Posted inଜାତୀୟ

ଭାରତ ଗଠନ କରିବ ରକେଟ ଫୋର୍ସ, ଚାଇନା-ପାକିସ୍ତାନର ବଢ଼ିଲା ଚିନ୍ତା…

ନୂଆଦିଲ୍ଲୀ,୧୬।୯: ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଭାରତ ପକ୍ଷରୁ ରକେଟ ଫୋର୍ସ ଗଠନ କରାଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାଦ୍ୱାରା ଏଲ୍‌ଓସି ଏବଂ ଏଲ୍‌ଏସିରେ ଭାରତୀୟ ସେନାର ଶକ୍ତି ବୃଦ୍ଧି ପାଇବ ବୋଲି ତିନି ବାହିନୀର ମୁଖ୍ୟ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫସ୍‌(ସିଡିଏସ୍‌) ବିପିନ ରାଓ୍ବତ ସୂଚନା ଦେଇଛନ୍ତି। ଏହା ଦ୍ୱାରା ଚାଇନାର ବିସ୍ତାରବାଦୀ ନୀତି ଏବଂ ପାକିସ୍ତାନର ଚେତାବନୀର ମୁକାବିଲା କରାଯାଇ ପାରିବ ବୋଲି ସେ କହିଛନ୍ତି। ଦେଶର ସାମରିକ ଶକ୍ତି ପ୍ରତି ସୃଷ୍ଟି ହେଉଥିବା ଆହ୍ବାନ, ସୁରକ୍ଷା ସିଦ୍ଧାନ୍ତ ଏବଂ ସଶସ୍ତ୍ର ବାହିନୀରେ ସଂସ୍କାର ପ୍ରକ୍ରିୟା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଉଥିବା ସେ ପ୍ରକାଶ କରିଛନ୍ତି। ଭାରତର ଦୁଇ ଶତ୍ରୁ ପଡୋଶୀ ଦେଶ ସହ ସୀମା ବିବାଦ ଲାଗି ରହିଛିି। ଅତୀତରେ ଚାଇନା ଏବଂ ପାକିସ୍ତାନ ବହୁଥର ସୀମାରେ ଉତ୍ତେଜନା ସୃଷ୍ଟି କରିଛନ୍ତି। ତେଣୁ ଜାତୀୟ ସୁରକ୍ଷା ସହ ଜଡିତ ଆହ୍ବାନର ମୁକାବିଲା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ଅପରିହାର୍ଯ୍ୟ ହୋଇପଡ଼ିଛି।

ସିଡିଏସ୍‌ ବିପିନ ରାୱତ ଖୋଲାଖୋଲି ଭାବେ କହିଛନ୍ତି ଯେ ପାକିସ୍ତାନ ଏହାର ଚିର ସବୁଜ ବନ୍ଧୁ ଚାଇନା ସହଯୋଗରେ ଭାରତ ବିରୋଧରେ ଛାୟା ଯୁଦ୍ଧ ଜାରି ରଖିଛି। ଜମ୍ମୁ-କଶ୍ମୀର ଏଲ୍‌ଓସିରେ ପାକିସ୍ତାନ ଛାୟା ଯୁଦ୍ଧ କରୁଛି। ସମ୍ପ୍ରତି ପଞ୍ଜାବ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ସମାନ ପ୍ରକାର ଯୁଦ୍ଧ ଆରମ୍ଭ କରିବାକୁ ଚେଷ୍ଟା କରାଯାଉଛି।

ସେହିପରି ଚାଇନା ମଧ୍ୟ ଦେଶର ଉତ୍ତର ସୀମାରେ ନିଜର ଶକ୍ତି ଦେଖାଇବା ଆରମ୍ଭ କରିଛି। ଦକ୍ଷିଣ ସାଗରରେ ଚାଇନାର ବିସ୍ତାରବାଦୀ ନୀତି ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ବର୍ତ୍ତମାନ ଭାରତକୁ ଟେକ୍ନୋଲୋଜି ସହିତ ଏଭଳି ଆକ୍ରମଣର ସାମ୍ନା କରିବାକୁ ପଡିବ। ଏ

ଥିପାଇଁ ତିନି ବାହିନୀଙ୍କୁ ଏକାଠି କାମ କରିବାର ଆବଶ୍ୟକତା ରହିଛି। ଯାହାଦ୍ୱ୧ାରା ଚ୍ୟାଲେଞ୍ଜ୍‌ ଗୁଡିକ ଉପରେସହଜରେ ବିଜୟ ଲାଭ କରିହେବ ବୋଲି ସେ କହିଛନ୍ତି। ପଶ୍ଚିମ-ଉତ୍ତର ସୀମାରେ ଥିଏଟର କମାଣ୍ଡ କରାଯିବା ଯୋଜନା ରହିଛି।

ଭାରତ ପାଇଁ ନୂତନ ବିପଦ, ଆଫଗାନିସ୍ତାନରେ ତାଲିବାନ ଶାସନ ସହ ଜଡିତ ପ୍ରଶ୍ନ ଉପରେ ସିଡିଏସ୍‌ କହିଛନ୍ତି ଯେ,ତାଲିବାନ ଆଫଗାନିସ୍ତାନକୁ ଏତେ ଶୀଘ୍ର ଦଖଲ କରିବ ବୋଲି କେହି ଭାବି ନ ଥିଲେ। ତେବେ ସମୟ ସବୁକିଛି ସ୍ପଷ୍ଟ କରିବ। ଭାରତକୁ କେବଳ ଧର୍ଯ୍ୟର ସହିତ ଅପେକ୍ଷା କରିବାକୁ ପଡିବ। ଆଫଗାନିସ୍ତାନର ଭବିଷ୍ୟତ କ’ଣ ହେବ ତାହା ଜଣାନାହିଁ। ବର୍ତ୍ତମାନ ସେଠାରେ ପରିସ୍ଥିତିରେ ଅଧିକ ପରିବର୍ତ୍ତନ ଆସିବାର ଆଶା ରହିଛି। କିନ୍ତୁ ପରିବର୍ତ୍ତନ କିଭଳି ହେବ ସେ ବିଷୟରେ ଅନୁମାନ କରିବା କଷ୍ଟକର।

ଏହା ସହିତ ଜେନେରାଲ ରାୱତ ଚେତାବନୀ ଦେଇଛନ୍ତି ଯେ ଆଫଗାନିସ୍ତାନରେ ଚାଇନା ନିଜର ଗୁରୁତ୍ୱ ପ୍ରତିଷ୍ଠା କରିବାକୁ ଚାହୁଁଛି। ଏପରି ହେଲେ ସମୟ ସହିତ ଭାରତ-ଚାଇନା ମଧ୍ୟରେ ଉତ୍ତେଜନା ଅଧିକ ବୃଦ୍ଧି ପାଇବାର ଆଶଙ୍କା ଅଛି। ଏଭଳି ପରିସ୍ଥିତିରେ ପଶ୍ଚିମରେ ପାକିସ୍ତାନ ଏବଂ ଉତ୍ତରରେ ଚାଇନାକୁ ନେଇ ଭାରତୀୟ ସେନା ସମ୍ମୁଖରେ ଦୁଇଟି ଚ୍ୟାଲେଞ୍ଜ ରହିଛି।

ଏହାର ମୁକାବିଲା କରିବା ପାଇଁ କେବଳ ଉଭୟ କ୍ଷେତ୍ରରେ ଥିଏଟର କମାଣ୍ଡ ପ୍ରତିଷ୍ଠା ସହିତ ରକେଟ ଫୋର୍ସ ସୃଷ୍ଟି ଗଠନ କରିବା ଅପରିହାର୍ଯ୍ୟ ହୋଇପଡ଼ିଛି। ଜାତୀୟ ନିରାପତ୍ତା ପାଇଁ ସୃଷ୍ଟି ହେଉଥିବା ଆହ୍ବାନଗୁଡିକ ମୁକାବିଲା ଲାଗି ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ତିନି ସେନା ମଧ୍ୟରେ ଉତ୍ତମ ସମନ୍ବୟ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲେ ସୁନା ଝିଅ ଲଭଲିନା: ମେରିକମ୍‌ଙ୍କୁ ପଛରେ ପକାଇ କଲେ କମାଲ୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ ବକ୍ସିଂ ପାଇଁ ଆସିଛି ବଡ଼ ଖୁସି ଖବର। ୨୦୨୬ ଏସିଆନ ଗେମ୍ସରେ ମହିଳା ୭୫ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ବକ୍ସର…

ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…

ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ଅକ୍ଟୋବର ୪ରୁ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର, ଲିଟର ପିଛା….

ଭୁବନେଶ୍ୱର,୨।୧: ଅକ୍ଟୋବର ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର । ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେସନ୍ (ଓମ୍‌ଫେଡ୍) ପକ୍ଷରୁ ବିଭିନ୍ନ ପ୍ରକାର କ୍ଷୀରର…

କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌: ଅଚାନକ ମିଳିଲା..

ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି…

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?