Posted inରାଜ୍ୟ

ଗୌତମ ଦାସ ଓଡ଼ିଶା ଟପ୍ପର

ଭୁବନେଶ୍ୱର,୧୬।୯(ବ୍ୟୁରୋ) : ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସିଂ(ଏନ୍‌ଟିଏ) ଦ୍ୱାରା ପରିଚାଳିତ ଜେଇଇ(ମେନ୍‌)-୨୦୨୧ ଫଳ ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରକାଶ ପାଇଛି। ୪୪ଜଣ ପରୀକ୍ଷାର୍ଥୀ ୧୦୦ ପର୍ସେଣ୍ଟାଇଲ ମାର୍କ ହାସଲ କରିଛନ୍ତି। ତେବେ ପ୍ରଥମ ର଼୍ୟାଙ୍କରେ ମିଳିତ ଭାବେ ୧୮ ପରୀକ୍ଷାର୍ଥୀ ସ୍ଥାନ ପାଇଛନ୍ତି। ଓଡ଼ିଶାର ଗୌତମ ଦାସ ୯୯.୯୯ ପର୍ସେଣ୍ଟାଇଲ ମାର୍କ ରଖି ରାଜ୍ୟ ଟପ୍ପର ହେବା ସହ ସର୍ବଭାରତୀୟ ସ୍ତରରେ ୨୮ତମ ସ୍ଥାନରେ ରହିଛନ୍ତି। ସେହିପରି ତନୟା ଦୀକ୍ଷିତ ୯୯.୮୬ ପର୍ସେଣ୍ଟାଇଲ ରଖି ଝିଅଙ୍କ ବର୍ଗରେ ରାଜ୍ୟ ଟପ୍ପର ହୋଇଛନ୍ତି। ଜେଇଇ(ମେନ୍‌) ଫଳାଫଳ ସଂକ୍ରାନ୍ତ ସମସ୍ତ ତଥ୍ୟ ଅଫିସିଆଲ ୱେବ୍‌ସାଇଟ୍‌ jeemain.nta.nic.in କିମ୍ବା ntaresults.nic.inରେ ଉପଲବ୍ଧ ହୋଇଛି। ୪ଟି ପର୍ଯ୍ୟାୟରେ ହୋଇଥିବା ପରୀକ୍ଷା ଆଧାରରେ ଏହି ରେଜଲ୍ଟ ପ୍ରକାଶିତ ହୋଇଛି। ପ୍ରଥମଥର ପାଇଁ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୪ଥର ଅର୍ଥାତ୍‌ ଗତ ଫେବୃୟାରୀ, ମାର୍ଚ୍ଚ, ଜୁଲାଇ ଓ ସେପ୍ଟେମ୍ବରରେ ପରୀକ୍ଷା ହୋଇଥିଲା। ୧୨ଟି ଭାଷାରେ କମ୍ପ୍ୟୁଟର ବେସ୍‌ଡ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୯.୩୪ ଲକ୍ଷ ପରୀକ୍ଷାର୍ଥୀ ଜେଇଇ(ମେନ୍‌) ପାଇଁ ନାମ ପଞ୍ଜୀକରଣ କରିଥିଲେ। ଜେଇଇ(ମେନ୍‌)ରୁ ୨.୪୫ ଲକ୍ଷ ପରୀକ୍ଷାର୍ଥୀ ଜେଇଇ(ଆଡ୍‌ଭାନ୍ସଡ୍‌) ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆଇଆଇଟିରେ ନାମଲେଖା ପାଇଁ ଅକ୍ଟୋବର ୩ରେ ଜେଇଇ (ଆଡ଼ଭାନ୍ସଡ୍‌) ପରୀକ୍ଷା ହେବ ବୋଲି ଏନ୍‌ଟିଏ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଜେଇଇ ମେନ୍‌ ରାଜ୍ୟ ଟପ୍ପର ଗୌତମ ମଧ୍ୟ ନ୍ୟାଶନାଲ ଏଣ୍ଟ୍ରାନ୍ସ ସ୍କ୍ରିନିଂ ଟେଷ୍ଟ୍‌ (ଏନ୍‌ଇଏସ୍‌ଟି) ପରୀକ୍ଷାରେ ଓଡ଼ିଶାରେ ୧ ନମ୍ବର ଏବଂ ସର୍ବଭାରତୀୟ ସ୍ତରରେ ୬ଷ୍ଠ ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ଘର ବାଲେଶ୍ୱର ଜିଲାରେ ହୋଇଥିବାବେଳେ ସେ ଭୁବନେଶ୍ୱର ସାଇ ଇଣ୍ଟରନ୍ୟାଶନାଲ ସ୍କୁଲରେ ପାଠ ପଢ଼ୁଛନ୍ତି। ଏହାପୂର୍ବରୁ ସେ ବାଲେଶ୍ୱର ମଣିଖମ୍ବ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପଢ଼ୁଥିଲେ। ଭଲ ମାର୍କ ରଖିଥିବାରୁ ତାଙ୍କୁ ସାଇ ଇଣ୍ଟରନ୍ୟାଶନାଲ ସ୍କୁଲରେ ନାମ ଲେଖାଇବାର ସୁଯୋଗ ମିଳିଥିଲା। ନିଜ ସଫଳତାକୁ ନେଇ ଗୌତମ କହିଛନ୍ତି, ମାତାପିତା, ସମସ୍ତ ଶିକ୍ଷକଙ୍କ ସହଯୋଗ ଯୋଗୁ ଏହି ସଫଳତା ପାଇଛି। ଜେଇଇ ମେନ୍‌ ପାଇଁ ଦିନକୁ ୬ଘଣ୍ଟା ସମୟ ଦେଉଥିଲି। ସ୍କୁଲ ଓ କୋଚିଂ ଯିବା ସହିତ ମୁଁ ଏନ୍‌ସିଇଆର୍‌ଟି ବହି ପଢ଼ୁଥିଲି। ଗତବର୍ଷର ପ୍ରଶ୍ନପତ୍ର ଓ ଅନ୍ୟାନ୍ୟ ମଡେଲ ପ୍ରଶ୍ନପତ୍ର ବି ଅଭ୍ୟାସ କରୁଥିଲି। ଯଦିଓ କରୋନା ପାଇଁ ସାରା ଦେଶରେ ଭୟଙ୍କର ସ୍ଥିତି ଲାଗି ରହିଥିଲା, ତେବେ ମୋ ପାଠପଢ଼ାରେ ଏହା କିଛି ବ୍ୟାଘାତ ଦେଇ ନ ଥିଲା। କୋଚିଂ ଓ ସ୍କୁଲ ବନ୍ଦ ଥିବାରୁ ଘରେ ରହି ପାଠ ପଢ଼ିବା ପାଇଁ ବହୁତ ସମୟ ପାଇଲି। ପ୍ରଥମେ ପ୍ରଥମେ ଫିଜିକ୍ସ ମୋ ପାଇଁ କଷ୍ଟ ବିଷୟ ଥିଲା। କିନ୍ତୁ ଶିକ୍ଷକଙ୍କ ସହଯୋଗ ପରେ ଏହା ସହଜ ଲାଗିଥିଲା। ଜେଇଇ(ମେନ୍‌) ସରିଯାଇଛି। ଏବେ ଜେଇଇ(ଆଡ୍‌ଭାନ୍ସଡ୍‌) ପାଇଁ ପ୍ରସ୍ତୁତ ହେଉଛି। ସର୍ବଭାରତୀୟ ସ୍ତରରେ ଯଦି ୫୦ରୁ ୬୦ ଭିତରେ ର଼୍ୟାଙ୍କ ରଖିଦେବି ତେବେ ଆଇଆଇଟି ବମ୍ବେରେ ସିଟ୍‌ ମିଳିପାରିବ। ବମ୍ବେ ଆଇଆଇଟିରେ କମ୍ପ୍ୟୁଟର ସାଇନ୍ସରେ ବିଟେକ୍‌ କରିବାକୁ ଲକ୍ଷ୍ୟ ରଖିଛି। ଭବିଷ୍ୟତରେ ଜଣେ ଆଇଏଏସ୍‌ ଅଫିସର ହୋଇ ଦେଶ ସେବା କରିବାକୁ ଚାହେଁ ବୋଲି ଗୌତମ କହିଛନ୍ତି।
ସେପଟେ ଗୌତମଙ୍କ ଏହି ସଫଳତାକୁ ନେଇ ସ୍କୁଲ ଚେୟାରପର୍ସନ ଶିଳ୍ପୀ ସାହୁ ଶୁଭେଚ୍ଛା ଜଣାଇଛନ୍ତି। କଠିନ ପରିଶ୍ରମ ଓ ଅଧ୍ୟବସାୟ ଏହି ସଫଳତା ଦେଇଛି। ଗୌତମଙ୍କ ସଫଳତା ପାଇଁ କେବଳ ଆମ ସ୍କୁଲ ନୁହେଁ, ସାରା ରାଜ୍ୟ ଗର୍ବ ଅନୁଭବ କରୁଛି ବୋଲି ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଦିଗପହଣ୍ଡି,୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପାଇକ ସାହି ନିକଟ ଶ୍ରୀକୃଷ୍ଣ ଚୈତନ୍ୟ ଆଶ୍ରମ ପରିସରରେ ଥିବା ଶ୍ରୀ ରାଧା ବିନୋଦ ବିହାରୀଜୀଉ(ରାଧାକୃଷ୍ଣ) ମନ୍ଦିରରେ ଭାଦ୍ରବ…

ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏମିତି କହିଲେ ମିଥୁନ ଚକ୍ରବର୍ତ୍ତୀ, ସଭିଏଁ ଆଶ୍ଚର୍ଯ୍ୟ

କୋଲକାତା,୪।୯: ବରିଷ୍ଠ ଅଭିନେତା, ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ଏବଂ ପୂର୍ବତନ ଭାଜପା ରାଜ୍ୟ ସଭା ସାଂସଦ ମିଥୁନ ଚକ୍ରବର୍ତ୍ତୀ ଶୁକ୍ରବାର ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ…

ଦୂରଶିକ୍ଷା ପାଇଁ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟକୁ ଅନୁମତି

ପାଟଣା,୪ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧୀନରେ ଦୂରଶିକ୍ଷାରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ…

ଗଛରେ ପିଟହେଲା ଯାତ୍ରୀବାହୀ ବସ୍‌, ଚାଳକ ମୃତ, ୩୦ ଯାତ୍ରୀ ଆହ, ୧୦ ଗୁରୁତର

ନୟାଗଡ଼,୪।୯(ଲୋକନାଥ ମିଶ୍ର): ନୟାଗଡ଼ ବ୍ଲକ ଇଟାମାଟି ଥାନା ବାଉଁଶିଆପଡ଼ା ଜହ୍ନିପଦା ଛକ ନିକଟ ୫୭ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ…

ଡେବ୍ରିଗଡ଼ ଅଭୟାରଣ୍ୟ: ବିରଳ ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢୁଛି

ସାରା ଦେଶରେ ବିରଳ ତଥା ସଂରକ୍ଷିତ ଧାରା ‘ସିଡ୍ୟୁଲ-୧’ ଶ୍ରେଣୀଭୁକ୍ତ ବନ୍ୟପ୍ରାଣୀଙ୍କ ସଂଖ୍ୟା କମୁଥିବା ବେଳେ ଡେବ୍ରିଗଡ଼ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ହୀରାକୁଦ…

ଶୋଇଥିଲେ ସ୍ତ୍ରୀ-ସ୍ବାମୀ, ଭୁଶୁଡିଲା କାନ୍ଥ: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୪।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲଜ ଅନ୍ତର୍ଗତ ତୁଳସୀପୁର ଗ୍ରାମରେ ଏକ ଅଭାବନୀୟ ଘଟଣାରେ ସ୍ବାମୀର ମୃତ୍ୟୁ ହୋଇଯାଇଥିବାବେଳେ ସ୍ତ୍ରୀ ଗୁରୁତର ହୋଇ କେନ୍ଦ୍ରାପଡା ଡାକ୍ତରଖାନାରେ…

ତ୍ରିଶୂଳୀ ସୁଡ଼ଙ୍ଗ ଭିତରେ ‘ହରେ କୃଷ୍ଣ’ ଜପ କରୁଥିଲେ ସଞ୍ଜୟ; ଜନ୍ମାଷ୍ଟମୀରେ ମିଳିଲା ନୂଆ ଜୀବନ

କାଠମାଣ୍ଠୁ,୪।୯: ନେପାଳର ତ୍ରିଶୁଳିରେ ଥିବା ଏକ ଜଳବିଦ୍ୟୁତ ପ୍ରକଳ୍ପର ସୁଡ଼ଙ୍ଗରୁ ଶୁକ୍ରବାର ଦୁଇଜଣ ଶ୍ରମିକଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟା…

ସାମୁଦ୍ରିକ ଜୁଆର ମାଡ଼ରେ ଧସିଲା ୧୦୦ ଫୁଟ ଲମ୍ବର ଘେରିବନ୍ଧ, ଗାଁ ପ୍ରତି ଘନେଇଲା ବିପଦ

ମହାକାଳପଡ଼ା,୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ସାମୁଦ୍ରିକ ଝଡ଼ ଜୁଆର ମାଡ଼ିବା ଅଞ୍ଚଳକୁ ସୁରକ୍ଷା ବ୍ୟବସ୍ଥା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri