ରୁଷିଆ ବିମାନ-ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଛନ୍ତି ମ୍ୟାନମାର ସାମରିକ ଶାସକ…

ନାପିଦ୍ୱ/ମସ୍କୋ,୨୪।୧ : ମ୍ୟାନମାରର ସାମରିକ ଶାସକ ବିରୋଧୀଙ୍କ ବିରୋଧରେ ଜାରି ରଖିଥିବା ଗୃହଯୁଦ୍ଧରେ ରୁଷିଆର ଯୁଦ୍ଧ ବିମାନ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରର ବ୍ୟବହାର କରୁଛନ୍ତି। ଏଭଳି ଅସ୍ତ୍ରଶସ୍ତ୍ର ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଦେଶର ଅନେକ ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟ ସାମରିକ ଶାସକଙ୍କର ଏହି ଆକ୍ରମଣର ଶିକାର ହେଉଛନ୍ତି।

ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମ୍ୟାନମାରର ବାୟୁସେନା ଗତ କିଛି ମାସ ମଧ୍ୟରେ ରୁଷିଆରେରେ ନିର୍ମିତ ୟାକ -୧୩୦ ବିମାନ ଏବଂ ଏମଆଇ-୩୫ ହେଲିକପ୍ଟର ବ୍ୟବହାର କରିଛି। ଏହା ମାଧ୍ୟମରେ ସରକାରୀ ବିରୋଧୀ ଗୋଷ୍ଠୀର ପ୍ରଭାବରେ ଥିବା ଅଞ୍ଚଳଗୁଡିକ ଉପରେ ବୋମା ମାଡ଼ କରାଯାଇଛି, ଯେଉଁ କାରଣରୁ ଅନେକ ସାଧାରଣ ନାଗରିକଙ୍କ ବସତି ମଧ୍ୟ ଏହାର ଶିକାର ହୋଇଛି।

ମାନବ ଅଧିକାର ସଂଗଠନ ଅଭିଯୋଗ କରିଛନ୍ତି ଯେ ଜୁଣ୍ଟା ସାଧାରଣ ନାଗରିକ ବସ୍ତିବାସିନ୍ଦାଙ୍କୁ ଟାର୍ଗେଟ କରି ଯୁଦ୍ଧ ଅପରାଧ କରୁଛି। ଏହି ସଂଗଠନଗୁଡିକ ଅଭିଯୋଗ କରିଛନ୍ତି ଯେ ଏହି ଅପରାଧରେ ରୁଷିଆ ମ୍ୟାନମାରର ସହଯୋଗୀ ପାଲଟିଛି। ମ୍ୟାନମାରରେ ଅତି କମରେ ୨୦ ୟାକ -୧୩୦ ଯୁଦ୍ଧ ବିମାନ ଅଛି ବୋଲି କୁହାଯାଉଛି। ଯଦିଓ ଏହି ଦୁଇ ଆସନ ବିଶିଷ୍ଟ ବିମାନ ପାଇଲଟଙ୍କ ତାଲିମ ପାଇଁ ପ୍ରସ୍ତୁତ କରାଯାଇଛି, କିନ୍ତୁ ମ୍ୟାନମାରର ଗୃହଯୁଦ୍ଧରେ ଏଗୁଡିକର ବ୍ୟବହାର କ୍ରମାଗତ ଭାବେ ବୃଦ୍ଧି ପାଉଛି।

ଗତ ଅକ୍ଟୋବରରେ, ଆମେରିକୀୟ ଥିଙ୍କ ଟ୍ୟାଙ୍କ ଜେନ୍ସ ଇନଫରମେଶନ ଗ୍ରୁପ୍‌ ରିପୋର୍ଟ କରିଥିଲା ଯେ ମ୍ୟାନମାରରେ ରୁଷିଆର ହେଲିକପ୍ଟର ବ୍ୟବହାର ବଢ଼ିବାରେ ଲାଗିଛି। ରିପୋର୍ଟରେ ଦର୍ଶାଯାଇଛି ଯେ ଉତ୍ତର ସଗୈନ ଅଞ୍ଚଳରେ ରୁଷିଆରେ ନିର୍ମିତ କେମୋଭ କେଏ-୨୯ ଟିବି ହେଲିକପ୍ଟର ସାମରିକ ଶାସକଙ୍କ ଦ୍ୱାରା ବ୍ୟବହୃତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷେ ଟପିବ ଆମେରିକା କରୋନା ମୃତ୍ୟୁ ସଂଖ୍ୟା: ଟ୍ରମ୍ପ୍‌

ଓ୍ବାଶିଂଟନ,୪।୫: କରୋନା ସଂକ୍ରମଣ ଯୋଗୁ ଆମେରିକାରେ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଗାମୀ ଦିନରେ କରୋନା ମୃତ୍ୟୁ ସଂଖ୍ୟା ଆମେରିକାରେ ଲକ୍ଷେ...

ଗିନିଜ୍‌ ବୁକ୍‌ ରେକର୍ଡରେ ଦାନ୍ତ

ବର୍ଲିନ: ଥରେ ଭାବି ଦେଖନ୍ତୁ ତ, ଜଣେ ସୁସ୍ଥସବଳ ମିଣିଷର ଦାନ୍ତର ଲମ୍ବ କେତେ ହୋଇପାରେ? ଚିକିତ୍ସା ବିଜ୍ଞାନ ଅନୁଯାୟୀ ଦାନ୍ତର ହାରାହାରି ଲମ୍ବା ମାଢ଼ିଠାରୁ...

କରୋନା ପରେ ବାଲ୍ୟ ବିବାହ ବୃଦ୍ଧି ପାଇବା ଆଶଙ୍କା: ଜାତିସଂଘ

ଜେନେଭା,୨୧।୪: କରୋନା ସଂକ୍ରମଣର ତାଣ୍ଡବ ଯୋଗୁ ପୃଥିବୀର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। କରୋନା ପରବର୍ତ୍ତୀ ପୃଥିବୀରେ ବହୁ ପରିବର୍ତ୍ତନ ଆସିବା ସହିତ ଆପରାଧୀକ...

ଜି-୨୦ ଶିଖର ସମ୍ମିଳନୀରେ କାନାଡାର ପ୍ରଧାନମନ୍ତ୍ରୀ, ଚାଇନା ରାଷ୍ଟ୍ରପତିଙ୍କ ମଧ୍ୟରେ କଥା କଟାକଟି

ବାଲି,୧୬।୧୧: ଜି-୨୦ ଶିଖର ସମ୍ମିଳନୀରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଛି। ୧୫...

୧୮୦ ଦେଶରେ ୬୦ ସପ୍ତାହ ସ୍କୁଲ ବନ୍ଦ, ୧୬୦ କୋଟି ଛାତ୍ରୀଛାତ୍ରଙ୍କ ପାଠପଢ଼ା ପ୍ରଭାବିତ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୦।୭: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ପୃଥିବୀର ବିଭିନ୍ନ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଧୀରେଧୀରେ ଅନଲକ୍‌ ପ୍ରକ୍ରିୟା ଜାରି ରହିଛି। ଲକ୍‌ଡାଉନ୍‌ ଯୋଗୁ...

ଇଣ୍ଟରଭ୍ୟୁ ନେବାବେଳେ ଏଚ୍‌ଆର୍‌ଙ୍କ ଚାକିରି ଚାଲିଗଲା

ଓ୍ବାଶିଂଟନ୍‌,୨୯।୧: ବିଭିନ୍ନ ଆଇଟି କମ୍ପାନୀ ଏବେ କର୍ମଚାରୀମାନଙ୍କୁ ଛଟେଇ କରିବାରେ ଲାଗିଛନ୍ତି। ତେବେ ଏହି ସୂଚୀରୁ ଗୁଗଲ୍‌ ବାଦ୍‌ ପଡ଼ିନାହିଁ । କମ୍ପାନୀରୁ ଗୁଗଲ୍‌ ପାଖାପାଖି...

ଇସ୍ତଫା ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,୧୫।୭: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଗୁରୁବାର ମାଳଦ୍ୱୀପରୁ ସିଙ୍ଗାପୁର ଯିବାପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ଶ୍ରୀଲଙ୍କା ପାର୍ଲାମେଣ୍ଟ ବାଚସ୍ପତି ମହିନ୍ଦା ୟାପା...

ସିନେଟରଙ୍କ ସ୍ତ୍ରୀଙ୍କୁ ଭୁଲ ମାଗିଲେ ମୋଦି

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ରବିବାର ଆମେରିକାର ହ୍ୟୁଷ୍ଟନଠାରେ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତେବେ ବିଶ୍ୱରେ ମୋଦିଙ୍କ ଲୋକପ୍ରିୟତା କାହାକୁ ଅଛପା ନାହିଁ। ବ୍ୟବହାର...

Advertisement
Archives

Model This Week