ଆଣ୍ଟାର୍କଟିକାରେ ସଙ୍କଟ: ଗ୍ରେଟର ଲଣ୍ଡନ ଆକାରର ବିଶାଳ ହିମଖଣ୍ଡ ଭାଙ୍ଗି ଅଲଗା ହେଲା…

ଲଣ୍ଡନ,୨୪।୧ : ବ୍ରିଟେନର ଏକ ଅନୁସନ୍ଧାନ କେନ୍ଦ୍ର ଦ୍ୱାରା ନିକଟରେ ହୋଇଥିବା ଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ, ଆଣ୍ଟାର୍କଟିକା ବରଫ ସେଲଫରୁ ଗ୍ରେଟର ଲଣ୍ଡନ ଆକାରର ଏକ ହିମଖଣ୍ଡ ଭାଙ୍ଗି ଅଲଗା ହୋଇଯାଇଛି। ଫଳରେ ଆଣ୍ଟାର୍କଟିକାରେ ସଙ୍କଟ ଘନେଇବାରେ ଲାଗିଛି। ନ୍ୟାଶନାଲ ଜିଓଗ୍ରାଫିକ ଅନୁଯାୟୀ, ଆଇସବର୍ଗଗୁଡିକ ବରଫର ଏକ ବଡ଼ ହିମଖଣ୍ଡ ଯାହା କାଲଭିଙ୍ଗ ନାମକ ଏକ ପ୍ରକ୍ରିୟାରେ ଗ୍ଲେସିୟରରୁ ଭାଙ୍ଗିଯାଇଥାଏ।

ବିଶାଳ ଆଇସବର୍ଗର ଆକାର ପ୍ରାୟ ୬୦୦ ବର୍ଗ ମାଇଲ (୧୫୫୦ ବର୍ଗ କିଲୋମିଟର)। ରବିବାର ୪୯୨ ଫୁଟ ମୋଟା (୧୫୦ ମିଟର) ବ୍ରଣ୍ଟ ମୂଳ ବରଫ ଚଟାଣରୁ ଭାଙ୍ଗି ଦୂରେଇ ଯାଇଥିଲା।

ତେବେ ଏହି ଘଟଣା ଜଳବାୟୁ ପରିବର୍ତ୍ତନ ସହିତ ଜଡିତ ନୁହେଁ। ବ୍ରିଟିଶ ଆଣ୍ଟାର୍କଟିକ ସର୍ଭେ (ବିଏଏସ) ସୂଚାଇ ଦେଇଛି ଯେ କାଲଭିଙ୍ଗ ଘଟଣା ଆଶା କରାଯାଉଥିଲା ଏବଂ ଏହା ବ୍ରଣ୍ଟ ବରଫ ଚଟାଣର ’ପ୍ରାକୃତିକ ଆଚରଣ’ର ଏକ ଅଂଶ ଥିଲା। ବିଏଏସ ପ୍ରତିଦିନ ଗବେଷଣା ଷ୍ଟେଶନରେ ବିଶାଳ ବରଫ ଚଟାଣର ସ୍ଥିତି ଉପରେ ନଜର ରଖିଥାଏ।
ସମ୍ପ୍ରତି କାଲଭିଙ୍ଗ ଘଟଣା ଦ୍ୱାରା ବରଫ ଚଟାଣର ଅଞ୍ଚଳ ପ୍ରଭାବିତ ହୋଇନାହିଁ ବୋଲି ବିଏଏସ କହିଛି।

ଦୁଇ ବର୍ଷ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଘଟଣା। ପୁଣି ହିମଖଣ୍ଡ ବରଫ ଚଟାଣରୁ ଅଲଗା ହୋଇଛି। ଫେବୃଆରୀ ୨୦୨୧ ରେ ୧,୭୭୦ ବର୍ଗ କିମି ଆଇସବର୍ଗ ଏ-୭୪ ଭାବରେ ଜଣାଶୁଣା ୧୫୦ ମିଟର ମୋଟା ବ୍ରଣ୍ଟ ବରଫ ଚଟାଣରୁ ଭାଙ୍ଗି ଯାଇଥିଲା। ବିଏଏସ କହିଛି ଯେ ନୂତନ ଆଇସବର୍ଗ ଏ-୭୪ ଠାରୁ ସାମାନ୍ୟ ବଡ। ପରେ ଏହାକୁ ଆମେରିକାର ଜାତୀୟ ଆଇସ କେନ୍ଦ୍ର ଦ୍ୱାରା ନାମିତ କରାଯିବ।

ଏକ ପ୍ରେସ ବିଜ୍ଞପ୍ତିରେ ବିଏଏସ ନିର୍ଦ୍ଦେଶକ ପ୍ରଫେସର ଡେମ ଜେନ ଫ୍ରାନ୍ସିସ କହିଛନ୍ତି ଯେ ଆମର ଗ୍ଲାସିଓଲୋଜିଷ୍ଟ ଏବଂ ଅପରେଶନ ଦଳ ଏହି ଘଟଣାକୁ ଆଶା କରୁଥିଲେ। ବରଫ ଚଟାଣ ମାପ ଦିନକୁ ଅନେକ ଥର ଜିପିଏସ ଉପକରଣର ସ୍ବୟଂଚାଳିତ ନେଟୱାର୍କ ବ୍ୟବହାର କରି କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓମିକ୍ରନ୍‌ଠାରୁ ସୁରକ୍ଷା ଦେବ ବୁଷ୍ଟର ଡୋଜ, ‘ଡବଲ ଡୋଜ’ ଉପରେ ବି ଫାଇଜରର ବଡ ଦାବି

ନ୍ୟୁୟର୍କ,୯ ।୧୨: କୋଭିଡ-୧୯ ମହାମାରୀ ପାଇଁ ଟିକା ପ୍ରସ୍ତୁତ କରୁଥିବା କମ୍ପାନୀ ଫାଇଜର କହିଛି ଗୋଟିଏ ଡୋଜ ବୁଷ୍ଟର ଓମିକ୍ରନ୍‌ଠାରୁ ସୁରକ୍ଷା ଦେଇପାରିବ । ଫାଇଜର...

ବିନା ଲକ୍‌ ଡାଉନ୍‌ରେ କରୋନା ସହିତ ଲଢୁଛି ଦକ୍ଷିଣ କୋରିଆ

ସିଓଲ୍‌,୨୫।୩: ସାରା ପୃଥିବୀ କରୋନା ଆତଙ୍କରେ ରହିଥିବା ବେଳେ ଦକ୍ଷିଣ କୋରିଆ ବିନା ଲକ୍‌ ଡାଉନ୍‌ରେ ଲଢ଼େଇ ଜାରି ରଖିଛି। ତେବେ ଦକ୍ଷିଣ କୋରିଆର ଚିକିତ୍ସା...

ଗଣିତକୁ ସହଜ କରିଥିଲେ ଶ୍ରୀନିବାସ ରାମାନୁଜନ

ଭାରତ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ୨୨ ଡିସେମ୍ବରକୁ ଜାତୀୟ ଗଣିତ ଦିବସ ଭାବେ ପାଳନ କରାଯାଇଥାଏ। ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ ଆୟାଙ୍ଗରଙ୍କ ୧୨୫ ତମ...

ଏରିକ୍‌ ଭାରତରେ ଆମେରିକା ରାଷ୍ଟ୍ରଦୂତ

ଓ୍ବାଶିଂଟନ୍‌, ୧୧ା୭: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଶୁକ୍ରବାର ଲସ୍‌ ଏଞ୍ଜେଲ୍ସ ମେୟର ଏରିକ୍‌ ଗାରସେଟିଙ୍କୁ ଭାରତରେ ରାଷ୍ଟ୍ରଦୂତ ନିଯୁକ୍ତ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ...

ୟୁକ୍ରେନକୁ ସାହାଯ୍ୟର ହାତ ବଢ଼ାଇଲେ ସାଇବର ହ୍ୟାକର

ମସ୍କୋ,୨୫।୨: ୟୁକ୍ରେନ ଉପରେ ବାରମ୍ବାର ସାଇବର ଆକ୍ରମଣ ହେଉଥିବା ବେଳେ ଏଥିପାଇଁ ସେ ରୁଷିଆକୁ ଦାୟୀ କରିଛି। ବର୍ତ୍ତମାନ ସାଇବର ହ୍ୟାକର୍ସଙ୍କ ଏକ ଗୋଷ୍ଠୀ ରୁଷିଆ...

ମଇଳା ସ୍ବେରେଜ ପାଣିରେ ଚାଲିଲେ ଭାଜପା ବିଧାୟକ

ହାପୁର,୩୦।୭: ଉତ୍ତରପ୍ରଦେଶ ଜନପଦ ହାପୁଡ ଜିଲାର ଗଡ଼ମୁକ୍ତେଶ୍ୱରରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଭାଜପା...

ଏହି କୂଅରୁ ବାହାରୁଛି ଉଜ୍ଜ୍ୱଳ ଆଲୋକ, ବୈଜ୍ଞାନିକମାନେ ବି ଖୋଜି ପାଉନାହାନ୍ତି କାରଣ

ବିଶ୍ୱରେ ଏମିତି କିଛି ସ୍ଥାନ ଅଛି, ଯାହା ଆଜି ବି ରହସ୍ୟାବୃତ୍ତ। ଏପରି ଏକ ଅଦ୍ଭୁତ ସ୍ଥାନ ରହିଛି ପର୍ତ୍ତୁଗାଲର ସିନ୍ତାରାରେ। ଏହି ସ୍ଥାନରେ ଏକ...

ଆଲିଙ୍ଗନ କରି ମହିଳାଙ୍କ ହାଡ଼ ଭାଙ୍ଗିଦେଲେ

ବେଜିଂ: ଚାଇନାର ଏକ କମ୍ପାନୀରେ କାର୍ଯ୍ୟରତ ଜଣେ ମହିଳାଙ୍କୁ ଆଲିଙ୍ଗନ କରିବା ତାଙ୍କ ସହକର୍ମୀଙ୍କୁ ମହଙ୍ଗା ପଡ଼ିଛି। ଯୁବକ ଜଣକ ମହିଳାଙ୍କୁ ଜୋର୍‌ରେ ଜାବୁଡ଼ି ଧରିବା...

Advertisement
Archives

Model This Week