ପୁଟିନ୍‌ଙ୍କ ଘାତକ ଅଭିସନ୍ଧି

ମସ୍କୋ,୨୩ା୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଆବଶ୍ୟକ ମନେକଲେ ଦେଶ ବାହାରେ ମଧ୍ୟ ସାମରିକ ବଳ ପ୍ରୟୋଗ କରିପାରିବେ। ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ମଙ୍ଗଳବାର ରୁଷିଆ ପାର୍ଲାମେଣ୍ଟର ମଞ୍ଜୁରୀ ମିଳିଛି। ରୁଷୀୟ ଏମ୍‌ପିମାନଙ୍କ ଏହି ଅନୁମୋଦନ ୟୁକ୍ରେନ୍‌ ଉପରେ ୬୯ ବର୍ଷୀୟ ନ୍ୟାଶନାଲିଷ୍ଟ ଷ୍ଟ୍ରଙ୍ଗ୍‌ମ୍ୟାନ୍‌ଙ୍କୁ ସେନା ଆକ୍ରମଣର କ୍ଷମତା ପ୍ରଦାନ କରିଛି। ପୁଟିନ୍‌ କୌଣସି ସମୟରେ ପଡ଼ୋଶୀ ୟୁକ୍ରେନ୍‌ ଉପରେ ଗୁଳିଗୋଳା ବର୍ଷଣ ନିର୍ଦ୍ଦେଶ ଦେଇପାରନ୍ତି ବୋଲି ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଦେଇଥିବା ମନ୍ତବ୍ୟକୁ ସଦ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଯଥାର୍ଥ ପ୍ରମାଣିତ କରିଛି।
ୟୁରୋପୀୟ ନେତାଙ୍କ ମତରେ ରୁଷିଆ ସୈନ୍ୟ ବିଦ୍ରୋହୀଙ୍କ ଦଖଲରେ ଥିବା ୟୁକ୍ରେନ ପୂର୍ବାଞ୍ଚଳରେ ତମ୍ବୁ ପକାଇଛନ୍ତି। ଡୋନେସ୍କ ଓ ଲୁହାନସ୍କକୁ ପୁଟିନ ସ୍ବାଧୀନ ଘୋଷଣା କରିବା ପରେ ତାଙ୍କର ପରବର୍ତ୍ତୀ ଆକ୍ସନ ପ୍ଲାନ କ’ଣ ବୋଲି ସାରା ବିଶ୍ୱ ଅନେଇ ବସିଥିବାବେଳେ ରାଷ୍ଟ୍ରପତିଙ୍କ ଉପରେ ରୁଷିଆବାସୀ ଆସ୍ଥା ପ୍ରକଟ କରିଛନ୍ତି। ଫେଡେରାଲ ଆସେମ୍ବ୍ଲିର ଉଚ୍ଚସଦନ ଫେଡେରେଶନ କାଉନସିଲରେ ସର୍ବସମ୍ମତି କ୍ରମେ ଦେଶ ବାହାରେ ସାମରିକ ବଳ ପ୍ରୟୋଗର କ୍ଷମତା ଦେବା ସପକ୍ଷରେ ଭୋଟ ମିଳିଛି। ରୁଷିଆ ସମର୍ଥିତ ବିଚ୍ଛିନ୍ନତାବାଦୀଙ୍କ ଦଖଲରେ ଥିବା ଏହି ଅଶାନ୍ତ ଅଞ୍ଚଳରେ ବିଦ୍ରୋହୀ ଓ ୟୁକ୍ରେନ ସୈନ୍ୟଙ୍କ ସଂଘର୍ଷରେ ୨୦୧୪ରୁ ପ୍ରାୟ ୧୪ ହଜାର ଲୋକଙ୍କ ଜୀବନ ଗଲାଣି। ସୀମାରେ ଉତ୍ତେଜନା ବୃଦ୍ଧି ସହ ଯୁଦ୍ଧ ଆଶଙ୍କା ଘନେଇବାରେ ଲାଗିଥିବାବେଳେ ସମ୍ପୂର୍ଣ୍ଣ ଘଟଣାକ୍ରମ ଉପରେ ହ୍ବାଇଟ୍‌ହାଉସ୍‌ ମଧ୍ୟ କଡ଼ା ନଜର ରଖିଛି। ଅନ୍ୟପକ୍ଷରେ ପଡ଼ୋଶୀ ଦେଶ ସହ ଏତେ ତିକ୍ତତା ଆସିବା ପରେ ୟୁକ୍ରେନରୁ ରୁଷିଆ ନିଜ କୂଟନୀତିଜ୍ଞମାନଙ୍କୁ ଫେରେଇ ନେଉଛି। ୟୁକ୍ରେନରେ ଥିବା ଦୂତାବାସ କର୍ମଚାରୀମାନେ ନାନା ଧମକ ପାଉଥିବାରୁ ସେମାନଙ୍କୁ ଫେରିବା ପାଇଁ କୁହାଯାଇଛି।

କ’ଣ ଚାହୁଁଛନ୍ତି
ବିଶ୍ୱ ସମୁଦାୟ ୟୁକ୍ରେନ ସୀମାରେ ଶାନ୍ତି ବଜାୟ ପାଇଁ ରୁଷିଆକୁ ପରାମର୍ଶ ଦେଇଥିବାବେଳେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ୩ଟି ସର୍ତ୍ତ ରଖିଛନ୍ତି। ସେ କ୍ରିମିଆକୁ ରୁଷିଆର ଏକ ଅଂଶ ଭାବେ ଅନ୍ତର୍ଜାତାୟ ସ୍ବୀକୃତି, ନାଟୋରେ ୟୁକ୍ରେନର ସଦସ୍ୟତା ଉଦ୍ୟମରେ ପୂର୍ଣ୍ଣଚ୍ଛେଦ ଏବଂ ସେଠାକୁ ସାମରିକ ସହାୟତା ପ୍ରଦାନ ବନ୍ଦ ଦାବି କରିଛନ୍ତି। ପୁଟିନଙ୍କ ସର୍ତ୍ତ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ପାଇଁ ଗ୍ରହଣୀୟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?