ଆଜି ବିଶ୍ବ ସର୍ପ ଦିବସ: ସାପ କାମୁଡ଼ାରେ ପ୍ଲାଷ୍ଟିକ ସର୍ଜରି
ଭୁବନେଶ୍ୱର( ଅସମାପିକା ସାହୁ): ସାପ କାମୁଡ଼ିବା ପରେ ଚିକିତ୍ସାକୁ ନେଇ ଅନେକ ସମୟରେ ଲୋକମାନେ ଦ୍ୱନ୍ଦ୍ୱରେ ଥାଆନ୍ତି। ବିଭିନ୍ନ ସମୟରେ ଡାକ୍ତରଖାନାକୁ ନ ନେଇ ଝଡ଼ାଫୁଙ୍କା ବା ଚେରମୂଳି ଚିକିତ୍ସା କରିଥାନ୍ତି। ଗୁରୁତର ହେଲେ ଡାକ୍ତରଖାନା ନେବାବେଳକୁ ବହୁ ବିଳମ୍ବ ହୋଇଯାଇଥାଏ।…
ଯୁକ୍ତ୨ ସିଟ୍ ବୃଦ୍ଧି ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର,୧୬।୭(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ୨ ସିଟ୍ ବୃଦ୍ଧି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି। ଭିତ୍ତିଭୂମି ଥିବା ଶିକ୍ଷାନୁଷ୍ଠାନର ସିଟ୍ ବୃଦ୍ଧି ନେଇ…
ଆଜି ହେରାପଞ୍ଚମୀ
ପୁରୀ ଅଫିସ,୧୬।୭: ଆଷାଢ଼ ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଶୁକ୍ରବାର ହେରାପଞ୍ଚମୀରେ ମା’ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ଥିବା ମହାପ୍ରଭୁଙ୍କ ନିକଟକୁ ବିଜେ କରିବେ। ତାଙ୍କୁ ମହାପ୍ରଭୁ ସାଙ୍ଗରେ ନବଦିନାତ୍ମକ ଯାତ୍ରାରେ ନେଇ ନ ଥିବାରୁ ସେ ଅଭିମାନରେ ନନ୍ଦିଘୋଷ ରଥ…
ଏହି ଅଭିନେତ୍ରୀଙ୍କ ହଟ୍ ଫଟୋ ଦେଖି ପ୍ରଶଂସକ ପାଗଳ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲା ସବୁବେଳେ ତାଙ୍କ ଫଟୋ ଏବଂ ଭିଡିଓକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସମଗ୍ର ବିଶ୍ୱରେ ଉର୍ବଶୀଙ୍କର କୋଟିକୋଟି ପ୍ରଶଂସକ ଅଛନ୍ତି। ଯେଉଁମାନେ ତାଙ୍କ ସୌନ୍ଦର୍ଯ୍ୟରେ ପାଗଳ ହୋଇଯାନ୍ତି। ଉର୍ବସୀ ତାଙ୍କ ଇନ୍ଷ୍ଟାଗ୍ରାମରେ ଅଧିକରୁ ଅଧିକ ହଟ୍…
ଟଳିପଡିଲେ ୨ ଆତଙ୍କବାଦୀ
ଶ୍ରୀନଗର,୧୬।୭: ଜମ୍ମୁ-କଶ୍ମୀରରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ହୋଇଥିବା ଉଭୟ ଆତଙ୍କବାଦୀ ଲଶ୍କର-ଏ-ତୋଇବାର ଥିଲେ। ଏବେ ବି ସେଠାରେ ସର୍ଚ୍ଚ ଅପରେସନ…
ରାଜ୍ୟରେ ୨,୦୭୦ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୬।୭(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ଶୁକ୍ରବାର ରାଜ୍ୟରେ ୨,୦୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୯୫ ଜଣ କ୍ୱାରାଣ୍ଟାଇନ୍ ଥିଲେ। ବାକି ୮୭୫ଟି…
ଆଇସିଏମଆର୍ର ଚେତାବନୀ: ଅଗଷ୍ଟ ଶେଷ ସୁଦ୍ଧା ଆସିପାରେ ତୃତୀୟ ଲହର
ନୂଆଦିଲ୍ଲୀ,୧୬।୭: ଭାରତରେ କରୋନାର ତୃତୀୟ ଲହର ଭୟ ଲୋକଙ୍କୁ ଘାରିଛି। ଅଗଷ୍ଟ ଶେଷ ସୁଦ୍ଧା ଦେଶରେ କରୋନାର ତୃତୀୟ ଲହର ଆସିପାରେ। ତଥାପି, ଏହାର ପ୍ରଭାବ ଦ୍ୱିତୀୟ ଲହର ତୁଳନାରେ ସାମାନ୍ୟ କମ ହେବ ବୋଲି ଆକଳନ କରାଯାଇଛି। ଇଣ୍ଡିଆନ କାଉନସିଲ…
କାଠଗଡ଼ାରେ ‘ଦେଶଦ୍ରୋହ’
ନୂଆଦିଲ୍ଲୀ,୧୬ା୭:ଦେଶଦ୍ରୋହ ଆଇନ ବିରୋଧରେ ସୁପ୍ରିମକୋର୍ଟଙ୍କ ଟିପ୍ପଣୀକୁ ଦେଶର ବୁଦ୍ଧିଜୀବୀ ମହଲରେ ସ୍ବାଗତ କରାଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟ ବିରୋଧୀ ଦଳଗୁଡ଼ିକ ସର୍ବୋଚ୍ଚ ଅଦାଲତଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। ରାହୁଲଙ୍କ ଟୁଇଟ୍କୁ ନେଇ ଭାଜପା ସାଧାରଣ ସମ୍ପାଦକ ସି.ଟି.…
ତିନିରଥ ଚକ, ପ୍ରଭାରେ ଫାଟ
ପୁରୀ ଅଫିସ,୧୬ା୭:ତିନି ରଥର ଚକ ଓ ପ୍ରଭାରେ ଫାଟ ହୋଇଛି। ତାଳଧ୍ୱଜ ରଥ ଆଗପାର୍ଶ୍ୱ ଚକରେ ବଡ଼ ଫାଟ ହୋଇ ଚକଟି ଗୋଟିଏ ପାର୍ଶ୍ୱକୁ ମୋଡ଼ିଯାଇଥିବାବେଳେ ଦର୍ପଦଳନ ଓ ନନ୍ଦିଘୋଷରେ ସାମାନ୍ୟ ଫାଟ ହୋଇଥିବା ଦେଖିବାକୁ ମିଳିଛି। ଦକ୍ଷିଣମୋଡ଼ ପୂର୍ବରୁ ତିନି…
ପଞ୍ଜାବରୁ କଟକ ଆସୁଥିଲା ସୁନା
କଟକ ଅଫିସ,୧୬ା୭: ପଞ୍ଜାବରୁ ଓଡ଼ିଶାକୁ ଆସୁଥିଲା ପୁଳା ପୁଳା ସୁନା। ପରେ କଟକର ବିଭିନ୍ନ ଦୋକାନରେ ବିକ୍ରି ହେଉଥିଲା। ଏଥିପାଇଁ ଦୋକାନୀଙ୍କୁ ଜିଏସ୍ଟି ଦେବାକୁ ପଡୁ ନ ଥିଲା। ଟ୍ରେନ୍ରେ କୌଣସି ଧରପଗଡ଼ ନ ଥିବାରୁ ଦୀର୍ଘଦିନ ଧରି ଏହି ବେଆଇନ…
ଦେଶଦ୍ରୋହ ଆଇନ ହଟାଉନ କାହିଁକି
ନୂଆଦିଲ୍ଲୀ,୧୬ା୭:ଭାରତରେ ଉପନିବେଶବାଦ ଅମଳର କଠୋର ଦେଶଦ୍ରୋହ ଆଇନର ବ୍ୟାପକ ଦୁରୁପଯୋଗକୁ ନେଇ ଗୁରୁବାର ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି। ମହାମତ୍ା ଗାନ୍ଧୀଙ୍କ ଭଳି ସ୍ବାଧୀନତା ସଂଗ୍ରାମୀଙ୍କ ବିରୋଧରେ ବ୍ରିଟିଶ୍ ସରକାର ଏହି ପୁରୁଣାକାଳିଆ ଆଇନକୁ ଅସ୍ତ୍ର ରୂପେ ବ୍ୟବହାର କରୁଥିଲେ। ବର୍ତ୍ତମାନର କେନ୍ଦ୍ର…
ଉଦ୍ଘାଟନୀ ଉତ୍ସବରେ ହଜାରେରୁ କମ୍ ଭିଆଇପି
ଟୋକିଓ,୧୬।୭(ପି.ଟି.): ଟୋକିଓ ଅଲିମ୍ପିକ୍ସ ଉଦ୍ଘାଟନୀ ଉତ୍ସବରେ ଏଥର ୧୦୦୦ରୁ କମ୍ ସଂଖ୍ୟକ ଭିଆଇପି ଓ ବିଦେଶୀ ମାନ୍ୟଗଣ୍ୟ ଅତିଥି ଯୋଗଦେବେ। ଏ ନେଇ ଏକ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଛି। ଜୁଲାଇ ୨୩ ତାରିଖରେ ନ୍ୟାଶନାଲ ଷ୍ଟାଡିୟମରେ ଆୟୋଜନ ହେବାକୁ…
Archives


