ପୁରୁଷମାନେ ବି କାର୍ଯ୍ୟସ୍ଥଳରେ ହିଂସା-ଉତ୍ପୀଡନର ହେଉଛନ୍ତି ଶିକାର…

ଜେନେଭା,୭।୧୨ : କର୍ମକ୍ଷେତ୍ରରେ ହିଂସା ଏବଂ ନିର୍ଯାତନା ସାରା ବିଶ୍ୱରେ ବ୍ୟାପିବାରେ ଲାଗିଛି। ବିଶେଷକରି ମହିଳା, ଯୁବବର୍ଗ, ପ୍ରବାସୀ ତଥା ଦୈନିକ ମଜୁରୀ କର୍ମଚାରୀମାନେ ଏହାର ସମ୍ମୁଖୀନ ହେଉଥିବର ନେଇ କର୍ମକ୍ଷେତ୍ରରେ ହିଂସା ଏବଂ ଉତ୍ପୀଡନ ଘଟଣାର ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ସର୍ଭେରେ ୧୨୧ ଟି ଦେଶରେ ପ୍ରାୟ ୭୫ ହଜାର କର୍ମଚାରୀ ଅନ୍ତର୍ଭୁକ୍ତ ହୋଇଥିଲେ।

ମିଳିତ ଜାତିସଂଘର ଅନ୍ତର୍ଜାତୀୟ ଶ୍ରମ ସଂଗଠନ, ଲାୟଡସ୍‌ ରେଜିଷ୍ଟର ଫାଉଣ୍ଡେଶନ ଏବଂ ଗେଲପ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସର୍ଭେରେ ୨୨ ପ୍ରତିଶତରୁ ଅଧିକ ଲୋକ କହିଛନ୍ତି ଯେ ସେମାନେ ଘଟଣା ସହ୍ୟ କରିଛନ୍ତି। ତିନୋଟି ସଂଗଠନର ଏହି ୫୬ ପୃଷ୍ଠାର ରିପୋର୍ଟ ଅନୁଯାୟୀ, କର୍ମକ୍ଷେତ୍ରରେ ହିଂସା ଏବଂ ନିର୍ଯାତନା ବ୍ୟାପକ ଏବଂ ଗଭୀର କ୍ଷତିକାରକ। ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ଉପରେ ଏହାର ଗୁରୁତର ପ୍ରଭାବ ପଡିଥାଏ। ଲୋକମାନେ ରୋଜଗାରର ଉତ୍ସ ହରାଇଥାନ୍ତି ଏବଂ ସେମାନଙ୍କର ବୃତ୍ତିଗତ ଜୀବନ ମଧ୍ୟ ବିପଦରେ ପଡିଥାଏ। ଏହା କର୍ମକ୍ଷେତ୍ର ଏବଂ ସମାଜ ପାଇଁ ଅର୍ଥନୈତିକ କ୍ଷତି ଘଟାଇଥାଏ। ସର୍ବେକ୍ଷଣ ଫଳାଫଳ ଅନୁଯାୟୀ, ଏକ ତୃତୀୟାଂଶ ଲୋକ କର୍ମକ୍ଷେତ୍ରରେ ହିଂସା କିମ୍ବା ନିର୍ଯାତନା ଭୋଗୁଥିବାବେଳେ ୬.୩ ପ୍ରତିଶତ ଲୋକ କର୍ମକ୍ଷେତ୍ରରେ ଶାରୀରିକ, ମାନସିକ ଏବଂ ଯୌନ ହିଂସା ତଥା ନିର୍ଯାତନାର ଶିକାର ହୋଇଥିବାର କହିଛନ୍ତି। ରିପୋର୍ଟ ଅନୁଯାୟୀ, ସର୍ବାଧିକ ସଂଖ୍ୟକ ମାନସିକ ହିଂସା ଏବଂ ନିର୍ଯାତନା ମାମଲା ରିପୋର୍ଟ କରାଯାଇଥିଲା। ୧୭.୯ ପ୍ରତିଶତ କର୍ମଚାରୀ ସେମାନଙ୍କ କାର୍ଯ୍ୟସ୍ଥଳରେ ଏହା ଅନୁଭବ କରିଥିବାର କହିଥିଲେ।

ପୁରୁଷମାନେ ମଧ୍ୟ ଶାରୀରିକ ହିଂସା ଏବଂ ର୍ନିଯାତନାର ଶିକାର ହେଉଛନ୍ତି। ସର୍ବେକ୍ଷଣ କରାଯାଇଥିବା ପ୍ରାୟ ୮.୫ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ କର୍ମକ୍ଷେତ୍ରରେ ଶାରୀରିକ ହିଂସା ଏବଂ ନିର୍ଯାତନା ଭୋଗୁଛନ୍ତି। ଏହି ପ୍ରକାର ନିର୍ଯାତନା ଭୋଗୁଥିବା ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ତୁଳନାରେ ଅଧିକ। ଏହା ବ୍ୟତୀତ ପ୍ରାୟ ୬.୩ ପ୍ରତିଶତ ଲୋକ ଯୌନ ହିଂସା ଏବଂ ନିର୍ଯାତନାର ଶିକାର ହୋଇଥିବାର କହିଥିଲେ। ସେମାନଙ୍କ ମଧ୍ୟରୁ ୮.୨ ପ୍ରତିଶତ ମହିଳା ଥିବାବେଳେ ୫ ପ୍ରତିଶତ ପୁରୁଷ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ହୋଇନାହିଁ ସ୍କୁଲ ଛୁଟି ଘୋଷଣା, ଘୂରି ବୁଲୁଛି ନକଲି ଚିଠି

