ଭାରତରେ କରୋନା ସ୍ଥିତି ଏଣ୍ଡେମିକ୍‌ ହୋଇପାରେ, ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ସୂଚନା…

ଜେନେଭା,୨୫।୮: ଭାରତରେ କରୋନା ସ୍ଥିତି ଏଣ୍ଡେମିକ୍‌ ହୋଇପାରେ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅର୍ଥାତ୍‌ ଭାରତରେ ଲୋକେ ଏହି ଭୂତାଣୁ ସହିତ ବଞ୍ଚିବାକୁ ସାଧାରଣ ଭାବେ ଗ୍ରହଣ କରିନେବେ ବୋଲି ଡବ୍ଲ୍ୟୁଏଚ୍‌ଓର ମୁଖ୍ୟ ବୈଜ୍ଞାନିକ ଡ.ସୌମ୍ୟା ସ୍ବାମୀନାଥନ କହିଛନ୍ତି। ଦେଶର ଜନସଂଖ୍ୟାର ବଡ଼ ଅଂଶ କରୋନାରେ ଆକ୍ରାନ୍ତ ହୋଇ ପେଣ୍ଡେମିକ୍‌ ସ୍ଥିତି ସୃଷ୍ଟି କରିଛି। ଅର୍ଥାତ୍‌ କମ୍‌ ସମୟରେ ଏହା ମହାମାରୀ ରୂପ ଧାରଣ କରିଥିବା ସେ କହିଛନ୍ତି। ଏହାପରେ କରୋନା ଏଣ୍ଡେମିକ୍‌ ଷ୍ଟେଜ୍‌ରେ ପହଞ୍ଚିପାରେ ବୋଲି ସେ କହିଛନ୍ତି। ୨୦୨୨ ଶେଷ ସୁଦ୍ଧା ଦେଶର ୭୦ ପ୍ରତିଶତ ଲୋକଙ୍କର ଟିକାକରଣ କରାଯିବା ନେଇ ସୌମ୍ୟା ଆଶା ପ୍ରକାଶ କରିଛନ୍ତି। ସଚେତନା ସହିତ କରୋନା ମହାମାରୀର ମୁକାବିଲା କରିବାକୁ ସେ କହିଛନ୍ତି। ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ମାତାପିତାଙ୍କୁ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ତୃତୀୟ ଲହରରେ ଛୋଟ ପିଲା ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ରହିଥିବାରୁ କରୋନା ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ପାଳନ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରତ ଉପହାର ଟଙ୍କାକୁ ପିଏମ୍‌ କେୟାର୍ସକୁ ଦାନ

କଟକ ଅଫିସ୍‌,୧୦ା୪: କରୋନା ମହାମାରୀରୁ ସୁରକ୍ଷା ନିମନ୍ତେ ଗଠନ କରାଯାଇଥିବା ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠି ‘ପିଏମ କେୟାର’ କୁ ଦ୍ବିତୀୟ ଶ୍ରେଣୀରେ ପାଠ ପଢୁଥିବା ଛାତ୍ର...

ନେତାନ୍ୟାହୁ ହସ୍ପିଟାଲରେ ଭର୍ତ୍ତି…

ଜେରୁଜେଲମ,୧୫।୭ : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଶନିବାର ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ଚିକିତ୍ସା ପାଇଁ ତୁରନ୍ତ ତାଙ୍କୁ ହସ୍ପିଟାଲରେ...

ମୃତ ଦେହ ସଂସ୍କାର ପାଇଁ ଚାଇନାରେ ସଙ୍କଟ, ମିଳୁନି କଫିନ…

ବେଜିଂ,୨୫।୧ : ଚାଇନାରେ କରୋନା ତାଣ୍ଡବ ଜାରି ରହିଛି। ଏଠାରେ ପ୍ରାୟ ୮୦ ପ୍ରତିଶତ ଜନସଂଖ୍ୟା ସଂକ୍ରମଣର ଶିକାର ହୋଇଛନ୍ତି ଏବଂ ମୃତକଙ୍କ ସଂଖ୍ୟା କ୍ରମାଗତ...

ସେପ୍ଟେମ୍ବର ସୁଦ୍ଧା ଆସିବ କରୋନା ଟିକା !

ଲଣ୍ଡନ,୧୮।୪: କରୋନା ଭାଇରସର ସଂକ୍ରମଣ ସାରା ବିଶ୍ୱକୁ ଚିନ୍ତାରେ ପକାଇଥିବା ବେଳେ ଏବେ ସବୁ ବିକାଶଶୀଳ ଦେଶ ଏହାକୁ ନେଇ ଗବେଷଣା ଜାରି ରଖିଛନ୍ତି। ବିଶେଷ...

ଭାକ୍ସିନ୍‌ ନେଲେ ବି ମାସ୍କ୍‌ ପିନ୍ଧିବା-ସାମାଜିକ ଦୂରତା ଜରୁରୀ…

ଓ୍ବାଶିଂଟନ,୭।୬: ପୃଥିବୀରେ କରୋନା ମହାମାରୀ ତାଣ୍ଡବ ରଚିଛି। ଏପରିସ୍ଥଳେ ଆମେରିକାର ନର୍ଥ କାରୋଲିନା ବିଶ୍ୱବିଦ୍ୟାଳୟର ଗବେଷକ ଭାକ୍ସିନ୍‌ ନେବା ପରେ କରୋନା ସଂକ୍ରମଣର ଆଶଙ୍କା ଦୂର...

ମୂଳ ଭାରତୀୟ ଆମେରିକୀୟ ବାସିନ୍ଦା ଯୁବତୀ ଓଡ଼ିଶା ଟ୍ରେନ ଦୁର୍ଘଟଣା ପୀଡ଼ିତଙ୍କ ପାଇଁ ଏକାଠି କଲେ ୧୦,୦୦୦ ଡଲାର, ପିଏମ କେୟାର୍ସ ଫଣ୍ଡକୁ ଯିବ ଅର୍ଥ

ନ୍ୟୁୟର୍କ,୮।୮: ଆମେରିକାରେ ରହୁଥିବା ମୂଳ ଭାରତୀୟ ବାସିନ୍ଦା ତନିଷ୍କା ଧାରିଓ୍ବାଲ ଓଡ଼ିଶାରେ ହୋଇଥିବା ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ୧୦,୦୦୦ଡଲାର...

ଇସ୍ତଫା ଦେଲେ ମାଲେସିଆ ପ୍ରଧାନମନ୍ତ୍ରୀ

କୁଆଲା ଲୁମ୍ପୁରୁ, ୧୬।୮: କ୍ଷମତାରେ ରହିବାର ୧୮ ମାସ ନ ପୂରୁଣୁ ମାଲେସିଆ ପ୍ରଧାନମନ୍ତ୍ରୀ ମୁହିଦ୍ଦିନ ୟାସିନ ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ...

ସ୍କୁଲରେ କରୋନା ଆତଙ୍କ, ୭୯ ଛାତ୍ରୀଛାତ୍ର-୩ କର୍ମଚାରୀ ପଜିଟିଭ୍‌…

ଶିମଲା,୨୨।୯: ହିମାଚଳ ପ୍ରଦେଶର ଏକ ସ୍କୁଲରେ କରୋନା ଆତଙ୍କ ଦେଖାଦେଇଛି। ସ୍କୁଲର ୭୯ ଛାତ୍ରୀଛାତ୍ର ଏବଂ ୩ ଜଣ କର୍ମଚାରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌...

Advertisement
Archives

Model This Week