ଗିଲଗିଟ୍‌-ବଲ୍ଟିସ୍ତାନରେ ବିଦ୍ୟୁତ-ଗହମ ଅଭାବ: ଲୋକଙ୍କ ପ୍ରଦର୍ଶନ ଜାରି…

ଇସଲାମାବାଦ,୭।୧୨ : ପାକିସ୍ତାନ ଅଧିକୃତ କଶ୍ମୀରର ଗିଲଗିଟ୍‌-ବଲ୍ଟିସ୍ତାନର ସ୍କାର୍ଦୁ ସହରର ଲୋକମାନେ ବିଦ୍ୟୁତ ଓ ଗହମ ଅଭାବକୁ ନେଇ ଅଧିକାରୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ସୂଚନା ସ୍ଥାନୀୟ ଗଣମାଧ୍ୟମ ଦ୍ୱାରା ଦିଆଯାଇଛି। ଖବରକାଗଜଚ ଦ ଡନ ଅନୁଯାୟୀ, ବିକ୍ଷୋଭକାରୀମାନେ ଲଣ୍ଠନ ନେଇ ସରକାରଙ୍କ ବିରୋଧରେ ପଦଯାତ୍ରା କରିଥିଲେ। ବିକ୍ଷୋଭକାରୀମାନେ ସହରର ହୁସେନା ଚୌକ ଠାରେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ବଲ୍ଟିସ୍ତାନ ଆୱାମୀ ଆକ୍ସନ କମିଟିର ଆହ୍ବାନରେ ଏହି ବିକ୍ଷୋଭରେ ବହୁ ରାଜନୈତିକ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଥିଲେ।

କମିଟିର ମୁଖପାତ୍ର କହିଛନ୍ତି ଯେ ପ୍ରବଳ ଥଣ୍ଡା ମଧ୍ୟରେ ସ୍କାର୍ଦୁରେ ୨୨ ଘଣ୍ଟା ବିଦ୍ୟୁତ କାଟ କରାଯାଉଛି। ଆୱାମୀ ଆକ୍ସନ କମିଟିର ମୁଖ୍ୟ ନଜାଫ ଅଲି ଏବଂ ଅଞ୍ଜୁମାନ ତାଜରାନ-ଇ-ସ୍କାର୍ଦୁର ଅଧ୍ୟକ୍ଷ ଗୁଲାମ ହୁସେନ ଅତହରଙ୍କ ଅନୁଯାୟୀ, କେନ୍ଦ୍ର ସରକାର ଏହି ଅଞ୍ଚଳରେ ଯୋଗାଣ ହ୍ରାସ କରୁଥିବାରୁ ସବସିଡିଯୁକ୍ତ ଅଟା ବଜାରରୁ ପ୍ରାୟ ଅଦୃଶ୍ୟ ହୋଇଯାଇଛି। ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ସାଧାରଣ ନାଗରିକଙ୍କ ସମସ୍ୟା ପ୍ରତି ସରକାର ଧ୍ୟାନ ଦେଉ ନାହାଁନ୍ତି ବୋଲି ଡନ ଦର୍ଶାଇଛନ୍ତି। ନଜାଫ ଅଲି କହିଛନ୍ତି ଯେ ଲୋକଙ୍କ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ସ୍ଥାନୀୟ ନେତାମାନେ ଜନସାଧାରଣଙ୍କ କ୍ରୋଧର ଶିକାର ହେବା ଭୟରେ ଇସଲାମାବାଦ ପଳାଇ ଯାଇଛନ୍ତି।

ପାକିସ୍ତାନର ସ୍ଥାନୀୟ ଗଣମାଧ୍ୟମ ଇନ୍ତେଖାବ ଡେଲି ରିପୋର୍ଟ କରିଛି ଯେ କଲାତର ଗରିବାବାଦରେ ମଧ୍ୟ ଦୀର୍ଘ ଦିନ ଧରି ନାଗରିକମାନେ ବିଦ୍ୟୁତ ଓ ଗ୍ୟାସ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନଭେମ୍ବରରେ ଲୋକମାନେ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ପରିସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ତେଣୁ ହତାଶ ହୋଇଥିବା ଲୋକମାନେ ବିରୋଧ କରିବାକୁ ବାଧ୍ୟ ହୋଇଛନ୍ତି। ସେମାନେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ କରାଚି-କ୍ୱେଟା ମାର୍ଗରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?