କଫ୍‌ ସିରପ୍‌ ପିଇ ୩୦୦ରୁ ଊର୍ଦ୍ଧ୍ୱ ଶିଶୁ ମୃତ: ଡବ୍ଲ୍ୟୁଏଚ୍‌ଓର ତନାଘନା

ଜେନେଭା,୨୫ା୧: ବିଷାକ୍ତ କଫ୍‌ ସିରପ୍‌ ପିଇ ଅଦ୍ୟାବଧି ୩ ଦେଶର ୩୦୦ ଶିଶୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହେଲାଣି। ଏହାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି। ଭାରତ ଓ ଇଣ୍ଡୋନେସିଆରେ ପ୍ରସ୍ତୁତ କଫ୍‌ ସିରପ୍‌ଗୁଡ଼ିକରେ ଅତ୍ୟଧିକ ମାତ୍ରାରେ ଟକ୍ସିନ୍‌ ରହୁଥିବା ଦର୍ଶାଇ ଡବ୍ଲ୍ୟୁଏଚ୍‌ଓ ୬ ଫାର୍ମା କମ୍ପାନୀକୁ ଏଥିରେ ବ୍ୟବହୃତ କଞ୍ଚାମାଲର ବିସ୍ତୃତ ବିବରଣୀ ମାଗିଛି। କେବଳ ଏତିକି ନୁହେଁ, ସାରା ବିଶ୍ୱରେ ପିଲାମାନଙ୍କୁ କଫ୍‌ ସିରପ୍‌ ସେବନ କରାଇବା ଉପରେ ପୁନର୍ବିଚାର ନିମନ୍ତେ ପରିବାରଗୁଡ଼ିକୁ ପରାମର୍ଶ ଦେବାକୁ ମଧ୍ୟ ଜାତିସଂଘର ସ୍ବାସ୍ଥ୍ୟ ଏଜେନ୍ସି ଚିନ୍ତା କରୁଛି। କାରଣ କେତେକ ଉତ୍ପାଦ ବ୍ୟବହାରର ସୁରକ୍ଷାକୁ ନେଇ ଉଠିଥିବା ପ୍ରଶ୍ନ ଏବେ ବି ଅନୁତ୍ତରିତ ରହିଛି। ଏପରି ଉତ୍ପାଦଗୁଡ଼ିକ ଶିଶୁଙ୍କ ପାଇଁ କେତେ ଜରୁରୀ ତାହା ମଧ୍ୟ ଜାଣିବାକୁ ବିଶେଷଜ୍ଞମାନେ ବିଚାର କରୁଥିବା ଜଣାପଡ଼ିଛି।
ଇଣ୍ଡୋନେସିଆ ଓ ଉଜ୍‌ବେକିସ୍ତାନର ୩୦୦ରୁ ଅଧିକ ଶିଶୁ କଫ୍‌ ସିରପ୍‌ ପିଇ ପ୍ରାଣ ହରାଇଥିବା କୁହାଯାଉଛି। ଏକ ବିବୃତି ଅନୁସାରେ ୨୦୨୨ ଜୁଲାଇରେ ଗାମ୍ବିଆର ଶିଶୁମାନେ ବିଷାକ୍ତ କଫ୍‌ ସିରପ୍‌ ପିଇବା ପରେ ସେମାନେ କିଡ୍‌ନୀଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଅନୂ୍ୟନ ୭୦ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୨୦୨୨ ଡିସେମ୍ବର ୨୨ରେ ଉଜ୍‌ବେକିସ୍ତାନରେ ୧୮ ଶିଶୁ କଫ୍‌ ସିରପ୍‌ ସେବନ କରି ମୃତ୍ୟୁ ମୁଖରେ ପଡ଼ିଥିଲେ। ଗାମ୍ବିଆ ଶିଶୁ ମୃତ୍ୟୁ ପାଇଁ ହରିୟାଣାର ମେଡେନ୍‌ ଫାର୍ମାସ୍ୟୁଟିକାଲ୍ସ ଏବଂ ଉଜ୍‌ବେକିସ୍ତାନରେ ପିଲାଙ୍କ ମୃତ୍ୟୁ ଲାଗି ଉତ୍ତର ପ୍ରଦେଶର ମାରିଓନ୍‌ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ ଡୋକ୍‌-୧ ମ୍ୟାକ୍ସ ସିରପ୍‌କୁ ଦାୟୀ କରାଯାଉଛି। ମୃତ ଶିଶୁଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୫ ବର୍ଷରୁ କମ୍‌। ଅନୁରୂପ ଭାବେ ଗତବର୍ଷ ଶେଷ ୪ ମାସ ମଧ୍ୟରେ ଇଣ୍ଡୋନେସିଆରେ ୨୦୦ରୁ ଊର୍ଦ୍ଧ୍ୱ ଶିଶୁ କଫ୍‌ ସିରପ୍‌ ପିଇ ପ୍ରାଣ ହରାଇଥିଲେ। ଏହି ସିରପ୍‌ଗୁଡ଼ିକ ପିଟି ୟାରିଣ୍ଡୋ ଫାର୍ମାଟାମା, ପିଟି ୟୁନିଭର୍ସାଲ ଫାର୍ମାସ୍ୟୁଟିକାଲ, ପିଟି କୋନିମାକ୍ସ ଏବଂ ପିଟି ଏଏଫ୍‌ଆଇ ଫାର୍ମା ଦ୍ୱାରା ପ୍ରସ୍ତୁତ। ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ସୋମବାର ଜାରି କରାଯାଇଥିବା ବିବୃତିରେ କୁହାଯାଇଛି ଯେ ଏହି କଫ୍‌ ସିରପ୍‌ଗୁଡ଼ିକରେ ଅଧିକ ମାତ୍ରାରେ ଡାଇଥିଲିନ୍‌ ଗ୍ଲାଇକୋଲ୍‌ ଏବଂ ଏଥିଲିନ୍‌ ଗ୍ଲାଇକୋଲ୍‌ ରହିଛି। ଫିଲିପାଇନ୍ସ, ଟିମୋର ଲେଷ୍ଟେ, ସେନେଗାଲ ଓ କମ୍ବୋଡିଆରେ ମଧ୍ୟ ଏଭଳି ସିରପ୍‌ ବିକ୍ରି ହେଉଥିବାରୁ ଏହି ଦେଶଗୁଡ଼ିକର ପିଲାମାନଙ୍କ ସ୍ବାସ୍ଥ୍ୟ ଉପରେ ନକାରାମତ୍କ ପ୍ରଭାବ ପଡ଼ିଥାଇପାରେ ବୋଲି ଡବ୍ଲ୍ୟୁଏଚ୍‌ଓ ମନେକରୁଛି। ଆଗକୁ ଶିଶୁ ମୃତ୍ୟୁ ରୋକିବା ପାଇଁ ୧୯୪ ସଦସ୍ୟ ରାଷ୍ଟ୍ରକୁ ତତ୍କାଳ ଆବଶ୍ୟକ ଓ ସମନ୍ବିତ ପଦକ୍ଷେପ ନେବା ପାଇଁ କୁହାଯାଇଛି। ଏଭଳି ସିରପ୍‌ ବ୍ୟବହାର ନ କରିବା ପାଇଁ ପୂର୍ବରୁ ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ସତର୍କତା ଜାରି କରାଯାଇଛି। ତେବେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଯାହା କହୁଛି, ଜାତୀୟ ଓ ଅନ୍ତର୍ଜାତୀୟ ନିୟମାବଳୀ ଅନୁସାରେ ତା’ର ଅନୁପାଳନ କରାଯାଉଥିବା ବିଷୟ ମଙ୍ଗଳବାର ଇଣ୍ଟରନ୍ୟାଶନାଲ ଫେଡେରେଶନ୍‌ ଅଫ୍‌ ଫାର୍ମାସ୍ୟୁଟିକାଲ ମାନୁଫେକ୍ଚରର୍ସ ଆଣ୍ଡ ଆସୋସିଏଶନ୍ସ (ଆଇଏଫ୍‌ପିଏମ୍‌ଏ) ଏକ ବିବୃତିରେ ସ୍ପଷ୍ଟ କରିଛି। ଭାରତର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ମେଡେନ୍‌ ଏବଂ ମାରିଓନ୍‌ ମାନୁଫାକ୍ଚରିଂ ୟୁନିଟ୍‌କୁ ବନ୍ଦ କରାଯାଇଛି। ନିଜ ଉତ୍ପାଦରେ କୌଣସି ସମସ୍ୟା ନ ଥିବା ଦୁଇ କମ୍ପାନୀ ଟେଷ୍ଟିଂ ପରେ କେନ୍ଦ୍ରକୁ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri