ବ୍ୟବସାୟୀଙ୍କୁ ମାଡ଼ମାରି ନେଇଗଲେ ୬.୭୨ଲକ୍ଷ
ବେଗୁନିଆ,୨୮।୧(ଡି.ଏନ୍.ଏ.): ବେଗୁନିଆ ଥାନା ଅଧୀନ ପିଚୁକୁଳି-ସାନପଦର ଗ୍ରାମ ମଧ୍ୟରେ ଥିବା କେନାଲ ନିକଟରେ ମଙ୍ଗଳବାର ରାତିରେ କେତେଜଣ ଦୁର୍ବୃତ୍ତ ଦୁଇ ଗୋରୁ ବ୍ୟବସାୟୀଙ୍କୁ ମାଡ଼ମାରି ୬,୭୨,୦୦୦ଟଙ୍କା ଲୁଟି ନେଇଛନ୍ତି। ବ୍ୟବସାୟୀ ଲିୟାକତ ଖାନ ଓ ମୁସ୍ତାଫା ଖାନଙ୍କ ଅଭିଯୋଗକ୍ରମେ ପୋଲିସ ଏକ…
ମହିଳାଙ୍କୁ ପ୍ରତାରଣା: ଜେଲ ଗଲେ ଏସ୍ଆଇ
ଖୋର୍ଦ୍ଧା ଅଫିସ,୨୭ା୧: ଖାକିରେ ଲାଗିଲା କଳଙ୍କ। ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କୁ ପ୍ରେମ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଏସ୍ଆଇଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଭୂଷଣ୍ଡପୁର ଅଞ୍ଚଳର ଟାଙ୍ଗୀ ଥାନାରେ…
ସେବାୟତଙ୍କ କୋଭିଡ୍ ଟେଷ୍ଟ୍ ଆରମ୍ଭ
ପୁରୀ ଅଫିସ,୨୮।୧: ଶ୍ରୀମନ୍ଦିର ସେବାୟତ ମାନଙ୍କର ବୁଧବାର ଠାରୁ କୋଭିଡ୍ ଟେଷ୍ଟ ଆରମ୍ଭ ହୋଇଛି। ଏହା ଆସନ୍ତା ମାର୍ଚ୍ଚ ୧ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ୫୦ଜଣଙ୍କ ଆର୍ଟିପିସିଆର୍ ଟେଷ୍ଟ କରାଯାଇ ସ୍ବାବ୍ ସଂଗ୍ରହ ହେବ। ଏଥିଲାଗି ପୁରୀ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ…
ପୁରୀ ବାସେଳି ସାହି ଥାନା ହାଜତ ମୃତ୍ୟୁ ମାମଲା
କଟକ ଅଫିସ,୨୮।୧: ପୁରୀ ବାସେଳି ସାହି ଥାନା ହାଜତ ମୃତ୍ୟୁ ଘଟଣାରେ ବୁଧବାର ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯାଇଛି। ଏଫ୍ଆଇଆର୍ରେ କିପରି ଦ୍ୱନ୍ଦ୍ୱ ରହିଛି ସେନେଇ ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି। ଏହି ଆଧାରରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ…
ପଞ୍ଚାୟତିରାଜ ଅନୁଷ୍ଠାନ ପାଇଁ ଓଡ଼ିଶାକୁ ୧,୬୯୩ କୋଟି
ଭୁବନେଶ୍ୱର,୨୮।୧(ବ୍ୟୁରୋ): କେନ୍ଦ୍ର ସରକାର ପଞ୍ଚାୟତିରାଜ ଅନୁଷ୍ଠାନ ପାଇଁ ଓଡ଼ିଶାକୁ ୧,୬୯୩.୫୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅର୍ଥ ମନ୍ତ୍ରଣାଳୟ ଦ୍ୱିତୀୟ କିସ୍ତି ବାବଦରେ ୧୮ ରାଜ୍ୟ ପାଇଁ ୧୨,୩୫୧.୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ରାଜ୍ୟ…
ବିଧାନସଭାରେ ହେବ ବିରାଟ କାଠ ତିଆରି ଅରଟ
ଭୁବନେଶ୍ୱର,୨୮।୧(ବ୍ୟୁରୋ): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଓ ରାଜ୍ୟର ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରାର ସୁରକ୍ଷା ପାଇଁ ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକ ବୁଧବାର ଅନୁଷ୍ଠିତ ହୋଇଛି। ଲୋକସେବା ଭବନଠାରେ ଅନୁଷ୍ଠିତ ବୈଠକରେ ସଂସ୍କୃତି ମନ୍ତ୍ରୀ…
କୋଷ୍ଟାଲ୍ ହାଇଓ୍ବେ ପରିବର୍ତ୍ତିତ ନକ୍ସାକୁ ନେଇ ଉଦ୍ବେଗ
ଭୁବନେଶ୍ୱର,୨୮।୧(ବ୍ୟୁରୋ): କେନ୍ଦ୍ର ସରକାର ପ୍ରସ୍ତାବିତ ଉପକୂଳ ରାଜପଥ(କୋଷ୍ଟାଲ୍ ହାଇଓ୍ବେ) ପ୍ରକଳ୍ପର ନକ୍ସା ପରିବର୍ତ୍ତନ କରିଛନ୍ତି। ଜାତୀୟ ରାଜପଥ ପ୍ରାଧିକରଣ ମୁଖ୍ୟ ପ୍ରବନ୍ଧକ ରାମ ପ୍ରସାଦ ପଣ୍ଡା କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଏବଂ ଜଙ୍ଗଲ, ପରିବେଶ ଓ…
ଗତ ୭ଦିନ ମଧ୍ୟରେ ୧୪୭ ଜିଲାରେ ଚିହ୍ନଟ ହୋଇ ନାହାଁନ୍ତି ଜଣେ ବି କରୋନା ସଂକ୍ରମିତ
ନୂଆଦିଲ୍ଲୀ,୨୮ ।୧: କରୋନା ଭାଇରସ ସଂକ୍ରମଣ ସାରା ବିଶ୍ୱକୁ ଅସ୍ଥିର କରି ପକାଇଛି । ତେବେ ଦେଶରେ ବେଳକୁ ବେଳ ନୂଆ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବା ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରୁଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଗତ…
ନବଦୀପଙ୍କୁ ମିସେସ୍ ଇଣ୍ଡିଆ ୱାର୍ଲ୍ଡ ମୁକୁଟ
ରାଜଗାଙ୍ଗପୁର,୨୮।୧(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର କାଂଶବାହାଲ ଅଞ୍ଚଳର ନବଦୀପ କୌର (୩୧) ମିସେସ୍ ଇଣ୍ଡିଆ ୱାଲର୍ଡ ମୁକୁଟ ଜିଣିଛନ୍ତି। ସେ ହେଉଛନ୍ତି ଶିଳ୍ପପତି କମଲଦୀପ ସିଂଙ୍କ ସ୍ତ୍ରୀ। ବମ୍ବେସ୍ଥିତ ଦମନରେ ଗତ ୨୩ରେ ଅନୁଷ୍ଠିତ ମିସେସ୍ ଇଣ୍ଡିଆ ୱାଲର୍ଡ ୨୦୨୦-୨୧ ପ୍ରତିଯୋଗିତାରେ…
ଅଭିବ୍ୟକ୍ତି ସ୍ବାଧୀନତା ନିରଙ୍କୁଶ ନୁହେଁ
ନୂଆଦିଲ୍ଲୀ,୨୮।୧: ଆମାଜନ ପ୍ରାଇମ୍ ଓ୍ବେବ୍ ସିରିଜ୍ ‘ତାଣ୍ଡବ’ର ନିର୍ମାତା ଓ ଜଣେ ଅଭିନେତା ଗିରଫଦାରିରୁ ସୁରକ୍ଷା ଲାଗି କରିଥିବା ଆବେଦନକୁ ସୁପ୍ରିମକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି। ଧର୍ମକୁ ଅପମାନିତ କରିବା ସହ ଲୋକଙ୍କ ଧର୍ମୀୟ ଭାବାବେଗକୁ ଆଘାତ ଦେଇଥିବାରୁ ଭାରତୀୟ ଦଣ୍ଡସଂହିତାର…
ପାଠକ ବାପପୁଅଙ୍କୁ ଜାମିନ
ଭୁବନେଶ୍ୱର,୨୮।୧(ବ୍ୟୁରୋ): ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ବୁଧବାର ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟରୁ ଜାମିନ ମିଳିଛି। ଗିରଫ ହେବାର ୬୦ ଦିନ ମଧ୍ୟରେ ଭିଜିଲାନ୍ସ ପକ୍ଷରୁ କୋର୍ଟରେ ଚାର୍ଜଶିଟ୍ ଦାଖଲ କରିବାରେ ବିଫଳ ହେବାରୁ ଏହାର ସୁବିଧା…
ବମ୍ବେ ହାଇକୋର୍ଟ ରାୟ ସ୍ଥଗିତ
ନୂଆଦିଲ୍ଲୀ,୨୮।୧(ପି.ଟି.): ପୋକ୍ସୋ (ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା) ଆଇନ ଅନୁଯାୟୀ ଚର୍ମକୁ ସ୍ପର୍ଶ ନ କରି ନାବାଳିକାଙ୍କ ବକ୍ଷସ୍ଥଳ ଛୁଇଁବା ଯୌନ ଅପରାଧ ନୁହେଁ ବୋଲି ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ୍ କହିବା ସହ ଜଣେ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଦେଇଥିଲେ। ଏଭଳି…
Archives


