Posted inଜାତୀୟ

ଏଥର ପଶ୍ଚିମବଙ୍ଗରେ ନୁହେଁ, ଦିଲ୍ଲୀରେ ହେବ ପରିବର୍ତ୍ତନ: ମମତା

ସିଲିଗୁଡି,୭।୩: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର ‘ପଦଯାତ୍ରା’ ଆୟୋଜନ କରି ଇନ୍ଧନ ମୂଲ୍ୟ ବୃଦ୍ଧିକୁ ବିରୋଧ କରିଛନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ଆଗାମୀ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ନୋଟ ବଦଳରେ ଭୋଟ ହାତେଇଥିବା ସେ ଅଭିଯୋଗ କରିଛନ୍ତି। ସେ ଖୋଲାଖୋଲି ଭାବେ ଭାଜପାକୁ ଚ୍ୟାଲେଞ୍ଜ କରି କହିଛନ୍ତି, ମୁଁ ଏହାର ସାମ୍ନା କରିବାକୁ ପ୍ରସ୍ତୁତ ଅଛି। ଯଦି ସେମାନେ ଭୋଟ କିଣିବାକୁ ଚାହାଁନ୍ତି, ତେବେ ଆପଣ ସେମାନଙ୍କଠାରୁ ଟଙ୍କା ନେଇ ଟିଏମସି ପାଇଁ ଭୋଟ ଦେବା ଉଚିତ୍‌। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଥର ପଶ୍ଚିମବଙ୍ଗରେ ନୁହେଁ, ଦିଲ୍ଲୀରେ ପରିବର୍ତ୍ତନ ହେବ। ରାଜ୍ୟରେ ମହିଳାଙ୍କ ସୁରକ୍ଷାକୁ ନେଇ ଭାଜପାର ଅଭିଯୋଗକୁ ସେ ଅସ୍ବୀକାର କରିଛନ୍ତି। ଅନ୍ୟ ରାଜ୍ୟରେ ମହିଳାଙ୍କ ଅବସ୍ଥା ଉପରେ ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ବିଶେଷ କଥା ହେଉଛି ପିଏମ ମୋଦି ମଧ୍ୟ ଏବେ ପଶ୍ଚିମବଙ୍ଗରେ ଅଛନ୍ତି। ସେ ଐତିହାସିକ କୋଲକାତା ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡରେ ବଙ୍ଗଳାବାସୀଙ୍କୁ ସମ୍ବୋଧିତ କରୁଛନ୍ତି।
ସୂଚନାଯୋଗ୍ୟ, ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗରେ ୨୭ ମାର୍ଚ୍ଚରୁ ୨୯ ଏପ୍ରିଲ ପର୍ଯ୍ୟନ୍ତ ୮ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ଟପିବ ବାଂଲାଦେଶ

ନୂଆଦିଲ୍ଲୀ,୧୫।୧୦: ଚଳିତ କ୍ୟାଲେଣ୍ଡର ବର୍ଷରେ ମୁଣ୍ଡ ପିଛା ମୋଟ ଘରୋଇ ଉତ୍ପାଦ(ଜିଡିପି) କ୍ଷେତ୍ରରେ ବାଂଲାଦେଶ ଭାରତକୁ ପଛରେ ପକାଇଦେବ। କୋଭିଡ୍‌-୧୯ ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥାକୁ...

ଆଜିର ଦିନରେ ରାଜଧାନୀ ମାନ୍ୟତା ପାଇଥିଲା ଦିଲ୍ଲୀ

ନୂଆଦିଲ୍ଲୀ,୧୩।୨: ୧୯୩୧, ଫେବୃୟାରୀ ୧୩ ଅର୍ଥାତ୍‌ ୮୯ ବର୍ଷ ପୂର୍ବେ ଠିକ୍‌ ଆଜିର ଦିନରେ ଦିଲ୍ଲୀ ଦେଶର ରାଜଧାନୀ ଭାବେ ମାନ୍ୟତା ପାଇଥିଲା। ତେଣୁ ଏହି...

ଆନ୍ଦୋଳନ ସ୍ଥଳରେ କୃଷକଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୯।୧: ଦିଲ୍ଲୀ ଉପକଣ୍ଠ ସିଙ୍ଘୁ ସୀମାନ୍ତ ଚାଷୀମାନଙ୍କ ବିକ୍ଷୋଭ ସ୍ଥଳରେ ଶନିବାର ସନ୍ଧ୍ୟାରେ ଜଣେ ଚାଷୀ ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ପଞ୍ଜାବ...

ଅକ୍ଟୋବରରେ ତୃତୀୟ ଲହର

ବେଙ୍ଗାଲୁରୁ, ୧୯।୬: ଭାରତରେ କରୋନା ଭୂତାଣୁ ସଂକ୍ରମଣର ତୃତୀୟ ଲହର ଅକ୍ଟୋବର ସୁଦ୍ଧା ଆସିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଯଦିଓ ବର୍ତ୍ତମାନର ସଂକ୍ରମଣଠାରୁ ତୃତୀୟ...

ବିମୁଦ୍ରୀକରଣ ପରଠାରୁ ବିଗିଡିଛି ଦେଶର ଅର୍ଥବ୍ୟବସ୍ଥା: ରାହୁଲ

ନୂଆଦିଲ୍ଲୀ,୧।୯: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜିଡିପି ବିକାଶ ଦରରେ ହୋଇଥିବା ପତନକୁ ଦେଖି ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ କହିଛନ୍ତି...

ୟୁଜର୍ସଙ୍କୁ ଭାଗ ଭାଗ କରିଦେଲା ମୋଟେରା ଷ୍ଟାଡିୟମର ନାମକରଣ

ନୂଆଦିଲ୍ଲୀ,୨୪।୨: ଗୁଜରାଟର ଅହମ୍ମଦାବାଦ ସ୍ଥିତ ବିଶ୍ୱର ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ନାମିତ କରାଯାଇଛି। ୧.୩୨ ଲକ୍ଷ ଦର୍ଶକଙ୍କ କ୍ଷମତା ବିଶିଷ୍ଟ...

ପୂର୍ବତନ ଏମ୍‌ପି କମଲ ସିଂଙ୍କ ପରଲୋକ

ବକ୍ସର,୫।୧: ଜୀବିତ ଥିବା ଦେଶର ପ୍ରଥମ ଏମ୍‌ପି ତଥା ବିହାର ଦୁମରାନ ରାଜର ଶେଷ ମହାରାଜା କମଲ ବାହାଦୂର ସିଂଙ୍କର ରବିବାର ସକାଳେ ପରଲୋକ ହୋଇଛି।...

ଶ୍ରୀନଗରରେ ମୁତୟନ ୨ ମହିଳା ଅଫିସର ଏବେ ଚର୍ଚ୍ଚାରେ

ଶ୍ରୀନଗର,୧୩।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟିବା ପରେ ଘାଟିର ବହୁ ଅଞ୍ଚଳରେ ଏବେ ବି ୧୪୪ ଧାରା ଜାରି ରହିଛି। ହେଲେ ଏହା ଭିତରେ ଦୁଇ...

Advertisement


Archives

Model This Week