ଭାରତ ପ୍ରସ୍ତୁତ ଟିକା ନେଲେ ଓଲି

କାଠମାଣ୍ଡୁ,୭।୩: ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ରବିବାର ଭାରତ ପ୍ରସ୍ତୁତ କରୋନା ଟିକା କୋଭିଶିଲ୍ଡ ନେଇଛନ୍ତି। ସ୍ତ୍ରୀ ରାଧିକା ଶାକିଆଙ୍କ ସହ ଅରସି ତ୍ରିଭୁବନ ବିଶ୍ୱବିଦ୍ୟାଳୟ ଶିକ୍ଷଣ ହସ୍ପିଟାଲରେ ଟିକା ନେଇଛନ୍ତି। ଏହି କରୋନା ଭ୍ୟାକ୍ସିନ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଫାର୍ମା କମ୍ପାନୀ ଆଷ୍ଟ୍ରା ଜେନେକା ଦ୍ୱାରା ମିଳିତ ଭାବରେ ବିକଶିତ ହୋଇଛି। ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଏହି କରୋନା ଟିକା ପ୍ରସ୍ତୁତ କରୁଛି। ସୂଚନାଯୋଗ୍ୟ, ଓଲି ଚାଇନାକୁ ତାଙ୍କ ଦେଶର ଜଣେ ବିଶ୍ୱସ୍ତ ବନ୍ଧୁ ବୋଲି କହିଛନ୍ତି। କିନ୍ତୁ ସେ ଚାଇନା ଟିକାକୁ ବିଶ୍ୱାସ ନ କରି ସେ ଭାରତୀୟ ଟିକା ଲଗାଇଛନ୍ତି। ଯାହାକୁ ନେଇ ଚର୍ଚ୍ଚା ହେଉଛି। କୋଭିଶିଲ୍ଡ ଟିକା ନେବା ପରେ କେପି ଶର୍ମା ଓଲି ଏହାକୁ ଲୋକଙ୍କ ପାଇଁ ନିରାପଦ ଘୋଷଣା କରିଥିଲେ। ଦେଶର ୬୦ ବର୍ଷରୁ ଅଧିକ ବୟସ୍କମାନଙ୍କୁ ଏହି ଟିକା ନେବା ପାଇଁ ଆଗକୁ ଆସିବାକୁ ସେ ଅନୁରୋଧ କରିଥିଲେ। ସେ କହିଛନ୍ତି ଯେ, ଏହି ଟିକା ସୁରକ୍ଷିତ ଏବଂ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ଓଲିଙ୍କ ସହ ନେପାଳର ଅର୍ଥମନ୍ତ୍ରୀ ବିଷ୍ଣୁ ପୌଡେଲ, ସ୍ବାସ୍ଥ୍ୟମନ୍ତ୍ରୀ ହୃଦୟେଶ ତ୍ରିପାଠୀ ଏବଂ ବୈଦେଶିକ ମନ୍ତ୍ରୀ ପ୍ରଦୀପ କୁମାର ଗ୍ବାୱାଲୀଙ୍କୁ ମଧ୍ୟ କୋଭିଶିଲ୍ଡ ଟିକା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେତେ ସଫଳ ହେବ ଆଣ୍ଟିବଡି ପରୀକ୍ଷା

ଓ୍ବାଶିଂଟନ,୧୨।୪: କୋଭିଡ୍‌-୧୯ ସଂକ୍ରମଣକୁ ନେଇ ଅଧିକାଂଶ ଦେଶ ଲକ୍‌ଡାଉନ ରହିଛି। କେବେ ଜୀବନଯାତ୍ରା ସ୍ବାଭାବିକ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କରୋନା ଦ୍ୱାରା...

ଦକ୍ଷିଣକୋରିଆ ଉପରେ ଆକ୍ରମଣ ପାଇଁ ଧମକ ଦେଲେ କିମ୍‌ଙ୍କ ଭଉଣୀ

ସିଓଲ, ୧୪।୬: ଦକ୍ଷିଣକୋରିଆ ଉପରେ ଆକ୍ରମଣ କରିବା ଲାଗି ଉତ୍ତରକୋରିଆ କହିଛି। ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଭଉଣୀ କିମ୍‌ ୟୋ ଜୋଙ୍ଗ୍‌...

ରାଷ୍ଟ୍ରପତି ପୁଟିନ୍‌ ଏବେ ବି ବ୍ୟବହାର କରୁଛନ୍ତି ଓ୍ବିଣ୍ଡୋ ଏକ୍ସପି

ମସ୍କୋ,୧୮।୧୨: ଓ୍ବିଣ୍ଡୋ ଏକ୍ସପିର ବ୍ୟବହାର ୨୦୧୪ରୁ ବନ୍ଦ ହୋଇଛି। ତେବେ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର୍‌ ପୁଟିନ୍‌ ଏବେ ମଧ୍ୟ ତାଙ୍କ ଅଫିସ୍‌ରେ ଓ୍ବିଣ୍ଡୋ ଏକ୍ସପି ବ୍ୟବହାର...

୩ ହଜାର ବର୍ଷ ପୁରୁଣା ସହର

ଇଜିପ୍ଟରେ ‘ଲଷ୍ଟ ଗୋଲ୍ଡେନ୍‌ ସିଟି’ ନାମକ ୩,୦୦୦ ବର୍ଷ ପୁରୁଣା ଏକ ସହର ଠାବ ହୋଇଛି। ପ୍ରତ୍ନତତ୍ତ୍ୱବିତ୍‌ମାନେ ଦାକ୍ଷିଣାତ୍ୟ ସହର ଲକ୍ସରରେ ଖନନ ବେଳେ ଏହାକୁ...

ହବଲ୍‌ ଟେଲିସ୍କୋପର ୧.୪ ମିଲିୟନ ଅବଜରଭେଶନ

ଓ୍ବାଶିଂଟନ, ୨୬।୪: ହବଲ୍‌ ସ୍ପେସ ଟେଲିସ୍କୋପ୍‌ ମହାକାଶରେ ଚିତ୍ତାକର୍ଷକ ଅବିଷ୍କାର କରିବାର ୩ ଦଶନ୍ଧି ୨୪ ଏପ୍ରିଲରେ ଶେଷ କରିଛି। ଏହି ସମୟରେ ୧.୪ ମିଲିୟନ...

ପାକିସ୍ତାନର ଡିଜିଟାଲ ସେନସରଶିପ୍‌କୁ ବିରୋଧ: ଫେସବୁକ୍‌-ଗୁଗଲ-ଟୁଇଟର ଦେଶ ଛାଡ଼ିବାକୁ ଦେଲେ ଧମକ

ଇସଲାମାବାଦ୍‌,୨୯।୨: ପାକିସ୍ତାନର ଡିଜିଟାଲ ସେନସରଶିପ୍‌ ଆଇନକୁ ବିରୋଧ କରି ଫେସବୁକ୍‌, ଗୁଗଲ,ଟୁଇଟର ଆଦି ସୋସିଆଲ ମିଡ଼ିଆ ଦେଶ ଛାଡ଼ିବାକୁ ଦେଲେ ଧମକ ଦେଇଛନ୍ତି। ଏନେଇ ସୋସିଆଲ୍‌...

ଟ୍ରମ୍ପ୍‌ଙ୍କୁ ହସ୍ପିଟାଲରୁ ଛୁଟି: ଫେରିଲେ ହ୍ବାଇଟ୍‌ ହାଉସ୍‌

ଓ୍ବାଶିଂଟନ, ୬।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି। ସେ କରୋନାରୁ ସୁସ୍ଥ ହୋଇ ହ୍ବାଇଟ୍‌ ହାଉସ୍‌ ଫେରିଛନ୍ତି। ଶୀଘ୍ର କାମରେ ଯୋଗଦେବେ...

୧୦ ମିନିଟ୍‌ରେ ସରିଲା ଡାକ୍ତରଙ୍କ ବିବାହ, କାରଣ ଜାଣିଲେ କରିବେ ପ୍ରଶଂସା

ବେଜିଂ,୬।୧: ଚାଇନାରେ ସୃଷ୍ଟି ହୋଇଥିବା ପ୍ରାଣଘାତୀ କରୋନା ଭାଇରସ ବିଶ୍ୱର ୩୦ରୁ ଅଧିକ ରାଷ୍ଟ୍ରକୁ ବ୍ୟାପିଗଲାଣି। ଏହି ଭାଇରସ ଯୋଗୁ ଚାଇନାରେ ମୃତ୍ୟୁସଂଖ୍ୟା ୫୫୦ ଟପି...

Advertisement
Archives

Model This Week