Posted inଖେଳ

ଗୁମର ଖୋଲିଲେ ଈଶାନ: କ’ଣ ପାଇଁ ତାଙ୍କ ପ୍ରତିଟି ବ୍ୟାଟ୍‌ରେ ଲେଖାଯାଇଥାଏ ଏହି ମନ୍ତ୍ର

ଦୁବାଇ,୨୫।୮: ୨୦୨୦ରେ ୟୁଏଇରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଚମ ଥର ପାଇଁ ଆଇପିଏଲ୍‌ ଚାମ୍ପିୟନ ହୋଇଥିଲା। ଚଳିତ ୨୦୨୧ ସିଜିନର ପ୍ରଥମ ପର୍ଯ୍ୟାୟ ମ୍ୟାଚ୍‌ ଭାରତରେ ଖେଳାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପୁନର୍ବାର ୟୁଏଇରେ ଖେଳାଯିବ। ମୁମ୍ବାଇ ଏବଂ ଚେନ୍ନାଇର ଖେଳାଳିମାନେ ୟୁଏଇରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛନ୍ତି। ଚଳିତ ସିଜିନ୍‌ରେ ମୁମ୍ବାଇ ଚତୁର୍ଥ ସ୍ଥାନରେ ରହିଛି। ସବୁଥର ପରି ଏଥର ମଧ୍ୟ ପ୍ରଶଂସକଙ୍କ ଆଖି ମୁମ୍ବାଇକୁ ଚାମ୍ପିୟନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଖେଳାଳିଙ୍କ ଉପରେ ରହିଛି। ସେହି ଖେଳାଳିଙ୍କ ମଧ୍ୟରୁ ଜଣେ ହେଲେ ଯୁବ ଉଇକେଟ କିପର ତଥା ବ୍ୟାଟ୍ସମ୍ୟାନ ଈଶାନ କିଶନ। ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଥିଲା।

ଏଯାବତ ଖେଳାଯାଇଥିବା ଆଇପିଏଲ୍‌-୧୪ର ପ୍ରଥମ ପର୍ଯ୍ୟାୟ ମ୍ୟାଚ୍‌ରେ ଈଶାନ ସେତେଟା ଭଲ ପ୍ରଦର୍ଶନ କରିନାହାନ୍ତି। ସେ ୫ ମ୍ୟାଚ୍‌ରେ ମାତ୍ର ୭୩ ରନ୍‌ କରିବାରେ ସକ୍ଷମ ହୋଇଛନ୍ତି। ଏବେ ଆଇପିଏଲ୍‌ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବା ପୂର୍ବରୁ ସେ ପ୍ରଶଂସକଙ୍କ ସହ ନିଜ ବ୍ୟାଟ୍‌ ସହ ଜଡ଼ିତ ଏକ ରହସ୍ୟ ବାଣ୍ଟିଛନ୍ତି। ମୁମ୍ବାଇର ଅଫିସିଆଲ ଓ୍ବେବ୍‌ସାଇଟ୍‌ ସହ ଏକ ସାକ୍ଷାତକାରରେ ଈଶାନ କହିଛନ୍ତି, ତାଙ୍କର ସମସ୍ତ ବ୍ୟାଟ୍‌ ଉପରେ ‘ଓମ୍‌ ସାଇ ନାଥ’ ମନ୍ତ୍ର ଲେଖାଅଛି। ଏପରି ଲେଖିବା ପଛରେ କାରଣଟି ହେଲା ସେ ସାଇବାବାଙ୍କ ଉପରେ ବିଶ୍ୱାସ କରନ୍ତି। ଏଥିପାଇଁ ବ୍ୟାଟ୍‌ ପ୍ରସ୍ତୁତ କରୁଥିବା କମ୍ପାନୀମାନଙ୍କୁ ସେ ବ୍ୟାଟ୍‌ ଉପରେ ଏହି ମନ୍ତ୍ର ଲେଖିବାକୁ କୁହନ୍ତି। ଏହା ତାଙ୍କୁ ଆତ୍ମବିଶ୍ୱାସ ଦେଇଥାଏ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ଖେଳାଳି ଭାବେ ଡବ୍ଲ୍ୟୁଟିସିରେ ରେକର୍ଡ

ବେଙ୍ଗାଲୁରୁ,୧୫।୩: ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ କ୍ୟାରିୟରରେ ଆଉ ଏକ ସଫଳତା ହାସଲ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଦିବାରାତ୍ର ତଥା ଦ୍ୱିତୀୟ ଟେଷ୍ଟରେ ଅଶ୍ୱିନ...

ଏହି ଖେଳାଳିଙ୍କ ପାଇଁ ଅନୁରୋଧ କଲା ଟିମ୍‌ ଇଣ୍ଡିଆ

ଚେନ୍ନାଇ, ୧୧ା୨- ଦେଶର ନୂଆ ପେସ ସେନସେଶନ ଟି. ନଟରାଜନଙ୍କୁ ବିଜୟ ହଜାରେ ଟ୍ରଫି ପାଇଁ ଘୋଷିତ ତାମିଲନାଡୁ ଦଳରୁ ରିଲିଜ କରିଦିଆଯାଇଛି। ଏହି ବାମ...

କଳିଙ୍ଗରେ ଅଲିମ୍ପିକ୍‌ କ୍ୱାଲିଫାୟର୍ସ ହକି:ଭାରତୀୟ ପୁରୁଷ ଦଳ ରୁଷିଆକୁ ଭେଟିବ

ଭୁବନେଶ୍ୱର, ୧୦।୯(କ୍ରୀଡ଼ା ପ୍ରତିନିଧି)- ହକି ବିଶ୍ୱକପ ସମେତ ଅନେକ ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ଆୟୋଜନ କରି ସାରିଥିବା କଳିଙ୍ଗ ଷ୍ଟାଡିୟମ ଉପରେ ଏବେ ପୁଣି କ୍ରୀଡ଼ାପ୍ରେମୀଙ୍କ ନଜର।...

ସଚିନ୍‌ଙ୍କ ରେକର୍ଡ ଭାଙ୍ଗିବେ ଏହି ଖେଳାଳି: ଇର୍ଫାନ୍‌ ପଠାନ କହିଲେ ଏପରି…

ନୂଆଦିଲ୍ଲୀ, ୨୫।୮: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାକୁ କେବଳ ବିରାଟ କୋହଲି ସକ୍ଷମ। ଏସମ୍ପର୍କରେ ପୂର୍ବତନ ଭାରତୀୟ କ୍ରିକେଟର ଇର୍ଫାନ୍‌ ପଠାନ କହିଛନ୍ତି।...

ଟେଷ୍ଟ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ରେ ବଡ଼ ପରିବର୍ତ୍ତନ

ଦୁବାଇ,୫।୧: ସେଞ୍ଚୁରିଆନ ଟେଷ୍ଟର ବିଜୟ ପରେ ଭାରତୀୟ ଖେଳାଳିଙ୍କ ମାନ୍ୟତାରେ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ୧୨୩ ରନ୍‌ ଇନିଂସ...

ସିଡ୍‌ନୀ ଟେଷ୍ଟ: ଦର୍ଶକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ

ସିଡ୍‌ନୀ,୬।୧- ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟରେ ଦର୍ଶକମାନଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଦର୍ଶକମାନେ...

ଓଡ଼ିଶା ବିପକ୍ଷରେ ହିମାଚଳ ୩୦୦/୮

ସମ୍ବଲପୁର,୧୬।୧(ବ୍ୟୁରୋ): ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ୨୫ ବର୍ଷରୁ କମ୍‌ ସର୍ବଭାରତୀୟ କର୍ନେଲ ସି.କେ. ନାଇଡୁ ଟ୍ରଫିରେ ଓଡ଼ିଶା ଓ ହିମାଚଳ ପ୍ରଦେଶ ମଧ୍ୟରେ...

ଟିଭି ପରଦାରେ ଡେବ୍ୟୁ କରିବେ ଧୋନୀ

କ୍ରିକେଟରେ ସଫଳ ରହିବା ପରେ ଏବେ ଟିଭି ପରଦାରେ ନଜର ଆସିବେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଭାରତୀୟ ସେନା...

Advertisement
Archives

Model This Week