ତୁର୍କୀର ବିରୋଧ ସତ୍ତ୍ୱେ ଫିନଲାଣ୍ଡ,ସ୍ବିଡେନ ନାଟୋରେ ଯୋଗଦେବାକୁ ପ୍ରସ୍ତୁତ: ଆମେରିକା

ଓ୍ବାଶିଂଟନ୍‌,୨୪।୧: ଫିନଲାଣ୍ଡ ଏବଂ ସ୍ବିଡେନ ନାଟୋରେ ଯୋଗଦେବାକୁ ପ୍ରସ୍ତୁତ ବୋଲି ଆମେରିକାର ବୈଦେଶିକ ବିଭାଗ ଏକ ବିବୃତ୍ତିରେ କହିଛି। ସ୍ବରାଷ୍ଟ୍ର ବିଭାଗର ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି, ଏକ ପବିତ୍ର ଗନ୍ଥ ଜାଳିବା, ଯେଉଁଥିରେ ଅନେକ ଲୋକଙ୍କର ବିଶ୍ୱାସ ରହିଛି ତାହା ଅତ୍ୟନ୍ତ ଅପମାନଜନକ କାର୍ଯ୍ୟ। ଆଇନଗତ ଭାବରେ କିଛି ଠିକ ହୋଇପାରେ କିନ୍ତୁ ସ୍ବିଡେନ ନାଟୋରେ ଯୋଗଦେବାକୁ ଏବେ ବି ପ୍ରସ୍ତୁତ। ଆମେରିକାର ଏହି ବିବୃତ୍ତି ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏରଦୋଗାନଙ୍କ ବିବୃତ୍ତି ପରେ ଆସିଛି। ରିସେପ କହିଥିଲେ ଯେ, ତୁର୍କୀ ଦୂତାବାସ ନିକଟରେ ବିରୋଧ ପ୍ରଦର୍ଶନ ପରେ ତୁର୍କୀ ସମର୍ଥନରେ ସ୍ବିଡେନ ନାଟୋରେ ସାମିଲ ଆଶା କରିବା ବୃଥା।

ସ୍ବିଡେନରେ ଥିବା ତୁର୍କୀ ଦୂତାବାସ ବାହାରେ ହୋଇଥିବା ବିରୋଧ ସମୟରେ ସ୍ବିଡେନର ଦକ୍ଷିଣପନ୍ଥୀ ନେତା ରସମୁସ ପାଲୁଦାନ ପବିତ୍ର କୋରାନର ଏକ କପି ପୋଡି ଦେଇଛନ୍ତି। ତୁର୍କୀ ଏବଂ ଅନ୍ୟାନ୍ୟ ମୁସଲମାନ ଦେଶ ଏହାକୁ ତୀବ୍ର ବିରୋଧ କରିଛନ୍ତି। ଏହା ପରେ ତୁର୍କୀ ସ୍ବିଡେନର ପ୍ରତିରକ୍ଷା ମନ୍ତ୍ରୀଙ୍କ ଗସ୍ତକୁ ମଧ୍ୟ ବାତିଲ କରିଦେଇଛି। ଏହି ଗସ୍ତରେ ନାଟୋରେ ଯୋଗଦେବା ପାଇଁ ତୁର୍କୀ ଏବଂ ସ୍ବିଡେନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବାର ଥିଲା। ସ୍ବିଡେନର ପ୍ରତିରକ୍ଷା ମନ୍ତ୍ରୀଙ୍କ ଗସ୍ତ ବାତିଲ ହେବା ପରେ ନାଟୋରେ ସ୍ବିଡେନର ଯୋଗଦାନ ବିପଦରେ ପଡ଼ିଥିଲା। ତେବେ ତୁର୍କୀର ବିରୋଧକୁ ଅତିକ୍ରମ କରି ସ୍ବିଡେନ ଏବଂ ଫିନଲାଣ୍ଡକୁ ଶୀଘ୍ର ନାଟୋରେ ସାମିଲ କରାଯାଇପାରିବ ବୋଲି ଆମେରିକା କହିଛି।
ସୂଚନାଯୋଗ୍ୟ, ସ୍ବିଡେନ ଏବଂ ଫିନଲାଣ୍ଡ ଦୀର୍ଘ ଦିନ ଧରି ନାଟୋର ସଦସ୍ୟ ହେବାକୁ ଚେଷ୍ଟା କରିଆସୁଛନ୍ତି। ତେବେ ତୁର୍କୀର ଆପତ୍ତି ଯୋଗୁ ସ୍ବିଡେନର ଏହି ସ୍ବପ୍ନ ପୂରଣ ହେଉନାହିଁ। ନାଟୋର ସଦସ୍ୟ ହେବାକୁ ଏହାର ସମସ୍ତ ସଦସ୍ୟ ଦେଶର ଅନୁମୋଦନ ଆବଶ୍ୟକ। ଏହି କାରଣରୁ ତୁର୍କୀର ବିନା ସମର୍ଥନରେ ସ୍ବିଡେନ ନାଟୋର ସଦସ୍ୟ ହୋଇପାରିବ ନାହିଁ। ଏକ ଅଲଗା ଦେଶର ଚାହିଦା ପାଇଁ ତୁର୍କୀ ବିରୋଧରେ କୁର୍ଦ୍ଦିସ୍ତାନ ୱାର୍କିଂ ପାର୍ଟି ସଂଗ୍ରାମ କରୁଛି। ତୁର୍କୀ ଅଭିଯୋଗ କରିଛି, ସ୍ବିଡେନ ସରକାର କୁର୍ଦ୍ଦିସ୍ତାନ ୱାର୍କିଂ ପାର୍ଟିକୁ ସମର୍ଥନ କରୁଛନ୍ତି। ଏଥି ସହ ତୁର୍କୀ ଦାବି କରୁଛି ଯେ ସ୍ବିଡେନ ସରକାର ରାଷ୍ଟ୍ରପତି ରିସେପ ତାଇପ ଏରଡାନଙ୍କ ସମାଲୋଚକମାନଙ୍କୁ ଦେଶରୁ ବିତାଡିତ କରନ୍ତୁ। ତେବେ, ସାର୍ବଭୌମତ୍ୱ ତଥା ବାକ ସ୍ବାଧୀନତାର ଅଧିକାର ହେତୁ ସ୍ବିଡେନ ତୁର୍କୀର ଏହି ଦାବିକୁ ଗ୍ରହଣ କରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ସ୍ତ୍ରୀଙ୍କ କାର୍‌ ଉପରକୁ ଗୁଳିମାଡ

ଇସଲାମାବାଦ,୩।୧:ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୂର୍ବତନ ସ୍ତ୍ରୀ ରେହମ ଖାନଙ୍କ କାର ଉପରେ ଅଜ୍ଞାତ ଲୋକମାନେ ଆକ୍ରମଣ କରିଛନ୍ତି। ରେହମ ଖାନ ନିଜେ ଟୁଇଟ କରି...

ଡାଇମଣ୍ଡ ପ୍ରିନ୍‌ସେସ୍‌ ଶିପ୍‌ରୁ ଉଦ୍ଧାର ପାଇଁ ମୋଦିଙ୍କ ସହାୟତା ଲୋଡିଲେ ଯୁବତୀ: ୧୩୮ ଭାରତୀୟଙ୍କୁ ସ୍ବଦେଶ ଫେରାଇ ନେବାକୁ କଲେ ଅନୁରୋଧ

ଟୋକିଓ,୧୯।୨: ଜାପାନର ଟୋକିଓରେ ଡାଇମଣ୍ଡ ପ୍ରିନ୍‌ସେସ୍‌ ଶିପ୍‌ରେ ୧୩୮ ଭାରତୀୟଙ୍କୁ କରୋନା ସଂକ୍ରମଣ ଯାଞ୍ଚ୍‌ ପାଇଁ ଅଟକ ରଖାଯାଇଛି। ଇତିମଧ୍ୟରେ ୧୪ ଦିନ ବିତି ଯାଇଛି।...

ଡ୍ରାଗନର ଷଡ଼ଯନ୍ତ୍ର, ସାଟେଲାଇଟ୍‌ କଲା ପର୍ଦ୍ଦାଫାଶ୍‌…

ବେଜିଂ,୨୭।୭: ପୂର୍ବ ଲଦାଖରେ ଥିବା ଭାରତୀୟ ସୀମା ନିକଟରେ କ୍ଷେପଣାସ୍ତ୍ର ଏବଂ ଘାତକ ଅସ୍ତ୍ର ମୁତୟନ କରି ଉତ୍ତେଜନା ସୃଷ୍ଟି କରୁଥିବା ଚାଇନାର ଏକ ନୂଆ...

ବାଇଡେନ୍‌ ରାଷ୍ଟ୍ରପତି ହେବା ପରେ ନାତୁଣୀ ଶେୟାର କଲେ ଫଟୋ, ଲେଖିଲେ ଏହି ବାର୍ତ୍ତା

ଓ୍ବାଶିଂଟନ,୮ା୧୧: ଆମେରିକାର ରାଷ୍ଟ୍ରପତି ଭାବେ ବିଜୟୀ ଲାଭ କରିଛନ୍ତି ଜୋ ବାଇଡେନ୍‌। ପେନ୍‌ସିଲଭାନିଆରେ ଯେତେବେଳେ ଜୋ ବାଇଡେନ୍‌ଙ୍କୁ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଘୋଷଣା କରାଯାଇଥିଲା...

ମାନବ ମସ୍ତିଷ୍କ କୋଷିକା ପ୍ରତିରୋପଣ କରି ମାଙ୍କଡ଼କୁ କରାଯିବ ବୁଦ୍ଧିଆ: ଚାଇନାରେ ହେଉଛି ଗବେଷଣା

ବେଜିଂ,୪।୭: ମାନବ ମସ୍ତିଷ୍କ କୋଷିକା ମାଙ୍କଡ଼ଠାରେ ପ୍ରତିରୋପଣ କରାଯାଇ ଏହାକୁ ବୁଦ୍ଧିଆ କରାଯିବ। ଏନେଇ ଚାଇନାରେ ଗବେଷକମାନେ ନାନା ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି। ମାଙ୍କଡ଼ଠାରେ ସଫଳତା...

ବିଶ୍ୱରେ ୫୪ ଲକ୍ଷ ଆଡକୁ ଗତି କରୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ଓ୍ବାଶିଂଟନ,୨୪।୫: କରୋନା ଭାଇରସ ସଂକ୍ରମଣ ବିଶ୍ୱର ପ୍ରାୟ ସମସ୍ତ ଦେଶକୁ ବ୍ୟାପି ସାରିଲାଣି। ତେବେ ଆଫ୍ରିକା ଓ ନର୍ଥ ଆମେରିକା ଏବେ ଏହାର ହଟ୍‌ସ୍ପଟ୍‌ ଥିବା...

ଋଷି ସୁନକ-ଲିଜ ଟ୍ରସଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ରେସର ଶେଷ ପର୍ଯ୍ୟାୟ ଭୋଟିଂ ଶେଷ, ସୋମବାର ଆସିବ ଫଳାଫଳ

ଲଣ୍ଡନ,୩ ।୯: ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ପାଇଁ ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ଓ ବୈଦେଶିକ ମନ୍ତ୍ରୀ ଲିଜ ଟ୍ରସଙ୍କ ମଧ୍ୟରେ ଚାଲିଥିବା ରେସ କ୍ରମରେ...

ପୁଟିନ କରିଛନ୍ତି ମସ୍ତବଡ ଭୁଲ: ଜନସନ

ଲଣ୍ଡନ,୧୯ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୨୯ ଦିନ ହୋଇ ଯାଇଥିବା ବେଳେ ଅନେକ ଦେଶ ରୁଷିଆର ଆକ୍ରମଣକୁ ନିନ୍ଦା କରିଛନ୍ତି । ଏହି କ୍ରମରେ ବ୍ରିଟେନ...

Advertisement
Archives

Model This Week