ଡୋନେସ୍କ, ଲୁହାନସ୍କରେ ରୁଷିଆ ସୈନ୍ୟ

ମସ୍କୋ,୨୩ା୨: ବିଚ୍ଛିନ୍ନତାବାଦୀଙ୍କ ଦଖଲରେ ଥିବା ପୂର୍ବ ୟୁକ୍ରେନର ଡୋନ୍‌ବାସ୍‌କୁ ରୁଷିଆ ଦୁଇଟି ସ୍ବତନ୍ତ୍ର ରାଷ୍ଟ୍ରର ମାନ୍ୟତା ଦେଇଛି। ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଏହାକୁ ଦୁଇଭାଗ କରି ଡୋନେସ୍କ ଏବଂ ଲୁହାନ୍‌ସ୍କ ରୂପେ ଘୋଷଣା କରିବା ପରେ ସମ୍ପୃକ୍ତ କ୍ଷେତ୍ରରେ ଯୁଦ୍ଧ ଭୟ ବଢ଼ିବାରେ ଲାଗିଛି। କେବଳ ଏତିକି ନୁହେଁ, ଏହାକୁ ନେଇ ରୁଷିଆ ଓ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ମୁହାଁମୁହିଁ ସ୍ଥିତିକୁ ଚାଲିଆସିଛନ୍ତି। ପୁଟିନ୍‌ଙ୍କ ପଦକ୍ଷେପକୁ ଜାତିସଂଘ ସମେତ ଆମେରିକା, ବ୍ରିଟେନ, ଜର୍ମାନୀ ଓ ଅନେକ ରାଷ୍ଟ୍ର ନିନ୍ଦା କରିଛନ୍ତି। ଏବେ ଗୋଟିଏ ପରେ ଗୋଟିଏ ରାଷ୍ଟ୍ର ରୁଷିଆ ଉପରେ ଆର୍ଥିକ କଟକଣା ଜାରି କରିବାରେ ଲାଗିଥିବାରୁ ଆଗକୁ ସ୍ଥିତି ଆହୁରି ଖରାପ ଆଡ଼କୁ ଗତି କରିପାରେ ବୋଲି କୁହାଯାଉଛି। ପୁଟିନ୍‌ ଆକ୍ରମଣାମତ୍କ ଆଭିମୁଖ୍ୟ ତ୍ୟାଗ ନ କଲେ ରୁଷିଆ ଉପରେ ଲାଗିବାକୁ ଥିବା କଟକଣା ବିଶ୍ୱ ଅର୍ଥନୀତିକୁ ବହୁଳ ଭାବେ ପ୍ରଭାବିତ କରିପାରେ।
ରୁଷିଆ ରାଷ୍ଟ୍ରପତି ପୁଟିନ୍‌ ସୋମବାର ବିଳମ୍ବିତ ରାତିରେ ଏକ ଟେଲିଭିଜନ୍‌ ବାର୍ତ୍ତାରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ।ସେ ଡୋନେସ୍କ ଓ ଲୁହାନସ୍କକୁ ସ୍ବାଧୀନ ମାନ୍ୟତା ପ୍ରଦାନ ସମ୍ପର୍କିତ ଘୋଷଣାନାମାରେ ସ୍ବାକ୍ଷର କରିବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏହି ଦୁଇ ଅଞ୍ଚଳରେ ବାଣିଜ୍ୟ କାରବାର, ନିବେଶ ଉପରେ କଟକଣା ଲଗାଇଛନ୍ତି। ଡୋନେସ୍କ ପିପୁଲ୍ସ ରିପବ୍ଲିକ୍‌ ଏବଂ ଲୁହାନ୍‌ସ୍କ ପିପୁଲ୍ସ ରିପବ୍ଲିକ କୁହାଯାଉଥିବା ଏହି ଅଞ୍ଚଳରେ କୌଣସି ଆମେରିକୀୟ ବ୍ୟକ୍ତି, ସଂସ୍ଥା କମ୍ପାନୀ ଆଦି ଦ୍ୱାରା ନୂଆ ନିବେଶ କିମ୍ବା ବ୍ୟବସାୟ ହୋଇପାରିବ ନାହିଁ। ଏହାସହ ଅନ୍ୟ କେହି ସେଠାରେ ବାଣିଜ୍ୟ କାରବାର କଲେ ସେମାନଙ୍କ ଉପରେ ମଧ୍ୟ ଏହି କଟକଣା ଲାଗୁ ହେବ ବୋଲି ଏକ୍‌ଜିକ୍ୟୁଟିଭ୍‌ ଅର୍ଡରରେ ବାଇଡେନ୍‌ ଦସ୍ତଖତ କରିଛନ୍ତି। ଅନ୍ୟପକ୍ଷରେ ରୁଷିଆ ଉକ୍ତ ଦୁଇ ବିଚ୍ଛିନ୍ନତାବାଦୀ ଅଞ୍ଚଳକୁ ନିଜର ସୈନ୍ୟ, ଯୁଦ୍ଧାସ୍ତ୍ର ଆଦି ପଠାଇଛି। ସେଠାରେ ରୁଷିଆ ସୈନ୍ୟ ଶାନ୍ତି ରକ୍ଷକ ଭାବେ କାର୍ଯ୍ୟ କରିବେ ବୋଲି ପୁଟିନ୍‌ କହିଛନ୍ତି।
ସୋମବାର ରାତିରେ ପୁଟିନ୍‌ ପୂର୍ବ ୟୁକ୍ରେନର ଉକ୍ତ ଦୁଇ ଅଞ୍ଚଳକୁ ସ୍ବାଧୀନ ମାନ୍ୟତା ଦେବା ସମୟରେ କହିଥିଲେ, ଆମେରିକା ନେତୃତ୍ୱରେ ପାଶ୍ଚାତ୍ୟ ଦେଶଗୁଡ଼ିକ ଏପରି କରିବାକୁ ରୁଷିଆକୁ ବାଧ୍ୟ କରିଛନ୍ତି। ବହୁ ପୂର୍ବରୁ ଏହି ନିଷ୍ପତ୍ତି ନେବାର ଥିଲା। ୟୁକ୍ରେନ ଆମେରିକାର କଲୋନି ପାଲଟିଛି। ଯଦି ୟୁକ୍ରେନ ନର୍ଥ ଆଟ୍‌ଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଲେଶନ (ନାଟୋ)ରେ ସାମିଲ ହୁଏ ତେବେ ତାହା ରୁଷିଆର ନିରାପତ୍ତା ପାଇଁ ବଡ଼ ବିପଦ। ଆଧୁନିକ ୟୁକ୍ରେନକୁ ରୁଷିଆ ତିଆରି କରିଛି। ଆମେରିକା ସହ ଥିବା ୟୁରୋପୀୟ ମେଣ୍ଟ ଏହାକୁ ଭଲ ଭାବେ ଜାଣିଛି। କିନ୍ତୁ ୟୁରୋପୀୟ ଦେଶଗୁଡ଼ିକ ନିଜ ବରିଷ୍ଠ ତଥା ପୁରୁଣା ସହଯୋଗୀଙ୍କୁ ନ ଛାଡ଼ିପାରି ରୁଷିଆ ବିରୋଧରେ ଯିବାକୁ ବାଧ୍ୟ ହେଉଛନ୍ତି। ଆମେରିକା କେବଳ ରୁଷିଆ ବିରୋଧୀ କାର୍ଯ୍ୟକଳାପରେ ସେମାନଙ୍କୁ ବ୍ୟବହାର କରୁଛି। ଆମକୁ ବାରମ୍ବାର କଟକଣା ଧମକ ଦିଆଯାଉଛି। ଏହା ପଛର ମୁଖ୍ୟ ଉଦ୍ଦେଶ୍ୟ ରୁଷିଆର ବିକାଶକୁ ରୋକିବା। ସେମାନେ ପୂର୍ବରୁ ଏହା କରିଛନ୍ତି, ଆଗକୁ ମଧ୍ୟ କରିବେ। କିନ୍ତୁ ଦେଶର ସାର୍ବଭୌମତ୍ୱ, ସୁରକ୍ଷା ସୁନିଶ୍ଚିତ କରିବାରେ କୌଣସି ବୁଝାମଣା ହେବ ନାହିଁ ବୋଲି ପୁଟିନ୍‌ ସ୍ପଷ୍ଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

ଲଣ୍ଡନ ରାସ୍ତାରେ ରାଜାଙ୍କ ଘୋଡ଼ା

ଲଣ୍ଡନ,୨୬ା୪:ବ୍ରିଟେନ୍‌ ରାଜାଙ୍କ ୪ଟି ଘୋଡ଼ା ବୁଧବାର ପୂର୍ବାହ୍ନର ଗହଳି ସମୟରେ କେନ୍ଦ୍ରୀୟ ଲଣ୍ଡନରେ ବିନା ସବାରରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ସେଥିରୁ ୨ଟି ଘୋଡ଼ା କୌଣସି...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri