଂ ସାଇଟ୍‌ ବନ୍ଦ

କାବୁଲ,୧୩।୯: ଆଫଗାନିସ୍ତାନକୁ ତାଲିବାନ ନିୟନ୍ତ୍ରଣ କରିବାର ପ୍ରାୟ ଏକ ବର୍ଷ ବିତିଗଲାଣି। ଆଫଗାନିସ୍ତାନ ପ୍ରଶାସନର ଆକସ୍ମିକ ପତନ ଦେଶରେ ଅର୍ଥନୈତିକ ସଙ୍କଟ ଏବଂ ଆର୍ଥିକ ସମସ୍ୟା ସୃଷ୍ଟି କରିଛି। ତାଲିବାନ ଶାସନ ଅଧୀନରେ ଆଫଗାନିସ୍ତାନର ପ୍ରାୟ ସମସ୍ତ ପ୍ରମୁଖ ଅନଲାଇନ ଶପିଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri