ଏବେ ଏପରି ଦେଖାଯାଉଛନ୍ତି ‘କୌନ ବନେଗା କରୋଡପତି’ର ପ୍ରଥମ କୋଟିପତି; ଏକଦା ବ୍ଲେଡରେ ଆକ୍ରମଣ ଯୋଗୁ…

ବମ୍ବେ: ‘କୌନ ବନେଗା କରୋଡପତି’ ଦେଶର ସବୁଠାରୁ ବଡ ରିଆଲିଟି ଶୋ’। ଏଥିରେ ଭାଗନେଇ ଅନେକ ରାତାରାତି କୋଟିପତି ହୋଇଛନ୍ତି। ୨୦୦୦ ମସିହାରେ ପ୍ରଥମ ଥର ପାଇଁ ଏହି ଶୋ’ ଆରମ୍ଭ ହୋଇଥିଲା। ପ୍ରଥମ ସିଜିନ୍‌ରେ ମୁମ୍ବାଇର ହର୍ଷବର୍ଦ୍ଧନ ନଓ୍ବାଠେ ଏକ କୋଟି ଟଙ୍କା ଜିତିଥିଲେ। ଏବେ ହର୍ଷବର୍ଦ୍ଧନ ବୃଦ୍ଧ ହୋଇଗଲେଣି।

୨୦୨୦ରେ ତାଙ୍କର ଏକ ସାକ୍ଷାତକାର ଆସିଥିଲା। ଏଥିରେ ସେ ନିଜର କୋଟିପତି ହେବା ପରର ଯାତ୍ରା ବିଷୟରେ ଅନେକ କିଛି କହିଥିଲେ। କୋଟିଏ ଟଙ୍କା ଜିତିବା ପରେ ହର୍ଷବର୍ଦ୍ଧନଙ୍କ ଫଟୋ ପେଜ୍‌-୩ରେ ପ୍ରକାଶ ପାଇଥିଲା। ଦିନକୁ ଦିନ ତାଙ୍କର ଲୋକପ୍ରିୟତା ବଢ଼ୁଥିବାରୁ ଲୋକମାନେ ତାଙ୍କ ଝଲକ ପାଇବାକୁ ଏକାଠି ହୋଇଯାଉଥିଲେ।

ଏକଦା ହର୍ଷବର୍ଦ୍ଧନ ଏକ ପ୍ରୋଗ୍ରାମରେ ସାମିଲ ହୋଇଥିଲେ। ସେଠାରେ ବହୁତ ଭିଡ ଥିଲା। ତାଙ୍କ ବଡିଗାର୍ଡମାନେ ଗହଳି ଭିତରେ ହଜି ଯାଇଥିଲେ। ଯେତେ ଚେଷ୍ଟା କଲେ ହେଁ ସେ ତାଙ୍କୁ ପାଇ ନ ଥିଲେ। ଲଗାତାର ଭାବେ ଭିଡ ବଢ଼ୁଥିବା ବେଳେ ସମସ୍ତେ ହାତ ଦେଖାଇ ହର୍ଷବର୍ଦ୍ଧନଙ୍କୁ ଛୁଇଁବାକୁ ଚେଷ୍ଟା କରୁଥିଲେ। କିଛି ସମୟ ପରେ ହଠାତ ହାତରେ କିଛି ଲାଗିଥିବା ସେ ଜାଣିବାକୁ ପାଇଥିଲେ। ପରେ ସେ ଯାହା ଦେଖିଲେ ଚମକି ପଡ଼ିଲେ। କାରଣ ତାଙ୍କ ହାତକୁ ବ୍ଲେଡରେ କେହି କାଟି ଦେଇଥିଲେ। ତାଙ୍କର ରକ୍ତ ବୋହିଚାଲିଥିଲା। ଘଟଣାଟି ଅନେକ ଦିନ ପର୍ଯ୍ୟନ୍ତ ତାଙ୍କୁ କଷ୍ଟ ଦେଇଥିଲା।

ଏହାଛଡ଼ା ହର୍ଷବର୍ଦ୍ଧନ ବାଲ ଠାକ୍‌ରେଙ୍କୁ ଭେଟିଥିଲେ। ଠାକ୍‌ରେ ତାଙ୍କୁ ସମ୍ମାନର ସହ ପାଖରେ ବସାଇ ଅନେକ ବିଷୟରେ ପରାମର୍ଶ ଦେଇଥିଲେ। ସେଥିରୁ ଗୋଟିଏ ଥିଲା ହାତ ନ ମିଳାଇ ନମସ୍କାର କରିବା। ଏହାକୁ ସେ ଆଜିଯାଏ ମାନି ଆସୁଛନ୍ତି ବୋଲି ସାକ୍ଷାତକାରରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଡ୍ରିମ୍‌ ଗର୍ଲ’ ନିର୍ଦ୍ଦେଶକଙ୍କୁ ଲାଲ୍‌ ଜାଗୁଆର୍‌ ଭେଟି ଦେଲେ ଏକତା

ବମ୍ବେ: ବଡ଼ ପରଦାରେ ଭଲ ପ୍ରଦର୍ଶନ କରି ହିଟ୍‌ ସାବ୍ୟସ୍ତ ହୋଇଥିଲା ଅଭିନେତା ଆୟୁଷ୍ମାନ୍‌ ଖୁରାନ୍ନାଙ୍କ ଫିଲ୍ମ ‘ଡ୍ରିମ୍‌ ଗର୍ଲ’। ମାତ୍ର ୩୦ କୋଟି ବଜେଟରେ...

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଉର୍ବଶୀ ଡୋଲକିଆ

ମୁମ୍ବାଇ: ଛୋଟ ପରଦାର ଫେମଶ ଅମିନେତ୍ରୀଙ୍କ କଥା ଯଦି ଆଲୋଚନା କରାଯାଏ ତେବେ ଉର୍ବଶୀ ଢୋଲକିଆଙ୍କ ନାମ ନିଶ୍ଚିତ ଭାବେ ଆସିବ । ଏବେ ଉର୍ବଶୀଙ୍କୁ...

ଓ୍ବିଙ୍ଗ୍‌ କମାଣ୍ଡର ରାକେଶ ଶର୍ମାଙ୍କ ବାୟୋପିକ୍‌ରେ ନଜର ଆସିବେ ଫରହାନ

ବଲିଉଡ୍‌ରେ ଓ୍ବିଙ୍ଗ୍‌ କମାଣ୍ଡର ରାକେଶ ଶର୍ମାଙ୍କ ବାୟୋପିକ୍‌ ନିର୍ମାଣକୁ ନେଇ ଗତ କିଛି ବର୍ଷ ହେବ ଚର୍ଚ୍ଚା ହେଉଛି। ଫିଲ୍ମର ପ୍ରମୁଖ ଚରିତ୍ର ପାଇଁ ଶାହାରୁଖ୍‌...

ସଲମାନଙ୍କୁ ବିବାହ କରିବେ ବୋଲି ପାକିସ୍ତାନ ଛାଡ଼ି ଭାରତ ଚାଲି ଆସିଥିଲେ ଏହି ଅଭିନେତ୍ରୀ, ୮ ବର୍ଷ ଡେଟ୍‌ କରିବା ପରେ..

ବମ୍ବେ: ଅଭିନୟ ସାଙ୍ଗକୁ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ସୁପରଷ୍ଟାର ସଲମାନ୍‌ ଖାନ୍‌। ବଲିଉଡ୍‌ର ଏହି ମୋଷ୍ଟ ଏଲିଜିବୁଲ୍‌ ବ୍ୟାଚଲର୍‌ ଏଯାଏ ହାତକୁ ଦୁଇ...

ବରୁଣ ଧାଓ୍ବନଙ୍କ ବାଜିବ ସାହାନାଇ

ମୁମ୍ବାଇ: ବଲିଉଡ୍‌ ଅଭିନେତା ବରୁଣ ଧାଓ୍ବନଙ୍କର ସାହାନାଇ ବାଜିବ। ୨୦୨୦ ଏପ୍ରିଲ କିମ୍ବା ମେ’ ପ୍ରଥମ ସପ୍ତାହରେ ସେ ତାଙ୍କ ପ୍ରେମିକା ନତାଶା ଦଲାଲଙ୍କୁ ବିବାହ...

ଶେଷରେ ବୁଝିଲେ ସୈଫ

ଫରହାନ୍‌ ଅଖତରଙ୍କ ନିର୍ଦ୍ଦେଶନାରେ ୨୦୦୧ରେ ପରଦା ଉପରକୁ ଆସିଥିଲା ‘ଦିଲ୍‌ ଚାହତା ହୈ’। ଏହି ଫିଲ୍ମରେ ଆମୀର ଖାଁ, ସୈଫ୍‌ ଅଲ୍ଲୀ ଖାଁ , ଅକ୍ଷୟ...

ବାପାଙ୍କ ଜନ୍ମଦିନରେ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ ଫରହାନ୍‌

ବମ୍ବେ: ଅଭିନେତା ତଥା ନିର୍ଦ୍ଦେଶକ ଫରହାନ୍‌ ଅଖତର୍‌ ବାପା ଜାଭେଦ ଅଖତରଙ୍କୁ ଜନ୍ମଦିନରେ ଖାସ ବାର୍ତ୍ତା ଲେଖି ଶୁଭେଚ୍ଛା ଜଣାଇଛନ୍ତି। ଆଜି ଅର୍ଥାତ ମଙ୍ଗଳବାର ୭୮...

‘ମନ୍ନତ’ ତ କେବଳ ଏକ ଝଲକ, ବଲିଉଡ୍‌ ବାଦ୍‌ଶାହା ଶାହାରୁଖଙ୍କ ରହିଛି ଅନେକ ଘର…

ବଲିଉଡ୍‌ର ବାଦ୍‌ଶାହା ହେଉଛନ୍ତି ଶାହାରୁଖ ଖାନ୍‌। ରୋମାଣ୍ଟିକ ହିରୋ ଭାବେ ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରନ୍ତି ସେ। ତାଙ୍କ ଅଭିନୟକୁ ନେଇ ଫିଲ୍ମ ସୁପରହିଟ୍‌ ସାବ୍ୟସ୍ତ...

Advertisement
Archives

Model This Week