ବନ୍ଧକ ମୁନରେ କ୍ଷମତା ଦଖଲ, ହାତରେ ନାହିଁ କାଣିକଉଡ଼ି…

ଓ୍ବାଶିଂଟନ/କାବୁଲ,୨୫।୮: ବନ୍ଧୁକ ମୁନରେ ପ୍ରାୟ ଦୁଇ ଦଶନ୍ଧି ପରେ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେଇଥିବା ତାଲିବାନ ପାଇଁ ଏବେ ଅନ୍ତର୍ଜାତୀୟ ସମର୍ଥନ ହାସଲ କରିବା କଷ୍ଟକର ବ୍ୟାପାର ମନେ ହେଉଛି। ତାଲିବାନ ନିଜକୁ ପରିବର୍ତ୍ତନ କରିବା ବିଷୟରେ କଥାବାର୍ତ୍ତା କରୁଥିବା ବେଳେ ଏହା ଅନ୍ତର୍ଜାତୀୟସ୍ତରରେ ଅବିଶ୍ୱାସ ସୃଷ୍ଟି କରୁଛି। ଏହି କାରଣରୁ ଆଫଗାନିସ୍ତାନକୁ ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ସମୟରେ ପ୍ରଦାନ କରାଯାଇଥିବା ଆନ୍ତର୍ଜାତୀୟ ସହାୟତା ଉପରେ ନିଷେଧାଜ୍ଞା ଜାରି କରାଯାଇଛି। ଏବେ ବିଶ୍ୱବ୍ୟାଙ୍କ ପକ୍ଷରୁ ଦେଶରେ ଜାରି ରହିଥିବା ସମସ୍ତ ପ୍ରକଳ୍ପର ଫଣ୍ଡିଂକୁ ରୋକା ଯାଇଛି। ୨୦୦୨ଠାରୁ ବିଶ୍ୱ ବ୍ୟାଙ୍କ ପକ୍ଷରୁ ଆଫଗାନିସ୍ତାନରେ ୫.୩ ଶହ କୋଟି ଡଲାରରୁ ଅଧିକ ନିବେଶ କରାଯାଇଛି। ଏବେ ତାଲିବାନ କ୍ଷମତାକୁ ଆସିବା ପରେ ବିଶ୍ୱବ୍ୟାଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଫଳରେ ତାଲିବାନ ଆତଙ୍କବାଦୀ ସଂଗଠନ ହାତରେ ଖର୍ଚ୍ଚ ପାଇଁ କାଣିକଉଡ଼ି ନାହିଁ। ପ୍ରଥମେ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ପକ୍ଷରୁ ୭୦୬ ଶହ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଫ୍ରିଜ କରାଯାଇଥିଲା। ଏହା ପରେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ପକ୍ଷରୁ ମଧ୍ୟ ଜରୁରୀକାଳୀନ ଭଣ୍ଡାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏହା ଅଧୀନରେ ତାଲିବାନ ୪୬ ମିଲିୟନ ଡଲାରର ବିପୁଳ ପରିମାଣର ଅର୍ଥ ଆଉ ବ୍ୟବହାର କରିପାରିବ ନାହିଁ ବୋଲି ଆଇଏମ୍‌ଏଫ୍‌ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହା ସହିତ ଅନ୍ୟ କୌଣସି ପ୍ରକାରର ନୂତନ ସହାୟତା ଆଇଏମ୍‌ଏଫ୍‌ ପକ୍ଷରୁ ଆଫଗାନିସ୍ତାନକୁ ଯୋଗାଇ ଦେବାକୁ ମନା କରାଯାଇଥିଲା। ତାଲିବାନର ନିୟନ୍ତ୍ରଣ ଆଫଗାନିସ୍ତାନର ଭବିଷ୍ୟତ ପାଇଁ ଅନିଶ୍ଚିତତା ସୃଷ୍ଟି କରୁଥିବାରୁ ଜରୁରୀକାଳୀନ ରିଜର୍ଭରେ ବ୍ୟବହାର ଅବରୋଧ କରାଯାଇଛି।
ଅର୍ଥର ଅଭାବ ଯୋଗୁ କ୍ଷମତା ଦଖଲ କରିଥିବା ତାଲିବାନ ଏବେ କାଙ୍ଗାଳ ହୋଇଯାଇଛି। ଦେଶର ମୁଦ୍ରାକୋଷ ବ୍ୟବହାର ଉପରେ କଟକଣା ଯୋଗୁ ଅଗାମୀ ଦିନରେ ଆର୍ଥିକ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭର୍ଜିନିଆ ମ୍ୟୁନିସ୍‌ପାଲ ବିଲ୍ଡିଂରେ ଆଖିବୁଜା ଗୁଳି ଚଳାଇଲେ ଅଜଣା ବ୍ୟକ୍ତି: ୧୧ ମୃତ

ଭର୍ଜିନିଆ,୧।୬: ଆମେରିକା ଭର୍ଜିନିଆରେ ଜଣେ ଅଜଣା ବ୍ୟକ୍ତିଙ୍କ ଗୁଳିମାଡ଼ରେ ୧୧ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏଥବରେ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା...

ଜିମନାଷ୍ଟ ଗର୍ଲଫ୍ରେଣ୍ଡଙ୍କ ସହ ‘ମହଲ’ରେ ରହୁଛନ୍ତି ପୁଟିନ! ଲାଗିଛି ସୁନାର ଚୌକି, ରିପୋର୍ଟରେ ଦାବି

ମସ୍କୋ,୨ ।୩: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବେ ତାଙ୍କ ପ୍ରେମିକାଙ୍କ ସହ ରହୁଥିବା କୁହାଯାଉଛି । ସୂଚନା ଅନୁଯାୟୀ, ତାଙ୍କ ପ୍ରେମିକା ଜଣେ ଜିମନାଷ୍ଟ...

କାହାର ହେବ କଂଗ୍ରେସ

ଓ୍ବାଶିଂଟନ,୯।୧୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ କାର୍ଯ୍ୟକାଳକୁ ଇତିମଧ୍ୟରେ ୨ ବର୍ଷ ପୂରିଛି। ଏହି ଅବସରରେ କଂଗ୍ରେସର ନିମ୍ନ ସଦନ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ (ପ୍ରତିନିଧି...

ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୧୬ଶହ, ୧୭ ମୃତ୍ୟୁ

ଇସ୍‌ଲାମାବାଦ,୩୦।୩: ପାକିସ୍ତାନରେ ବେଳକୁ ବେଳ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ରବିବାର ୧୦୦ ନୂଆ ରୋଗୀ ଚିହ୍ନଟ ହେବା ପରେ ଏବେ ସେଠାରେ ଆକ୍ରାନ୍ତଙ୍କ...

କିମ୍‌ କଲେ ବାଲିଷ୍ଟିକ ମିଶାଇଲ ଉତକ୍ଷେପଣ: ଜାପାନ ପକ୍ଷରୁ ସର୍ତକ ସୂଚନା ଜାରି…

ଟୋକିଓ/ପ୍ୟୋଙ୍ଗୟାଙ୍ଗ,୩୧।୫ : ସାମରିକ ଗୁପ୍ତଚର ଉପଗ୍ରହ ଉତକ୍ଷେପଣ ନିଶ୍ଚିତ କରିବା ପରେ ଉତ୍ତର କୋରିଆ ବୁଧବାର ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଉତକ୍ଷେପଣ କରିଛି। ଦକ୍ଷିଣ କୋରିଆର...

ଡିଏନ୍‌ଏ କହିବ କଲମ୍ବସ୍‌ କାହାଣୀ

ମାଦ୍ରିଦ୍‌, ୨୦ା୫: ସମୁଦ୍ର ପଥରେ ଆମେରିକାକୁ ବାଟ ଖୋଜିଥିବା ଖ୍ରୀଷ୍ଟୋଫର କଲମ୍ବସ୍‌ ୟୁରୋପର ଉପନିବେଶକୁ ସେଠାରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ। ହେଲେ ବାସ୍ତବରେ ସେ କେଉଁ...

ରୁଷିଆର ବଡ଼ ପରାଜୟ

କ୍ୱିଭ୍‌,୨୪।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବାର ଆଜିକୁ ଏକ ମାସ ବିତିଗଲାଣି। ଫେବୃଆରୀ ୨୪ରେ ଆଜିର ଦିନରେ ରୁଷିଆ ଆର୍ମି ୟୁକ୍ରେନରେ ପ୍ରବେଶ...

ଚାଇନା ଆକ୍ରମଣ ଆଶଙ୍କା, ସୈନ୍ୟଙ୍କ ତାଲିମ ବଢ଼ାଇଲା ତାଇଓ୍ବାନ…

ତାଇପେ,୨୪।୧୧: ଚାଇନା ପଟୁ ଆସୁଥିବା ଆକ୍ରମଣର ଧମକ ମଧ୍ୟରେ ତାଇୱାନ ଏହାର ସୈନ୍ୟଙ୍କ ତାଲିମକୁ ଜୋରଦାର କରିଛି। ଯେକୌଣସି ସମୟରେ ଚାଇନା ଆକ୍ରମଣ କରିବାର ଆଶଙ୍କା...

Advertisement
Archives

Model This Week