ଚାଇନାକୁ ଘେରିଲେ ଆମେରିକା-ବ୍ରିଟେନ୍-ଅଷ୍ଟ୍ରେଲିଆ-କାନାଡ଼ା
ଓ୍ବାଶିଂଟନ,୧୦।୧: ହଂକଂରେ ଜାତୀୟ ସୁରକ୍ଷା ଆଇନ ଅନ୍ତର୍ଗତ ୫୫ ଜଣ ନେତା ଏବଂ ସାମାଜିକକର୍ମୀଙ୍କୁ ଚାଇନା ଗିରଫ କରିଛି। ଏହାକୁ ନେଇ ଆମେରିକା, ବ୍ରିଟେନ୍, ଅଷ୍ଟ୍ରେଲିଆ ଏବଂ କାନାଡ଼ା ଚାଇନାକୁ ଘେରିବା ଆରମ୍ଭ କରିଛନ୍ତି। ଚାଇନାର ଏଭଳି ପଦକ୍ଷେପକୁ କଡ଼ାସ୍ବରରେ ନିନ୍ଦା…
ଇଣ୍ଡୋନେସିଆ ବିମାନ ଦୁର୍ଘଟଣା: ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୦।୧(ବ୍ୟୁରୋ): ଇଣ୍ଡୋନେସିଆରୁ ଉଡ଼ାଣ ହେବାର ମାତ୍ର ୪ ମିନିଟ୍ ପରେ ଏକ ଯାତ୍ରୀବାହୀ ବିମାନ ସମୁଦ୍ର ମଧ୍ୟରେ ଖସି ପଡ଼ିଥିଲା। ତେବେ ଏହି ବିମାନର ଭଗ୍ନାବଶେଷ ମିଳିଛି। ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ…
ବୋଥ୍ରାଙ୍କୁ ଟୁଇଟ୍ ପରେ ସ୍କୁଲ୍ ଛାତ୍ରଙ୍କ ପାଇଁ ବଦଳିଲା ‘ମୋ ବସ୍’ ସମୟ
ଭୁବନେଶ୍ୱର, ୧୦।୧(ବ୍ୟୁରୋ): ଜଣେ ସ୍କୁଲ ଛାତ୍ରଙ୍କ ପାଇଁ ବଦଳିଛି ‘ମୋ ବସ୍’ର ସମୟ ସୂଚୀ। ଭୁବନେଶ୍ୱରର ଏମ୍ବିଏସ୍ ସ୍କୁଲରେ ପଢୁଥିବା ସାଇ ଅନ୍ବେଷ ନାମକ ଜଣେ ଛାତ୍ରଙ୍କ ଅନୁରୋଧକ୍ରମେ ମୋ ବସ୍ ପରିଚାଳନା କରୁଥିବା କ୍ୟାପିଟାଲ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ…
୫ ରାଜ୍ୟରେ ବିଧାନସଭା ନିର୍ବାଚନ: ଫେବୃୟାରୀରେ ହୋଇପାରେ ତାରିଖ ଘୋଷଣା !
ନୂଆଦିଲ୍ଲୀ,୧୦।୧: ଆଗକୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏନେଇ ନିର୍ବାଚନ ଆୟୋଗ ଫେବୃୟାରୀରେ ତାରିଖ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି। ୧୫ ଜାନୁୟାରୀରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପରେ ଏଭଳି କରାଯିବାର ଯୋଜନା ରହିଛି। ମେ’ରେ…
ଜାଣନ୍ତୁ କେମିତି ବଦଳିଗଲା ‘ବାବା କା ଢାବା’ ମାଲିକଙ୍କ ଭାଗ୍ୟ
ମୁମ୍ବାଇ,୧୦।୧: ଆମେ ସମସ୍ତେ ଜାଣିଛେ ଢାବା ମାଲିକ ବାବାଙ୍କ ଭାଗ୍ୟ ବଦଳିଗଲାଣି। ଅମିତାଭ ବଚ୍ଚନଙ୍କୁ ଭାଇ ବୋଲି ମାନୁଥିବା ଢାବା ମାଲିକଙ୍କ ଭାଗ୍ୟ ଯେ, ଏତେ ବଦଳି ଯାଇଛି ସେକଥା ବିଗ୍ ବିଙ୍କୁ ବି ଜଣା ନ ଥିଲା। ମାତ୍ର ଜାଣିବା…
ନିୟମ ଉଲ୍ଲଂଘନ କରି ପଦୋନ୍ନତି: ୪ ଅଫିସର ହେଲେ ଚୌକିଦାର-ଚପରାସୀ-ଅପରେଟର-ସହାୟକ
ଲକ୍ଷ୍ନୌ,୧୦।୧: ଦୁର୍ନୀତି ବିରୋଧରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ମର୍ମରେ ପ୍ରଚଳିତ ସରକାରୀ ନିୟମର ଉଲ୍ଲଂଘନ କରାଯାଇ ଅଫିସର ହୋଇଥିବା ୪ ଜଣଙ୍କୁ ମୂଳ ପଦବୀରେ ଅବସ୍ଥାପିତ କରାଯାଇଛି। ରାଜ୍ୟ ସୂଚନା ନିର୍ଦ୍ଦେଶକ…
ଜନ ପ୍ରତିନିଧିଙ୍କୁ ପ୍ରଥମ ପର୍ଯ୍ୟାୟରେ ଦିଆଯାଉ କରୋନା ଟିକା
ହାଇଦ୍ରାବାଦ୍,୧୦।୧: ଭାରତରେ ସାର୍ବଜନୀକ କରୋନା ଟିକାକରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏପରିସ୍ଥଳେ ତେଲଙ୍ଗାନାର ମୁଖ୍ୟ ଶାସନ ସଚିବ ସୋମେଶ କୁମାର ପ୍ରଥମ ପର୍ଯ୍ୟାୟ ଟିକାକରଣରେ ମନ୍ତ୍ରୀ, ଏମ୍ପି, ବିଧାୟକ ଏବଂ ଅନ୍ୟ ଜନ ପ୍ରତିନିଧିଙ୍କୁ ସାମିଲ୍ କରାଯିବା ଲାଗି ଅନୁରୋଧ…
ନବୀନଙ୍କ ସମ୍ପତ୍ତି ୬୪.୯୮କୋଟି: ଗତ ଆର୍ଥିକ ବର୍ଷ ତୁଳନାରେ ବଢିଛି…
ଭୁବନେଶ୍ୱର,୧୦।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ନିଜର ସମ୍ପତ୍ତି ତାଲିକା ପ୍ରଦାନ କରିଛନ୍ତି। ନବୀନଙ୍କ ସମ୍ପତ୍ତି ଗତ ଆର୍ଥିକ ବର୍ଷ ତୁଳନାରେ ୨୦୧୯-୨୦ରେ ୭୧ ଲକ୍ଷ ଟଙ୍କା ବଢିଛି। ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ନବୀନଙ୍କ ସମ୍ପତ୍ତି…
ଉତ୍ତରପ୍ରଦେଶ ସମେତ ୭ ରାଜ୍ୟରେ ବାର୍ଡ ଫ୍ଲୁ: କାନପୁର ଚିଡ଼ିଆଖାନା ବନ୍ଦ, ଦିଲ୍ଲୀରେ ହାଇ ଆଲର୍ଟ
ନୂଆଦିଲ୍ଲୀ,୧୦।୧: ଦେଶର ୭ ରାଜ୍ୟରେ ବାର୍ଡ ଫ୍ଲୁ ଯୋଗୁ ଆତଙ୍କ ଦେଖାଦେଇଛି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, କେରଳ, ଗୁଜରାଟ, ହରିୟାଣା, ହିମାଚଳପ୍ରଦେଶ, ରାଜସ୍ଥାନ ଆଦି ରାଜ୍ୟରେ ସ୍ଥିତି ଖରାପ ହେବାରେ ଲାଗିଛି। ରାଜଧାନୀ ଦିଲ୍ଲୀ, ଛତିଶଗଡ଼ ଏବଂ ମହାରାଷ୍ଟ୍ରରେ ପକ୍ଷୀଙ୍କଠାରୁ ନମୁନା ସଂଗ୍ରହ…
ସାରା ରାତି ଅନ୍ଧାରରେ ପାକିସ୍ତାନ
ଇସଲାମାବାଦ୍,୧୦।୧: ପାକିସ୍ତାନ ଶନିବାର ରାତି ସାରା ଅନ୍ଧାରରେ ରହିଛି। ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହେବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଫଳରେ ରାଜଧାନୀ ଇସଲାମାବାଦଠାରୁ ଆରମ୍ଭ କରି ଲାହୋର, ପେଶଓ୍ବର, ରାଓ୍ବଲପିଣ୍ଡି ଏବଂ କରାଚି ଆଦି ଦେଶର ସମସ୍ତ ସହର ବାସିନ୍ଦା…
ହାଇକୋର୍ଟ ଗଲେ ଅଯୋଧ୍ୟା ବାସିନ୍ଦା
ବାରାଣସୀ,୧୦।୧: ୧୯୯୨ ବାବ୍ରି ମସ୍ଜିଦ୍ ଭଙ୍ଗା ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଥିବା ୩୨ଜଣଙ୍କ ବିରୋଧରେ ଆଲ୍ଲାହାବାଦ୍ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଯୋଧ୍ୟାର ୨ବାସିନ୍ଦା। ୨୦୨୦ ସେପ୍ଟେମ୍ବର ୩୦ରେ ସିବିଆଇ କୋର୍ଟ ଭାଜପା ନେତା ଲାଲ୍କୃଷ୍ଣ ଆଡଭାନୀ ଏବଂ ମୁରଲୀ ମନୋହର ଜୋଷୀଙ୍କ…
ଏୟାରଷ୍ଟ୍ରାଇକ୍ରେ ମରିଥିଲେ ୩୦୦ ଆତଙ୍କବାଦୀ
ନୂଆଦିଲ୍ଲୀ, ୧୦।୧: ୨୦୧୯ ଫେବୃୟାରୀ ୧୪ରେ ଜମ୍ମୁ-କଶ୍ମୀରର ପୁଲ୍ଓ୍ବାମା ସେକ୍ଟରରେ ଆତଙ୍କବାଦୀଙ୍କ ବିସ୍ଫୋରଣରେ ୪୦ ସିଆର୍ପିଏଫ୍ ଯବାନ ଶହୀଦ ହେବା ପରେ ଏହାର ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ବାୟୁସେନା ସେହିବର୍ଷ ଫେବୃୟାରୀ ୨୬ରେ ପାକିସ୍ତାନର ବାଲାକୋଟ ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା।…
Archives