ବରଗଡ଼,୧୮ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ତାତି, ଗୁଳୁଗୁଳି ବଢ଼ି ଚାଲିଛି। ଅନ୍ୟପଟେ ସ୍କୁଲ, କଲେଜରେ ପାଠପଢ଼ା ଚାଲିଛି। ପୂର୍ବାହ୍ନ ସାଢ଼େ ୧୦ଟାରେ ଛୁଟି ହେଉଥିବା ଯୋଗୁ ଘରକୁ…

ଦେଶବାସୀଙ୍କୁ ସମ୍ବୋଧିତ କଲେ ମୋଦି, କହିଲେ ବିରୋଧୀ ନାରୀଙ୍କ ଆତ୍ମସମ୍ମାନକୁ…

ନୂଆଦିଲ୍ଲୀ,୧୮ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାତିରେ ଦେଶକୁ ସମ୍ବୋଧିତ କରିଛନ୍ତି। ନାରୀଶକ୍ତିକୁ କିପରି ରୋକାଯାଉଛି ଦେଶବାସୀ ଦେଖିଲେ ବୋଲି ପ୍ରଧାନମନ୍ତ୍ରୀ ସମ୍ବୋଧିତ କରି କହିଛନ୍ତି। ଏପରିକି…

ବରଗଛରେ ଝୁଲୁଥିଲା ଅଣଓଡ଼ିଆ ଶ୍ରମିକଙ୍କ ମୃତଦେହ, ଏଏସ୍‌ଆଇ ପହଞ୍ଚି…

ଦିଗପହଣ୍ଡି,୧୮ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନିସ୍ତିିପୁର ଗ୍ରାମ ନିକଟ ଆନ୍ଧ୍ର ଇଟାଭାଟିରେ ରହି କାମ କରୁଥିବା ଜଣେ ଅଣଓଡ଼ିଆ ଶ୍ରମିକ ଶନିବାର ଭୋର୍‌ରେ…

୨ ବାଇକ୍‌ ସହ ଧକ୍କା ହେଲା ଅଟୋ: ୩ ଗୁରୁତର

ଦାରିଙ୍ଗବାଡ଼ି,୧୮ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ମ୍ଲୁକ୍‌ଚେରୀ ନିକଟରେ ୨ ବାଇକ୍‌ ଏବଂ ଗୋଟିଏ ଅଟୋ ମଧ୍ୟରେ ଧକ୍କା ହୋଇ ୩ ଜଣ ଗୁରୁତର ହୋଇଛନ୍ତି।…

ଚାକିରି ଜୀବନରେ ସାଉଁଟିଥିବା ସ୍ମୃତିକୁ ମନେ ପକାଇ ଗୋପାଳକୃଷ୍ଣ କହିଲେ ଅବସର ପରେ…

ଦିଗପହଣ୍ଡି,୧୮ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି(ପାକ୍ସ)ର ସମ୍ପାଦକ ଗୋପାଳକୃଷ୍ଣ ଜେନାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ସମବାୟ…

ହର୍ମୁଜରେ ଭାରତୀୟ ଜହାଜ ଉପରେ ଗୁଳିମାଡ଼ କଲା ଇରାନ! ସମୁଦ୍ର ମଝିରେ ମୁହାଁମୁହିଁ ହୋଇଗଲେ…

ନୂଆଦିଲ୍ଲୀ,୧୮।୪: ବିଶ୍ୱ ଶକ୍ତି ଯୋଗାଣ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଧମନୀ ମଧ୍ୟରୁ ଗୋଟିଏ ହର୍ମୁଜ ପ୍ରଣାଳୀରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ଇରାନୀ…

ଭାରତ ଆଡେ ମୁହାଁଉଥିବା ତେଲ ଟ୍ୟାଙ୍କର ହର୍ମୁଜରେ ନେଲା ୟୁ ଟର୍ନ, ହଠାତ୍‌ ମଝି ସମୁଦ୍ରରେ ଘେରିଗଲେ…

ନୂଆଦିଲ୍ଲୀ,୧୮।୪: ଇରାନର ଦାବି ସତ୍ତ୍ୱେ ଯେ ସେ ହର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଭାବରେ ଖୋଲି ଦେଇଛି, ପରିସ୍ଥିତି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୱାଭାବିକ ହୋଇନାହିଁ। ବ୍ଲୁମବର୍ଗର ଏକ ରିପୋର୍ଟ…

କେନ୍ଦୁପତ୍ର ତୋଳିବାକୁ ଯାଇଥିବାବେଳେ ୨ ଜଣଙ୍କୁ ଆକ୍ରମଣ କଲା ବାର୍‌ହା

ଦେବଗଡ଼,୧୮ା୪(ଶଶାଙ୍କ ଶେଖର ଝାଙ୍କର): ବାର୍‌ହା ଆକ୍ରମଣରେ ୨ ଜଣ ଗୁରୁତର ହୋଇଛନ୍ତି। ଦେବଗଡ଼ ଜିଲା ରିଆମାଳ ବ୍ଲକ ଜୟନ୍ତପାଲି ଗ୍ରାମର ଟୁନି ଭୋଇ ଓ ମଦନ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri