Home

ଭାରତ ଗଠନ କରିବ ରକେଟ ଫୋର୍ସ, ଚାଇନା-ପାକିସ୍ତାନର ବଢ଼ିଲା ଚିନ୍ତା…

ନୂଆଦିଲ୍ଲୀ,୧୬।୯: ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଭାରତ ପକ୍ଷରୁ ରକେଟ ଫୋର୍ସ ଗଠନ କରାଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାଦ୍ୱାରା ଏଲ୍‌ଓସି ଏବଂ ଏଲ୍‌ଏସିରେ ଭାରତୀୟ ସେନାର ଶକ୍ତି ବୃଦ୍ଧି ପାଇବ ବୋଲି ତିନି ବାହିନୀର ମୁଖ୍ୟ…

ନିର୍ବାଚନ ପୂର୍ବରୁ ୮୬୮ କୃଷକ ହେଲେ ଦୋଷମୁକ୍ତ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା…

ଲକ୍ଷ୍ନୌ,୧୬।୯: ଉତ୍ତରପ୍ରଦେଶରେ ଆସନ୍ତା ୨୦୨୨ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏପରିସ୍ଥଳେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ପକ୍ଷରୁ କୃଷକ ସନ୍ତୁଷ୍ଟି ଯୋଜନା ଆରମ୍ଭ…

୨ ଛାତ୍ରଙ୍କ ଆକାଉଣ୍ଟକୁ ଆସିଲା ୯୬୦ କୋଟି…

ପାଟନା,୧୬।୯: ବିହାରରେ ୨ ଛାତ୍ରଙ୍କ ଆକାଉଣ୍ଟକୁ ୯୬୦ କୋଟି ଟଙ୍କା ଆସିଛି। ଏହାକୁ ନେଇ ବ୍ୟାଙ୍କ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଖବର ପ୍ରଚାରିତ ହେବା ପରେ ଲୋକେ ବ୍ୟାଙ୍କରେ ଭିଡ଼ ଜମାଇ ନିଜ ନିଜର ଆକାଉଣ୍ଟ ଚେକ୍‌ କରିବା ଆରମ୍ଭ କରିଥିଲେ।…

ପୁଣି ଉପର ମୁହାଁ ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ,୧୬।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାର ନା ଧରୁନି। ଏବେ ତୃତୀୟ ଲହର ନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଏବେ ପୁଣି ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଉପରମୁହାଁ ହୋଇଛି। କେରଳ ଯୋଗୁ ଦେଶରେ…

ଦୁର୍ନୀତି ଘୋଷଣା ନେଇ ଇସିଙ୍କୁ ନୋଟିସ

ନୂଆଦିଲ୍ଲୀ, ୧୬।୯(ପି.ଟି.): ନିର୍ବାଚନୀ ଗାଇଡ୍‌ଲାଇନର ଉଲ୍ଲଂଘନ କରୁଥିବା ରାଜନୈତିକ ଦଳଗୁଡ଼ିକ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ବୁଧବାର ଦିଲ୍ଲୀ ହାଇକୋର୍ଟ ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କରିଛନ୍ତି। ଏଥିସହିତ ବିଭିନ୍ନ ଦଳ ନିର୍ବାଚନୀ ଇସ୍ତାହାରରେ କ୍ୟାଶ୍‌ ଟ୍ରାନ୍ସଫର କଥା କହୁଥିବାରୁ…

ଟାର୍ଗେଟରେ ଆମେରିକା

ଓ୍ବାଶିଂଟନ୍‌, ୧୬ା୯: ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ଆତଙ୍କାବାଦୀଙ୍କ ଭୂସ୍ବର୍ଗ ପାଲଟିବାକୁ ଯାଉଛି ଆଫଗାନ୍‌ ମାଟି। ଅଲ୍‌-କାଏଦା ଭଳି ଆତଙ୍କବାଦୀ ସଙ୍ଗଠନ ସେଠାରେ ପୁଣି ସକ୍ରିୟ ହେବା ଆଶଙ୍କା ଘନେଇଛି। ଆମେରିକାରେ ୨୦୦୧ରେ ୯/୧୧ ଭଳି ଭୟଙ୍କର ନରସଂହାର ବିଶ୍ୱମାନସରୁ ଲିଭି…

ମହାନଦୀରେ ବନ୍ୟା ଆଶଙ୍କା

ଭୁବନେଶ୍ୱର/ ସମ୍ବଲପୁର, ୧୬ା୯(ବ୍ୟୁରୋ) ଲଘୁଚାପ ଓଡ଼ିଶା ଉପରୁ ହଟିଥିଲେ ମଧ୍ୟ ରାଜ୍ୟରେ ବନ୍ୟା ଆଶଙ୍କା ଦେଖାଦେଇଛି। ହୀରାକୁଦ ଉପର ମୁଣ୍ଡରେ ଅର୍ଥାତ୍‌ ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ ଲଘୁଚାପ ଜନିତ ପ୍ରବଳ ବର୍ଷା ହୋଇଛି। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାରଠାରୁ ହୀରାକୁଦ ଡ୍ୟାମ୍‌ର…

ବରାଦର-ହକ୍କାନି ମୁହଁ।ମୁହିଁ

କାବୁଲ, ୧୬ା୯: ଆଫଗାନିସ୍ତାନକୁ କବ୍‌ଜା କରି ତାଲିବାନ୍‌ ସରକାର ସିନା ଗଢ଼ିଦେଲା କିନ୍ତୁ ବ୍ୟବସ୍ଥିତ ଢଙ୍ଗରେ ତାହାର ପରିଚାଳନା ଏହି ଆତଙ୍କବାଦୀ ଗୋଷ୍ଠୀ ପାଇଁ କାଠିକର ପାଠ ହୋଇଛି। କ୍ଷମତା କନ୍ଦଳ ପରେ ବିଜୟର ଶ୍ରେୟ ନେବାକୁ ମୁହଁ।ମୁହିଁ ହୋଇଛନ୍ତି ତାଲିବାନ୍‌…

ଗୌତମ ଦାସ ଓଡ଼ିଶା ଟପ୍ପର

ଭୁବନେଶ୍ୱର,୧୬।୯(ବ୍ୟୁରୋ) : ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସିଂ(ଏନ୍‌ଟିଏ) ଦ୍ୱାରା ପରିଚାଳିତ ଜେଇଇ(ମେନ୍‌)-୨୦୨୧ ଫଳ ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରକାଶ ପାଇଛି। ୪୪ଜଣ ପରୀକ୍ଷାର୍ଥୀ ୧୦୦ ପର୍ସେଣ୍ଟାଇଲ ମାର୍କ ହାସଲ କରିଛନ୍ତି। ତେବେ ପ୍ରଥମ ର଼୍ୟାଙ୍କରେ ମିଳିତ ଭାବେ ୧୮ ପରୀକ୍ଷାର୍ଥୀ ସ୍ଥାନ ପାଇଛନ୍ତି।…

ଗୁପ୍ତ ତଥ୍ୟ ପ୍ରଘଟରେ ହନିଟ୍ରାପ୍‌ ଲିଙ୍କ୍‌

ବାଲେଶ୍ୱର ଅଫିସ,୧୬।୯: ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆର୍‌ଡିଓ)ର ଗୁପ୍ତ ତଥ୍ୟ ଲିକ୍‌ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଗୁପ୍ତ ତଥ୍ୟ ପ୍ରଘଟ ପଛରେ ହନିଟ୍ରାପ୍‌ (ମଧୁର ଜାଲ)ର ଲିଙ୍କ୍‌ ଥିବା ସୂଚନା ମିଳିଛି। ପୋଲିସ…

ମହାକାଶକୁ ଗଲେ ୪ ସାଧାରଣ ନାଗରିକ

ଫ୍ଲୋରିଡା,୧୬ ।୯: ମହାକାଶକୁ ଯାତ୍ରା କରିବାକୁ ଇଚ୍ଛା ରଖିଥିବା ଅରବପତିଙ୍କ ଆଶା ଏବେ ପୂରଣ ହେବାକୁ ଯାଉଛି । ଭାରତୀୟ ସମୟଅନୁସାରେ ଗୁରୁବାର ଭୋର ପ୍ରାୟ ୫ଟା ୩୩ ମିନିଟରେ ଆମେରିକାର ଫ୍ଲୋରିଡା ସ୍ଥିତ କେନେଡି ସ୍ପେସ ସେଣ୍ଟରରୁ ୪ ସାଧାରଣ…

ଖୋଲିଲା ୨୮ ଗେଟ୍‌

ସମ୍ବଲପୁର,୧୫।୯(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଡ୍ୟାମ୍‌ କର୍ତ୍ତୃପକ୍ଷ ବୁଧବାର ରାତି ୮ଟା ସୁଦ୍ଧା ୨୮ଟି ଗେଟ୍‌ ଖୋଲା ଯାଇଥିବା ସୂଚନା ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?