Posted inଜାତୀୟ

ଭାରତ ଗଠନ କରିବ ରକେଟ ଫୋର୍ସ, ଚାଇନା-ପାକିସ୍ତାନର ବଢ଼ିଲା ଚିନ୍ତା…

ନୂଆଦିଲ୍ଲୀ,୧୬।୯: ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଭାରତ ପକ୍ଷରୁ ରକେଟ ଫୋର୍ସ ଗଠନ କରାଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାଦ୍ୱାରା ଏଲ୍‌ଓସି ଏବଂ ଏଲ୍‌ଏସିରେ ଭାରତୀୟ ସେନାର ଶକ୍ତି ବୃଦ୍ଧି ପାଇବ ବୋଲି ତିନି ବାହିନୀର ମୁଖ୍ୟ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫସ୍‌(ସିଡିଏସ୍‌) ବିପିନ ରାଓ୍ବତ ସୂଚନା ଦେଇଛନ୍ତି। ଏହା ଦ୍ୱାରା ଚାଇନାର ବିସ୍ତାରବାଦୀ ନୀତି ଏବଂ ପାକିସ୍ତାନର ଚେତାବନୀର ମୁକାବିଲା କରାଯାଇ ପାରିବ ବୋଲି ସେ କହିଛନ୍ତି। ଦେଶର ସାମରିକ ଶକ୍ତି ପ୍ରତି ସୃଷ୍ଟି ହେଉଥିବା ଆହ୍ବାନ, ସୁରକ୍ଷା ସିଦ୍ଧାନ୍ତ ଏବଂ ସଶସ୍ତ୍ର ବାହିନୀରେ ସଂସ୍କାର ପ୍ରକ୍ରିୟା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଉଥିବା ସେ ପ୍ରକାଶ କରିଛନ୍ତି। ଭାରତର ଦୁଇ ଶତ୍ରୁ ପଡୋଶୀ ଦେଶ ସହ ସୀମା ବିବାଦ ଲାଗି ରହିଛିି। ଅତୀତରେ ଚାଇନା ଏବଂ ପାକିସ୍ତାନ ବହୁଥର ସୀମାରେ ଉତ୍ତେଜନା ସୃଷ୍ଟି କରିଛନ୍ତି। ତେଣୁ ଜାତୀୟ ସୁରକ୍ଷା ସହ ଜଡିତ ଆହ୍ବାନର ମୁକାବିଲା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ଅପରିହାର୍ଯ୍ୟ ହୋଇପଡ଼ିଛି।

ସିଡିଏସ୍‌ ବିପିନ ରାୱତ ଖୋଲାଖୋଲି ଭାବେ କହିଛନ୍ତି ଯେ ପାକିସ୍ତାନ ଏହାର ଚିର ସବୁଜ ବନ୍ଧୁ ଚାଇନା ସହଯୋଗରେ ଭାରତ ବିରୋଧରେ ଛାୟା ଯୁଦ୍ଧ ଜାରି ରଖିଛି। ଜମ୍ମୁ-କଶ୍ମୀର ଏଲ୍‌ଓସିରେ ପାକିସ୍ତାନ ଛାୟା ଯୁଦ୍ଧ କରୁଛି। ସମ୍ପ୍ରତି ପଞ୍ଜାବ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ସମାନ ପ୍ରକାର ଯୁଦ୍ଧ ଆରମ୍ଭ କରିବାକୁ ଚେଷ୍ଟା କରାଯାଉଛି।

ସେହିପରି ଚାଇନା ମଧ୍ୟ ଦେଶର ଉତ୍ତର ସୀମାରେ ନିଜର ଶକ୍ତି ଦେଖାଇବା ଆରମ୍ଭ କରିଛି। ଦକ୍ଷିଣ ସାଗରରେ ଚାଇନାର ବିସ୍ତାରବାଦୀ ନୀତି ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ବର୍ତ୍ତମାନ ଭାରତକୁ ଟେକ୍ନୋଲୋଜି ସହିତ ଏଭଳି ଆକ୍ରମଣର ସାମ୍ନା କରିବାକୁ ପଡିବ। ଏ

ଥିପାଇଁ ତିନି ବାହିନୀଙ୍କୁ ଏକାଠି କାମ କରିବାର ଆବଶ୍ୟକତା ରହିଛି। ଯାହାଦ୍ୱ୧ାରା ଚ୍ୟାଲେଞ୍ଜ୍‌ ଗୁଡିକ ଉପରେସହଜରେ ବିଜୟ ଲାଭ କରିହେବ ବୋଲି ସେ କହିଛନ୍ତି। ପଶ୍ଚିମ-ଉତ୍ତର ସୀମାରେ ଥିଏଟର କମାଣ୍ଡ କରାଯିବା ଯୋଜନା ରହିଛି।

ଭାରତ ପାଇଁ ନୂତନ ବିପଦ, ଆଫଗାନିସ୍ତାନରେ ତାଲିବାନ ଶାସନ ସହ ଜଡିତ ପ୍ରଶ୍ନ ଉପରେ ସିଡିଏସ୍‌ କହିଛନ୍ତି ଯେ,ତାଲିବାନ ଆଫଗାନିସ୍ତାନକୁ ଏତେ ଶୀଘ୍ର ଦଖଲ କରିବ ବୋଲି କେହି ଭାବି ନ ଥିଲେ। ତେବେ ସମୟ ସବୁକିଛି ସ୍ପଷ୍ଟ କରିବ। ଭାରତକୁ କେବଳ ଧର୍ଯ୍ୟର ସହିତ ଅପେକ୍ଷା କରିବାକୁ ପଡିବ। ଆଫଗାନିସ୍ତାନର ଭବିଷ୍ୟତ କ’ଣ ହେବ ତାହା ଜଣାନାହିଁ। ବର୍ତ୍ତମାନ ସେଠାରେ ପରିସ୍ଥିତିରେ ଅଧିକ ପରିବର୍ତ୍ତନ ଆସିବାର ଆଶା ରହିଛି। କିନ୍ତୁ ପରିବର୍ତ୍ତନ କିଭଳି ହେବ ସେ ବିଷୟରେ ଅନୁମାନ କରିବା କଷ୍ଟକର।

ଏହା ସହିତ ଜେନେରାଲ ରାୱତ ଚେତାବନୀ ଦେଇଛନ୍ତି ଯେ ଆଫଗାନିସ୍ତାନରେ ଚାଇନା ନିଜର ଗୁରୁତ୍ୱ ପ୍ରତିଷ୍ଠା କରିବାକୁ ଚାହୁଁଛି। ଏପରି ହେଲେ ସମୟ ସହିତ ଭାରତ-ଚାଇନା ମଧ୍ୟରେ ଉତ୍ତେଜନା ଅଧିକ ବୃଦ୍ଧି ପାଇବାର ଆଶଙ୍କା ଅଛି। ଏଭଳି ପରିସ୍ଥିତିରେ ପଶ୍ଚିମରେ ପାକିସ୍ତାନ ଏବଂ ଉତ୍ତରରେ ଚାଇନାକୁ ନେଇ ଭାରତୀୟ ସେନା ସମ୍ମୁଖରେ ଦୁଇଟି ଚ୍ୟାଲେଞ୍ଜ ରହିଛି।

ଏହାର ମୁକାବିଲା କରିବା ପାଇଁ କେବଳ ଉଭୟ କ୍ଷେତ୍ରରେ ଥିଏଟର କମାଣ୍ଡ ପ୍ରତିଷ୍ଠା ସହିତ ରକେଟ ଫୋର୍ସ ସୃଷ୍ଟି ଗଠନ କରିବା ଅପରିହାର୍ଯ୍ୟ ହୋଇପଡ଼ିଛି। ଜାତୀୟ ନିରାପତ୍ତା ପାଇଁ ସୃଷ୍ଟି ହେଉଥିବା ଆହ୍ବାନଗୁଡିକ ମୁକାବିଲା ଲାଗି ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ତିନି ସେନା ମଧ୍ୟରେ ଉତ୍ତମ ସମନ୍ବୟ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri