ପୁଟିନ୍‌ଙ୍କ ଘାତକ ଅଭିସନ୍ଧି

ମସ୍କୋ,୨୩ା୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଆବଶ୍ୟକ ମନେକଲେ ଦେଶ ବାହାରେ ମଧ୍ୟ ସାମରିକ ବଳ ପ୍ରୟୋଗ କରିପାରିବେ। ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ମଙ୍ଗଳବାର ରୁଷିଆ ପାର୍ଲାମେଣ୍ଟର ମଞ୍ଜୁରୀ ମିଳିଛି। ରୁଷୀୟ ଏମ୍‌ପିମାନଙ୍କ ଏହି ଅନୁମୋଦନ ୟୁକ୍ରେନ୍‌ ଉପରେ ୬୯ ବର୍ଷୀୟ ନ୍ୟାଶନାଲିଷ୍ଟ ଷ୍ଟ୍ରଙ୍ଗ୍‌ମ୍ୟାନ୍‌ଙ୍କୁ ସେନା ଆକ୍ରମଣର କ୍ଷମତା ପ୍ରଦାନ କରିଛି। ପୁଟିନ୍‌ କୌଣସି ସମୟରେ ପଡ଼ୋଶୀ ୟୁକ୍ରେନ୍‌ ଉପରେ ଗୁଳିଗୋଳା ବର୍ଷଣ ନିର୍ଦ୍ଦେଶ ଦେଇପାରନ୍ତି ବୋଲି ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଦେଇଥିବା ମନ୍ତବ୍ୟକୁ ସଦ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଯଥାର୍ଥ ପ୍ରମାଣିତ କରିଛି।
ୟୁରୋପୀୟ ନେତାଙ୍କ ମତରେ ରୁଷିଆ ସୈନ୍ୟ ବିଦ୍ରୋହୀଙ୍କ ଦଖଲରେ ଥିବା ୟୁକ୍ରେନ ପୂର୍ବାଞ୍ଚଳରେ ତମ୍ବୁ ପକାଇଛନ୍ତି। ଡୋନେସ୍କ ଓ ଲୁହାନସ୍କକୁ ପୁଟିନ ସ୍ବାଧୀନ ଘୋଷଣା କରିବା ପରେ ତାଙ୍କର ପରବର୍ତ୍ତୀ ଆକ୍ସନ ପ୍ଲାନ କ’ଣ ବୋଲି ସାରା ବିଶ୍ୱ ଅନେଇ ବସିଥିବାବେଳେ ରାଷ୍ଟ୍ରପତିଙ୍କ ଉପରେ ରୁଷିଆବାସୀ ଆସ୍ଥା ପ୍ରକଟ କରିଛନ୍ତି। ଫେଡେରାଲ ଆସେମ୍ବ୍ଲିର ଉଚ୍ଚସଦନ ଫେଡେରେଶନ କାଉନସିଲରେ ସର୍ବସମ୍ମତି କ୍ରମେ ଦେଶ ବାହାରେ ସାମରିକ ବଳ ପ୍ରୟୋଗର କ୍ଷମତା ଦେବା ସପକ୍ଷରେ ଭୋଟ ମିଳିଛି। ରୁଷିଆ ସମର୍ଥିତ ବିଚ୍ଛିନ୍ନତାବାଦୀଙ୍କ ଦଖଲରେ ଥିବା ଏହି ଅଶାନ୍ତ ଅଞ୍ଚଳରେ ବିଦ୍ରୋହୀ ଓ ୟୁକ୍ରେନ ସୈନ୍ୟଙ୍କ ସଂଘର୍ଷରେ ୨୦୧୪ରୁ ପ୍ରାୟ ୧୪ ହଜାର ଲୋକଙ୍କ ଜୀବନ ଗଲାଣି। ସୀମାରେ ଉତ୍ତେଜନା ବୃଦ୍ଧି ସହ ଯୁଦ୍ଧ ଆଶଙ୍କା ଘନେଇବାରେ ଲାଗିଥିବାବେଳେ ସମ୍ପୂର୍ଣ୍ଣ ଘଟଣାକ୍ରମ ଉପରେ ହ୍ବାଇଟ୍‌ହାଉସ୍‌ ମଧ୍ୟ କଡ଼ା ନଜର ରଖିଛି। ଅନ୍ୟପକ୍ଷରେ ପଡ଼ୋଶୀ ଦେଶ ସହ ଏତେ ତିକ୍ତତା ଆସିବା ପରେ ୟୁକ୍ରେନରୁ ରୁଷିଆ ନିଜ କୂଟନୀତିଜ୍ଞମାନଙ୍କୁ ଫେରେଇ ନେଉଛି। ୟୁକ୍ରେନରେ ଥିବା ଦୂତାବାସ କର୍ମଚାରୀମାନେ ନାନା ଧମକ ପାଉଥିବାରୁ ସେମାନଙ୍କୁ ଫେରିବା ପାଇଁ କୁହାଯାଇଛି।

କ’ଣ ଚାହୁଁଛନ୍ତି
ବିଶ୍ୱ ସମୁଦାୟ ୟୁକ୍ରେନ ସୀମାରେ ଶାନ୍ତି ବଜାୟ ପାଇଁ ରୁଷିଆକୁ ପରାମର୍ଶ ଦେଇଥିବାବେଳେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ୩ଟି ସର୍ତ୍ତ ରଖିଛନ୍ତି। ସେ କ୍ରିମିଆକୁ ରୁଷିଆର ଏକ ଅଂଶ ଭାବେ ଅନ୍ତର୍ଜାତାୟ ସ୍ବୀକୃତି, ନାଟୋରେ ୟୁକ୍ରେନର ସଦସ୍ୟତା ଉଦ୍ୟମରେ ପୂର୍ଣ୍ଣଚ୍ଛେଦ ଏବଂ ସେଠାକୁ ସାମରିକ ସହାୟତା ପ୍ରଦାନ ବନ୍ଦ ଦାବି କରିଛନ୍ତି। ପୁଟିନଙ୍କ ସର୍ତ୍ତ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ପାଇଁ ଗ୍ରହଣୀୟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

ଆମେରିକା-ଇରାନ ଯୁଦ୍ଧବିରତି ଶେଷ; ଏବେ ହର୍ମୁଜ ସହ ତୈଳ ବଜାର ଉପରେ ନଜର, ଭାରତ ପାଇଁ ଆଗାମୀ ୪୦ ଦିନ କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୯।୭: ତିନି ସପ୍ତାହ ପୂର୍ବେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରତିଷ୍ଠିତ ଯୁଦ୍ଧବିରତି ଏବେ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri