ଉତ୍ତରକୋରିଆ ମାନବାଧିକାର ଉପରେ ଆମେରିକାର ନୂଆ ପଦକ୍ଷେପ: ଜୁଲି ଟର୍ନର ସ୍ବତନ୍ତ୍ର ଦୂତ ନିଯୁକ୍ତ…

ଓ୍ବାଶିଂଟନ,୨୪।୧ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଜୁଲି ଟର୍ନରଙ୍କୁ ଉତ୍ତର କୋରିଆର ମାନବିକ ଅଧିକାର ପ୍ରସଙ୍ଗରେ ସ୍ବତନ୍ତ୍ର ଦୂତ ନିଯୁକ୍ତ କରିଛନ୍ତି। ହ୍ବାଇଟ ହାଉସ ପକ୍ଷରୁ ଏକ ବିବୃତ୍ତିରେ ଏହା ଘୋଷଣା କରାଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ୨୦୧୭ ବର୍ଷ ପରେ ପ୍ରଥମ ଥର ପାଇଁ ଏହି ପଦବୀରେ କେହି ଜଣେ ନିଯୁକ୍ତ ହୋଇଛନ୍ତି।

ହ୍ବାଇଟ ହାଉସ ଏକ ବିବୃତ୍ତିରେ କହିଛି ଯେ ଜୁଲି ଟର୍ନର ବର୍ତ୍ତମାନ ଆମେରିକାର ବୈଦେଶିକ ବିଭାଗର ଗଣତନ୍ତ୍ର, ମାନବ ଅଧିକାର ଏବଂ ଶ୍ରମ ବ୍ୟୁରୋରେ ପୂର୍ବ ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ କାର୍ଯ୍ୟାଳୟର ନିର୍ଦ୍ଦେଶକ। ସେ ବର୍ତ୍ତମାନ ଉତ୍ତର କୋରିଆରେ ମାନବ ଅଧିକାର ସ୍ବତନ୍ତ୍ର ଦୂତ ଭାବରେ ନିଯୁକ୍ତ ହୋଇଛନ୍ତି।

ଟର୍ନର କୋରିଆନ ଭାଷା ଭଲ ଭାବେ କହି ପାରନ୍ତି, ଏବଂ ପୂର୍ବ ଏସିଆ ତଥା ପ୍ରଶାନ୍ତ ସାଗରୀୟ କାର୍ଯ୍ୟାଳୟରେ ୧୬ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଛନ୍ତି ବୋଲି ବିବୃତ୍ତିରେ କୁହାଯାଇଛି। ତାଙ୍କର କାର୍ଯ୍ୟ ମୁଖ୍ୟତ ଉତ୍ତର କୋରିଆରେ ମାନବିକ ଅଧିକାରର ପ୍ରୋତ୍ସାହନ ସହ ଜଡିତ ପ୍ରସଙ୍ଗ ଉପରେ ରହିବ।

୨୦୨୨ ମସିହାରେ ମିଳିତ ଜାତିସଂଘ ସାଧାରଣ ସଭାର ତୃତୀୟ କମିଟି ଏକ ସଂକଳ୍ପ ପାରିତ କରି ଉତ୍ତର କୋରିଆକୁ ମାନବିକ ଅଧିକାରର ଉଲ୍ଲଂଘନକୁ ନିନ୍ଦା କରିଥିଲା। ଉତ୍ତର କୋରିଆରେ ମାନବ ଅଧିକାର ପରିସ୍ଥିତି ଉପରେ ଏକ ଡ୍ରାଫ୍ଟ ରିଜୋଲ୍ୟୁଶନ ସର୍ବସମ୍ମତି କ୍ରମେ ଅନୁମୋଦନ କରାଯାଇଥିଲା। ୟୁରୋପୀୟ ୟୁନିଅନ ଦେଶଗୁଡିକର ଏହି ପ୍ରସ୍ତାବରେ ଉତ୍ତର କୋରିଆରେ ବିଦେଶୀ ନାଗରିକଙ୍କୁ ବେଆଇନ ବନ୍ଦୋବସ୍ତ, ନିର୍ଯାତନା ଏବଂ ଫାଶୀକୁ ନେଇ ଚିନ୍ତା ପ୍ରକଟ କରାଯାଇଥିଲା। ତେବେ ମିଳିତ ଜାତିସଂଘରେ ଉତ୍ତର କୋରିଆର ରାଷ୍ଟ୍ରଦୂତ କିମ ସୋଙ୍ଗ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଏହାକୁ ନିଜ ଦେଶର ଭାବମୂର୍ତ୍ତିକୁ ମଳିନ କରିବା ପାଇଁ ଏକ ରାଜନୈତିକ ଷଡଯନ୍ତ୍ର ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବାଶିଙ୍ଗ୍‌ ମେସିନ୍‌, ସୋଫାରେ ପଶି ଯାଉଥିଲେ ଆମେରିକା, ଧରିଲା ପୋଲିସ

କାର୍ଲିଫର୍ନିଆ,୧୨।୧୨: ମେକ୍ସିକୋରୁ ପ୍ରତିବର୍ଷ ଅନେକ ପ୍ରବାସୀ ଲୋକ ଅସାମ୍ବିଧାନିକ ଭାବେ ଆମେରିକାରେ ପ୍ରବେଶ କରିଥାନ୍ତି। କିଛି ଲୋକ ଧରାପଡିଥିବାବେଳେ ଆଉ କିଛି ସେଠାରେ ରହିଯାନ୍ତି। ସେହିପରି...

ଇମ୍ରାନ୍‌ଙ୍କ ଧମକ, ପଦରୁ ହଟାଇଲେ ହେବି ଭୟଙ୍କର…

ଇସଲାମାବାଦ୍‌, ୨୪।୧ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ବିରୋଧି ଦଳମାନଙ୍କୁ ଧମକ ଦେଇଛନ୍ତି ଯେ ଯଦି ସେ ଇସ୍ତଫା ଦେବାକୁ ବାଧ୍ୟ ହୁଅନ୍ତି ତେବେ...

ଅଣୁଅସ୍ତ୍ର ବ୍ୟବହାର କରିବନି ରୁଷିଆ

ମସ୍କୋ,୬।୫: ୟୁକ୍ରେନ୍‌ ବିରୋଧରେ ରୁଷିଆ ଅଣୁଅସ୍ତ୍ର ବ୍ୟବହାର କରିବ ନାହିଁ ବୋଲି ଏହାର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର କୁହାଯାଇଛି। ରୁଷିଆର ଆଣବିକ ଅସ୍ତ୍ର ବ୍ୟବହାର...

ମାଡ଼ି ଆସୁଛି ବିପଦ: ୬୩ କୋଟିରୁ ଅଧିକଙ୍କୁ ମିଳିବନି ପିଇବା ପାଣି

ମାଦ୍ରିଦ୍‌,୨।୧: ଜଳବାୟୁ ପରିବର୍ତ୍ତନ, ଦ୍ରୁତ ଶିଳ୍ପାୟନ ଏବଂ ଜଙ୍ଗଲ ନଷ୍ଟ ହେବାର କୁପ୍ରଭାବ ପୃଥିବୀ ଉପରେ ପଡ଼ିବାକୁ ଯାଉଛି। ଆଉ ୨୦ ବର୍ଷ ପରେ ୨୦୪୦...

ଭାରତରେ ବାଂଲାଦେଶର ହାଇ କମିଶନର ଭାବେ ନିଯୁକ୍ତ ମୁସ୍ତାଫିଜୁର ରେହମାନ

ଢାକା,୧୪ା୭: ମୁସ୍ତାଫିଜୁର ରେହମାନ ଭାରତରେ ବାଂଲାଦେଶର ହାଇ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି। ସେ ବର୍ତ୍ତମାନ ଜେନେଭାରେ ମିଳିତ ଜାତିସଂଘ କାର୍ଯ୍ୟାଳୟରେ ବାଂଲାଦେଶର ସ୍ଥାୟୀ ପ୍ରତିନିଧି...

ଆସନ୍ତା ସପ୍ତାହରେ ଚାଇନା ଯିବେ ଶେହବାଜ

ଇସଲାମାବାଦ,୨୬ା୧୦: ଆସନ୍ତା ସପ୍ତାହରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଦୁଇ ଦିନିଆ ଚାଇନା ଗସ୍ତରେ ଯାଇ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କୁ ଭେଟିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ...

ଆସନ୍ତାକାଲି ଘଟିବ ବଡ଼ଧରଣର ସୌର ବିସ୍ଫୋରଣ, ପୃଥିବୀ ପ୍ରତି ବିପଦ

ଓ୍ବାଶିଂଟନ,୩୦ା୩: ଆସନ୍ତାକାଲି ଅର୍ଥାତ୍‌ ଗୁରୁବାର ପୁଣି ଘଟିବ ସୌର ବିସ୍ଫୋରଣ। ଏହି ବିସ୍ଫୋରଣରେ ପୃଥିବୀରେ ଭୂ-ଚୁମ୍ବକୀୟ ଝଡ଼ ମାଡ଼ ହେବ । ନାସାର ଶକ୍ତିଶାଳୀ ସୋଲାର...

ପରମାଣୁ ପରୀକ୍ଷଣ ନିରିକ୍ଷଣ କରିବାକୁ ପହଞ୍ଚିଲେ କିମ, ଫଟୋ ଜାରି କଲା ଉତ୍ତର କୋରିଆ

ସିୟୋଲ,୧୦ ।୧୦: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉନ ତାଙ୍କ ପୁରୁଣା ଅଭ୍ୟାସରେ ପରିବର୍ତ୍ତନ କରିପାରୁ ନାହାନ୍ତି । ଦକ୍ଷିଣ କୋରିଆ, ଆମେରିକା...

Advertisement
Archives

Model This Week