ଅନ୍ତର୍ଜାତୀୟ

ପୃଥିବି ପୃଷ୍ଠକୁ ଫେରିଲା ମାନବ ବିହୀନ ସାମରିକ ମହାକାଶ ବିମାନ, ରେକର୍ଡ ୯୦୮ ଦିନ

ୱାଶିଂଟନ,୧୩ ।୧୧: ଆମେରିକାର ଏକ ମାନବ ବିହୀନ ସାମରିକ ମହାକାଶ ବିମାନ ଏହାର ଷଷ୍ଠ ମିଶନ ପୁରଣ କରି ଶନିବାର ଭୋର ସମୟରେ ପୃଥିବି ପୃଷ୍ଠକୁ ଫେରି ଆସିଛି । ଏହି ବିମାନ ବୈଜ୍ଞାନିକ ପରୀକ୍ଷଣ ପାଇଁ ଏହାର କକ୍ଷପଥରେ ୯୦୮…

ଡଲାସରେ ଦୁଇଟି ପୁରୁଣା ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ

ଡଲାସ,୧୩ ।୧୧: ଆମେରିକାର ଟେକ୍ସାସ ଅଞ୍ଚଳରେ ଦୁଇଟି ପୁରୁଣା ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ଟେକ୍ସାସର ଡଲାସ ସହରରେ ଏକ ଏୟାର ଶୋ’ ସମୟରେ ହୋଇଛି । ଏବେ ପର୍ଯ୍ୟନ୍ତ…

ତାଲିବାନ ସମ୍ମୁଖରେ ଅସହାୟ ପାକିସ୍ତାନ ସରକାର, ଯୁବତୀଙ୍କ ଉପରେ ବଢୁଛି ଅତ୍ୟାଚାର…

ଇସଲାମାବାଦ,୧୨।୧୧ : ଆଫଗାନିସ୍ତାନ ଉପରେ ଶାସନ ପ୍ରତିଷ୍ଠା କରିବା ପରେ ତାଲିବାନ ବର୍ତ୍ତମାନ ପାକିସ୍ତାନରେ ମଧ୍ୟ ନିଜର ନିୟନ୍ତ୍ରଣ ବଢ଼ାଇବାରେ ଲାଗିଛି। ଗିଲଗିଟ-ବଲ୍ଟିସ୍ତାନରେ ତାଲିବାନ ସାମ୍ନାରେ ପାକିସ୍ତାନ ସରକାର ଅସହାୟ ପରି ମନେ ହେଉଛନ୍ତି। ତାଲିବାନ ଏବଂ ଏହାର ଶାରିଆ ଆଇନ…

ଡିସେମ୍ବରରେ ନଓ୍ବାଜ ଶରିଫ ପାକିସ୍ତାନ ଫେରିବା ସମ୍ଭାବନା…

ଇସଲାମାବାଦ,୧୨।୧୧ : ଡିସେମ୍ବର ସୁଦ୍ଧା ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ମୁଖ୍ୟ ନୱାଜ ଶରିଫ ପାକିସ୍ତାନକୁ ଫେରିବାର ସମ୍ଭାବନା ରହିଛି। ଆତ୍ମ-ନିର୍ବାସନ ଶେଷ ହେବା ପରେ ଆସନ୍ତା ସାଧାରଣ ନିର୍ବାଚନରେ ଦଳର ନେତୃତ୍ୱ ନେବାକୁ ଶରିଫ ଲଣ୍ଡନରୁ ପାକିସ୍ତାନ ଫେରିବେ। ଶନିବାର…

ଭେଙ୍କି ରାମକୃଷ୍ଣନଙ୍କୁ ‘ଅର୍ଡର ଅଫ୍‌ ମେରିଟ’ ସମ୍ମାନ, ୨୦୦୯ରେ ମିଳିଥିଲା ନୋବେଲ…

ଲଣ୍ଡନ,୧୨।୧୧ : ନୋବେଲ ବିଜେତା ପ୍ରଫେସର ଭେଙ୍କି ରାମକୃଷ୍ଣନଙ୍କୁ ବ୍ରିଟେନର ସମ୍ମାନଜନକ ‘ଅର୍ଡର ଅଫ ମେରିଟ’ ଦମ୍ମାନରେ ସମ୍ମାନୀତ କରାଯାଇଛି। ବିଜ୍ଞାନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ମୂଳ ଭାରତୀୟ ରାମକୃଷ୍ଣନଙ୍କୁ ରାଜା ଚାର୍ଲସ ତୃତୀୟା ଏହି ସମ୍ମାନ ପ୍ରଦାନ…

ଭାରତ ସହିତ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାକୁ ଚାହୁଁଛି ଆମେରିକା

ଓ୍ବାଶିଂଟନ,୧୨ା୧୧: ୟୁକ୍ରେନ ଯୁଦ୍ଧ ଏବଂ ତାଇଓ୍ବାନକୁ ନେଇ ରୁଷିଆ-ଚାଇନା ସହିତ ମୁହାଁମୁହିଁ ହେବା ପରେ ଆମେରିକା ଭାରତ ସହ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଚାହୁଁଛି। ଆମେରିକାର ବିତ୍ତୀୟ ମନ୍ତ୍ରୀ ଜେନେଟ ଏଲ ୟେଲେନଙ୍କ ଭାରତ ଗସ୍ତ ସହିତ ସଂଯୁକ୍ତ ହୋଇଛି।…

ପୃଥିବୀରେ ରାସାୟନିକ ସାର ସଙ୍କଟ…

ଓ୍ବାଶିଂଟନ,୧୨।୧୧ : କମ ଖାଦ୍ୟ ଉତ୍ପାଦନର ଭୟ ଏବେ ଏସିଆ ଏବଂ ଆଫ୍ରିକାର ଏକ ବଡ଼ ଅଂଶରେ ଦେଖାଦେଇଛି। ଏହା ପଛରେ ଏକ ପ୍ରମୁଖ କାରଣ ହେଉଛି ରାସାୟନିକ ସାରର ଦ୍ରୁତ ଗତିରେ ଜାରି ରହିଥିବା ମୂଲ୍ୟ ବୃଦ୍ଧି। ଯାହା ହେତୁ…

ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଆସିଥିଲା କଲ୍‌, ଘଟଣାସ୍ଥଳରେ ପହଞ୍ଚି ଯାହା ଦେଖିଲେ ପାଦତଳୁ ଖସିଗଲା ମାଟି

ମାଲେସିଆରୁ ଏକ ଭାବପ୍ରବଣ ଖବର ଆସିଛି। ସଡ଼କ ଦୁର୍ଘଟଣା ପରେ ତୁରନ୍ତ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ କୁହାଯାଇଥିଲା। କିନ୍ତୁ ଡ୍ରାଇଭର ଜଣକ ସେଠାରେ ପହଞ୍ଚିବା ପରେ ଯାହା ଦେଖିଲେ ତାଙ୍କ ପାଦତଳୁ ମାଟି ଖସିଗଲା। ପ୍ରକୃତରେ ଏହି ଦୁର୍ଘଟଣାରେ ତାଙ୍କ…

୮୦୦ ଜାହାଜ ଯାତ୍ରୀ କରୋନା ପଜିଟିଭ୍‌

ସିଡ୍‌ନୀ,୧୨ା୧୧: ଛୁଟି କାଟିବା ପାଇଁ ମାଜେଷ୍ଟିକ୍‌ ପ୍ରିନ୍‌ସେସ୍‌ କ୍ରୁଜ୍‌ ଶିପ୍‌ ମୋଟ୍‌ ୪୬୦୦ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କୁ  ନେଇ ବାହାରିଥିଲା। ଏଥିମଧ୍ୟରୁ ୮୦୦ ଜଣଙ୍କୁ କରୋନା ପଜିଟିଭ୍‌ ଚିହ୍ନଟ ପରେ ଅଷ୍ଟ୍ରେଲିଆର ସିଡନୀ ସହର ନିକଟ ଡକ୍‌ରେ ଜାହାଜଟି ଅଟକି…

ପଛକୁ ହଟିଲେ ରୁଷିଆ ସେନା, ୟୁକ୍ରେନ୍ ରାଷ୍ଟ୍ରପତି ଜେଲନସ୍କି କହିଲେ ଖେରସନ ଏବେ ଆମର

କ୍ୱିଭ,୧୨ ।୧୧: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଉପରେ ସାରା ବିଶ୍ୱର ନଜର ରହିଛି । ସଦ୍ୟ ସୂଚନା ଅନୁଯାୟୀ, ୟୁକ୍ରେନର ଖେରସନରୁ ରୁଷିଆ ସେନା ପଛକୁ ହଟି ଯାଇଛନ୍ତି । ଇତିମଧ୍ୟରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି ଦାବି କରି କହିଛନ୍ତି, ଖେରସନ…

ଜିରୋ-କୋଭିଡ୍‌ ନୀତି କୋହଳ କଲା ଚାଇନା

ବେଜିଂ,୧୨ା୧୧: ଚାଇନା ଏହାର କଠୋର ଜିରୋ-କୋଭିଡ୍‌ ନୀତି କୋହଳ କରିବା ଆରମ୍ଭ କରିଛି। ଏଥିସହିତ ବାହାର ଦେଶରୁ ଆସୁଥିବା ଯାତ୍ରୀଙ୍କ ନିମନ୍ତେ କ୍ୱାରାଣ୍ଟାଇନ୍‌ ସମୟସୀମାକୁ ହ୍ରାସ କରାଯିବା ସହ ଅନ୍ତର୍ଜାତୀୟ ବିମାନ ଚଳାଚଳ କଟକଣା ହଟାଇ ଦିଆଯାଇଛି। ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ…

ଚାଇନା ନାଗରିକଙ୍କ ବ୍ୟାଗ୍‌ରୁ ବାଦୁଡ଼ି ମାଂସ ଧରିଲା ସନ୍ଧାନୀ କୁକୁର

ବ୍ୟାଙ୍କକ୍‌,୧୨।୧୧: ଥାଇଲାଣ୍ଡର ସୁବର୍ଣ୍ଣଭୂମି ଏୟାରପୋର୍ଟରେ ଜଣେ ଚାଇନା ନାଗରିକ ନିଜ ବ୍ୟାଗ୍‌ରେ ଚାଲାଣକରି ଆଣୁଥିବା ବାଦୁଡ଼ି ମାଂସକୁ ସନ୍ଧାନୀ କୁକୁର ଧରିଛି। ପ୍ରାଣୀଧନ ଉନ୍ନୟନ ବିଭାଗର କୁକୁରଟି ବିମାନବନ୍ଦରରେ ଡ୍ୟୁଟିରେ ନିୟୋଜିତ ଥିବାବେଳେ ମାଲେସିଆ, କମ୍ବୋଡିଆ, ତାଇଓ୍ବାନ, ଲାଓସ୍‌, ଭିଏତ୍‌ନାମ ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri