କଫ୍‌ ସିରପ୍‌ ପିଇ ୩୦୦ରୁ ଊର୍ଦ୍ଧ୍ୱ ଶିଶୁ ମୃତ: ଡବ୍ଲ୍ୟୁଏଚ୍‌ଓର ତନାଘନା

ଜେନେଭା,୨୫ା୧: ବିଷାକ୍ତ କଫ୍‌ ସିରପ୍‌ ପିଇ ଅଦ୍ୟାବଧି ୩ ଦେଶର ୩୦୦ ଶିଶୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହେଲାଣି। ଏହାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି। ଭାରତ ଓ ଇଣ୍ଡୋନେସିଆରେ ପ୍ରସ୍ତୁତ କଫ୍‌ ସିରପ୍‌ଗୁଡ଼ିକରେ ଅତ୍ୟଧିକ ମାତ୍ରାରେ ଟକ୍ସିନ୍‌ ରହୁଥିବା ଦର୍ଶାଇ ଡବ୍ଲ୍ୟୁଏଚ୍‌ଓ ୬ ଫାର୍ମା କମ୍ପାନୀକୁ ଏଥିରେ ବ୍ୟବହୃତ କଞ୍ଚାମାଲର ବିସ୍ତୃତ ବିବରଣୀ ମାଗିଛି। କେବଳ ଏତିକି ନୁହେଁ, ସାରା ବିଶ୍ୱରେ ପିଲାମାନଙ୍କୁ କଫ୍‌ ସିରପ୍‌ ସେବନ କରାଇବା ଉପରେ ପୁନର୍ବିଚାର ନିମନ୍ତେ ପରିବାରଗୁଡ଼ିକୁ ପରାମର୍ଶ ଦେବାକୁ ମଧ୍ୟ ଜାତିସଂଘର ସ୍ବାସ୍ଥ୍ୟ ଏଜେନ୍ସି ଚିନ୍ତା କରୁଛି। କାରଣ କେତେକ ଉତ୍ପାଦ ବ୍ୟବହାରର ସୁରକ୍ଷାକୁ ନେଇ ଉଠିଥିବା ପ୍ରଶ୍ନ ଏବେ ବି ଅନୁତ୍ତରିତ ରହିଛି। ଏପରି ଉତ୍ପାଦଗୁଡ଼ିକ ଶିଶୁଙ୍କ ପାଇଁ କେତେ ଜରୁରୀ ତାହା ମଧ୍ୟ ଜାଣିବାକୁ ବିଶେଷଜ୍ଞମାନେ ବିଚାର କରୁଥିବା ଜଣାପଡ଼ିଛି।
ଇଣ୍ଡୋନେସିଆ ଓ ଉଜ୍‌ବେକିସ୍ତାନର ୩୦୦ରୁ ଅଧିକ ଶିଶୁ କଫ୍‌ ସିରପ୍‌ ପିଇ ପ୍ରାଣ ହରାଇଥିବା କୁହାଯାଉଛି। ଏକ ବିବୃତି ଅନୁସାରେ ୨୦୨୨ ଜୁଲାଇରେ ଗାମ୍ବିଆର ଶିଶୁମାନେ ବିଷାକ୍ତ କଫ୍‌ ସିରପ୍‌ ପିଇବା ପରେ ସେମାନେ କିଡ୍‌ନୀଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଅନୂ୍ୟନ ୭୦ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୨୦୨୨ ଡିସେମ୍ବର ୨୨ରେ ଉଜ୍‌ବେକିସ୍ତାନରେ ୧୮ ଶିଶୁ କଫ୍‌ ସିରପ୍‌ ସେବନ କରି ମୃତ୍ୟୁ ମୁଖରେ ପଡ଼ିଥିଲେ। ଗାମ୍ବିଆ ଶିଶୁ ମୃତ୍ୟୁ ପାଇଁ ହରିୟାଣାର ମେଡେନ୍‌ ଫାର୍ମାସ୍ୟୁଟିକାଲ୍ସ ଏବଂ ଉଜ୍‌ବେକିସ୍ତାନରେ ପିଲାଙ୍କ ମୃତ୍ୟୁ ଲାଗି ଉତ୍ତର ପ୍ରଦେଶର ମାରିଓନ୍‌ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ ଡୋକ୍‌-୧ ମ୍ୟାକ୍ସ ସିରପ୍‌କୁ ଦାୟୀ କରାଯାଉଛି। ମୃତ ଶିଶୁଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୫ ବର୍ଷରୁ କମ୍‌। ଅନୁରୂପ ଭାବେ ଗତବର୍ଷ ଶେଷ ୪ ମାସ ମଧ୍ୟରେ ଇଣ୍ଡୋନେସିଆରେ ୨୦୦ରୁ ଊର୍ଦ୍ଧ୍ୱ ଶିଶୁ କଫ୍‌ ସିରପ୍‌ ପିଇ ପ୍ରାଣ ହରାଇଥିଲେ। ଏହି ସିରପ୍‌ଗୁଡ଼ିକ ପିଟି ୟାରିଣ୍ଡୋ ଫାର୍ମାଟାମା, ପିଟି ୟୁନିଭର୍ସାଲ ଫାର୍ମାସ୍ୟୁଟିକାଲ, ପିଟି କୋନିମାକ୍ସ ଏବଂ ପିଟି ଏଏଫ୍‌ଆଇ ଫାର୍ମା ଦ୍ୱାରା ପ୍ରସ୍ତୁତ। ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ସୋମବାର ଜାରି କରାଯାଇଥିବା ବିବୃତିରେ କୁହାଯାଇଛି ଯେ ଏହି କଫ୍‌ ସିରପ୍‌ଗୁଡ଼ିକରେ ଅଧିକ ମାତ୍ରାରେ ଡାଇଥିଲିନ୍‌ ଗ୍ଲାଇକୋଲ୍‌ ଏବଂ ଏଥିଲିନ୍‌ ଗ୍ଲାଇକୋଲ୍‌ ରହିଛି। ଫିଲିପାଇନ୍ସ, ଟିମୋର ଲେଷ୍ଟେ, ସେନେଗାଲ ଓ କମ୍ବୋଡିଆରେ ମଧ୍ୟ ଏଭଳି ସିରପ୍‌ ବିକ୍ରି ହେଉଥିବାରୁ ଏହି ଦେଶଗୁଡ଼ିକର ପିଲାମାନଙ୍କ ସ୍ବାସ୍ଥ୍ୟ ଉପରେ ନକାରାମତ୍କ ପ୍ରଭାବ ପଡ଼ିଥାଇପାରେ ବୋଲି ଡବ୍ଲ୍ୟୁଏଚ୍‌ଓ ମନେକରୁଛି। ଆଗକୁ ଶିଶୁ ମୃତ୍ୟୁ ରୋକିବା ପାଇଁ ୧୯୪ ସଦସ୍ୟ ରାଷ୍ଟ୍ରକୁ ତତ୍କାଳ ଆବଶ୍ୟକ ଓ ସମନ୍ବିତ ପଦକ୍ଷେପ ନେବା ପାଇଁ କୁହାଯାଇଛି। ଏଭଳି ସିରପ୍‌ ବ୍ୟବହାର ନ କରିବା ପାଇଁ ପୂର୍ବରୁ ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ସତର୍କତା ଜାରି କରାଯାଇଛି। ତେବେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଯାହା କହୁଛି, ଜାତୀୟ ଓ ଅନ୍ତର୍ଜାତୀୟ ନିୟମାବଳୀ ଅନୁସାରେ ତା’ର ଅନୁପାଳନ କରାଯାଉଥିବା ବିଷୟ ମଙ୍ଗଳବାର ଇଣ୍ଟରନ୍ୟାଶନାଲ ଫେଡେରେଶନ୍‌ ଅଫ୍‌ ଫାର୍ମାସ୍ୟୁଟିକାଲ ମାନୁଫେକ୍ଚରର୍ସ ଆଣ୍ଡ ଆସୋସିଏଶନ୍ସ (ଆଇଏଫ୍‌ପିଏମ୍‌ଏ) ଏକ ବିବୃତିରେ ସ୍ପଷ୍ଟ କରିଛି। ଭାରତର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ମେଡେନ୍‌ ଏବଂ ମାରିଓନ୍‌ ମାନୁଫାକ୍ଚରିଂ ୟୁନିଟ୍‌କୁ ବନ୍ଦ କରାଯାଇଛି। ନିଜ ଉତ୍ପାଦରେ କୌଣସି ସମସ୍ୟା ନ ଥିବା ଦୁଇ କମ୍ପାନୀ ଟେଷ୍ଟିଂ ପରେ କେନ୍ଦ୍ରକୁ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

ଲଣ୍ଡନ ରାସ୍ତାରେ ରାଜାଙ୍କ ଘୋଡ଼ା

ଲଣ୍ଡନ,୨୬ା୪:ବ୍ରିଟେନ୍‌ ରାଜାଙ୍କ ୪ଟି ଘୋଡ଼ା ବୁଧବାର ପୂର୍ବାହ୍ନର ଗହଳି ସମୟରେ କେନ୍ଦ୍ରୀୟ ଲଣ୍ଡନରେ ବିନା ସବାରରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ସେଥିରୁ ୨ଟି ଘୋଡ଼ା କୌଣସି...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri