ଡୋନେସ୍କ, ଲୁହାନସ୍କରେ ରୁଷିଆ ସୈନ୍ୟ

ମସ୍କୋ,୨୩ା୨: ବିଚ୍ଛିନ୍ନତାବାଦୀଙ୍କ ଦଖଲରେ ଥିବା ପୂର୍ବ ୟୁକ୍ରେନର ଡୋନ୍‌ବାସ୍‌କୁ ରୁଷିଆ ଦୁଇଟି ସ୍ବତନ୍ତ୍ର ରାଷ୍ଟ୍ରର ମାନ୍ୟତା ଦେଇଛି। ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଏହାକୁ ଦୁଇଭାଗ କରି ଡୋନେସ୍କ ଏବଂ ଲୁହାନ୍‌ସ୍କ ରୂପେ ଘୋଷଣା କରିବା ପରେ ସମ୍ପୃକ୍ତ କ୍ଷେତ୍ରରେ ଯୁଦ୍ଧ ଭୟ ବଢ଼ିବାରେ ଲାଗିଛି। କେବଳ ଏତିକି ନୁହେଁ, ଏହାକୁ ନେଇ ରୁଷିଆ ଓ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ମୁହାଁମୁହିଁ ସ୍ଥିତିକୁ ଚାଲିଆସିଛନ୍ତି। ପୁଟିନ୍‌ଙ୍କ ପଦକ୍ଷେପକୁ ଜାତିସଂଘ ସମେତ ଆମେରିକା, ବ୍ରିଟେନ, ଜର୍ମାନୀ ଓ ଅନେକ ରାଷ୍ଟ୍ର ନିନ୍ଦା କରିଛନ୍ତି। ଏବେ ଗୋଟିଏ ପରେ ଗୋଟିଏ ରାଷ୍ଟ୍ର ରୁଷିଆ ଉପରେ ଆର୍ଥିକ କଟକଣା ଜାରି କରିବାରେ ଲାଗିଥିବାରୁ ଆଗକୁ ସ୍ଥିତି ଆହୁରି ଖରାପ ଆଡ଼କୁ ଗତି କରିପାରେ ବୋଲି କୁହାଯାଉଛି। ପୁଟିନ୍‌ ଆକ୍ରମଣାମତ୍କ ଆଭିମୁଖ୍ୟ ତ୍ୟାଗ ନ କଲେ ରୁଷିଆ ଉପରେ ଲାଗିବାକୁ ଥିବା କଟକଣା ବିଶ୍ୱ ଅର୍ଥନୀତିକୁ ବହୁଳ ଭାବେ ପ୍ରଭାବିତ କରିପାରେ।
ରୁଷିଆ ରାଷ୍ଟ୍ରପତି ପୁଟିନ୍‌ ସୋମବାର ବିଳମ୍ବିତ ରାତିରେ ଏକ ଟେଲିଭିଜନ୍‌ ବାର୍ତ୍ତାରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ।ସେ ଡୋନେସ୍କ ଓ ଲୁହାନସ୍କକୁ ସ୍ବାଧୀନ ମାନ୍ୟତା ପ୍ରଦାନ ସମ୍ପର୍କିତ ଘୋଷଣାନାମାରେ ସ୍ବାକ୍ଷର କରିବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏହି ଦୁଇ ଅଞ୍ଚଳରେ ବାଣିଜ୍ୟ କାରବାର, ନିବେଶ ଉପରେ କଟକଣା ଲଗାଇଛନ୍ତି। ଡୋନେସ୍କ ପିପୁଲ୍ସ ରିପବ୍ଲିକ୍‌ ଏବଂ ଲୁହାନ୍‌ସ୍କ ପିପୁଲ୍ସ ରିପବ୍ଲିକ କୁହାଯାଉଥିବା ଏହି ଅଞ୍ଚଳରେ କୌଣସି ଆମେରିକୀୟ ବ୍ୟକ୍ତି, ସଂସ୍ଥା କମ୍ପାନୀ ଆଦି ଦ୍ୱାରା ନୂଆ ନିବେଶ କିମ୍ବା ବ୍ୟବସାୟ ହୋଇପାରିବ ନାହିଁ। ଏହାସହ ଅନ୍ୟ କେହି ସେଠାରେ ବାଣିଜ୍ୟ କାରବାର କଲେ ସେମାନଙ୍କ ଉପରେ ମଧ୍ୟ ଏହି କଟକଣା ଲାଗୁ ହେବ ବୋଲି ଏକ୍‌ଜିକ୍ୟୁଟିଭ୍‌ ଅର୍ଡରରେ ବାଇଡେନ୍‌ ଦସ୍ତଖତ କରିଛନ୍ତି। ଅନ୍ୟପକ୍ଷରେ ରୁଷିଆ ଉକ୍ତ ଦୁଇ ବିଚ୍ଛିନ୍ନତାବାଦୀ ଅଞ୍ଚଳକୁ ନିଜର ସୈନ୍ୟ, ଯୁଦ୍ଧାସ୍ତ୍ର ଆଦି ପଠାଇଛି। ସେଠାରେ ରୁଷିଆ ସୈନ୍ୟ ଶାନ୍ତି ରକ୍ଷକ ଭାବେ କାର୍ଯ୍ୟ କରିବେ ବୋଲି ପୁଟିନ୍‌ କହିଛନ୍ତି।
ସୋମବାର ରାତିରେ ପୁଟିନ୍‌ ପୂର୍ବ ୟୁକ୍ରେନର ଉକ୍ତ ଦୁଇ ଅଞ୍ଚଳକୁ ସ୍ବାଧୀନ ମାନ୍ୟତା ଦେବା ସମୟରେ କହିଥିଲେ, ଆମେରିକା ନେତୃତ୍ୱରେ ପାଶ୍ଚାତ୍ୟ ଦେଶଗୁଡ଼ିକ ଏପରି କରିବାକୁ ରୁଷିଆକୁ ବାଧ୍ୟ କରିଛନ୍ତି। ବହୁ ପୂର୍ବରୁ ଏହି ନିଷ୍ପତ୍ତି ନେବାର ଥିଲା। ୟୁକ୍ରେନ ଆମେରିକାର କଲୋନି ପାଲଟିଛି। ଯଦି ୟୁକ୍ରେନ ନର୍ଥ ଆଟ୍‌ଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଲେଶନ (ନାଟୋ)ରେ ସାମିଲ ହୁଏ ତେବେ ତାହା ରୁଷିଆର ନିରାପତ୍ତା ପାଇଁ ବଡ଼ ବିପଦ। ଆଧୁନିକ ୟୁକ୍ରେନକୁ ରୁଷିଆ ତିଆରି କରିଛି। ଆମେରିକା ସହ ଥିବା ୟୁରୋପୀୟ ମେଣ୍ଟ ଏହାକୁ ଭଲ ଭାବେ ଜାଣିଛି। କିନ୍ତୁ ୟୁରୋପୀୟ ଦେଶଗୁଡ଼ିକ ନିଜ ବରିଷ୍ଠ ତଥା ପୁରୁଣା ସହଯୋଗୀଙ୍କୁ ନ ଛାଡ଼ିପାରି ରୁଷିଆ ବିରୋଧରେ ଯିବାକୁ ବାଧ୍ୟ ହେଉଛନ୍ତି। ଆମେରିକା କେବଳ ରୁଷିଆ ବିରୋଧୀ କାର୍ଯ୍ୟକଳାପରେ ସେମାନଙ୍କୁ ବ୍ୟବହାର କରୁଛି। ଆମକୁ ବାରମ୍ବାର କଟକଣା ଧମକ ଦିଆଯାଉଛି। ଏହା ପଛର ମୁଖ୍ୟ ଉଦ୍ଦେଶ୍ୟ ରୁଷିଆର ବିକାଶକୁ ରୋକିବା। ସେମାନେ ପୂର୍ବରୁ ଏହା କରିଛନ୍ତି, ଆଗକୁ ମଧ୍ୟ କରିବେ। କିନ୍ତୁ ଦେଶର ସାର୍ବଭୌମତ୍ୱ, ସୁରକ୍ଷା ସୁନିଶ୍ଚିତ କରିବାରେ କୌଣସି ବୁଝାମଣା ହେବ ନାହିଁ ବୋଲି ପୁଟିନ୍‌ ସ୍ପଷ୍ଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ହୋମଗାର୍ଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ବଢ଼ିଲା ଦୈନିକ ଭତ୍ତା, ଜାଣନ୍ତୁ ଏବେ ମିଳିବ କେତେ..?

ଭୁବନେଶ୍ୱର,୯।୬(ସୁନୀତ ମିଶ୍ର): ରାଜ୍ୟର ଗୃହରକ୍ଷୀ (Home Guards) ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ୱ; ଆଣିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ,୯।୬:ଭାରତରେ ଖାଦ୍ୟ, ଫଳ ଓ ପନିପରିବା ଆଦି ଉପରେ ଅତ୍ୟଧିକ ପରିମାଣରେ କେମିକଲ୍ସ ସ୍ପ୍ରେ ଓ ମିଶ୍ରଣ ଯୋଗୁ ଏସବୁ ନେଇ ଲୋକଙ୍କ ଭରସା ଏକପ୍ରକାର ଉଠିଗଲାଣି।…

ପ୍ରବାସୀ ଶ୍ରମିକମାନଙ୍କର ସାମାଜିକ, ଆର୍ଥିକ,ଆଇନଗତ ସମସ୍ୟା ସମ୍ପର୍କରେ…

ଭଞ୍ଜନଗର, ୯।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଆଇନ ସେବା ପ୍ରାଧିକରଣ, ବ୍ରହ୍ମପୁରର ଆନୁକୂଳ୍ୟରେ ମଙ୍ଗଳବାର ଭଞ୍ଜନଗରସ୍ଥିତ ଆର୍‌.ଏମ୍‌.ସି. ସମ୍ମିଳନୀ କକ୍ଷରେ “ପ୍ରବାସୀ ଶ୍ରମିକମାନଙ୍କ ସମ୍ବନ୍ଧୀୟ ବିଭିନ୍ନ…

ଭାରତ ପାଖରେ ଅଛି କେତେ ପରମାଣୁ ଅସ୍ତ୍ର, ଆସିଲା ନୂଆ ରିପୋର୍ଟ: ଚାଇନା-ପାକିସ୍ତାନକୁ ଲାଗିପାରେ ୪୪୦ ଭୋଲ୍ଟର ଝଟ୍‌କା

ନୂଆଦିଲ୍ଲୀ,୯।୬: ଅସ୍ତ୍ରଶସ୍ତ୍ର ଉପରେ ନଜର ରଖୁଥିବା ଏକ ବିଶ୍ୱସ୍ତରୀୟ ସଂସ୍ଥା SIPRIର ଭାରତକୁ ନେଇ ଏଲକ ଆଶ୍ଚର୍ଯ୍ୟଜନକ ଦାବି କରିଛି। ଭାରତ ଅତିକମ୍‌ରେ ବ୍ୟବହାର ପାଇଁ ୧୨ଟି…

ଧମାକା କରିବେ ସନ୍ନି: ଦର୍ଶକଙ୍କୁ ଦେଲେ ଗୁଡ୍‌ନ୍ୟୁଜ୍‌

ପୁଣି ପରଦାରେ ଧମାକା କରିବାକୁ ଯାଉଛନ୍ତି ସନ୍ନି ଦେଓଲ। ‘ବର୍ଡର’ ସହିତ ବକ୍ସ ଅଫିସରେ ସୁପରହିଟ୍‌ ହେବା ପରେ ସନ୍ନିଙ୍କ କ୍ରେଜ୍‌ ଆହୁରି ବଢିଯାଇଛି। ଦର୍ଶକ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri