ଭାରତ, ଆମେରିକା ସମେତ ୭ ଦେଶ ଚାଇନା ଉପରେ ଲଗାଇଲେ ଯାତ୍ରା ପ୍ରତିବନ୍ଧକ
ୱାଶିଂଟନ/ନୂଆଦିଲ୍ଲୀ,୩୦ ।୧୨: ଚାଇନାରେ ବେଳକୁ ବେଳ ଅଣାୟତ୍ତ ହୋଇଛି କୋଭିଡ ସଂକ୍ରମଣ । କେବଳ ଡିସେମ୍ବର ମାସରେ ଚାଇନାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୩୫ କୋଟି ବୋଲି କୁହାଯାଉଛି । ଚାଇନାର ଏହି ସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଓ…
ଦକ୍ଷିଣ ଚାଇନା ସାଗରରେ ଉତ୍ତେଜନା ବୃଦ୍ଧି କରୁଛି ଡ୍ରାଗନ, ଆମେରିକା ବିମାନର ନିକଟତର ହେଲା ଚାଇନା ଯୁଦ୍ଧ ବିମାନ
ୱାଶିଂଟନ,୩୦ ।୧୨: ଦକ୍ଷିଣ ଚାଇନା ମହାସାଗରରେ ନିଜ ବଳ କଷିବା ଛାଡୁନାହିଁ ଚାଇନା । ଏବେ ଚାଇନାକୁ ନେଇ ବଡ ଦାବି କରିଥିବା ଆମେରିକା କହିଛି, ଦକ୍ଷିଣ ଚାଇନା ସାଗରରେ ଆମେରିକା ବାୟୁସେନା ନିକଟତର ହୋଇଛି ଚାଇନର ଏକ ଯୁଦ୍ଧ ବିମାନ…
ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ବେଞ୍ଜାମିନ୍ ନେତ୍ନ୍ୟାହୁ
ଜେରୁଜେଲମ,୨୯।୧୨: ଦକ୍ଷିଣପନ୍ଥୀ ନେତା ବେଞ୍ଜାମିନ୍ ନେତ୍ନ୍ୟାହୁ ପୁଣି ଥରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଗୁରୁବାର ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ଗୋପନୀୟତାର ଶପଥ ପାଠ କରିଥିଲେ। ଷଷ୍ଠ ଥର ପାଇଁ ସେ ଇସ୍ରାଏଲରେ ସରକାର ଗଠନ କରିଛନ୍ତି। ପୁନର୍ବାର କ୍ଷମତାକୁ ଫେରିବା…
ବିନା ହିଜାବରେ ଚେସ୍ ଖେଳିଲେ
ଅଲ୍ମାଟି,୨୯ା୧୨: ଏଫ୍ଆଇଡିଇ ଓ୍ବାଲର୍ଡ ରାପିଡ୍ ଆଣ୍ଡ୍ ବ୍ଲିଜ୍ ଚାମ୍ପିୟନ୍ଶିପ୍ କାଜାଖାସ୍ତାନର ଅଲ୍ମାଟିରେ ଆୟୋଜିତ ହୋଇଛି। ଏଥିରେ ଇରାନର ଚେସ୍ ଖେଳାଳି ସାରା ଖାଦେମ୍ ଭାଗନେଇଥିଲେ। ଇରାନ ସରକାର ମହିଳାମାନଙ୍କ ପାଇଁ ହିଜାବ ପରିଧାନକୁ ବାଧ୍ୟତାମୂଳକ କରିଥିବା ବେଳେ ସାରା ଏହାକୁ ଅବଜ୍ଞା…
ହୋଟେଲରେ ନିଆଁ ଲାଗି ୧୬ ମୃତ
ଫନୋମ୍ ପେନ୍ହ,୨୯ା୧୨: କାମ୍ବୋଡିଆର ଏକ ହୋଟେଲ କାସିନୋରେ ଗୁରୁବାର ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୧୬ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ୧୨…
ଦକ୍ଷିଣ କୋରିଆ ରାଜପଥରେ ଅଗ୍ନିକାଣ୍ଡ: ୫ ଜଣଙ୍କ ଜୀବନ ଗଲା
ସିଓଲ,୨୯ା୧୨: ଗୁରୁବାର ଦକ୍ଷିଣ କୋରିଆର ଏକ ପ୍ରମୁଖ ଏକ୍ସପ୍ରେସଓ୍ବେରେ ବଡ଼ ଅଗ୍ନିକାଣ୍ଡ ଘଟିଛି। ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ୩୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିବା ଜରୁରିକାଳୀନ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓଗୁଡିକ…
ୟୁକ୍ରେନ୍ ଉପରେ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କଲା ରୁଷିଆ…
କିଭ୍,୨୯।୧୨ : ରୁଷିଆ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ ଆରମ୍ଭ କରିଛି। ୟୁକ୍ରେନ ରାଷ୍ଟ୍ରପତିଙ୍କ ଜଣେ ପରାମର୍ଶଦାତାଙ୍କ ଅନୁଯାୟୀ ଗୁରୁବାର ରୁଷିଆ ପୁଣି ଥରେ ୟୁକ୍ରେନ ଉପରେ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିଛି। ଲୋକଙ୍କୁ ସତର୍କ କରିବା ପାଇଁ ୟୁକ୍ରେନରେ…
ପାକିସ୍ତାନରେ ହିନ୍ଦୁ ମହିଳାଙ୍କୁ ନିର୍ମମ ହତ୍ୟା
ଇସଲାମାବାଦ୍,୨୯।୧୨: ପାକିସ୍ତାନର ସିଞ୍ଜୋରୋ ସହରରେ ଜଣେ ୪୦ ବର୍ଷୀୟା ହିନ୍ଦୁ ମହିଳାଙ୍କୁ ନିର୍ମନ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହିନ୍ଦୁ ସମ୍ପ୍ରଦାୟର ପାକିସ୍ତାନର ପ୍ରଥମ ମହିଳା ସିନେଟର କୃଷ୍ଣା କୁମାରୀ ଟୁଇଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ଜଣେ…
ନାଏଗ୍ରା ଜଳ ପ୍ରପାତ ପାଣି ପାଲଟିଲା ବରଫ…
ଓ୍ବାଶିଂଟନ,୨୯।୧୨ : ଯୁକ୍ତରାଷ୍ଟ୍ରରେ ଶତାବ୍ଦୀର ପ୍ରବଳ ତୁଷାର ଝଡ଼ ଏବଂ ଶୀତ ଲହରୀ ପ୍ରଭାବ ଯୋଗୁଁ ବିଶ୍ୱର ଉଚ୍ଚତମ ନାଏଗ୍ରା ଜଳପ୍ରପାତ ପାଣି ମଧ୍ୟ ବରଫ ପାଲଟି ଯାଇଛି। ନାଏଗ୍ରା ଜଳ ପ୍ରପାତ ପାଣି ଉପରେ ବରଫର ଏକ ଆସ୍ତରଣ ବିସ୍ତାରିତ…
ଟୁଇଟର୍ ଡାଉନ୍
କାର୍ଲିଫର୍ନିଆ,୨୯।୧୨:ମାଇକ୍ରୋବ୍ଲଗିଂ ସାଇଟ ଟୁଇଟର୍ର ୱେବ ଭର୍ସନ ଡାଉନ ଅଛି। ଡାଉନ୍ଡିଟେକ୍ଟର ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ୬ଟାରୁ ୟୁଜର୍ସମାନେ ଟୁଇଟର୍ ୱେବସାଇଟରେ ଲଗ ଇନ କରିବାକୁ ଅସମର୍ଥ ହେଉଛନ୍ତି। କେବଳ ଏତିକି ନୁହେଁ, ଟୁଇଟ୍ କରିବାରେ ମଧ୍ୟ ଅସୁବିଧା ହେଉଛି। ୟୁଜର୍ସଙ୍କ…
ଡ୍ରଗ୍ସ ଚୋରା କାରବାରରେ ପାକିସ୍ତାନ ଆଗରେ…
ଇସଲାମାବାଦ,୨୯।୧୨ : ଭାରତ ସମେତ ଅନେକ ଦେଶକୁ ଆତଙ୍କବାଦୀ ପଠାଉଥିବା ପାକିସ୍ତାନ ବର୍ତ୍ତମାନ ଡ୍ରଗ୍ସ ଚୋରା କାରବାରରେ ମଧ୍ୟ ବିଶ୍ୱରେ କୁଖ୍ୟାତ ହେବାରେ ଲାଗିଛି। ଅନେକ ଆଫ୍ରିକୀୟ ଏବଂ ଆରବ ଦେଶ ଏହାର ଶିକାର ହେଉଛନ୍ତି। ନାଇଜେରିଆରୁ ଗଲ୍ଫ ଦେଶ ଏବଂ…
ଚାଇନା ହସ୍ପିଟାଲରେ ଲୋକଙ୍କ କରୁଣ ଚିତ୍କାର…
ବେଜିଂ,୨୯।୧୨ : ଚାଇନାରେ କରୋନା ସଂକ୍ରମଣ ପରିସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ହସ୍ପିଟାଲ ଏବଂ ଶ୍ମଶାନରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଦକ୍ଷିଣ ପଶ୍ଚିମ ଚେଙ୍ଗଡୁ ସହରର ଏକ ପ୍ରମୁଖ ହସ୍ପିଟାଲ ହୁଆକ୍ସିର କର୍ମଚାରୀମାନେ କହିଛନ୍ତି…
Archives


