Posted inଜାତୀୟ

୭ ବର୍ଷର ରେକର୍ଡ ଭାଙ୍ଗିଲା ତେଲ

ନୂଆଦିଲ୍ଲୀ,୨୩ା୨: କୋଭିଡ୍‌ ମହାମାରୀ ଯୋଗୁ ଭୁଶୁଡ଼ିପଡ଼ିଥିବା ବିଶ୍ୱ ଅର୍ଥନୀତି ଅଣ୍ଟା ସଳଖି ଛିଡ଼ା ହେବାକୁ ଉଦ୍ୟମ କରୁଥିବାବେଳେ ରୁଷିଆର ଜିଦ୍‌ଖୋର ମନୋବୃତ୍ତି ଆଉ ଏକ ବିପତ୍ତିକୁ ଡାକି ଆଣିଛି। ରୁଷିଆ-ୟୁକ୍ରେନ୍‌ ମୁହାଁମୁହିଁ  ସ୍ଥିତି ମଧ୍ୟରେ ବିଶ୍ୱରେ ତେଲ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବା ଆଶଙ୍କା ସୃଷ୍ଟି ହୋଇଥିବାରୁ ଏହାର ଦର ଆକାଶଛୁଅଁ। ହୋଇଛି। ଅନ୍ତର୍ଜାତୀୟ ବଜାରରେ ମଙ୍ଗଳବାର ବ୍ରେଣ୍ଟ ଅଶୋଧିତ ତେଲର ମୂଲ୍ୟ ୭ ବର୍ଷର ରେକର୍ଡ ଭାଙ୍ଗି ବ୍ୟାରେଲ ପିଛା ୯୮ ଡଲାରରେ ପହଞ୍ଚତ୍ଛି। ବ୍ରିଟେନ ଓ ପାଶ୍ଚାତ୍ୟର ଅନେକ ସହଯୋଗୀ ରାଷ୍ଟ୍ର ରୁଷିଆ ଉପରେ କଟକଣା ଜାରି ପାଇଁ ଚେତାବନୀ ଦେଲେଣି। ତେଣୁ ବିଶ୍ୱ ଅର୍ଥନୀତି ଦୁର୍ବଳ ହେବା ଆଶଙ୍କା ଦେଖାଦେଲାଣି।
ପ୍ରାକୃତିକ ଗ୍ୟାସ୍‌ ଉତ୍ପାଦନ କ୍ଷେତ୍ରରେ ରୁଷିଆ ହେଉଛି ବିଶ୍ୱରେ ପ୍ରଥମ। ସେହିପରି ସାଉଦି ଆରବ ପରେ ଏହା ଦ୍ୱିତୀୟ ବୃହତ୍‌ ତୈଳ ରପ୍ତାନୀକାରୀ ରାଷ୍ଟ୍ର। ୟୁରୋପର ଏକ-ତୃତୀୟାଂଶ ପ୍ରାକୃତିକ ଗ୍ୟାସ୍‌ ଏବଂ ବିଶ୍ୱର ପ୍ରାୟ ୧୦% ତେଲ ଚାହିଦା ରୁଷିଆ ପୂରଣ କରିଥାଏ। ୟୁରୋପକୁ ରୁଷିଆର ଏକ-ତୃତୀୟାଂଶ ଗ୍ୟାସ୍‌ ରପ୍ତାନି ପାଇପ୍‌ଲାଇନ ଜରିଆରେ ହୋଇଥାଏ, ଯାହାକି ୟୁକ୍ରେନ୍‌ ଦେଇ ଗତିଶୀଳ ହୋଇଛି। ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ୟୁକ୍ରେନ୍‌ର ଭୌଗୋଳିକ ଅବସ୍ଥିତିରେ ଆଣିଥିବା ପରିବର୍ତ୍ତନକୁ ନେଇ ଆମେରିକା ସମେତ ଅନେକ ଦେଶ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି। ଆଗକୁ କଟକଣା ଜାରିର ଏହି ଧାରା ଲାଗି ରହିଲେ ରୁଷିଆର ତେଲ ଓ ଗ୍ୟାସ୍‌ ରପ୍ତାନି ହ୍ରାସ ପାଇବ। ଏଥିସହ ବିଶ୍ୱ ଅର୍ଥନୀତି ମଧ୍ୟ ପ୍ରଭାବିତ ହେବ ବୋଲି ମାନୁଲାଇଫ୍‌ ଇନ୍‌ଭେଷ୍ଟମେଣ୍ଟ ମ୍ୟାନେଜମେଣ୍ଟର ସୁ ଟ୍ରିନ୍‌ କହିଛନ୍ତି। ୨୦୧୪ ସେପ୍ଟେମ୍ବରରେ ବ୍ରେଣ୍ଟ ତେଲ ଦର ବ୍ୟାରେଲ ପିଛା ସର୍ବାଧିକ ୯୯ ଡଲାରକୁ ଛୁଇଁଥିଲା। ସମ୍ଭାବ୍ୟ ଯୁଦ୍ଧ ଆଶଙ୍କାରେ ସାରା ବିଶ୍ୱର ଷ୍ଟକ୍‌ ମାର୍କେଟ ମଧ୍ୟ ଲଗାତର ତଳମୁହାଁ ହେବାରେ ଲାଗିଛି।
ଅନ୍ୟପକ୍ଷେ ତେଲ ଦର ବୃଦ୍ଧିର ପ୍ରଭାବରୁ ଭାରତ ମଧ୍ୟ ମୁକ୍ତ ହୋଇପାରି ନାହିଁ। ଭାରତ ରୁଷିଆରୁ ଦୈନିକ ୪୩,୪୦୦ ବ୍ୟାରେଲ ତେଲ ଆମଦାନୀ କରିଥାଏ। ୨୦୨୧ରେ କୋଇଲା ଆମଦାନୀ ୧.୮ ନିୟୁତ ଟନ୍‌ ଥିବାବେଳେ ୨.୫ ନିୟୁତ ଟନ୍‌ ସିଏନ୍‌ଜି ରୁଷିଆରୁ ଆଣିଥାଏ। ଯଦିଓ ଏହି କ୍ଷେତ୍ରରେ ରୁଷିଆ ଉପରେ ଭାରତର ନିର୍ଭରଶୀଳତା ଅଧିକ ନୁହେଁ, ତଥାପି ବିଶ୍ୱ ବଜାରରେ ଦର ବୃଦ୍ଧି ଭାରତୀୟ ଅର୍ଥନୀତିକୁ ପ୍ରଭାବିତ କରିବ। ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଅଁା ହୋଇଥିବାବେଳେ ସରକାର ଏଥିରେ ବୃଦ୍ଧି ଘଟାଉନାହାନ୍ତି। କାରଣ ଆସନ୍ତା ୨୩, ୨୭, ୩ ଓ ୭ରେ ଉତ୍ତର ପ୍ରଦେଶ ନିର୍ବାଚନ ହେବ। ୟୁପିର ୪ ପର୍ଯ୍ୟାୟ ସହ ମଣିପୁରର ୬୦ ଆସନରେ ମଧ୍ୟ ଫେବୃୟାରୀ ୨୮ ଓ ମାର୍ଚ୍ଚ ୫ରେ ମତଦାନ ବାକି ଅଛି। ୧୧୦ ଦିନ ହେଲା ତେଲ ଦରକୁ ନେଇ ସମୀକ୍ଷା କରାଯାଇ ନାହିଁ। ଏହି ନିର୍ବାଚନ ଶେଷ ହେବା ପରେ କେନ୍ଦ୍ର ସରକାର ତେଲ ଦର ବଢ଼ାଇବା ଏକପ୍ରକାର ନିଶ୍ଚିତ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri