Home

ବାକ୍ସ ଭିତରେ ବନ୍ଦ ରହିଲେ ହଜାର ହଜାର ସଂଖ୍ୟାରେ ମହିଳା, ଶିଶୁ

ବେଜିଂ,୧୨ା୧: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ପୁଣି ସ୍ଥିତିକୁ ବିଗାଡ଼ି ଦେଇଛି। ଏହି ଭାଇରସର ପ୍ରକୋପ ଚାଇନାର ଅନୟାଙ୍ଗ ସମେତ ଆଉ କିଛି ସହରରେ ମଧ୍ୟ ବଢ଼ିଚାଲିଛି। ତେଣୁ ଚାଇନାର କିଛି ସହରକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଚାଇନାର ‘ଜିରୋ କୋଭିଡ୍‌…

ପଞ୍ଚାୟତ ନିର୍ବାଚନ ପାଇଁ ଗାଇଡ୍‌ଲାଇନ୍‌ ଜାରି

ଭୁବନେଶ୍ୱର,୧୨ା୧(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପାଇଁ ଗାଇଡ୍‌ଲାଇନ୍‌ ଜାରି ହୋଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏସ୍‌ଆର୍‌ସି ଏହି ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ପ୍ରଚାର ସମୟରେ ବହୁଜନ ସମାବେଶ ଉପରେ ରୋକ ଲଗାଇଛନ୍ତି। ସର୍ବାଧିକ ୧୦୦ ଜଣରେ ରାଜନୈତିକ ସମାବେଶକୁ ଅନୁମତି ମିଳିଛି।…

ରାଜ୍ୟରେ ବଢ଼ିଲା ମେଡିକାଲ ସିଟ୍‌ ସଂଖ୍ୟା

ଭୁବନେଶ୍ୱର,୧୨ା୧(ବ୍ୟୁରୋ): ରାଜ୍ୟରେ ଚଳିତବର୍ଷ ମେଡିକାଲ ସିଟ୍‌ ସଂଖ୍ୟା ବଢ଼ିଛି। ୧୩୫୦ରୁ ଏହି ସିଟ୍‌ ସଂଖ୍ୟା ବୃଦ୍ଧି ପାଇ ୧୪୫୦ ହୋଇଛି। ପ୍ରଥମଥର ପାଇଁ ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପାଇଁ ୧୦୦ ସିଟ୍‌ରେ ଛାତ୍ରୀଛାତ୍ର ଆଡମିଶନ କରିବେ। ବୁଧବାରଠାରୁ ଏନେଇ କାଉନସେଲିଂ…

ବ୍ୟାଙ୍କ ଲକରରୁ ଲୁଟିନେଲେ କୋଟିଏ ଟଙ୍କାର ସୁନାଗହଣା

ରାସୋଳ,୧୨ା୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରାସୋଳ ବଜାର ନିକଟରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ମଙ୍ଗଳବାର ଅପରାହ୍ନରେ ସଶସ୍ତ୍ର ଡକାୟତି ହୋଇଛି। ୪ଜଣ ଦୁର୍ବୃତ୍ତ ବ୍ୟାଙ୍କ ଲକରରୁ ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ସମେତ ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା…

କରୋନା ପରେ ଏବେ ନିମୋନିଆ

ବମ୍ବେ: କରୋନା ପରେ ସୁରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ନିମୋନିଆ। ଫଳରେ ଚିକିତ୍ସା କରୁଥିବା ଡାକ୍ତରଙ୍କ ଚିନ୍ତା ବଢ଼ିଛି। ସେ କରୋନାରେ ଆକ୍ରାନ୍ତ ହେବାପରେ ତାଙ୍କୁ ମୁମ୍ବାଇର ବ୍ରିଚ୍‌କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଛି। ସେ ଆହୁରି ୧୦ରୁ…

ଢାବାରେ ଛେପ ପକାଇ କରୁଥିଲେ ରୁଟି; ଭିଡିଓ ଭାଇରାଲ ହେବା ପରେ…

ହେୟାର ଷ୍ଟାଇଲିଷ୍ଟ ଜାଭେଦ ହବିବଙ୍କ ‘ଛେପ ପକାବା’ ଘଟଣା ଏଯାଏ ଶାନ୍ତ ପଡ଼ି ନ ଥିବା ବେଳେ ଏବେ ଖାଦ୍ୟରେ ଛେପ ପକାଇବାର ଆଉ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଏନେଇ ଏକ ଭିଡିଓ ଭାଇରାଲ ହେଉଛି।…

ଅର୍ଜୁନ-ମଲାଇକାଙ୍କ ବ୍ରେକ୍‌ଅପ୍‌; ୬ ଦିନ ହେଲାଣି ଘରୁ ବାହାରୁ ନାହାନ୍ତି ଅଭିନେତ୍ରୀ

ବମ୍ବେ: ଅଲଗା ହୋଇଛନ୍ତି ବଲିଉଡ୍‌ର ସବୁଠାରୁ ହଟ୍‌ କପଲ୍‌। ପ୍ରେମିକ ଅର୍ଜୁନ କପୁରଙ୍କଠାରୁ ସମ୍ପର୍କ ଛିନ୍ନ କରିଛନ୍ତି ମଲାଇକା ଅରୋରା। ଫଳରେ ଦୀର୍ଘ ଚାରି ବର୍ଷର ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। କିଛି ବର୍ଷ ପୂର୍ବେ…

ପ୍ରିୟଙ୍କା ଗାନ୍ଧୀଙ୍କ ଜନ୍ମଦିନରେ ଭାବପ୍ରବଣ ହେଲେ ସ୍ବାମୀ

ନୂଆଦିଲ୍ଲୀ,୧୨ା୧: ଆଜି ହେଉଛି କଂଗ୍ରେସ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ ଜନ୍ମଦିନ। ପ୍ରିୟଙ୍କା ୧୨ ଜାନୁୟାରୀ ୧୯୭୨ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଏହି ଅବସରରେ ସ୍ବାମୀ ରବର୍ଟ ଭଦ୍ରା ଭାବପ୍ରବଣ ହୋଇଛନ୍ତି। ପ୍ରିୟଙ୍କାଙ୍କୁ ଜନ୍ମଦିନର ସବୁଠୁ ସୁନ୍ଦର ଶୁଭେଚ୍ଛା ଜଣାଇଛନ୍ତି ରବର୍ଟ। ସୋସିଆଲ…

ବିନା ହେଲମେଟ, ମାସ୍କରେ ନଜର ଆସିଲେ ଦୁଇ ଅଭିନେତା, ପ୍ରଶଂସକ କହିଲେ…

ମୁମ୍ବାଇ: କରୋନା ମହାମାରୀ ସମୟରେ ସୁପରଷ୍ଟାର ଅକ୍ଷୟ କୁମାର ଏବଂ ଇମ୍ରାନ ହାସମୀ ବିନା ମାସ୍କ, ହେଲ୍‌ମେଟରେ ରାଜପଥରେ ସେଲ୍‌ଫି ନେଉଥିବାର ନଜର ଆସିଛନ୍ତି। ଏହି ଫଟୋକୁ ନେଇ ଉଭୟେ ସୋସିଆଲ ମିଡିଆରେ ଏବେ ଟ୍ରେଣ୍ଡ କରୁଛନ୍ତି। ପ୍ରଶଂସକମାନେ ତାଙ୍କୁ ପ୍ରଶ୍ନ…

ଘର ତିଆରି ପାଇଁ ଟଙ୍କା ମାଗିବା ମଧ୍ୟ ଯୌତୁକ, ସୁପ୍ରିମ୍‌କୋର୍ଟଙ୍କ ରାୟ…

ନୂଆଦିଲ୍ଲୀ, ୧୨।୧ : ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି ଯେ ଘର ତିଆରି ପାଇଁ ଶାଶୁଘରରୁ ଟଙ୍କା ମାଗିବାକୁ ମଧ୍ୟ ଯୌତୁକ ଭାବେ ବିବେଚନା କରାଯିବ। ସୁପ୍ରିମକୋର୍ଟ ଏହାକୁ ଅପରାଧ ବୋଲି କହିଛନ୍ତି। ଏଥିସହିତ କୋର୍ଟ ଏକ ମାମଲାରେ ଦୋଷୀ…

ପବ୍‌ଜି ଖେଳୁଖେଳୁ ପଶ୍ଚିମବଙ୍ଗର ଯୁବକଙ୍କ ପ୍ରେମରେ ପଡ଼ିଲେ ଯୁବତୀ, ଏଭଳି ପଦକ୍ଷେପ ନେଲେ ଯେ…

ପ୍ରେମ କେତେବେଳେ, କେଉଁଠି ଏବଂ କାହା ସହ ହୋଇଯାଏ ଜାଣିହୁଏନା। ଅନେକ ପ୍ରେମକାହାଣୀ ଏପରି ଅଛି ଯାହାର ଚର୍ଚ୍ଚା ଆଜି ବି ହୋଇଥାଏ। ସେହିଭଳି କିଛି ପ୍ରେମକାହାଣୀ ଆଶ୍ଚର୍ଯ୍ୟ କରେ। ଏପରି ଏକ ପ୍ରେମକାହାଣୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ…

କରୋନାରୁ ସୁସ୍ଥ ହେଲେ ଏହି ଅଭିନେତ୍ରୀ, ଫଟୋ ଶେୟାର କରି ଲେଖିଲେ ଏମିତି

ମୁମ୍ବାଇ: ସମଗ୍ର ଦେଶରେ କରୋନା ମହାମାରୀ ତୀବ୍ର ଗତିରେ ମାଡ଼ିଚାଲିଛି। ଜଣଙ୍କ ପରେ ଜଣେ ବଲିଉଡ୍‌ କଳାକାର କରୋନାରେ ଆକ୍ରାନ୍ତ ହେଉଥିବା ଜାଣିବାକୁ ମିଳୁଛି। ଜାହ୍ନବୀ କପୁର ଏବଂ ତାଙ୍କ ସାନ ଭଉଣୀ ଖୁସି କପୁର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri