Home

ଭାରତକୁ କରୋନା ମୁକ୍ତ କରିବା ପାଇଁ ୩୬ ଲକ୍ଷ କୋଟିର ନିବେଶ ପ୍ରତିଶ୍ରୁତି

ନୂଆଦିଲ୍ଲୀ, ୨୬ା୫: ଖୁବ୍‌ କମ୍‌ ଜଣାଶୁଣା ଆମେରିକାର ଏକ କମ୍ପାନୀ ଲାଣ୍ଡୋମସ୍‌ ରିୟଲ୍‌ଟି ଭେଞ୍ଚର୍ସ ଭାରତରେ ୫ ଶହ ବିଲିୟନ ଡଲାର (୩୬ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା) ନିବେଶ କରି ଦେଶକୁ କରୋନା ମୁକ୍ତ କରିବାକୁ ପ୍ରତିଶ୍ରୁତି ଦେଇଛି। ଭାରତରୁ…

ସୁବୋଧ ଜୟସ୍ବାଲ ସିବିଆଇ ମୁଖ୍ୟ

ନୂଆଦିଲ୍ଲୀ,୨୬ା୫: କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ (ସିଆଇଏସ୍‌ଏଫ୍‌) ମହାନିର୍ଦ୍ଦେଶକ ସୁବୋଧ କୁମାର ଜୟସ୍ବାଲଙ୍କୁ ମଙ୍ଗଳବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୋମବାର ବସିଥିବା ୩ ଜଣିଆ ଚୟନ କମିଟି…

‘ୟାସ୍‌’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୨୬ା୫(ବ୍ୟୁରୋ): ବାତ୍ୟା ‘ୟାସ’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ସକାଳ ୯ଟାରୁ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଥିବା ଆଇଏମ୍‌ଡି ସୂତ୍ରରୁ ପ୍ରକାଶ। ବର୍ତ୍ତମାନ ମଧ୍ୟ ଭଦ୍ରକର ଧାମରାରୁ ୪୦ କିଲୋମିଟର ଦୂରରେ ରହିଛି ବାତ୍ୟା ୟାସ୍‌। ପଶ୍ଚିମବଙ୍ଗର ଦୀଘାଠାରୁ ୭୦ କିଲୋମିଟର…

ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଲା: ଶ୍ମଶାନରୁ ଜଣାପଡୁଛି ସ୍ଥିତି…

ନୂଆଦିଲ୍ଲୀ,୨୬।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ତା ପରଦିନ ବଢ଼ିବାରେ ଲାଗିଛି। ମଙ୍ଗଳବାର କରୋନାରେ…

ରାଜ୍ୟରେ ଆଜି ୧୧,୭୬୯ ସଂକ୍ରମିତ ଚିହ୍ନଟ:ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୬।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ବୁଧବାର ରାଜ୍ୟରେ ୧୧,୭୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୫୦୯ ଜଣ କ୍ୱାରାଣ୍ଟାଇନ୍‌ରେ ଥିଲେ। ବାକି ୪୧୧୪ ଟି ହେଉଛି ଲୋକାଲ କେସ। ଆଜି ଖୋର୍ଦ୍ଧା ଜିଲାରୁ…

ଆଜିର ଦିନରେ ଇତିହାସ ରଚିଥିଲେ ଗାଙ୍ଗୁଲି-ଦ୍ରାଭିଡ ଯୋଡି

ନୂଆଦିଲ୍ଲୀ,୨୬।୫: ଏକଦିବସୀୟ କ୍ରିକେଟରେ ୧୦ ହଜାରରୁ ଅଧିକ ରନ ସଂଗ୍ରହ କରିଥିବା ସୌରଭ ଗାଙ୍ଗୁଲି ଏବଂ ରାହୁଲ ଦ୍ରାଭିଡ ବିପକ୍ଷ ଦଳକୁ ଅନେକ ଥର ଟାର୍ଗେଟ କରିଛନ୍ତି। ୧୯୯୯ ବିଶ୍ୱକପରେ ଅର୍ଥାତ୍‌ ଦୀର୍ଘ ୨୨ ବର୍ଷ ପୂର୍ବେ, ଗାଙ୍ଗୁଲି ଏବଂ ଦ୍ରାଭିଡ…

ଶ୍ରୀମନ୍ଦିରରେ ନୃସିଂହ ଜନ୍ମନୀତି

ପୁରୀ ଅଫିସ,୨୬ା୫:ବୈଶାଖ ମାସ ଶୁକ୍ଳ ଚତୁର୍ଦ୍ଦଶୀ ତଥା ନୃସିଂହ ଚତୁର୍ଦ୍ଦଶୀ ଅବସରରେ ମଙ୍ଗଳବାର ଶ୍ରୀମନ୍ଦିରରେ ନୃସିଂହ ଜନ୍ମ ନୀତି ସମ୍ପନ୍ନ ହୋଇଛି। ସ୍କନ୍ଦ ପୁରାଣ ଅନୁଯାୟୀ ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଅବତାରୀ। ତାଙ୍କଠାରୁ ସବୁ ଅବତାର ସୃଷ୍ଟି ହୋଇ ଯୁଗେ ଯୁଗେ…

୨୪ କର୍ମଚାରୀଙ୍କ ଦରମା ବନ୍ଦ କଲେ ମନ୍ତ୍ରୀ

ଗୋପ/ନିମାପଡ଼ା,୨୬ା୫(ଡି.ଏନ୍‌.ଏ.):ବାତ୍ୟା ‘ୟାସ୍‌’ର ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗୋପ ତହସିଲ ଓ ନିମାପଡ଼ା ବ୍ଲକ କାର୍ଯ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ମଙ୍ଗଳବାର ଗୋପ ତହସିଲ କାର୍ଯ୍ୟାଳୟରେ…

ଖୋଜାପଡ଼ିଲା ଡିବିରି, ଲଣ୍ଠନ

ନିଶ୍ଚିନ୍ତକୋଇଲି,୨୬ା୫: ଡିଜିଟାଲ ଯୁଗରେ ଅଲୋଡ଼ା ହୋଇପଡ଼ିଥିବା ଡିବିରି, ଲଣ୍ଠନ, ଚେମେଣି ଓ ମହମବତି ଏବେ ପୁଣି ଖୋଜା ପଡିଛି। ବାତ୍ୟା ‘ୟାସ’ ପ୍ରଭାବରେ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ଆଶଙ୍କାରେ ଏସବୁ ପାରମ୍ପରିକ ସାମଗ୍ରୀକୁ ଲୋକେ ପୁଣି ଏକତ୍ରିତ କରୁଛନ୍ତି। ବାତ୍ୟା ଆସିଲେ…

ଶ୍ରେଷ୍ଠ ପ୍ରଦର୍ଶନକାରୀ ହସ୍ପିଟାଲକୁ ମିଳିବ ପୁରସ୍କାର

ଭୁବନେଶ୍ୱର, ୨୬।୫(ବ୍ୟୁରୋ): ରାଜ୍ୟ ସରକାର ପ୍ରତିବର୍ଷ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ହସ୍ପିଟାଲକୁ ପୁରସ୍କୃତ କରିବେ। ପୁରସ୍କୃତ ହସ୍ପିଟାଲକୁ ମିଳିବ ଆର୍ଥତ୍କ ସହାୟତା। ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲ(ଏମ୍‌ସିଏଚ୍‌), ଜିଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍‌ଏଚ୍‌), ସବ୍‌ ଡିଭିଜନାଲ ହସ୍ପିଟାଲ (ଏସ୍‌ଡିଏଚ୍‌) ଏବଂ ପ୍ରଥମ…

ବାତ୍ୟା ପାଇଁ ଭୁବନେଶ୍ୱରରେ ଟିକାକରଣ ବନ୍ଦ

ଭୁବନେଶ୍ୱର, ୨୬।୫ (ବ୍ୟୁରୋ):ବାତ୍ୟା ‘ୟାସ୍‌’କୁ ଦୃଷ୍ଟିରେ ରଖି ୨୬ ତାରିଖ ବୁଧବାର ଭୁବନେଶ୍ୱରରେ ହେବାକୁ ଥିବା ଟିକାକରଣ ବନ୍ଦ ରହିବ। ଏହିଦିନ ପାଇଁ ସ୍ଳଟ୍‌ ବୁକିଂ କରିଥିବା ହିତାଧିକାରୀମାନେ ଆସନ୍ତା ୨୯ ତାରିଖରେ ଟିକା ନେଇ ପାରିବେ ବୋଲି ବିଏମ୍‌ସି ପକ୍ଷରୁ…

ଉଦ୍ଧାର, ଥଇଥାନ ପାଇଁ ଅଗ୍ନିଶମ ଅଧିକାରୀଙ୍କ ନମ୍ବର ଜାରି

ଭୁବନେଶ୍ୱର,୨୬ା୫(ବ୍ୟୁରୋ):ବାତ୍ୟା ‘ୟାସ୍‌’ର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ବାତ୍ୟା କ୍ଷତିଗ୍ରସ୍ତଙ୍କୁ ଉଦ୍ଧାର ଓ ଥଇଥାନ କରିବା ପାଇଁ ୧୦ ଜିଲାରେ ଅଗ୍ନିଶମ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସେମାନଙ୍କୁ ସାଧାରଣ ଲୋକେ ଆବଶ୍ୟକସ୍ଥଳେ ଯୋଗାଯୋଗ କରିପାରିବେ। ଏନେଇ ଅଗ୍ନିଶମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?