ମାଲିରେ ସାମରିକ ବିଦ୍ରୋହ

ବମାକୋ,୨୬ା୫: ଆଫ୍ରିକୀୟ ରାଷ୍ଟ୍ର ମାଲିରେ ପୁଣିଥରେ ସୃଷ୍ଟି ହୋଇଛି ରାଜନୈତିକ ସଙ୍କଟ। ଦେଶର ସେନା ସାମରିକ ବିଦ୍ରୋହ କରି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷାମନ୍ତ୍ରୀଙ୍କୁ ଗିରଫ କରିନେଇଛି। ସେମାନଙ୍କୁ ସୋମବାର ରାତିରେ ରାଜଧାନୀ ବମାକୋରୁ ଗିରଫ କରି ୧୫ କି.ମି. ଦୂରରେ ଥିବା କାତି ସେନା ମୁଖ୍ୟାଳୟରେ ରଖାଯାଇଛି। ହଠାତ୍‌ ହୋଇଥିବା ଏହି ଘଟଣାକ୍ରମକୁ ନେଇ ଆଫ୍ରିକୀୟ ସଂଘ ଓ ପଶ୍ଚିମ ଆଫ୍ରିକୀୟ ଆଞ୍ଚଳିକ ବ୍ଲକ୍‌ ଇସିଓଡବ୍ଲ୍ୟୁଏଏସ୍‌ ଚିନ୍ତାବ୍ୟକ୍ତ କରିଛନ୍ତି। ସେହିପରି ଜାତିସଂଘ ଏବଂ ଅନ୍ତର୍ଜାତୀୟ ସମୁଦାୟର ଅନ୍ୟ ସଦସ୍ୟ ମଧ୍ୟ ରାଷ୍ଟ୍ରପତି ବାହ ଏନ୍‌ଦାଓ୍ବ ଏବଂ ପ୍ରଧାନମନ୍ତ୍ରୀ ମୋକ୍ଟାର ଓଆନେଙ୍କୁ ତୁରନ୍ତ ମୁକ୍ତ କରିବା ଲାଗି ପରାମର୍ଶ ଦେଇଛନ୍ତି।
ଏହି ଗିରଫଦାରି ପୂର୍ବରୁ ସରକାରରେ ପରିବର୍ତ୍ତନ ଆଣି ସେନାର ୨ ଜଣଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଇ ଦିଆଯାଇଥିଲା। ନୂଆ କ୍ୟାବିନେଟରୁ ଆଭ୍ୟନ୍ତରୀଣ ସୁରକ୍ଷା ମନ୍ତ୍ରୀ ମୋଡିବୋ କୋନ୍‌ କିମ୍ବା ପ୍ରତିରକ୍ଷା ମନ୍ତ୍ରୀ ସାଡିଓ କମାରାଙ୍କୁ ବାହାର କରିବା ନେଇ କିଛି କୁହାଯାଇ ନ ଥିଲା। ଏଥିଯୋଗୁ ଅସ୍ଥାୟୀ ସରକାରରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଅନ୍ତର୍ଜାତୀୟ ସମୁଦାୟ ଏକ ବିବୃତି ଜାରି କରି ଏହି ଗିରଫଦାରି ଓ ଜୋରଜବରଦସ୍ତ ଇସ୍ତଫା ଦେବାକୁ ନିନ୍ଦା କରିଛି। କିନ୍ତୁ ସେନା ପକ୍ଷରୁ ଅଦ୍ୟାବଧି କୌଣସି ବିବୃତି ଜାରି କରାଯାଇ ନାହିଁ। ମଙ୍ଗଳବାର ରାଜଧାନୀ ବମାକୋରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିଥିଲା। ମାଲିର ସରକାରୀ ଟିଭି ଚ୍ୟାନେଲରେ କେବଳ ନୂଆ ସରକାର ସଦସ୍ୟଙ୍କ ମନ୍ତବ୍ୟ ଘୋଷଣା କରାଯାଉଛି। ତେବେ ଏହି ଘଟଣାକ୍ରମ ପରେ ଅସ୍ଥାୟୀ ସରକାର ନିଜ ପ୍ରତିଶ୍ରୁତି ଅନୁସାରେ ଆସନ୍ତା ଫେବୃୟାରୀ ସୁଦ୍ଧା ଗଣତାନ୍ତ୍ରିକ ଉପାୟରେ ନିର୍ବାଚନ କରାଇପାରିବ କି ନାହିଁ ସେନେଇ ଆଶଙ୍କା ସୃଷ୍ଟି ହୋଇଛି। ୯ ମାସ ପୂର୍ବରୁ କରାଯାଇଥିବା ସାମରିକ ବିଦ୍ରୋହ ବେଳେ ସେନା ମାଲି ସରକାରକୁ ନିଜ କବ୍‌ଜାକୁ ନେଇଯାଇଥିଲା। ଶାସକ ମିଲିଟାରି ଜୁଣ୍ଟା ଅନ୍ତର୍ଜାତୀୟ ସମୁଦାୟର ଚାପ ପରେ ସିଲିଲିଆନ୍‌ ଟ୍ରାଞ୍ଜିଶନାଲ ସରକାରକୁ କ୍ଷମତା ହସ୍ତାନ୍ତର ପାଇଁ ରାଜି ହେବା ପରେ ଗତ ସେପ୍ଟେମ୍ବରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶପଥ ନେଇଥିଲେ। ପ୍ରକାଶ ଯେ, ଦେଶରେ ଶାନ୍ତି ଫେରାଇ ଆଣିବା ପାଇଁ ଜାତିସଂଘ ପକ୍ଷରୁ ବର୍ଷିକ ୧.୨ ବିଲିୟନ୍‌ ଡଲାର ଖର୍ଚ୍ଚ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଦୋକାନୀଙ୍କ ୟୁପିଆଇ

ନୂଆଦିଲ୍ଲୀ,୫ା୯: ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏବେ ଦେଶରେ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସଙ୍କଟରେ ପଡ଼ିଛନ୍ତି। କାରଣ ସେମାନଙ୍କ କଓ୍ବୋଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri