ଗୁପ୍ତ ତଥ୍ୟ ପ୍ରଘଟରେ ହନିଟ୍ରାପ୍‌ ଲିଙ୍କ୍‌

ବାଲେଶ୍ୱର ଅଫିସ,୧୬।୯: ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆର୍‌ଡିଓ)ର ଗୁପ୍ତ ତଥ୍ୟ ଲିକ୍‌ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଗୁପ୍ତ ତଥ୍ୟ ପ୍ରଘଟ ପଛରେ ହନିଟ୍ରାପ୍‌ (ମଧୁର ଜାଲ)ର ଲିଙ୍କ୍‌ ଥିବା ସୂଚନା ମିଳିଛି। ପୋଲିସ ଦ୍ୱାରା ଗିରଫ ହୋଇଥିବା ୪ ଠିକା କର୍ମଚାରୀ ପାକିସ୍ତାନର ଜଣେ ଯୁବତୀଙ୍କ ସହ ଯୋଗାଯୋଗରେ ଥିଲେ। ଅଭିଯୁକ୍ତଙ୍କ କଲ୍‌ ରେକର୍ଡ ଯାଞ୍ଚ ପରେ ଏଥିରେ ଯୁବତୀଙ୍କ ସ୍ବର ଥିବା ଜଣାପଡ଼ିଛି। ଉକ୍ତ ଯୁବତୀଙ୍କ ସହ ସୋସିଆଲ ମିଡିଆ ମାଧ୍ୟମରେ ସମସ୍ତ ଅଭିଯୁକ୍ତଙ୍କ ସମ୍ପର୍କ ହୋଇଥିଲା। ଜଣକ ପରେ ଜଣେ ତାଙ୍କ ସମ୍ପର୍କରେ ଆସିଥିଲେ। ଏପରି କି ଯୁବତୀଙ୍କ ସହ ଅଭିଯୁକ୍ତଙ୍କ ଟଙ୍କା ଦେଣନେଣ ମଧ୍ୟ ହୋଇଥିବା ଜାଣିବାକୁ ମିଳିଛି। ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପ୍ରତ୍ୟେକ ଦିନ କାର୍ଯ୍ୟର ତଥ୍ୟ ପାଇବା ଲାଗି ପାକିସ୍ତାନୀ ଯୁବତୀ ଜଣକ ବିଭିନ୍ନ ବାହାନାରେ ଟଙ୍କା ପଠାଉଥିଲେ। ଅନ୍ତର୍ଜାତୀୟ କଲ୍‌ ମାଧ୍ୟମରେ ତଥ୍ୟ ଆଦାନ ପ୍ରଦାନ ହେଉଥିଲା। ଅର୍ଥ ଲୋଭ ଓ ଯୁବତୀଙ୍କ ପ୍ରେମରେ ୪ଠିକା କର୍ମଚାରୀ ଫସିଯାଇଥିଲେ। ସେମାନେ ହେଲେ ଆଇଟିଆର୍‌ ୩ନଂ ଲଞ୍ଚ ପ୍ୟାଡ୍‌ରେ ଏସି ଅପରେଟର ଭାବେ କାର୍ଯ୍ୟ କରୁଥିବା ଚାନ୍ଦିପୁର ଥାନା ଝାମ୍ପୁରା ଗ୍ରାମର ବସନ୍ତ ବେହେରା (୫୨) ଓ ଶ୍ରୀକୋଣା ଗ୍ରାମର ଏସ୍‌କେ ମୁଶାଫିର (୩୨), ଡିଜି ଅପରେଟର ଭାବେ କାମ କରୁଥିବା ସଦର ଥାନା ଅନ୍ତର୍ଗତ ବୁଆଁଳ ଗ୍ରାମର ହେମନ୍ତ କୁମାର ମିସ୍ତ୍ରି (୫୨), ମେନ ଗେଟ୍‌ରେ କାର୍ଯ୍ୟ କରୁଥିବା ସଦର ଥାନା ଅଧୀନ ପାଳସିଆ ଗ୍ରାମର ତାପସ ରଞ୍ଜନ ନାୟକ (୪୧)। ମଙ୍ଗଳବାର ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ବୁଧବାର କୋର୍ଟ ଚାଲାଣ କରାଯାଇଥିଲା। ସେଠାରୁ ସେମାନଙ୍କୁ ବାଲେଶ୍ୱର ଜିଲା କାରାଗାରକୁ ପଠାଇ ଦିଆଯାଇଛି। ଏହି ଘଟଣାରେ ଚାନ୍ଦିପୁର ଥାନାରେ ଆଇପିସି ଦଫା ୧୨୦(ବି), ୧୨୧(ଏ), ୩୪ ଏବଂ ଅଫିସିଆଲ ସିକ୍ରେଟ ଆକ୍ଟର ଦଫା ୩, ୪ ଓ ୫ରେ ଏକ ମାମଲା (ନଂ.୭୬/୨୧) ରୁଜୁ କରାଯାଇଛି। ଏନେଇ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ବାଲେଶ୍ୱର ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି। ଅପରପକ୍ଷରେ ଗୁପ୍ତତଥ୍ୟ ଲିକ୍‌ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟ। କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍‌ପି ପ୍ରଶାନ୍ତ ବିଶୋୟୀଙ୍କ ନେତୃତ୍ୱରେ ୪ଜଣିଆ ତଦନ୍ତକାରୀ ଦଳ ବୁଧବାର ବାଲେଶ୍ୱର ଗସ୍ତ କରିଥିବା କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି। ଉକ୍ତ ତଦନ୍ତକାରୀ ଟିମ୍‌କୁ ବାଲେଶ୍ୱର ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ଟୁଇଟ୍‌ କରି କୁହାଯାଇଛି।
ମିଳିଥିବା ସୂଚନା ଅନୁସାରେ ପାକିସ୍ତାନର ଜନୈକା ଯୁବତୀ ସୋସିଆଲ ମିଡିଆ(ଫେସବୁକ୍‌) ମାଧ୍ୟମରେ ଡିଆର୍‌ଡିଓରେ କାର୍ଯ୍ୟରତ ଜଣେ ୪ର୍ଥ ଶ୍ରେଣୀ ଠିକା କର୍ମଚାରୀଙ୍କ ସମ୍ପର୍କରେ ପ୍ରଥମେ ଆସିଥିଲେ। ତାଙ୍କ ସହିତ ବନ୍ଧୁତା ହେବା ପରେ ଅଭିଯୁକ୍ତ ବସନ୍ତଙ୍କ ସହ ଫେସବୁକ୍‌ ମାଧ୍ୟମରେ ଯୋଡ଼ି ହୋଇଥିଲେ। ସମୟକ୍ରମେ ଜଣକ ପରେ ଜଣେ ୪ଜଣ କର୍ମଚାରୀ ଉକ୍ତ ଯୁବତୀଙ୍କ ସହିତ ସମ୍ପର୍କ ବଢ଼ାଇଥିଲେ। ଯୁବତୀ ଜଣକ ଚାନ୍ଦିପୁର ଆସି ଡିଆର୍‌ଡିଓ ଭିତରେ ବୁଲିବାକୁ ଆଗ୍ରହ ପ୍ରକାଶ କରିଥିଲେ। ହେଲେ ଧରାପଡ଼ିଯିବାର ସମ୍ଭାବନା ଥିବାରୁ ତାଙ୍କ ମୋବାଇଲ ସିମ୍‌ କାମ କରିବ ନାହିଁ ବୋଲି କହି ଓଡ଼ିଶାରୁ ଏକ ସିମ୍‌ କାର୍ଡ ପଠାଇବାକୁ କହିଥିଲେ। ଏପରି କି ଏଥିପାଇଁ ସେ ବସନ୍ତଙ୍କ ବ୍ୟାଙ୍କ ଜମାଖାତାକୁ ୨୦ହଜାର ଟଙ୍କା ପଠାଇଥିଲେ। ଟଙ୍କା ପାଇବା ପରେ ବସନ୍ତ ତୁରନ୍ତ ଏକ ସିମ୍‌କାର୍ଡ଼ ନିଜ ନାମରେ ଆଣି ତାହାର ସଂଖ୍ୟା (ନମ୍ବର) ଯୁବତୀଙ୍କ ପାଖକୁ ପଠାଇଥିଲେ। ଉକ୍ତ ନମ୍ବରରେ ପାକିସ୍ତାନୀ ଯୁବତୀଜଣକ ହ୍ବାଟ୍‌ସଆପ୍‌୍‌ ଖୋଲିଥିଲେ। ଏଥିରେ ସେ ଅଭିଯୁକ୍ତଙ୍କ ସହିତ ବାର୍ତ୍ତା ପ୍ରେରଣ ଓ କଥାବାର୍ତ୍ତା କରି ଦୈନନ୍ଦିନ କାର୍ଯ୍ୟ ସମ୍ପର୍କରେ ପଚରାଉଚରା କରୁଥିଲେ। ଡିଆର୍‌ଡିଓର ପ୍ରତିଟି ଖବର ଓ ଫଟୋ ଅଭିଯୁକ୍ତମାନେ ହ୍ବାଟ୍ସଆପ୍‌ରେ ଗୁପ୍ତରେ ପଠାଉଥିଲେ ବୋଲି ତଦନ୍ତରୁ ଜଣାପଡ଼ିଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ମୁଖ୍ୟ ଅଭିଯୁକ୍ତ ବସନ୍ତଙ୍କ ଜମାଖାତାକୁ ଯୁବତୀ ଜଣକ ବିଭିନ୍ନ ବାହାନାରେ ଲକ୍ଷାଧିକ ଟଙ୍କା ପଠାଇଥିବା ଜଣାପଡ଼ିଛି। ସେହିପରି ଅନ୍ୟମାନଙ୍କ ବ୍ୟାଙ୍କ ଜମାଖାତାକୁ କେତେ ଟଙ୍କା ଆସିଛି ତାହାର ଖୋଳତାଡ଼ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟ ଜିଲାର ୮୮,୨୮୯ ଚାଷୀଙ୍କୁ ୧୭.୮୮ କୋଟିର ସିଏମ୍‌-କିଷାନ ସହାୟତା

କୋରାପୁଟ, ୪।୯ (ଅମିତାଭ ବେହେରା): ରବି ଋତୁରେ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ସିଏମ୍‌-କିଷାନ ଯୋଜନାର ୫ମ କିସ୍ତି ଶୁକ୍ରବାର ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ ଓୟୁଏଟିର…

ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଦିଗପହଣ୍ଡି,୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପାଇକ ସାହି ନିକଟ ଶ୍ରୀକୃଷ୍ଣ ଚୈତନ୍ୟ ଆଶ୍ରମ ପରିସରରେ ଥିବା ଶ୍ରୀ ରାଧା ବିନୋଦ ବିହାରୀଜୀଉ(ରାଧାକୃଷ୍ଣ) ମନ୍ଦିରରେ ଭାଦ୍ରବ…

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ, ଶ୍ରୀକୃଷ୍ଣ ମେଳା

ଛତ୍ରପୁର, ୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଓ ଶ୍ରୀକୃଷ୍ଣ ମେଳା ବର୍ଣ୍ଣାଢ଼୍ୟ ପରିବେଶରେ ପାଳିତ…

ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏମିତି କହିଲେ ମିଥୁନ ଚକ୍ରବର୍ତ୍ତୀ, ସଭିଏଁ ଆଶ୍ଚର୍ଯ୍ୟ

କୋଲକାତା,୪।୯: ବରିଷ୍ଠ ଅଭିନେତା, ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ଏବଂ ପୂର୍ବତନ ଭାଜପା ରାଜ୍ୟ ସଭା ସାଂସଦ ମିଥୁନ ଚକ୍ରବର୍ତ୍ତୀ ଶୁକ୍ରବାର ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ…

ଦୂରଶିକ୍ଷା ପାଇଁ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟକୁ ଅନୁମତି

ପାଟଣା,୪ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧୀନରେ ଦୂରଶିକ୍ଷାରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ…

ଗଛରେ ପିଟହେଲା ଯାତ୍ରୀବାହୀ ବସ୍‌, ଚାଳକ ମୃତ, ୩୦ ଯାତ୍ରୀ ଆହ, ୧୦ ଗୁରୁତର

ନୟାଗଡ଼,୪।୯(ଲୋକନାଥ ମିଶ୍ର): ନୟାଗଡ଼ ବ୍ଲକ ଇଟାମାଟି ଥାନା ବାଉଁଶିଆପଡ଼ା ଜହ୍ନିପଦା ଛକ ନିକଟ ୫୭ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ…

ଡେବ୍ରିଗଡ଼ ଅଭୟାରଣ୍ୟ: ବିରଳ ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢୁଛି

ସାରା ଦେଶରେ ବିରଳ ତଥା ସଂରକ୍ଷିତ ଧାରା ‘ସିଡ୍ୟୁଲ-୧’ ଶ୍ରେଣୀଭୁକ୍ତ ବନ୍ୟପ୍ରାଣୀଙ୍କ ସଂଖ୍ୟା କମୁଥିବା ବେଳେ ଡେବ୍ରିଗଡ଼ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ହୀରାକୁଦ…

ଶୋଇଥିଲେ ସ୍ତ୍ରୀ-ସ୍ବାମୀ, ଭୁଶୁଡିଲା କାନ୍ଥ: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୪।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲଜ ଅନ୍ତର୍ଗତ ତୁଳସୀପୁର ଗ୍ରାମରେ ଏକ ଅଭାବନୀୟ ଘଟଣାରେ ସ୍ବାମୀର ମୃତ୍ୟୁ ହୋଇଯାଇଥିବାବେଳେ ସ୍ତ୍ରୀ ଗୁରୁତର ହୋଇ କେନ୍ଦ୍ରାପଡା ଡାକ୍ତରଖାନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri