ଗୁପ୍ତ ତଥ୍ୟ ପ୍ରଘଟରେ ହନିଟ୍ରାପ୍‌ ଲିଙ୍କ୍‌

ବାଲେଶ୍ୱର ଅଫିସ,୧୬।୯: ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆର୍‌ଡିଓ)ର ଗୁପ୍ତ ତଥ୍ୟ ଲିକ୍‌ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଗୁପ୍ତ ତଥ୍ୟ ପ୍ରଘଟ ପଛରେ ହନିଟ୍ରାପ୍‌ (ମଧୁର ଜାଲ)ର ଲିଙ୍କ୍‌ ଥିବା ସୂଚନା ମିଳିଛି। ପୋଲିସ ଦ୍ୱାରା ଗିରଫ ହୋଇଥିବା ୪ ଠିକା କର୍ମଚାରୀ ପାକିସ୍ତାନର ଜଣେ ଯୁବତୀଙ୍କ ସହ ଯୋଗାଯୋଗରେ ଥିଲେ। ଅଭିଯୁକ୍ତଙ୍କ କଲ୍‌ ରେକର୍ଡ ଯାଞ୍ଚ ପରେ ଏଥିରେ ଯୁବତୀଙ୍କ ସ୍ବର ଥିବା ଜଣାପଡ଼ିଛି। ଉକ୍ତ ଯୁବତୀଙ୍କ ସହ ସୋସିଆଲ ମିଡିଆ ମାଧ୍ୟମରେ ସମସ୍ତ ଅଭିଯୁକ୍ତଙ୍କ ସମ୍ପର୍କ ହୋଇଥିଲା। ଜଣକ ପରେ ଜଣେ ତାଙ୍କ ସମ୍ପର୍କରେ ଆସିଥିଲେ। ଏପରି କି ଯୁବତୀଙ୍କ ସହ ଅଭିଯୁକ୍ତଙ୍କ ଟଙ୍କା ଦେଣନେଣ ମଧ୍ୟ ହୋଇଥିବା ଜାଣିବାକୁ ମିଳିଛି। ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପ୍ରତ୍ୟେକ ଦିନ କାର୍ଯ୍ୟର ତଥ୍ୟ ପାଇବା ଲାଗି ପାକିସ୍ତାନୀ ଯୁବତୀ ଜଣକ ବିଭିନ୍ନ ବାହାନାରେ ଟଙ୍କା ପଠାଉଥିଲେ। ଅନ୍ତର୍ଜାତୀୟ କଲ୍‌ ମାଧ୍ୟମରେ ତଥ୍ୟ ଆଦାନ ପ୍ରଦାନ ହେଉଥିଲା। ଅର୍ଥ ଲୋଭ ଓ ଯୁବତୀଙ୍କ ପ୍ରେମରେ ୪ଠିକା କର୍ମଚାରୀ ଫସିଯାଇଥିଲେ। ସେମାନେ ହେଲେ ଆଇଟିଆର୍‌ ୩ନଂ ଲଞ୍ଚ ପ୍ୟାଡ୍‌ରେ ଏସି ଅପରେଟର ଭାବେ କାର୍ଯ୍ୟ କରୁଥିବା ଚାନ୍ଦିପୁର ଥାନା ଝାମ୍ପୁରା ଗ୍ରାମର ବସନ୍ତ ବେହେରା (୫୨) ଓ ଶ୍ରୀକୋଣା ଗ୍ରାମର ଏସ୍‌କେ ମୁଶାଫିର (୩୨), ଡିଜି ଅପରେଟର ଭାବେ କାମ କରୁଥିବା ସଦର ଥାନା ଅନ୍ତର୍ଗତ ବୁଆଁଳ ଗ୍ରାମର ହେମନ୍ତ କୁମାର ମିସ୍ତ୍ରି (୫୨), ମେନ ଗେଟ୍‌ରେ କାର୍ଯ୍ୟ କରୁଥିବା ସଦର ଥାନା ଅଧୀନ ପାଳସିଆ ଗ୍ରାମର ତାପସ ରଞ୍ଜନ ନାୟକ (୪୧)। ମଙ୍ଗଳବାର ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ବୁଧବାର କୋର୍ଟ ଚାଲାଣ କରାଯାଇଥିଲା। ସେଠାରୁ ସେମାନଙ୍କୁ ବାଲେଶ୍ୱର ଜିଲା କାରାଗାରକୁ ପଠାଇ ଦିଆଯାଇଛି। ଏହି ଘଟଣାରେ ଚାନ୍ଦିପୁର ଥାନାରେ ଆଇପିସି ଦଫା ୧୨୦(ବି), ୧୨୧(ଏ), ୩୪ ଏବଂ ଅଫିସିଆଲ ସିକ୍ରେଟ ଆକ୍ଟର ଦଫା ୩, ୪ ଓ ୫ରେ ଏକ ମାମଲା (ନଂ.୭୬/୨୧) ରୁଜୁ କରାଯାଇଛି। ଏନେଇ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ବାଲେଶ୍ୱର ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି। ଅପରପକ୍ଷରେ ଗୁପ୍ତତଥ୍ୟ ଲିକ୍‌ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟ। କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍‌ପି ପ୍ରଶାନ୍ତ ବିଶୋୟୀଙ୍କ ନେତୃତ୍ୱରେ ୪ଜଣିଆ ତଦନ୍ତକାରୀ ଦଳ ବୁଧବାର ବାଲେଶ୍ୱର ଗସ୍ତ କରିଥିବା କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି। ଉକ୍ତ ତଦନ୍ତକାରୀ ଟିମ୍‌କୁ ବାଲେଶ୍ୱର ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ଟୁଇଟ୍‌ କରି କୁହାଯାଇଛି।
ମିଳିଥିବା ସୂଚନା ଅନୁସାରେ ପାକିସ୍ତାନର ଜନୈକା ଯୁବତୀ ସୋସିଆଲ ମିଡିଆ(ଫେସବୁକ୍‌) ମାଧ୍ୟମରେ ଡିଆର୍‌ଡିଓରେ କାର୍ଯ୍ୟରତ ଜଣେ ୪ର୍ଥ ଶ୍ରେଣୀ ଠିକା କର୍ମଚାରୀଙ୍କ ସମ୍ପର୍କରେ ପ୍ରଥମେ ଆସିଥିଲେ। ତାଙ୍କ ସହିତ ବନ୍ଧୁତା ହେବା ପରେ ଅଭିଯୁକ୍ତ ବସନ୍ତଙ୍କ ସହ ଫେସବୁକ୍‌ ମାଧ୍ୟମରେ ଯୋଡ଼ି ହୋଇଥିଲେ। ସମୟକ୍ରମେ ଜଣକ ପରେ ଜଣେ ୪ଜଣ କର୍ମଚାରୀ ଉକ୍ତ ଯୁବତୀଙ୍କ ସହିତ ସମ୍ପର୍କ ବଢ଼ାଇଥିଲେ। ଯୁବତୀ ଜଣକ ଚାନ୍ଦିପୁର ଆସି ଡିଆର୍‌ଡିଓ ଭିତରେ ବୁଲିବାକୁ ଆଗ୍ରହ ପ୍ରକାଶ କରିଥିଲେ। ହେଲେ ଧରାପଡ଼ିଯିବାର ସମ୍ଭାବନା ଥିବାରୁ ତାଙ୍କ ମୋବାଇଲ ସିମ୍‌ କାମ କରିବ ନାହିଁ ବୋଲି କହି ଓଡ଼ିଶାରୁ ଏକ ସିମ୍‌ କାର୍ଡ ପଠାଇବାକୁ କହିଥିଲେ। ଏପରି କି ଏଥିପାଇଁ ସେ ବସନ୍ତଙ୍କ ବ୍ୟାଙ୍କ ଜମାଖାତାକୁ ୨୦ହଜାର ଟଙ୍କା ପଠାଇଥିଲେ। ଟଙ୍କା ପାଇବା ପରେ ବସନ୍ତ ତୁରନ୍ତ ଏକ ସିମ୍‌କାର୍ଡ଼ ନିଜ ନାମରେ ଆଣି ତାହାର ସଂଖ୍ୟା (ନମ୍ବର) ଯୁବତୀଙ୍କ ପାଖକୁ ପଠାଇଥିଲେ। ଉକ୍ତ ନମ୍ବରରେ ପାକିସ୍ତାନୀ ଯୁବତୀଜଣକ ହ୍ବାଟ୍‌ସଆପ୍‌୍‌ ଖୋଲିଥିଲେ। ଏଥିରେ ସେ ଅଭିଯୁକ୍ତଙ୍କ ସହିତ ବାର୍ତ୍ତା ପ୍ରେରଣ ଓ କଥାବାର୍ତ୍ତା କରି ଦୈନନ୍ଦିନ କାର୍ଯ୍ୟ ସମ୍ପର୍କରେ ପଚରାଉଚରା କରୁଥିଲେ। ଡିଆର୍‌ଡିଓର ପ୍ରତିଟି ଖବର ଓ ଫଟୋ ଅଭିଯୁକ୍ତମାନେ ହ୍ବାଟ୍ସଆପ୍‌ରେ ଗୁପ୍ତରେ ପଠାଉଥିଲେ ବୋଲି ତଦନ୍ତରୁ ଜଣାପଡ଼ିଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ମୁଖ୍ୟ ଅଭିଯୁକ୍ତ ବସନ୍ତଙ୍କ ଜମାଖାତାକୁ ଯୁବତୀ ଜଣକ ବିଭିନ୍ନ ବାହାନାରେ ଲକ୍ଷାଧିକ ଟଙ୍କା ପଠାଇଥିବା ଜଣାପଡ଼ିଛି। ସେହିପରି ଅନ୍ୟମାନଙ୍କ ବ୍ୟାଙ୍କ ଜମାଖାତାକୁ କେତେ ଟଙ୍କା ଆସିଛି ତାହାର ଖୋଳତାଡ଼ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?