Posted inଫୁରସତ

ସାହିତ୍ୟ ଖେଳପଡ଼ିଆ ନୁହେଁ

ଓଡ଼ିଆ ସାହିତ୍ୟର ଜଣେ ପରିଚିତ ଲେଖିକା ଯଶୋଧାରା ମିଶ୍ର। ୧୯୫୧ ମସିହାରେ ସମ୍ବଲପୁରରେ ଜନ୍ମିତ ଏହି ସାହିତ୍ୟ ସାଧିକା ପେସାରେ ଥିଲେ ଇଂରାଜୀ ପ୍ରାଧ୍ୟାପିକା। ଓଡ଼ିଆ, ଇଂରାଜୀ ଭାଷାରେ ଅନେକ ଗଳ୍ପ ଓ କବିତା ରଚନା କରି ନିଜସ୍ବ ପ୍ରତିଭା ପ୍ରତିପାଦିତ କରିଥିବା ଏହି ସାହିତି୍ୟକାଙ୍କୁ ମିଳିଛି ବହୁ ସମ୍ମାନ ଓ ପୁରସ୍କାର। ଗଳ୍ପସଂକଳନ ‘ସମୁଦ୍ରକୂଳ ଘର’ ପାଇଁ ୨୦୨୦ବର୍ଷର କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବା ଲାଗି ସେ ମନୋନୀତ ହୋଇଛନ୍ତି। ଯଶୋଧାରାଙ୍କ ସାହିତି୍ୟକ ଜୀବନ, କୃତିକୁ ନେଇ ତାଙ୍କ ସହ ଧରିତ୍ରୀର ବନ୍ଦନା ସେଠୀଙ୍କ ଆଳାପ।

ପ୍ରଶ୍ନ- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ବୋଲି ଜାଣିବା ପରେ କେମିିତି ଲାଗିଥିଲା?
ଉତ୍ତର: ପୁରସ୍କାର ପାଇବି ବୋଲି ଜାଣିବା ପରେ ବହୁତ ଖୁସି ଲାଗିଥିଲା। ଲେଖକ, କଳାକାରଙ୍କୁ ସାମାଜିକ ସ୍ବୀକୃତି ଆନନ୍ଦ ଦିଏ। କିନ୍ତୁ ପାଠକୀୟ ସ୍ବୀକୃତି ଆମ ପାଇଁ ସବୁଠାରୁ ବଡ ଆନନ୍ଦ। ମୋତେ ଯଥେଷ୍ଟ ପାଠକୀୟ ସ୍ବିକୃତି ମିଳିଥିବାରୁ ମୁଁ ଆନନ୍ଦିତ ଏବଂ ସମସ୍ତଙ୍କ ପାଖରେ କୃତଜ୍ଞ।
ପ୍ରଶ୍ନ- କେବେଠାରୁ ଲେଖାଲେଖି ଆରମ୍ଭ କରିଥିଲେ?
ଉତ୍ତର: ସତୁରୀ ଦଶକରୁ ମୁଁ ଲେଖି ଆସୁଛି। ଏମ୍‌ଏ ପଢିବା ବେଳକୁ ମୋ ଲେଖା ଝଙ୍କାର ପତ୍ରିକାରେ ପ୍ରକାଶ ପାଇସାରିଥିଲା।
ପ୍ରଶ୍ନ- ଗଳ୍ପ ସଂକଳନ ‘ସମୁଦ୍ରକୂଳ ଘର’ରେ କ’ଣ ବିଶେଷତ୍ୱ ରହିଛି?
ଉତ୍ତର: ଏଥିରେ ୭ଟି ଗଳ୍ପ ସନ୍ନିବେଶିତ ହୋଇଛି। ଏଗୁଡିକ ବିଭିନ୍ନ କାଳ୍ପନିକ କାହାଣୀକୁ ନେଇ ଚିତ୍ରଣ କରାଯାଇଛି। ଯେଉଁଥିରେ ଏକାଧିକ ଚରିତ୍ର ଅଛନ୍ତି। ତାଙ୍କ ଭିତରେ ଭାବ ବିନିମୟ ହେଉଛି। ଦୈନନ୍ଦିନ ଜୀବନରେ ସେମାନେ ବିଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି। ସେମାନଙ୍କ ପରିବେଶ, ମାନସିକ ଅବସ୍ଥାର ଚିତ୍ରଣ, ଜୀବନରେ ପରିବର୍ତ୍ତନ ଆଦି ବର୍ଣ୍ଣନା ହୋଇଛି। ସବୁ କାହାଣୀ ପରି ଏଥିରେ ବି ଆରମ୍ଭ, ମଧ୍ୟଭାଗ ଓ ଶେଷ ରହିଛି। ତେବେ ଏଥିମଧ୍ୟରୁ ୫ରୁ ୬ଟି ଗଳ୍ପ ହିନ୍ଦୀ ଏବଂ ଅନ୍ୟ ଭାଷାରେ ଅନୁବାଦିତ ହୋଇ ଆଦୃତି ଲାଭ କରିଛି। ଗଳ୍ପଗୁଡିକ ବହୁ ପତ୍ରପତ୍ରିକାରେ ବାହାରିଥିଲା। ତେଣୁ ପୁରସ୍କାର ପୂର୍ବରୁ ପାଠକମାନେ ମତେ ସ୍ବୀକୃତି ପ୍ରଦାନ କରି ସାରିଛନ୍ତି।
ପ୍ରଶ୍ନ- ଜଣେ ଲେଖକ ପାଇଁ ପୁରସ୍କାର କେତେ ମହତ୍ତ୍ୱ ରଖିଥାଏ?
ଉତ୍ତର: ପୁରସ୍କାର କ୍ଷଣିକ, ଲେଖା ଚିରସ୍ଥାୟୀ। କେବଳ ପୁରସ୍କାର ଜଣେ ଲେଖକକୁ ଉତ୍ତୀର୍ଣ୍ଣ ସାହିତି୍ୟକ ଭାବେ ପରିଣତ କରିପାରିବ ନାହିଁ। ସାହିତ୍ୟ ଏକ ଖେଳପଡିଆ ନୁହେଁ। ତେଣୁ ପ୍ରତିଯୋଗିତା ବା ପୁରସ୍କାରକୁ ମନରେ ରଖି ଲେଖିଲେ ସେଥିରେ ସଫଳ ହୋଇ ପାରିବା ନାହିଁ। ଲେଖା ମାଧ୍ୟମରେ ସାହିତି୍ୟକ ଜୀବିତ ରହିବ ବା ଚିରଞ୍ଜିବୀ ହୋଇପାରିବ। ଲେଖାରେ ଯଦି ସେ ନିଜ ଭାଷାର ମଞ୍ଜକୁ ଧରିଛି ତେବେ କେଇପାଦ ଆଗେଇ ପାରିବ। ତେବେ ଜଣେ ସଫଳ ଲେଖକ ହୋଇ ପାରିଛି କି ନାହିଁ ତାହା ପାଠକମାନେ ନିର୍ଣ୍ଣୟ କରିବେ।
ପ୍ରଶ୍ନ- ଆପଣଙ୍କ ଲେଖା ମାଧ୍ୟମରେ ଓଡ଼ିଆ ଗଳ୍ପର ଧାରାରେ କ’ଣ ପରିବର୍ତ୍ତନ ଆଣିଛନ୍ତି?
ଉତ୍ତର: ସାହିତ୍ୟରେ ମୁଁ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିନାହିଁ। ଯଦି କିଛି ପରିବର୍ତ୍ତନ ଆସିଛି ତେବେ ଜାଣିଶୁଣି କିଛି ପରିବର୍ତ୍ତନ ଆଣିଛି ବୋଲି ଭାବୁନାହିଁ। କିନ୍ତୁ ଏକଥା ସତ ଯେ ପ୍ରତ୍ୟେକ ମହତ୍ୱପୂର୍ଣ୍ଣ ଲେଖକ ନିଜ ଭାଷାର ପରମ୍ପରାକୁ ଭଲଭାବେ ବୁଝେ ଏବଂ ତାକୁ ଆଗେଇ ନିଏ। କାରଣ ପରମ୍ପରା ଏକ ସ୍ଥାୟୀ ଜିନିଷ ନୁହେଁ, ଏହା ଏକ ସ୍ରୋତସ୍ବିନୀ ନଦୀ ପରି। ସେଥିରେ ସେ ନିଜର କିଛି ଯୋଗଦାନ ଦେଇ ତା’ର ଗତିକୁ ଏକ ନୂଆ ମୋଡ ଦେବ। ଜଣେ ଶକ୍ତିଶାଳୀ ଲେଖକର ଏହା ହିଁ ପରିଚୟ। ଏହାଦ୍ୱାରା ତାକୁ ଉତ୍ତରପିଢିର ପାଠକମାନେ ମନେ ରଖିବେ।
ପ୍ରଶ୍ନ- ନିଜ ଲେଖାରେ କେଉଁ ଦିଗକୁ ଅଧିକ ପ୍ରାଧାନ୍ୟ ଦିଅନ୍ତି?
ଉତ୍ତର: ସେଭଳି କିଛି ନାହିଁ। ମୁଁ ଅନେକ ଗୁଡିଏ ପ୍ରେମ ଗଳ୍ପ ଲେଖିଛି। କେତେକ ସାମାଜିକ ସମସ୍ୟା, ଏକକ ମଣିଷର ଅନ୍ତର୍ଦ୍ୱନ୍ଦ୍ୱକୁ ନେଇ ମଧ୍ୟ ଲେଖିଛି। ଯେତେବେଳେ ଯାହା ମନକୁ ଆସିଛି ତାକୁ ଗଳ୍ପର ରୂପ ଦେଇଛି।
ପ୍ରଶ୍ନ- ସମସାମୟିକ ଓଡ଼ିଆ ମହିଳା ଲେଖିକାଙ୍କ ଭିତରେ ନିଜର ସ୍ବାତନ୍ତ୍ର୍ୟ ବଜାୟ ରଖିବା ପାଇଁ କ’ଣ କରନ୍ତି?
ଉତ୍ତର: ନିଜର ସ୍ଥାନ ବିଷୟରେ ମୁଁ ବେଶି ଚିନ୍ତିତ ନୁହେଁ। ପ୍ରତିଯୋଗିତାରେ ବିଶ୍ୱାସ କରେନି। ଏକାଗ୍ର ଭାବରେ ନିଜ ମନର ଭାବନାକୁ, ଚିନ୍ତନ ମନନକୁ ପରିସ୍ଫୁଟନ ବହୁତ ସନ୍ତୋଷ ଜନକ। ଏହାପରେ ଯଦି ମନ ଜାଣିବା ଭଳି ପାଠକ ମିଳିଗଲେ ତେବେ ସେଥିରେ ଜଣେ ପ୍ରକୃତ ଲେଖକ ବହୁତ ଖୁସି ହୋଇଯାଏ। ଭିନ୍ନ ଭିନ୍ନ ପ୍ରକାରର, ପର୍ଯ୍ୟାୟର ଲେଖକ ଥାନ୍ତି। ଏଥିରେ ଉଚ୍ଚ ନୀଚ୍ଚ କିଛି ନ ଥାଏ। ମୁଁ ବହୁତ ବେଶୀ ଲୋକପ୍ରିୟତା ପଛରେ ଯାଏନାହିଁ। ମତେ ଯେତିକି ପାଠକ ମିଳିଛନ୍ତି ସେଥିରେ ଖୁସି।
ପ୍ରଶ୍ନ- ସର୍ବଭାରତୀୟ ସ୍ତରରେ ଓଡ଼ିଆ କ୍ଷୁଦ୍ରଗଳ୍ପର ସ୍ଥିତି କିପରି ଅଛି ବୋଲି ଭାବୁଛନ୍ତି?
ଉତ୍ତର: ସାହିତ୍ୟ ଏକାଡେମୀରେ ମୁଁ ଦୁଇଥର କାମ କରିଛି। ଇଣ୍ଡିଆନ ଲିଟରେଚରରେ ସମ୍ପାଦିକା ଭାବେ ଅଢେଇ ବର୍ଷ କାମ କରିଛି। ସର୍ବଭାରତୀୟ ସାହିତ୍ୟ ସହିତ ଘନିଷ୍ଠ ପରିଚିତ ହେବା ପାଇଁ ଏହା ମତେ ସେତେବେଳେ ବଡ ସୁଯୋଗ ଦେଇଥିଲା। ଆମର ଦୁର୍ଭାଗ୍ୟ ଯେ, ଯୁବପିଢି ସବୁ ରକମର ଭାଷା ପଢୁନାହାନ୍ତି। ଫଳରେ ଭାରତ ଭିତରେ ଥିବା ଅନ୍ୟ ଭାଷା ଗୁଡିକ ପ୍ରତି ଆମେ ଊଣା ଅଧିକେ ଉଦାସୀନ। ସର୍ବଭାରତୀୟ ସ୍ତରରେ ଓଡ଼ିଆ କ୍ଷୁଦ୍ରଗଳ୍ପର ସ୍ଥିତି ଭଲ ଅଛି। ଉଚ୍ଚମାନର ଲେଖା ହେଉଛି। ତେବେ ୫୦ ବର୍ଷ ତଳେ ଯାହା ସ୍ଥିିତି ଥିଲା ଏବେ ସେଥିରେ ପରିବର୍ତ୍ତନ ହୋଇଛି। ଓଡ଼ିଆ ସାହିତ୍ୟ ଖୁବ୍‌ ସମ୍ମାନିତ।
ପ୍ରଶ୍ନ- କ୍ଷୁଦ୍ରଗଳ୍ପରେ ଆଉ କ’ଣ ଅଭାବ ରହିଛି?
ଉତ୍ତର: ଗୋଟିଏ କଥା କହିବି, ଯୁବ ପିଢିମାନେ ଏବେ ଇଂରାଜୀ ପଢିଲେ ଓଡ଼ିଆ ପଢୁ ନାହାନ୍ତି ବା ଓଡ଼ିଆ ପଢିଲେ ଆଉ କୌଣସି ଭାଷା ପଢୁନାହାନ୍ତି। ଏହା ଫଳରେ ଆମେ ବିଶ୍ୱ ସାହିତ୍ୟ ସହିତ ପରିଚିତ ହୋଇ ପାରୁନେ। କେବଳ କୂଅ ବେଙ୍ଗ ଭଳି ପଡି ରହି ନିଜ ଆଖପାଖରେ ରହୁଛେ। ଆମର ଦୃଷ୍ଟିଭଙ୍ଗୀ ସୀମିତ ହୋଇ ଯାଉଛି। ଯେତେ ପଢିବେ ସେତେ ବିଶ୍ୱ ସାହିତ୍ୟ ପ୍ରତି ପରିଚିତ ହୋଇ ପାରିବେ।
ପ୍ରଶ୍ନ- ଆପଣଙ୍କ ବାପା ଭୁବନେଶ୍ୱର ବେହେରା ଜଣେ ପ୍ରଖ୍ୟାତ ଲେଖକ ଥିଲେ। ତାଙ୍କର ପ୍ରଭାବ ଆପଣଙ୍କ ଉପରେ କିପରି ପଡିଥିଲା?
ଉତ୍ତର: ବାପା ପରିଣତ ବୟସରେ ଲେଖା ଆରମ୍ଭ କରିଥିଲେ। ତାଙ୍କର ଓ ଏବେକାର ଲେଖା ଭିତରେ ବହୁତ ଫରକ। ବାପା ଶିକ୍ଷାବିତ୍‌ ଥିବାରୁ ତାଙ୍କ ଲେଖାରେ ଏକ ବିଶେଷତ୍ୱ ରହିଥିଲା। ତାଙ୍କ ଯତ୍ନରେ ମୁଁ ବଢିଥିବାରୁ ମୋ ଉପରେ ପ୍ରଭାବ ପଡିଛି। କିନ୍ତୁ ସେ ଗୋଟେ ପ୍ରକାର ଲେଖୁଥିଲେ ଆଉ ମୁଁ ଅନ୍ୟ ପ୍ରକାର ଲେଖୁଥିଲି। ଏହା କେବଳ ପାଠକମାନେ କହିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

‘ମହାପ୍ରଭୁ ଜଗନ୍ନାଥ’ ଚଳଚ୍ଚିତ୍ର ଉପରେ ଅଙ୍କୁଶ ଲଗାଇଲେ କୋର୍ଟ, ଅନ୍ୟାଦେଶ ପର୍ଯ୍ୟନ୍ତ…

କଟକ,୧୫l୭(ପ୍ରଭୁକଲ୍ୟାଣ ପାଲ): ଆନିମେଟେଡ୍ ଚଳଚ୍ଚିତ୍ର (ମହାପ୍ରଭୁ ଜଗନ୍ନାଥ) ମୁକ୍ତିଲାଭ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ। ଅନ୍ୟାଦେଶ ପର୍ଯ୍ୟନ୍ତ ଚଳଚ୍ଚିତ୍ର ପ୍ରଦର୍ଶନ ନ କରିବାକୁ ହାଇକୋର୍ଟଙ୍କ…

ଚାଷୀ ପ୍ରତିନିଧି-ଅଧିକାରୀଙ୍କ ଦ୍ୱିପାକ୍ଷିକ ବୈଠକ, ପ୍ରତଶ୍ରୁତି ମିଳିବା ପରେ…

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ଅଧିକ ଧାନ ଉପତ୍ାଦନ ପାଇଁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ମାତ୍ର ଏଠାରେ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଯାଇଛି। ରବିଧାନ ବିକ୍ରିବଟାରେ…

ଇଂଲଣ୍ଡରେ ବଡ଼ ବିବାଦରେ ଛନ୍ଦି ହେଲେ ବିରାଟ କୋହଲି, ବଡିଗାର୍ଡ କଲେ ଏଭଳି କାଣ୍ଡ

ନୂଆଦିଲ୍ଲୀ,୧୫ା୭: ଇଂଲଣ୍ଡ ବିପକ୍ଷ ODI ସିରିଜ୍ ସମୟରେ ବିରାଟ କୋହଲି ଏକ ବଡ଼ ବିବାଦରେ ଫସିଯାଇଛନ୍ତି । ତାଙ୍କ ଅଙ୍ଗରକ୍ଷୀ ଇଂଲଣ୍ଡରେ ଭାରତୀୟ ସାମ୍ବାଦିକଙ୍କ ପ୍ରତି ଖୋଲାଖୋଲି…

ଟିକେଟ୍ ବୁକିଂ ହେବ ସୁପରଫାଷ୍ଟ! ଲଞ୍ଚ ହେଲା IRCTCର ନୂଆ ୱେବସାଇଟ୍‌, ଯାତ୍ରୀଙ୍କୁ ମିଳିବ ଏହି ସବୁ ବଡ଼ ସୁବିଧା

ନୂଆଦିଲ୍ଲୀ,୧୫।୭: ଭାରତୀୟ ରେଳବାଇ ଏହାର ଅନଲାଇନ୍ ଟିକେଟ୍ ବୁକିଂ ସିଷ୍ଟମକୁ ଆଧୁନିକୀକରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। IRCTC ଜନସାଧାରଣଙ୍କ ପାଇଁ ଏହାର ନୂତନ…

ବୋମାମାଡ଼ କରି ହତ୍ୟା ଉଦ୍ୟମ: ମାଷ୍ଟରମାଇଣ୍ଡଙ୍କ ସମେତ ୩ ଗଲେ ଜେଲ୍‌, ଅଭିଯୁକ୍ତଙ୍କ ନାଁରେ ରହିଛି କେସ୍‌ର ଲମ୍ବା ତାଲିକା

ଦିଗପହଣ୍ଡି,୧୫ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏସ୍‌.ଶିବ ରେଡ୍ଡୀଙ୍କ ଘର ଉପରକୁ ବୋମାମାଡ଼ କରି ତାଙ୍କୁ ଏବଂ ତାଙ୍କ…

କଂସାମାରି ରାସ୍ତାକଡରେ ଜୁଆ ଖେଳ ବେଳେ ପୋଲିସର ଚଢଉ, ଜବତ ହେଲା…

ଦିଗପହଣ୍ଡି,୧୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗାଁ ରାସ୍ତାକଡରେ ଜୁଆ ଖେଳ ଚାଲିଥିବା ବେଳେ ଚଢାଉ କଲା ପୋଲିସ । ବୁଧବାର ଅପରାହ୍ନ…

ନିର୍ମାଣ ହୋଇପାରିନି ଭୋଜନ ଗୃହ, ଖୋଲା ଆକାଶ ତଳେ ମଧ୍ୟାହ୍ନଭୋଜନ ଖାଉଛନ୍ତି ଛାତ୍ରୀଛାତ୍ର

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ପାଠ ପଢ଼, ଦେଶ ଗଢ଼। ବିଦ୍ୟାଳୟଗୁଡ଼ିକରେ ଅନୁଷ୍ଠିତ ବିଭିନ୍ନ ସଭା, ସମିତିରେ ସରକାରୀ କଳର ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଧାୟକ, ଏମ୍‌ପି, ମନ୍ତ୍ରୀ…

ରୁଷିଆରୁ ତେଲ କ୍ରୟ ଉପରେ ଆମେରିକାର ବଡ଼ ନିଷ୍ପତ୍ତି, ଭାରତ ଦେବ…

ଓ୍ବାଶିଂଟନ,୧୫।୭: ରୁଷିଆରୁ ତୈଳ କ୍ରୟ କରୁଥିବା ଦେଶମାନଙ୍କ ଉପରେ ୫୦୦ପ୍ରତିଶତ ଶୁଳ୍କ ଲାଗୁ କରିବାର ପ୍ରସ୍ତାବ ମଧ୍ୟରେ, ଭାରତ ଏବଂ ଚାଇନା ପାଇଁ ଏକ ଆଶ୍ବସ୍ତିକର ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri