Posted inରାଜ୍ୟ

ଗୌତମ ଦାସ ଓଡ଼ିଶା ଟପ୍ପର

ଭୁବନେଶ୍ୱର,୧୬।୯(ବ୍ୟୁରୋ) : ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସିଂ(ଏନ୍‌ଟିଏ) ଦ୍ୱାରା ପରିଚାଳିତ ଜେଇଇ(ମେନ୍‌)-୨୦୨୧ ଫଳ ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରକାଶ ପାଇଛି। ୪୪ଜଣ ପରୀକ୍ଷାର୍ଥୀ ୧୦୦ ପର୍ସେଣ୍ଟାଇଲ ମାର୍କ ହାସଲ କରିଛନ୍ତି। ତେବେ ପ୍ରଥମ ର଼୍ୟାଙ୍କରେ ମିଳିତ ଭାବେ ୧୮ ପରୀକ୍ଷାର୍ଥୀ ସ୍ଥାନ ପାଇଛନ୍ତି। ଓଡ଼ିଶାର ଗୌତମ ଦାସ ୯୯.୯୯ ପର୍ସେଣ୍ଟାଇଲ ମାର୍କ ରଖି ରାଜ୍ୟ ଟପ୍ପର ହେବା ସହ ସର୍ବଭାରତୀୟ ସ୍ତରରେ ୨୮ତମ ସ୍ଥାନରେ ରହିଛନ୍ତି। ସେହିପରି ତନୟା ଦୀକ୍ଷିତ ୯୯.୮୬ ପର୍ସେଣ୍ଟାଇଲ ରଖି ଝିଅଙ୍କ ବର୍ଗରେ ରାଜ୍ୟ ଟପ୍ପର ହୋଇଛନ୍ତି। ଜେଇଇ(ମେନ୍‌) ଫଳାଫଳ ସଂକ୍ରାନ୍ତ ସମସ୍ତ ତଥ୍ୟ ଅଫିସିଆଲ ୱେବ୍‌ସାଇଟ୍‌ jeemain.nta.nic.in କିମ୍ବା ntaresults.nic.inରେ ଉପଲବ୍ଧ ହୋଇଛି। ୪ଟି ପର୍ଯ୍ୟାୟରେ ହୋଇଥିବା ପରୀକ୍ଷା ଆଧାରରେ ଏହି ରେଜଲ୍ଟ ପ୍ରକାଶିତ ହୋଇଛି। ପ୍ରଥମଥର ପାଇଁ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୪ଥର ଅର୍ଥାତ୍‌ ଗତ ଫେବୃୟାରୀ, ମାର୍ଚ୍ଚ, ଜୁଲାଇ ଓ ସେପ୍ଟେମ୍ବରରେ ପରୀକ୍ଷା ହୋଇଥିଲା। ୧୨ଟି ଭାଷାରେ କମ୍ପ୍ୟୁଟର ବେସ୍‌ଡ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୯.୩୪ ଲକ୍ଷ ପରୀକ୍ଷାର୍ଥୀ ଜେଇଇ(ମେନ୍‌) ପାଇଁ ନାମ ପଞ୍ଜୀକରଣ କରିଥିଲେ। ଜେଇଇ(ମେନ୍‌)ରୁ ୨.୪୫ ଲକ୍ଷ ପରୀକ୍ଷାର୍ଥୀ ଜେଇଇ(ଆଡ୍‌ଭାନ୍ସଡ୍‌) ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆଇଆଇଟିରେ ନାମଲେଖା ପାଇଁ ଅକ୍ଟୋବର ୩ରେ ଜେଇଇ (ଆଡ଼ଭାନ୍ସଡ୍‌) ପରୀକ୍ଷା ହେବ ବୋଲି ଏନ୍‌ଟିଏ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଜେଇଇ ମେନ୍‌ ରାଜ୍ୟ ଟପ୍ପର ଗୌତମ ମଧ୍ୟ ନ୍ୟାଶନାଲ ଏଣ୍ଟ୍ରାନ୍ସ ସ୍କ୍ରିନିଂ ଟେଷ୍ଟ୍‌ (ଏନ୍‌ଇଏସ୍‌ଟି) ପରୀକ୍ଷାରେ ଓଡ଼ିଶାରେ ୧ ନମ୍ବର ଏବଂ ସର୍ବଭାରତୀୟ ସ୍ତରରେ ୬ଷ୍ଠ ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ଘର ବାଲେଶ୍ୱର ଜିଲାରେ ହୋଇଥିବାବେଳେ ସେ ଭୁବନେଶ୍ୱର ସାଇ ଇଣ୍ଟରନ୍ୟାଶନାଲ ସ୍କୁଲରେ ପାଠ ପଢ଼ୁଛନ୍ତି। ଏହାପୂର୍ବରୁ ସେ ବାଲେଶ୍ୱର ମଣିଖମ୍ବ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପଢ଼ୁଥିଲେ। ଭଲ ମାର୍କ ରଖିଥିବାରୁ ତାଙ୍କୁ ସାଇ ଇଣ୍ଟରନ୍ୟାଶନାଲ ସ୍କୁଲରେ ନାମ ଲେଖାଇବାର ସୁଯୋଗ ମିଳିଥିଲା। ନିଜ ସଫଳତାକୁ ନେଇ ଗୌତମ କହିଛନ୍ତି, ମାତାପିତା, ସମସ୍ତ ଶିକ୍ଷକଙ୍କ ସହଯୋଗ ଯୋଗୁ ଏହି ସଫଳତା ପାଇଛି। ଜେଇଇ ମେନ୍‌ ପାଇଁ ଦିନକୁ ୬ଘଣ୍ଟା ସମୟ ଦେଉଥିଲି। ସ୍କୁଲ ଓ କୋଚିଂ ଯିବା ସହିତ ମୁଁ ଏନ୍‌ସିଇଆର୍‌ଟି ବହି ପଢ଼ୁଥିଲି। ଗତବର୍ଷର ପ୍ରଶ୍ନପତ୍ର ଓ ଅନ୍ୟାନ୍ୟ ମଡେଲ ପ୍ରଶ୍ନପତ୍ର ବି ଅଭ୍ୟାସ କରୁଥିଲି। ଯଦିଓ କରୋନା ପାଇଁ ସାରା ଦେଶରେ ଭୟଙ୍କର ସ୍ଥିତି ଲାଗି ରହିଥିଲା, ତେବେ ମୋ ପାଠପଢ଼ାରେ ଏହା କିଛି ବ୍ୟାଘାତ ଦେଇ ନ ଥିଲା। କୋଚିଂ ଓ ସ୍କୁଲ ବନ୍ଦ ଥିବାରୁ ଘରେ ରହି ପାଠ ପଢ଼ିବା ପାଇଁ ବହୁତ ସମୟ ପାଇଲି। ପ୍ରଥମେ ପ୍ରଥମେ ଫିଜିକ୍ସ ମୋ ପାଇଁ କଷ୍ଟ ବିଷୟ ଥିଲା। କିନ୍ତୁ ଶିକ୍ଷକଙ୍କ ସହଯୋଗ ପରେ ଏହା ସହଜ ଲାଗିଥିଲା। ଜେଇଇ(ମେନ୍‌) ସରିଯାଇଛି। ଏବେ ଜେଇଇ(ଆଡ୍‌ଭାନ୍ସଡ୍‌) ପାଇଁ ପ୍ରସ୍ତୁତ ହେଉଛି। ସର୍ବଭାରତୀୟ ସ୍ତରରେ ଯଦି ୫୦ରୁ ୬୦ ଭିତରେ ର଼୍ୟାଙ୍କ ରଖିଦେବି ତେବେ ଆଇଆଇଟି ବମ୍ବେରେ ସିଟ୍‌ ମିଳିପାରିବ। ବମ୍ବେ ଆଇଆଇଟିରେ କମ୍ପ୍ୟୁଟର ସାଇନ୍ସରେ ବିଟେକ୍‌ କରିବାକୁ ଲକ୍ଷ୍ୟ ରଖିଛି। ଭବିଷ୍ୟତରେ ଜଣେ ଆଇଏଏସ୍‌ ଅଫିସର ହୋଇ ଦେଶ ସେବା କରିବାକୁ ଚାହେଁ ବୋଲି ଗୌତମ କହିଛନ୍ତି।
ସେପଟେ ଗୌତମଙ୍କ ଏହି ସଫଳତାକୁ ନେଇ ସ୍କୁଲ ଚେୟାରପର୍ସନ ଶିଳ୍ପୀ ସାହୁ ଶୁଭେଚ୍ଛା ଜଣାଇଛନ୍ତି। କଠିନ ପରିଶ୍ରମ ଓ ଅଧ୍ୟବସାୟ ଏହି ସଫଳତା ଦେଇଛି। ଗୌତମଙ୍କ ସଫଳତା ପାଇଁ କେବଳ ଆମ ସ୍କୁଲ ନୁହେଁ, ସାରା ରାଜ୍ୟ ଗର୍ବ ଅନୁଭବ କରୁଛି ବୋଲି ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?